କିରଣ ଦୁବେ

ଭାରତୀୟ ଅଭିନେତ୍ରୀ


କିରଣ ଦୁବେ (ଜନ୍ମନାମ: ସମିତା ଦୁବେ, ଜନ୍ମସ୍ଥାନ: ଗୋରଖପୁର)[] ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକ ଓ କଥାଚିତ୍ରରେ କାମ କରନ୍ତି ।[] କାହାନୀ ଘର୍ ଘର୍ କୀ, କ୍ୟୁଁକି ଶାଶ୍ ଭି କଭି ବହୂ ଥି, ଜସ୍ସି ଜୈସି କୋଇ ନେହିଁ[][]ବାବୁଲ କା ଆଙ୍ଗନ୍ ଛୁଟେ ନା ଭଳି ହିନ୍ଦୀ ଦୂରଦର୍ଶନ ଧାରାବାହିକରେ ଅଭିନୟ ପାଇଁ ସେ ଜଣାଶୁଣା ।[]

ଶିକ୍ଷା ଓ ଅଭିନୟ ଜୀବନ

ସମ୍ପାଦନା

କିରଣ ଗୋରଖପୁରରେ ଜନ୍ମଗ୍ରହଣ କରିଥିଲେ ଏବଂ ଡେରାଡୁନରେ ତାଙ୍କ ପିଲାଦିନ କଟିଥିଲା । ପୁଣେରେ କଲେଜରେ ପଢ଼ିବା ସମୟରେ, ସେ ୧୯୯୪ ମସିହାରେ ମିସ୍ ପୁଣେରେ ଅଂଶଗ୍ରହଣ କରିଥିଲେ । ଏହାପରେ, ସେ ୨୦୦୧ ମସିହାରେ, ସେ ଜୀ ଟିଭିରେ ପ୍ରସାରିତ ଧାରାବାହିକ ସଂସାର ଜରିଆରେ ଦୂରଦର୍ଶନରେ ଅଭିନୟ କରିବା ଆରମ୍ଭ କରିଥିଲେ ।[] ସେ ଓଷୋଙ୍କର ଜଣେ ଅନୁସରଣକାରୀ ।[] ଫେର୍ଗୁସନ୍ କଲେଜ, ପୁଣେରୁ ସ୍ନାତକ ପରେ, ୨୦୦୯ ମସିହାରେ, ଅଭିନୟରୁ ଦୂରେଇ ଯାଇଥିଲେ ଏବଂ ନ୍ୟୁୟର୍କ ଫିଲ୍ମ ଏକାଡେମୀରେ ଯୋଗ ଦେଇଥିଲେ । ଆମେରିକାରୁ ପାଠପଢ଼ା ସାରି ଫେରିବା ପରେ, ୨୦୧୩ ମସିହାରେ, ଜେଟ୍ ସେଟ୍ ଗୋରେ କାମ କରିଥିଲେ ।[]

ପୁରସ୍କାର

ସମ୍ପାଦନା

୨୦୧୫ ମସିହାରେ, ସେ ହ୍ୱେୟାର୍ ଇଜ୍ ସି ନାଓ? ନାମକ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମର ସହ-ପ୍ରଯୋଜନା କରିଥିଲେ ଏବଂ ଅଭିନୟ କରିଥିଲେ ।[][୧୦] ଏହା ପାଇଁ ତାଙ୍କୁ ୱାର୍ଲଡ୍ ମ୍ୟୁଜିକ୍ ଆଣ୍ଡ୍ ଇନ୍‌ଡିପେଣ୍ଡେଣ୍ଟ ଫିଲ୍ମ ଫେଷ୍ଟିଭାଲ୍‌ରେ, ତାଙ୍କୁ ପୁରସ୍କାର ମିଳିଥିଲା ।[୧୧] ୨୦୧୭ ମସିହାରେ, ହଲିଉଡ଼୍ ଫିଲ୍ମ କମ୍ପିଟିସନ୍‌ରେ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା ।[][][୧୨] ଇଡ୍‌ଲିୱାଇଲ୍‌ଡ୍ ଇଣ୍ଟରନ୍ୟାସନାଲ୍ ଫେଷ୍ଟିଭାଲ୍‌ ଅଫ୍ ଚାଇନ୍, ୨୦୧୭ରେ ତାଙ୍କୁ ଶ୍ରେଷ୍ଠ ସହ-ଅଭିନେତ୍ରୀ ଭାବରେ ମନୋନୀତ କରାଯାଇଥିଲା ।[୧୩]

  1. "What's in a name!". TellyChakkar (in ଇଂରାଜୀ). 13 April 2006. Retrieved 25 October 2023.
  2. Cine Blitz (in ଇଂରାଜୀ). Vol. 29. Blitz Publications. 2003. Retrieved 25 October 2023.
  3. ୩.୦ ୩.୧ Bakshi, Tania Saili (2 April 2017). "Kiran Dubey Wins The Best Actress Award For Her Hollywood Film 'Where Is She Now?'". NDTV. Dehradun. Retrieved 25 October 2023.
  4. ୪.୦ ୪.୧ "Kiran Dubey makes her way to Hollywood". The Times of India. 18 April 2017. Retrieved 25 October 2023.
  5. Nair, Ranjini (16 June 2008). "Kiran Dubey in Babul Ka Aangann Chootey Na." India Forums (in ଇଂରାଜୀ). Retrieved 25 October 2023.
  6. D, Johny (28 March 2006). "Kiran Dubey: From ramp to television". Hindustan Times (in ଇଂରାଜୀ). Mumbai. Retrieved 16 November 2023.
  7. Shetty, Anjali (11 September 2017). "'I am a follower of Osho'". Hindustan Times (in ଇଂରାଜୀ). Retrieved 25 October 2023.
  8. "No rat-race for Kiran". DNA India (in ଇଂରାଜୀ). 21 November 2013. Retrieved 25 October 2023.
  9. "अब हॉलीवुड में धमाल मचा रही ये बॉलीवुड एक्ट्रेस, जल्द इस नई फिल्म में आएंगीं नजर". Amar Ujala (in ହିନ୍ଦୀ). 8 March 2018. Retrieved 25 October 2023.
  10. "किरन दूबे की हाॅलीवुड मूवी सीरीज जल्द होगी रिलीज". Time Witness (in ହିନ୍ଦୀ). 7 March 2018. Retrieved 25 October 2023.
  11. "WMIFF | 2016 Winners". World Music & Independent Film Festival (in ଇଂରାଜୀ). Retrieved 25 October 2023.
  12. "हॉलीवुड ने भी किया दून की बिटिया किरन दूबे की एक्टिंग का सम्मान". Khabar Uttarakhand News (in ହିନ୍ଦୀ). Dehradun. 2 April 2017. Retrieved 25 October 2023.
  13. "Awards – IIFC 2017". Idyllwild International Festival of Cinema. Archived from the original on 20 October 2017. Retrieved 25 October 2023.

ବାହାର ଲିଙ୍କ୍

ସମ୍ପାଦନା