କିଶୋର ମହାପାତ୍ର
କିଶୋର ମହାପାତ୍ର (ମୃତ୍ୟୁ: ୨୯ ମଇ ୨୦୨୩) ଜଣେ ଓଡ଼ିଆ ନାଟ୍ୟକାର ଥିଲେ, ଯିଏକି ଅନେକ ଯାତ୍ରା ନାଟକ ରଚନା କରିଥିଲେ । ୧୯୭୭ ମସିହାରୁ ସେ ରାଢ଼ଙ୍ଗ ଅପେରାରେ ପ୍ରଥମ ଥର ପାଇଁ ଯାତ୍ରାନାଟକ ରଚନା କରିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ତୁଳସୀ ଗଣନାଟ୍ୟ, ଗୌରୀ ଗଣନାଟ୍ୟ, ଶିବାନୀ ଗଣନାଟ୍ୟ, ପାର୍ବତୀ ଗଣନାଟ୍ୟ, ତ୍ରିନାଥ ଗଣନାଟ୍ୟ, ବାଣେଶ୍ୱରୀ ଗଣନାଟ୍ୟ, ବାଘାଯତୀନ ଲୋକନାଟ୍ୟ, ତାରାପୁର ଅପେରା, ଉତ୍ତରକୂଳ ଅପେରା ଆଦିରେ ନାଟକ ରଚନା କରିଥିଲେ ।[୧]
କିଶୋର ମହାପାତ୍ର | |
---|---|
ଜନ୍ମ | |
ମୃତ୍ୟୁ | ୨୯ ମଇ ୨୦୨୩ |
ଜାତୀୟତା | ଭାରତୀୟ |
ବୃତ୍ତି | ନାଟ୍ୟକାର (ଯାତ୍ରା) |
ସକ୍ରିୟ ବର୍ଷ | ୧୯୭୭ – ୨୦୨୩ |
ସନ୍ତାନ | ଆଶୁତୋଷ ମାହାପାତ୍ର |
ବ୍ୟକ୍ତିଗତ ଜୀବନ
ସମ୍ପାଦନାକିଶୋର ମହାପାତ୍ର ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ଅନ୍ତର୍ଗତ ରେଢ଼ୁଆ ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ । ସେ ପେଶାରେ ଜଣେ ଇଞ୍ଜିନିୟର ଥିଲେ ଏବଂ ଭୁବନେଶ୍ୱରସ୍ଥିତ ମହିଳା ପଲିଟେକନିକରେ ସେ କାର୍ଯ୍ୟ କରିଥିଲେ ।[୨] ଯାତ୍ରା ପାଇଁ ନାଟକ ଲେଖିବା ପୂର୍ବରୁ ସେ ଅନେକ ଥିଏଟର ନାଟକ ରଚନା କରିଥିଲେ । ତାଙ୍କ ପୁଅ ଆଶୁତୋଷ ମହାପାତ୍ର ଜଣେ ଜଣେ ନାଟ୍ୟକାର, ଅଭିନେତା ଓ ନିର୍ଦ୍ଦେଶକ, ଯିଏକି ଓଡ଼ିଆ ଯାତ୍ରା ଓ କଥାଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ।[୧]
ପେଷା
ସମ୍ପାଦନାମହାପାତ୍ର ୧୯୭୭ ମସିହାରେ ରାଢ଼ଙ୍ଗ ଅପେରାରେ ପାଣ୍ଡବ ଶତ୍ରୁ ଶ୍ରୀକୃଷ୍ଣ ନାଟକ ଲେଖିଥିଲେ ଏବଂ ପରେ ତୁଳସୀ ଗଣନାଟ୍ୟ ପାଇଁ ଚୁପ୍ ସଞ୍ଜୟ ଚୁପ୍ ଗୀତା ରଚନା କରିଥିଲେ । ଏହାପରେ ସେ ଅନେକ ଯାତ୍ରା ନାଟକ ଲେଖିଥିଲେ । ତାଙ୍କ ରଚିତ ଶେଷ ନାଟକ ଥିଲା ଆକାଶ କଇଁଆ ଚିଲିକା ମାଛ ।[୨]
ରଚିତ ନାଟକ
ସମ୍ପାଦନାନାଟକ | ଯାତ୍ରାପାର୍ଟି | ମନ୍ତବ୍ୟ |
