ଚିକେନ ପକୋଡ଼ା କୁକୁଡ଼ା ମାଂସରୁ ତିଆରି ଏକ ଭାରତୀୟ ଆମିଷ ଖାଦ୍ୟ । ଏହାକୁ ଭାରତର ବିଭିନ୍ନ ଅଞ୍ଚଳରେ ଜଳଖିଆ ଭାବେ ଖିଆଯାଇଯାଏ । ଏହାକୁ ତିଆରି କରିବା ପାଇଁ ଚିକେନକୁ ଛୋଟ ଟୁକୁଡ଼ା କରି କାଟି ଏଥିରେ ମକାଗୁଣ୍ଡ, କଟା ପିଆଜ, କଟା ଲଙ୍କା, ଅଦା ଓ ରସୁଣ ବଟା, ଲୁଣ, ଲେମ୍ବୁ ରସ, ଲଙ୍କା ଗୁଣ୍ଡ, ଭିନେଗାର ଓ ଅନ୍ୟାନ୍ୟ ମସଲା ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରାଯାଇଥାଏ । ଏହି ମିଶ୍ରଣକୁ ହାତରେ ଚାପି ଗରମ ତେଲରେ ଛାଣାଇ ଗରମ ଗରମ ପରଷା ଯାଏ ।

ଚିକେନ ପକୋଡ଼ା
ଅନ୍ୟ ନାମଚିକେନ ପକୋଡ଼ା
ପ୍ରକାରଛଣାଖାଦ୍ୟ
ପରଷାଜଳଖିଆ
ମୂଳ ସ୍ଥାନଭାରତ[୧][୨] [୩]
ଅଞ୍ଚଳ ବା ରାଜ୍ୟଭାରତୀୟ ଉପମହାଦେଶ
ମୁଖ୍ୟ ଉପାଦାନକୁକୁଡ଼ା ମାଂସ
ପ୍ରକାର ଭେଦଆଳୁ, ପିଆଜ, ଫୁଲକୋବି, ପାଳଙ୍ଗ ଶାଗ, ପାଉଁରୁଟି, କୁକୁଡ଼ାମାଂସ

ଗ୍ୟାଲେରି ସମ୍ପାଦନା

ଆଧାର ସମ୍ପାଦନା