କାହ୍ନୋପାତ୍ରା (ଇଂରାଜୀ ଭାଷାରେ Kanhopatra ବା କାହ୍ମୁପାତ୍ରା Kanhupatra) ଜଣେ ୧୫ଶ ଶତାବ୍ଦୀର ମରାଠୀ ସନ୍ଥ କବି ଯାହାଙ୍କୁ ହିନ୍ଦୁ ବର୍କାରି (Varkari) ଜାତିର ଲୋକମାନେ ପୁଜା କରନ୍ତି ।

ସନ୍ଥ କାହ୍ନୋପାତ୍ରା
ବିଠୋବା ପ୍ରତି କାହ୍ନୋପାତ୍ରା ଗାଉଛନ୍ତି ।
ଜନ୍ମ୧୫ଶ ଶତାବ୍ଦୀ, ସଠିକ୍ ତାରିଖ ଅଜ୍ଞାତ
ନଙ୍ଗଲଭେଧା (Mangalvedha), ମହାରାଷ୍ଟ୍ର, ଭାରତ
ମୃତ୍ୟୁ୧୫ଶ ଶତାବ୍ଦୀ, ସଠିକ୍ ତାରିଖ ଅଜ୍ଞାତ
ପନ୍ଧରପୁର (Pandharpur), ମହାରାଷ୍ଟ୍ର
ଉପାଧି/ ସମ୍ମାନସନ୍ଥ (Sant), ମରାଠୀରେ (संत)
ଦର୍ଶନବର୍କାରି (Varkari)

କାହ୍ନୋପାତ୍ରାଙ୍କ ବିଷୟରେ ବିଶେଷ କିଛି ଜଣାନାହିଁ ।[୧] ପାରମ୍ପରିକ ଗାଥା ଅନୁସାରେ କାହ୍ନୋପାତ୍ରା ଜଣେ ନର୍ତ୍ତକୀ ଓ ଗଣିକା ଥିଲେ । ସେ ବିଦାର (Bidar) ବାଦଶାହଙ୍କର ରକ୍ଷିତା ହେବା ଅପେକ୍ଷା ବରକରିସ ଜାତିର ସଂରକ୍ଷକ ଭଗବାନ ବିଠୋବାଙ୍କ (Vithoba) ପାଖରେ ମୃତ୍ୟୁ ବରଣ କରିବାକୁ ପସନ୍ଦ କରିଥିଲେ । ପନ୍ଧରପୁର (Pandharpur) ବିଠୋବାଙ୍କର ମନ୍ଦିରରେ (central shrine) ସେ ମୃତ୍ୟୁ ବରଣ କରିଥିଲେ । ସେ ଏକମାତ୍ର ଲୋକ (ମହିଳା) ଯାହାଙ୍କର ମନ୍ଦିର ହତା ଭିତରେ ସମାଧି ଅଛି ।

କାହ୍ନୋପାତ୍ରା‌ ମରାଠୀ ଭାଷାରେ (Marathi|) ଓଭି (ovi) ଓ ଅଭଙ୍ଗ abhanga) କବିତା ଲେଖି ବିଠୋବାଙ୍କୁ ଭକ୍ତି ଅର୍ଘ୍ୟ ଭାବରେ ଅର୍ପଣ କରିଥିଲେ ଯେଉଁଥିରେ ନିଜର ବୃତ୍ତି ଓ ଭକ୍ତି ଦ୍ୱୟକୁ ସମତୁଲ ରଖିବା ଚେଷ୍ଟାର ସଂଘର୍ଷ ବିଷୟ ବର୍ଣ୍ଣନା କରିଛନ୍ତି । କବିତାରେ ସେ ବିଠୋବାକୁ ରକ୍ଷାକର୍ତ୍ତା ହେବାକୁ ଓ ବୃତ୍ତିର ଶିକୁଳିରୁ ମୁକ୍ତ କରିବାକୁ ପ୍ରାର୍ଥନା କରିଛନ୍ତି । ଅଭଙ୍ଗର କବିତା ମଧ୍ୟରୁ କେବଳ ୩୦ଟି ବଞ୍ଚିରହିଛି ଯାହା ଆଜି ବି ଲୋକମାନେ ଗାଉଛନ୍ତି । କେବଳ ନିଜସ୍ୱ ଭକ୍ତି ବଳରେ ଏକମାତ୍ର ବର୍କାରି ମହିଳା ଭାବରେ ସନ୍ଥ ମାନ୍ୟତା ପାଇଥିବା କାହ୍ନୋପାତ୍ରା‌ଙ୍କର କୌଣସି ଗୁରୁ ନଥିଲେ, ନା ପୁରୁଷ ବର୍କାରି ସନ୍ଥ ସ‌ହାୟତା ଥିଲା ନା ପରମ୍ପରାର ଜୋର ଥିଲା ।

