କୀଟ ନିୟନ୍ତ୍ରଣ ଦ୍ୱାରା କୀଟରୂପେ ପରିଭାଷିତ ଅର୍ଥାତ ସାଧାରଣତଃ ମନୁଷ୍ୟମାନଙ୍କର ହାବଭାବ ଉପରେ ହାନିକାରକ ପ୍ରଭାବ ପକାଉଥିବା ପ୍ରଜାତିର ନିୟନ୍ତ୍ରଣ କିମ୍ବା ପ୍ରବନ୍ଧନ ହୋଇଥାଏ ।

ଏକ କ୍ରପ ଡଷ୍ଟର କୀଟ ନାଶକର ମାତ୍ରା ଯୁକ୍ତ ଚାରାର ବ୍ୟବହାର କରିଥାଏ

କୀଟ ନିୟନ୍ତ୍ରଣର ଇତିହାସ ମଧ୍ୟ ପାଖାପାଖି ସେତିକି ପୁରୁଣା ଯେତିକି କୃଷିର ଅଟେ, କାରଣ ଫସଲକୁ ସର୍ବଦା ହିଁ କୀଟ ମୁକ୍ତ ରଖିବା ପାଇଁ ଆବଶ୍ୟକତା ରହିଥାଏ । ଖାଦ୍ୟପଦାର୍ଥ ଉତ୍ପାଦନକୁ ଅଧିକତମ କରିବା ପାଇଁ ଫସଲକୁ ଗଛର ପ୍ରତିସ୍ପର୍ଦ୍ଧି ପ୍ରଜାତି ସହିତ ମନୁଷ୍ୟମାନଙ୍କ ପ୍ରତିସ୍ପର୍ଦ୍ଧି କରୁଥିବା ଶାକାହାରୀ ପଶୁପକ୍ଷୀମାନଙ୍କଠାରୁ ବଞ୍ଚିବା ପାଇଁ ଲାଭବାନ ହୋଇଥାଏ ।

ସର୍ବପ୍ରଥମେ ସମ୍ଭବତଃ ପାରମ୍ପରିକ ଉପାୟର ବ୍ୟବହାର କରାଯାଇଥାଏ , କାରଣ ଘାସପତ୍ରକୁ ଜଳାଇ ସେଗୁଡିକୁ ଜମିର ଭିତରକୁ କରି; ଏବଂ ବୀଜ-ଭକ୍ଷଣ କରୁଥିବା ଅନ୍ୟ ପକ୍ଷୀ ପରି ବଡ଼ ଶାକାହାରୀ ପଶୁପକ୍ଷୀମାନଙ୍କୁ ନଷ୍ଟ କରିବା ଅପେକ୍ଷା କୃତ ରୂପେ ଅଧିକ ସହଜ ହୋଇଥାଏ । ଫସଲ ଆବର୍ତନ, ସହଯୋଗୀ ଫସଲ-ରୋପଣ (ଯେପରି ଅନ୍ତର ଫସଲ କିମ୍ବା ମିଶ୍ରିତ ଫସଲ-ରୋପଣ ମଧ୍ୟ କୁହାଯାଏ) ଓ କୀଟ ପ୍ରତିରୋଧ ଫସଲର ଚୟନିତ ପ୍ରଜନନର ଏକ ଲମ୍ବା ଇତିହାସ ରହିଛି ।

ରାସାୟନିକ କୀଟ ନାଶକର ବ୍ୟବହାର ପାଖା ପାଖି ୪୫୦୦ ବର୍ଷରୁ କରାଯାଉଛି, ଯେତେବେଳେ ସୁମେର ନିବାସୀ ଗନ୍ଧକର ବ୍ୟବହାର କୀଟ ନାଶକ ରୂପେ କରିଥାନ୍ତି । ୠକବେଦ, ଯାହା ଯାହା ପାଖାପାଖି ୪୦୦୦ ବର୍ଷ ପୁରୁଣା ଅଟେ, ସେଥିରେ ମଧ୍ୟ କୀଟ ନିୟନ୍ତ୍ରଣ ପାଇଁ ବିଷଜ ଗଛଗୁଡିକର ବ୍ୟବହାରର ଉଲ୍ଲେଖ ମିଳିଥାଏ । ରାସାୟନିକ କୀଟ ନିୟନ୍ତ୍ରଣର ବ୍ୟାପକ ରୂପରେ ବ୍ୟବହାର, ୧୮ବିଂ ତଥା ୧୯ବିଂ ଶତାବ୍ଦୀରେ କୃଷିମାନଙ୍କ ଯନ୍ତ୍ରୀକରଣ ଏବଂ ପାଇରେଥ୍ରମ ଓ ଡେରିସ ପରି କୀଟ ନାଶକ ଆସିବା ପରେ ହିଁ ସମ୍ଭବ ହୋଇଥିଲା । ୨୦ବିଂ ଶତାବ୍ଦୀରେ (DDT) ଯେପରି ବହୁ କୃତିମ କୀଟ ନାଶକ ତଥା ଗଛ-ନାଶକର ଖୋଜାଣିରେ ଏହାର ବିକାଶରେ ଆହୁରି ଅଧିକ ଆସିଥିଲା । ରାସାୟନିକ କୀଟ ନିୟନ୍ତ୍ରଣ ଆଜି ମଧ୍ୟ କୀଟ ନିୟନ୍ତ୍ରଣର ଏକ ପ୍ରମୁଖ ସାଧନ ଅଟେ, ହୁଏତ ଏହାର ଦୀର୍ଘକାଳୀନ ଦୁଃପ୍ରଭାବ ଚାଲୁଥିବା ୨୦ବିଂ ଶତାବ୍ଦୀ ଶେଷରେ ପାରମ୍ପରିକ ଓ ଜୈବିକ କୀଟ ନିୟନ୍ତ୍ରଣରେ ଲୋକମାନେ ପୁନଃ ଧ୍ୟାନ ଦେବା ଆରମ୍ଭ କରିଦେଇଥିଲେ ।