---|---|---|
ପାଣ୍ଡବ ଶତ୍ରୁ ଶ୍ରୀକୃଷ୍ଣ | ରାଢ଼ଙ୍ଗ ଅପେରା | ଯାତ୍ରା ପାଇଁ ପ୍ରଥମ ନାଟକ |
ଚୁପ୍ ସଞ୍ଜୟ ଚୁପ୍ | ତୁଳସୀ ଗଣନାଟ୍ୟ | |
ସୁର ସାର୍ଙ୍କ ସାନ ଝିଅ | ||
ରାତି ନଅରୁ ସକାଳ ଛଅ | ||
ବୋଉଲୋ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି | ||
ମିଛ ସମ୍ପର୍କ | ||
ବଡ଼ଦାଣ୍ଡ ପୁରୀ | ଗୌରୀ ଗଣନାଟ୍ୟ | |
କାଳୀ ଗୋରୀ ସାବିନି | ||
ନାଲି ଶାଢ଼ି ନୀଳ ବ୍ଲାଉଜ | ||
ଯାହା କହିବି ସତ କହିବି | ||
ବାସନ୍ତୀ କଲୋନି ରାଉରକେଲା | ||
ସ୍ୱାମୀ ବି ବାକିରେ ମିଳୁଛି | ||
ଆନନ୍ଦେ ଏକବାର ହରିବୋଲ | ||
ସ୍ୱାମୀ ସହିତ ସାତ ରାତି | ||
ଇତି ତୁମର ମୁଁ | ||
ବାପ ରାଣ ଢିଙ୍କି ଗିଳ | ||
ଜୁଇରେ ଜଳିବ ଚିଠି ମୋହର | ||
ନିଜ ସ୍ତ୍ରୀ ପର ସ୍ତ୍ରୀ | ଶିବାନୀ ଗଣନାଟ୍ୟ | |
ଦେଢ଼ ଦିନର ସ୍ୱାମୀ | ପାର୍ବତୀ ଗଣନାଟ୍ୟ | |
ପୁରୀରୁ ପଟ୍ଟମୁଣ୍ଡାଇ | ତ୍ରିନାଥ ଗଣନାଟ୍ୟ | |
ମୋ ସାକ୍ଷୀ ମମତା ମିଶ୍ର | ||
ଅଧା ରହିଗଲା ହାଟ ସଉଦା | ବାଣେଶ୍ୱରୀ ଗଣନାଟ୍ୟ | |
ନୂଆବୋଉ କଟକ ଯାଉଛି | ||
ବାକିରେ ବାକିରେ ବାହାଘର | ବାଘାଯତୀନ ଲୋକନାଟ୍ୟ | |
ସାତ ସ୍ୱପ୍ନ ଆଠ ରାତି | ତାରାପୁର ଅପେରା | |
ସ୍ୱାମୀ ଖୋଜୁଛି ସ୍ୱର୍ଗକୁ ଯିବି | ଉତ୍ତରକୂଳ ଅପେରା | |
ସବୁ ଉପର ବାଲାର ଖେଳ | ||
ଆକାଶ କଇଁଆ ଚିଲିକା ମାଛ | ଶେଷ ନାଟକ[୨] |
ଆଧାର
ସମ୍ପାଦନା- ↑ ୧.୦ ୧.୧ "କିଶୋର ମହାପାତ୍ରଙ୍କୁ ଝୁରୁଛନ୍ତି ଦର୍ଶକ". No. ଭୁବନେଶ୍ୱର. 4 June 2023. p. ୧୮. Archived from the original on 26 September 2023. Retrieved 26 September 2023.
- ↑ ୨.୦ ୨.୧ ୨.୨ "ଯାତ୍ରା ଜଗତରୁ ଆସିଲା ଦୁଃଖ ଖବର: ପ୍ରଖ୍ୟାତ ନାଟ୍ୟକାର ଇଂ କିଶୋର ମହାପାତ୍ର ଆଉ ନାହାନ୍ତି". Odisha Bhaskar. 30 May 2023. Archived from the original on 26 September 2023. Retrieved 26 September 2023.