ଜୀବନସମ୍ପାଦନ କରନ୍ତୁ

 
ବିଠୋବା ମନ୍ଦିର (Vithoba Temple ) ପ୍ରାଙ୍ଗଣରେ ଥିବା ସନ୍ଥ କାହ୍ନୋପାତ୍ରାଙ୍କର ପ୍ରତିମୂର୍ତ୍ତି

ଶତାବ୍ଦୀ ଶତାବ୍ଦୀ ଧରି ଚାଲିଆସୁଥିବା କାହାଣୀ ଶୁଣିବା ପରେ କାହ୍ନୋପାତ୍ରାଙ୍କ ବିଷୟରେ ପ୍ରକୃତ ତ‌ଥ୍ୟ ଓ କାହାଣୀ ମଧ୍ୟରେ ପାର୍ଥକ୍ୟ ଜାଣିବା ସମ୍ଭବ ହେଉନି । ଅଧିକାଂଶ ତ‌ଥ୍ୟରୁ ଗୋଟିଏ ସମାନ କଥା ମିଳେ: ସେ ଗଣିକା ଶମାଙ୍କର କନ୍ୟା ଥିଲେ ଓ ବିଦାର ବାଦଶାହ ତାଙ୍କୁ ନିଜର ରକ୍ଷିତା କରିବା ବିଚାରକୁ ଉପେକ୍ଷା କରି ସେ ବିଠୋବାଙ୍କ ମନ୍ଦିରରେ ମୃତ୍ୟୁ ବରଣ କରିଥିଲେ । କେତେକ କାହାଣୀମାନଙ୍କରେ ତାଙ୍କର ପିତା ସଦାଶିବ ମାଲଗୁଜର ଓ ମାତା ଚାକରାଣୀ 'ହଉସା' ଭାବରେ ଲେଖାଥିଲେ ମଧ୍ୟ ସମସ୍ତ କାହାଣୀରେ ଏହା ଦେଖାଯାଏ ନାହିଁ ।

ପ୍ରାକ୍ ଜୀବନସମ୍ପାଦନ କରନ୍ତୁ

କାହ୍ନୋପାତ୍ରା ଜଣେ ଧନୀ ଗଣିକା ଓ ରାଜନର୍ତ୍ତକୀର ଝିଅ ଥିଲେ ଯାହାଙ୍କର ନାମ ଶମା ବା ଶ୍ୟାମା ଥିଲା ଓ ପନ୍ଧରପୁର ନିକଟସ୍ଥ ମଙ୍ଗଲବେଧା (Mangalvedha) ସ‌ହରରେ ବାସ କରୁଥିଲେ ଯେଉଁଠାରେ ବିଠୋବାଙ୍କ ମୂଖ୍ୟ ମନ୍ଦିର ଅବସ୍ଥିତ ଥିଲା । [୧][୨][୩] କାହ୍ନୋପାତ୍ରାଙ୍କ ବ୍ୟତୀତ ଅନ୍ୟ ଦୁଇ ଜନ ବର୍କାରି ସନ୍ଥ ଚୋଖମେଲା (Chokhamela) ଓ ଦାମାଜୀ (Damaji) ମଧ୍ୟ ମଙ୍ଗଲବେଧାରେ ଜନ୍ମ ଗ୍ରହଣ କରିଥିଲେ ।[୪] କାହ୍ନୋପାତ୍ରାଙ୍କ ପିତା ବିଷୟରେ ଶମା ନିଶ୍ଚିତ ନଥିଲେ ମଧ୍ୟ ଟାଉନର ମୁଖିଆ ସଦାଶିବ ମାଲଗୁଜର ତାଙ୍କ ପିତା ହୋଇଥିବା ସନ୍ଦେହ କରନ୍ତି । କାହ୍ନୋପାତ୍ରା ତାଙ୍କ ମାତାଙ୍କର ଉଆସ ଭଳି ଗୃହରେ ବାଲ୍ୟକାଳ କଟେଇଥିଲେ କିନ୍ତୁ ମାତାଙ୍କର ବୃତ୍ତି ଯୋଗୁ ସାମାଜିକ ପ୍ରତିଷ୍ଠା ନିମ୍ନ ଧରଣର ଥିଲା ।[୧][୫]