କୀଟ ନିୟନ୍ତ୍ରଣ ପ୍ରକାର ସମ୍ପାଦନା

ଜୈବିକ କୀଟ ନିୟନ୍ତ୍ରଣ ସମ୍ପାଦନା

ଜୈବିକ କୀଟ ନିୟନ୍ତ୍ରଣ, ପ୍ରାକୃତିକ ପରିଜୀବୀର ନିୟନ୍ତ୍ରଣ ଏବଂ ପ୍ରବନ୍ଧନଦ୍ୱାରା ପ୍ରାପ୍ତ କରାଯାଇଥାଏ । ଏହି ଉପଚାରର କୌଣସି ଜ୍ଞାତ ଦୁଃପ୍ରଭାବ ନଥାଏ ଏବଂ ଏହା ଜଳ ମାନବ ପାଇଁ ଅତ୍ୟନ୍ତ ସୁରକ୍ଷିତ ବୋଲି ଗ୍ରହଣ କରାଯାଏ । ଜୈବିକ କୀଟ ନିୟନ୍ତ୍ରଣ କିମ୍ବା ଅନ୍ୟ କୌଣସି ପ୍ରାକୃତିକ କୀଟ ନିୟନ୍ତ୍ରଣର ଉଦ୍ଦେଶ୍ୟ, ପର୍ଯ୍ୟବରଣ ସ୍ୱରୂପର ପରିସ୍ଥିତିକ ସନ୍ତୁଳନକୁ କମ ଅସୁବିଧା ପହଞ୍ଚେଇବା ପାଇଁ କୀଟମାନଙ୍କୁ ସମାପ୍ତ କରିବାକୁ ପଡିଥାଏ ।[୧]

ପ୍ରଜନନ କ୍ଷେତ୍ରର ଉନ୍ମୁଳନ ସମ୍ପାଦନା

ଉଚିତ ପ୍ରବନ୍ଧନ ଏବଂ ରହିଥିବା ପାଣିର ଉଚିତ ପରିଣାମ ବହୁ କୀଟମାନଙ୍କର ପ୍ରଜନନ କ୍ଷେତ୍ରକୁ ଉତ୍ଥାପନରେ ସହାୟକ ହୋଇଥାଏ । ଖୋଲା ନାଳ ବିଭିନ୍ନ କୀଟମାନଙ୍କର ପ୍ରଜନନ ପାଇଁ ପର୍ଯ୍ୟାପ୍ତ ସ୍ଥାନରେ କାର୍ଯ୍ୟ କରିଥାନ୍ତି । ଉଚିତ ଶିବିର ପ୍ରଣାଳୀ ମାଧ୍ୟମରେ ଏହି ସମସ୍ୟାର ନିଦାନ କରାଯାଇପାରେ ।

ବିଷଯୁକ୍ତ ଚାରା ଓ କ୍ଷେତ ସମ୍ପାଦନା

ବିଷଯୁକ୍ତ ଚାରା ମୂଷାମାନଙ୍କୁ ନିୟନ୍ତ୍ରଣ କରିବାପାଇଁ ଏକ ସାଧାରଣ ଉପାୟ ଅଟେ । କିନ୍ତୁ, ଅଳିଆ ପରି ଅନ୍ୟ ଖାଦ୍ୟର ଉପସ୍ଥିତିର ସ୍ଥିତିରେ ଏହା ସେତିକି ପ୍ରଭାବ ଦେଖାଇ ପାରେ ନାହିଁ । ପରମ୍ପରା ଗତ ରୂପେ, ଆଖୁ କାଟିବା ପର୍ଦ୍ କ୍ଷେତକୁ ପୂର୍ଣ୍ଣ ଭାବେ ଜଳାଇ ଦିଆଯାଏ କାରଣ କୀଟ କିମ୍ବା ତାହାର ଉଡାଣକୁ ନଷ୍ଟ କରାଯାଇପାରେ ।

