କିରଣ ଜନଜାନି

ଭାରତୀୟ ଅଭିନେତା

କିରଣ ଜନଜାନି ଜଣେ ଭାରତୀୟ ଅଭିନେତା ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଓ ଦୂରଦର୍ଶନ କାର୍ଯ୍ୟକ୍ରମରେ ଅଭିନୟ କରନ୍ତି । ଲାଇଫ୍ ଓକେରେ ପ୍ରସାରିତ ଧାରାବାହିକ ହମ୍ ନେ ଲି ହୈ ଶପଥରେ ତାଙ୍କ ଅଭିନୀତ ଚରିତ୍ର ଉଜ୍ୱଳ ମିଶ୍ର ପାଇଁ ସେ ଜଣାଶୁଣା । ସେ ଏଣ୍ଡ ଟିଭିରେ ପ୍ରସାରିତ ଆଧ୍ୟାତ୍ମିକ ଧାରାବାହିକ ସନ୍ତୋଷୀ ମାଆ,[୧] ଜୀ ଟିଭିରେ ପ୍ରସାରିତ ୟେ ତେରି ଗଲିୟାଁ ଭଳି ଧାରାବାହିକରେ କାମ କରିଛନ୍ତି ।[୨]

କିରଣ ଜନଜାନି
ଜନ୍ମ୧୨ ମାର୍ଚ୍ଚ
ମୁମ୍ବାଇ, ଭାରତ
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୧୯୯୮ – ଏବେଯାଏଁ
ବୈବାହିକ-ସାଥୀରିତୁ ଜନଜାନୀ

ଜୀବନୀ ସମ୍ପାଦନା

କିରଣ ୧୨ ମାର୍ଚ୍ଚରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ । ସେ କୋଲେଜିଓ କସ୍ମୋପଲିଟାନୋ ଡି କଲମ୍ବିଆରେ ପଢ଼ୁଥିଲେ ଏବଂ ମୁମ୍ବାଇର ଶ୍ରୀ ଭିଲେ ପାର୍ଲେ କେଲାବାନି ମଣ୍ଡଳସ୍ ନାର୍ସୀ ମୋଞ୍ଜୀ ଇନିଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍‌ମେଣ୍ଟ ଷ୍ଟଡିଜ୍‌ରୁ ସ୍ନାତକ କରିଛନ୍ତି । ସେ ମେକ୍ଅପ୍ ଡିଜାଇନର୍ ରୁତି କେ ଜେନଜାନୀଙ୍କୁ ବିବାହ କରିଛନ୍ତି । ସେ ଅନେକ ଦୂରଦର୍ଶନ ବିଜ୍ଞାପନରେ ଅଭିନୟ କରିଛନ୍ତି । ରିୟା ସେନଙ୍କ ସହ ସେ ଫାଲଗୁନି ପଠକଙ୍କ ଗୀତ ୟାଦ୍ ପିଆ କି ଆନେ ଲାଗିରେ ଅଭିନୟ କରିଥିଲେ ଏବଂ ହ୍ୟାରି ଆନନ୍ଦଙ୍କ ଆଲବମ ଚାହତରେ "ଦିଲ୍ ଦିଲ୍ ନହିଁ ରାହା ମେରା" ଗୀତରେ ମଧ୍ୟ ଅଭିନୟ କରିଥିଲେ । କିରଣ ତାଙ୍କ ଝିଅଙ୍କର ଜନ୍ମ ପରେ ତାଙ୍କ ନାମ କରଣଉଦୟ ଜେନଜାନିକୁ ବଦଳାଇଥିଲେ ।[୩] ଅବଶ୍ୟ ଏବେ ବି କଥାଚିତ୍ର ଜଗତରେ ସେ କିରଣ ଭାବରେ ପରିଚିତ ।

ଅଭିନୀତ ଧାରାବାହିକ ସମ୍ପାଦନା

ବର୍ଷ ଧାରାବାହିକ ଭୂମିକା
୨୦୧୨ ହମ୍ ନେ ଲି ହୈ ଶପଥ ବିକାଶ ନନ୍ଦ
୨୦୧୨ ସିଆଇଡି ଇନ୍ସପେକ୍ଟର ବର୍ଦ୍ଧନ/ମଣ୍ଟି
୨୦୧୫ ଦିଲ୍ କି ବାତେଁ ଦିଲ୍ ହି ଜାନେ ରାମଙ୍କ ବନ୍ଧୁ
ପ୍ୟାର୍ ତୁନେ କ୍ୟା କିୟା ସନ୍ଦୀପ
୨୦୧୫ – ୨୦୧୭ ସନ୍ତୋଷୀ ମାଆ ଉଜ୍ୱଳ ମିଶ୍ର
୨୦୧୮ ଇସ୍କବାଜ୍ ଅଭିମନ୍ୟୁ ରାହେଜା
ଉଡ଼ାନ୍ ର ଏଜେଣ୍ଟ ଅଭୟ
ୟେ ତେରି ଗଲିୟାଁ ଅରିନ୍ଦମ୍ ମଜୁମଦାର

ଅଭିନୀତ କଥାଚିତ୍ର ସମ୍ପାଦନା

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୨୧ ମୈ ମୁଲାୟମ୍ ସିଂହ ଯାଦବ ସଞ୍ଜୟ ଗାନ୍ଧୀ
୨୦୧୪ ସିଟି ଅଫ୍ ଡ୍ରିମ୍ସ
୨୦୧୦ ବେନି ଆଣ୍ଡ ବବ୍‌ଲୁ ରଣବୀର
ଲାଇଫ୍ ଏକ୍ସପ୍ରେସ୍ ନିଖିଲ ଶର୍ମା

ଆଧାର ସମ୍ପାଦନା

  1. "Kiran Janjani: Who says mythological shows are only about Gods". The Times of India. 2015-12-17. ISSN 0971-8257. Retrieved 2023-08-11.
  2. https://www.facebook.com/iwmbuzz (2018-08-13). "I took up the role in Yeh Teri Galiyan mainly because of its emotional layering: Kiran Janjani". IWMBuzz (in ଆମେରିକୀୟ ଇଂରାଜୀ). Retrieved 2023-08-11. {{cite web}}: |last= has generic name (help); External link in |last= (help)
  3. "Karanuday Jenjani: Why shouldn't an actor ask for work? Of course, there is a way of asking". Times Of India. Bombay Times. Retrieved 21 February 2021.

ବାହାର ଲିଙ୍କ୍ ସମ୍ପାଦନା