ଅତି ପିଲାଦିନରୁ କାହ୍ନୋପାତ୍ରା ନୃତ୍ୟ ଓ ଗୀତରେ ଶିକ୍ଷା ଲାଭ କରିଥିଲେ ଓ ଭବିଷ୍ୟତରେ ସେ ତାଙ୍କ ମାତାଙ୍କ ପେଷାରେ ଯୋଗଦାନ କରିବା ନିମନ୍ତେ ସେହି ଶିକ୍ଷା ଦିଆଯାଉଥିଲା । ସେ ଅତି ପ୍ରତିଭାଶାଳୀ ନର୍ତ୍ତକୀ ଓ ଗାୟିକା ଥିଲେ । ତାଙ୍କର ସୌନ୍ଦର୍ଯ୍ୟ ମେନ‌କା ଅପ୍‌ଶରା (apsara) ସ‌ହିତ ତୁଳନୀୟ ଥିଲା ।[୧][୩] କାହ୍ନୋପାତ୍ରାଙ୍କୁ ଶମା ଏକ ପ୍ରସ୍ତାବ ଦେଇ ବାଦଶାହ ପାଖକୁ ଯିବାକୁ ଉପଦେଶ ଦେଲେ ଓ ସେଠାକୁ ଗଲେ ବାଦଶାହ ତାଙ୍କୁ ଅର୍ଥ ତ‌ଥା ଆଭୂଷଣରେ ଭରି ଦେଇ ସୌନ୍ଦର୍ଯ୍ୟକୁ ଆହୁରି ଶାଣିତ କରିଦେବେ ବୋଲି କ‌ହିଲେ କିନ୍ତୁ କାହ୍ନୋପାତ୍ରା ଏହି ପ୍ରସ୍ଥାବକୁ ମନା କରିଦେଲେ । ପରମ୍ପରାଗତ କାହାଣୀରେ କାହ୍ନୋପାତ୍ରା ତାଙ୍କଠାରୁ ଅଧିକ ସୁନ୍ଦର ଜଣେ ବ୍ୟକ୍ତିଙ୍କୁ ବିବାହ କରିବାକୁ କ‌ରିବାକୁ ଇଚ୍ଛୁକ ଥିଲେ ।[୧][୬] ପଣ୍ଡିତ ତାରା ଭାବଲକର କଥା ଅନୁସାରେ ବିବାହ କରିବାକୁ କାହ୍ନୋପାତ୍ରାଙ୍କୁ ମନା କରାଯାଇଥଲେ ଯେହେତୁ ସେ ଜଣେ ଗଣିକାର କନ୍ୟା ଥିଲେ ଓ ସେମାନଙ୍କୁ ବିବାହ ମନା ଥିଲା ।[୭]