ଆକାଶୀୟ ଧୂଆଁ ସମ୍ପାଦନା

ଏକ ପରିଯୋଜନା ଯାହା କୌଣସି ସରଞ୍ଚନାକୁ ଘୋଡାଇବା କିମ୍ବା ବାୟୁରୁଦ୍ଧ କରିବା ପରେ ସେଠାରେ ଘାତକ ସାନ୍ଦ୍ରତା ଯୁକ୍ତ ବିଷଯୁକ୍ତ ଗ୍ୟାସକୁ ଲମ୍ବା ଅବଧି (୨୪-୭୨ ଘଣ୍ଟା ) ପାଇଁ ଛାଡି ଦିଆଯାଏ । ଆକାଶୀୟ ଧୂଆଁ ପ୍ରକ୍ରିୟା କୀଟ ଜୀବନ ଚକ୍ରର ସମସ୍ତ ଚରଣକୁ ଲକ୍ଷିତ କରିଥାଏ ।[୨]

ପ୍ରାକୃତିକ କୃତକ ନିୟନ୍ତ୍ରଣ ସମ୍ପାଦନା

ବହୁ ବଣ୍ୟଜୀବ ପୁନର୍ବାସ ସଂଗଠନ ନିୟନ୍ତ୍ରଣର ପ୍ରାକୃତିକ ଉପାୟକୁ ସହଯୋଗ ଦେଇଥାଏ ଯେଉଁଥିରେ ଅପବର୍ଜନ ତଥା ପରଭାକ୍ଷୀୟର ସହାୟତା ନେବା ସାମିଲ ହୋଇଥାଏ । ଯେଉଁଥିରେ ଦ୍ୱିତୀୟକ ବିଷାକ୍ତତାକୁ ପୂର୍ଣ୍ଣତୟା ରୋକିବାରେ ସାହାଯ୍ୟ ମିଳିଥାଏ ।[୩]

ଜୀବାଣୁ ମୁକ୍ତ ବନେଇବା ସମ୍ପାଦନା

୧୯୭୦ ଦଶକର ଆରମ୍ଭରେ U-5897 (3- କ୍ଲୋରୋ, 2-ପ୍ରୋପେନେଡ଼ିୟୋଲ) ସହିତ ପ୍ରୟୋଗ ଶାଳା ଅଧ୍ୟୟନ କରାଯାଇଥିଲା ଯାହା ଅସଫଳ ବୋଲି ପ୍ରମାଣିତ ହୋଇଥିଲା ।[୪]

ନିରୋଧକ ସମ୍ପାଦନା

  • "ଏବୀସ ବଲସମୀୟା" ବୃକ୍ଷରୁ ପ୍ରାପ୍ତ ହେଉଥିବା ଏକ ଇପିଏଦ୍ୱାରା ଅନୁମୋଦିତ ଅନ୍ୟ ବିଷାକ୍ତ କୃତକ ନିରୋଧକ ରହିଛି । [୧]
  • "ଏକାସିୟା ପାଲୀଏକାନ୍ଥା ସସ୍ପ୍ବ. କେମ୍ପାଈଲେକା (Acacia polyacantha subsp. campylacantha) ନ୍ଥା"ର ମୂଳରୁ ବାହାରୁଥିବା ରାସାୟନିକ ଯୌଗିକ କୁମ୍ଭୀର, ସାପ ତଥା ମୂଷା ପରି ଜନ୍ତୁ ମାନଙ୍କୁ ଦୂରେଇ ରଖିବା ପାଇଁ ସାହାଯ୍ୟ କରିଥାଏ [୫][୬]

ଆଧାର ସମ୍ପାଦନା

  1. "Bacillus thuringienis Factsheet". Colorado State University. Retrieved 2010-06-02.
  2. Baur, Fred. Insect Management for Food Storage and Processing. American Ass. of Cereal Chemists. p. 133. ISBN 0913250384.
  3. WildcareBayArea.org (http://www.wildcarebayarea.org/site/PageServer?pagename=TakeAction_Rodenticide Archived 2014-03-05 at the Wayback Machine.)
  4. [୨]
  5. "प्लांट्ज़अफ्रीका". Archived from the original on 2011-05-14. Retrieved 2019-10-14.
  6. "विश्व कृषिवानिकी केन्द्र". Archived from the original on 2007-09-28. Retrieved 2019-10-14.