ଅଧିକାଂଶ ସମାଚାର ଅନୁସାରେ କାହ୍ନୋପାତ୍ରା ଗଣିକା ଜୀବନ‌କୁ ଘୃଣା କରୁଥିଲେ ମଧ୍ୟ ତାଙ୍କୁ ବଳପୂର୍ବକ ସେହି ବୃତ୍ତିକୁ ନିଆଯାଇଥିଲା,[୮][୯] ଓ ଅନ୍ୟ କେତେକଙ୍କ ମତରେ କାହ୍ନୋପାତ୍ରା ଦୃଢ଼ ଭାବରେ ଗଣିକା ହେବାକୁ ନାସ୍ତି କରିଥିଲେ ।[୫] ଆଉ ମଧ୍ୟ କେତେକ ଲେଖକ ବିଶ୍ୱାସ କରନ୍ତି ଯେ ସେ ଗଣିକା ଭାବରେ କାମ କରିଥିଲେ ।

ଭକ୍ତି ମାର୍ଗରେସମ୍ପାଦନ କରନ୍ତୁ

କାହ୍ନୋପାତ୍ରାଙ୍କର କଥିତ ପିତା ସଦାଶିବ ମାଲଗୁଜର ତାଙ୍କର ସୌନ୍ଦର୍ଯ୍ୟ କଥା ଶ୍ରବଣ କରି ତାଙ୍କ ନୃତ୍ୟ ଦେଖିବାକୁ ଇଚ୍ଛା କରିଥିଲେ କିନ୍ତୁ କାହ୍ନୋପାତ୍ରା ମନାକରିଦେଲେ । ତେଣୁ ଶମା ଓ କାହ୍ନୋପାତ୍ରାଙ୍କୁ ସଦାଶିବ ବାରମ୍ବାର ହଇରାଣ କରିବାକୁ ଲାଗିଲେ । କାହ୍ନୋପାତ୍ରା ତାଙ୍କର ନିଜ କନ୍ୟା ‌କ‌ହିବା ସତ୍ୱେ ସଦାଶିବ ଶମାଙ୍କୁ ବିଶ୍ୱାସ କଲେନାହିଁ । ଏହିଭଳି ହଇରାଣ କରିବାରୁ ଶମାଙ୍କର ଧନ ସରିବାକୁ ଲାଗିଲା । ଅବଶେଷରେ ଶମା ହାରିଯାଇ ସଦାଶିବଙ୍କୁ କ୍ଷମା ମାଗିଲେ ଓ ତାଙ୍କ ପାଖକୁ କାହ୍ନୋପାତ୍ରାଙ୍କୁ ପଠେଇବାକୁ ରାଜିହେଲେ । କିନ୍ତୁ କାହ୍ନୋପାତ୍ରା ଏକ ଚାକରାଣୀ ଛଦ୍ମ ବେଶରେ ପନ୍ଧରପୁର ତ୍ୟାଗ କରି ଚାଲିଗଲେ ।[୧]

କେତେକ କିମ୍ବଦନ୍ତୀ ଅନୁସାରେ କାହ୍ନୋପାତ୍ରାଙ୍କୁ ଭକ୍ତିମାର୍ଗରେ ନେଇଯିବାର ଶ୍ରେୟ ହାଉସା ନାମକ ଏକ ବର୍କାରିଙ୍କୁ ଦିଆଯାଏ । ଅନ୍ୟ କେତେକ ସମାଚାର ଅନୁସାରେ କାହ୍ନୋପାତ୍ରାଙ୍କ ଘର ପାଖ ଦେଇ ବିଠୋବାଙ୍କ ପାଖକୁ ପନ୍ଧରପୁର ଯାଉଥିବା ବର୍କାରିଙ୍କୁ ଶ୍ରେୟ ଦିଆଯାଏ । ଅନ୍ୟ ଏକ କାହାଣୀ ଅନୁସାରେ ଏକ ବର୍କାରୀ ପଥଚାରୀଙ୍କୁ ସେ ବିଠୋବାଙ୍କ ବିଷୟରେ ପ୍ରଶ୍ନ କରିଥିଲେ । ବର୍କାରୀ କ‌ହିଲେ, "ବିଠୋବା ଅତି ଦୟାଳୁ, ଦାନୀ, ସୁନ୍ଦର ଓ ନିଷ୍କଳଙ୍କ, ତାଙ୍କର ମ‌ହିମା ଅବର୍ଣ୍ଣନୀୟ ଓ ତାଙ୍କର ସୌନ୍ଦର୍ଯ୍ୟ ଲକ୍ଷ୍ମୀଙ୍କ ସୌନ୍ଦର୍ଯ୍ୟଠାରୁ ମଧ୍ୟ ଅଧିକ ।" କାହ୍ନୋପାତ୍ରା ପ୍ରଶ୍ନ କଲେ, "ସେ ମୋତେ ଶିଷ୍ୟା ଭାବରେ ଗ୍ରହଣ କରିବେକି ?" ଆଶ୍ୱାସନା ଦେଇ ବର୍କାରୀ ତାଙ୍କୁ କ‌ହିଲେ, ସେ ଯେପରି ଚାକରାଣୀ କୁବଜୀକୁ (Kubja) ଗ୍ରହଣ କରିଥିଲେ, ସେହିଭଳି ଗ୍ରହଣ କରିନେବେ । ହିନ୍ଦୁ ପୁରାଣରେ କଂସର ଚାକରାଣୀ ଥିଲା କୁବଜୀ ଯେଉଁ କଂସକୁ ତାଙ୍କର ଭଣଜା କୃଷ୍ଣ ହତ୍ୟା କରିବା କଥା ଭବିଷ୍ୟବାଣୀ ହୋଇଥିଲା । ମଥୁରାରେ କୃଷ୍ଣଙ୍କୁ ଚନ୍ଦନ ଓ କେଶର ଦେଇ କୁବଜୀ ସ୍ୱାଗତ କରିଥିଲେ ଓ ପ୍ରତିବଦଳରେ କୃଷ୍ଣ ତାଙ୍କୁ ସୁନ୍ଦରୀ ଯୁବତୀରେ ପରିବର୍ତ୍ତିତ କରିଦେଇଥିଲେ । ନିମ୍ନ ମହତ୍ୱ ଥିବା କୁବଜୀ ନିଜକୁ ସମର୍ପଣ କରିଦେବାରୁ କୃଷ୍ଣ ତାଙ୍କୁ ଗ୍ରହଣ କରିଥିଲେ । ସେହିଭଳି ଅଜାମିଳ ଓ ଦଳିତ ସନଥ ଚୋଖମେଳଙ୍କୁ ମଧ୍ୟ ଗ୍ରହଣ କରିଥିଲେ । ସେହି ଆଶ୍ୱାସନାରେ ପ୍ରଭାବିତ ହୋଇ ସେ ପନ୍ଧରପୁର ଯିବାକୁ ନିଶ୍ଚିତ କଲେ । ଏହି ସଂସ୍କରଣରେ ସଦାଶିବ ନଥିଲେ ଓ କାହ୍ନୋପାତ୍ରା ତୁରନ୍ତ ବିଠୋବାଙ୍କ ପ୍ରାର୍ଥନା କରି କରି ଓ ମାତାଙ୍କୁ ଅନୁଗାମିନୀ କରି ଅନ୍ୟାନ୍ୟ ବର୍କାରିମାନଙ୍କ ସ‌ହିତ ପନ୍ଧରପୁର ଚାଲିଗଲେ ।[୧][୩][୪][୧୦][୧୧]

ବିଠୋବାଙ୍କୁ ଦେଖିବା ମାତ୍ରେ କାହ୍ନୋପାତ୍ରା ଅଭଙ୍ଗ ଗାଇବାକୁ ଲାଗିଲେ, ତାଙ୍କର ଆଧ୍ୟାତ୍ମିକ ଇଚ୍ଛା ପୂରଣ ହୋଇଗଲା ଓ ବିଠୋବାଙ୍କର ପାଦପଦ୍ମ ଦର୍ଶନର ଆଶିର୍ବାଦ ପାଇଲେ ।[୪][୧୨] ସେ ଯେଉଁ ଅପ୍ରତିମ ସୌନ୍ଦର୍ଯ୍ୟ ନିଜ ସ୍ୱାମୀଙ୍କଠାରେ ଦେଖିବାକୁ ଇଚ୍ଛା କରିଥିଲେ ତାହା ବିଠୋବାଙ୍କ ପାଖରେ ପାଇଲେ । ସେ ନିଜେ ଭଗବାନଙ୍କୁ ବିବାହ କରି ପନ୍ଧରପୁରରେ ବାସ କରିବାକୁ ଲାଗିଲେ । [୬][୧୩] ସମାଜଠାରୁ ବିଚ୍ଛିନ୍ନ ହୋଇ ରହିଲେ । ଗୋଟିଏ କୁଡ଼ିଆରେ ହାଉସା ସ‌ହିତ ବାସ କରି ଏକ ସାଧ୍ୱୀ ଜୀବନ ଯାପନ କଲେ । ବିଠୋବା ମନ୍ଦିରରେ ସେ ଗୀତ ଗାଇ ନୃତ୍ୟ କରୁଥିଲେ ଓ ମନ୍ଦିରକୁ ଦୈନିକ ଦୁଇ ଥର ପରିସ୍କାର କରୁଥିଲେ । କୌଣସି ଚାଷୀର ଝିଅ ଭଗବାନଙ୍କ ପ୍ରେମରେ ଅନ୍ଧୁଣୀ ହୋଇ ରହିଛି ବୋଲି ଲୋକମାନେ ବିଶ୍ୱାସ କରି ତାଙ୍କୁ ସତ୍କାର କଲେ । ଏହି ଅବଧିରେ ସେ ଓଭି କବିତା ଗୁଚ୍ଛ ଲେଖି ବିଠୋବାଙ୍କୁ ସମର୍ପଣ କରିଥିଲେ । [୧][୪][୧୪]

ମୃତ୍ୟୁସମ୍ପାଦନ କରନ୍ତୁ

ଏହି ସମୟରେ ସଦାଶିବ ପ୍ରତ୍ୟାଖ୍ୟାତ ହୋଇ ଅପମାନ ବୋଧ କଲେ ଓ ବିଦାର ବାଦଶାହଙ୍କର (Badshah (king) of Bidar) ସାହାଯ୍ୟ ଲୋଡ଼ିଲେ ।[୧] କାହ୍ନୋପାତ୍ରାଙ୍କ ସୌନ୍ଦର୍ଯ୍ୟ ଗାଥା ଶୁଣି ବାଦଶାହ ତାଙ୍କୁ ରକ୍ଷିତା କରିବାକୁ ଆଦେଶ ଦେଲେ । ସେ ଏହାକୁ ପ୍ରତ୍ୟାଖ୍ୟାନ କରିବାରୁ ବାଦଶାହ ତାଙ୍କ ସୈନିକମାନଙ୍କୁ ତାଙ୍କୁ ବଳପୂର୍ବକ ଧରିଆଣିବାକୁ ପଠେଇଲେ । କାହ୍ନୋପାତ୍ରା ମନ୍ଦିର ମଧ୍ୟରେ ଆତ୍ମଗୋପନ କଲେ । ସୈନିକମାନେ ମନ୍ଦିରକୁ ଘେରାଉ କରି ସେ ଆତ୍ମ ସମର୍ପଣ ନ କଲେ ମନ୍ଦିରକୁ ଭାଙ୍ଗି ଦେବାକୁ ଧମକ ଦେଇ ଭୟଭୀତ କରେଇଲେ । ଯିବା ପୂର୍ବରୁ କାହ୍ନୋପାତ୍ରା ବିଠୋବାଙ୍କୁ ଏକ ଶେଷ ଦର୍ଶନ କରିବାକୁ କାହ୍ନୋପାତ୍ରା ଅନୁରୋଧ କଲେ । [୨][୮][୯]

 
The chief gate of Vithoba temple, Pandharpur, where Kanhopatra is buried

କାହ୍ନୋପାତ୍ରା ବିଠୋବାଙ୍କ ପାଦପଦ୍ମ ପାଖରେ ମୃତ ହୋଇଥିଲେ କିନ୍ତୁ କିପରି ଏହା ହୋଇଥିଲା, ତାହା ଅସ୍ପଷ୍ଟ ଓ ଅଜ୍ଞାତ ଅଛି । ଜନପ୍ରିୟ କାହାଣୀ ଅନୁସାରେ ସେ ବିଠୋବାଙ୍କ ଶରୀରରେ ଲୀନ ହୋଇଯାଇଥିଲେ । ଅନ୍ୟ କାହାଣୀ ଅନୁସାରେ ସେ ଆତ୍ମହତ୍ୟା କରିଥିଲେ ବା ତାଙ୍କୁ ବିଦ୍ରୋହ ଯୋଗୁ ମାରିଦିଆଗଲା । [୨][୮][୯]

ଅଧିକାଂଶ ତ‌ଥ୍ୟ ଅନୁସାରେ ସେ ବିଠୋବାଙ୍କ ପାଦ ପାଖରେ ପଡ଼ିଥିଲେ ଓ ପରେ ତାଙ୍କ ଶେଷ ଇଚ୍ଛା ଅନୁସାରେ ମନ୍ଦିରର ଦକ୍ଷିଣ ପାର୍ଶରେ ତାଙ୍କର ଏକ ସମାଧି ତିଆରି କରାଯାଇଥିଲା ।[୮] କେତେକ ତ‌ଥ୍ୟ ଅନୁସାରେ ପାଖରେ ଥିବା ଭୀମ ନ‌ଦୀରେ ବନ୍ୟା ଆସି ମନ୍ଦିରକୁ ଜଳମଗ୍ନ କରିଥିଲା ଓ କାହ୍ନୋପାତ୍ରାଙ୍କୁ ନେବା ପାଇଁ ଆସିଥିବା ସମସ୍ତ ସୈନିକମାନଙ୍କୁ ଭସେଇନେଇଥିଲା । ତା'ପର ଦିନ ତାଙ୍କ ମର ଶରୀରକୁ ଗୋଟିଏ ପ୍ରସ୍ତର ପାଖରେ ପଡ଼ିଥିବା ଦେଖାଗଲା ।[୧] ସମସ୍ତ ସଂସ୍କରଣ ଅନୁସାରେ ଗୋଟିଏ ତାଙ୍କର ସମାଧି ସ୍ଥାନରେ ଗୋଟିଏ ତରତି ଗଛ ଆପେ ଉଠିଥିଲା ଯାହାକୁ ତୀର୍ଥ ଯାତ୍ରୀମାନେ କାହ୍ନୋପାତ୍ରା ସ୍ମରଣରେ ପୁଜା କରନ୍ତି । [୩][୮] ମହିପତିଙ୍କ ଲେଖା ଭକ୍ତିବିଜୟରେ ମୃତ୍ୟୁ ଓ ସମାଧି ପରେ ମଧ୍ୟ କାହାଣୀ ଆହୁରି ଆଗକୁ ଯାଇଛି । ମନ୍ଦିରର ପୁଜାରୀଙ୍କୁ ବେଇମାନୀ ଅପରାଧାର ଆରେଷ୍ଟ କରାଯାଇଥିଲା । ତାଙ୍କୁ ବାଦଶାହଙ୍କ କଚେରୀକୁ ନିଆଯାଇଥିଲା ଯେଉଁଠାରେ ସେ ରାଜାଙ୍କୁ ଗୋଟିଏ ନଡ଼ିଆ ଦେଲେ ଯାହା ଗୋଟିଏ ବାଳ ମାତ୍ର ଥିଲା । ସେହି ବାଳ ବିଠୋବାଙ୍କର ବୋଲି ପୁଜାରୀ କ‌ହିଲେ । ଏହା ପରେ ବାଦଶାହ ନିଜେ ପନ୍ଧରପୁର ଗଲେ ଓ ସେଠାରେ ବିଠୋବା ତାଙ୍କୁ ଦର୍ଶନ ଦେଇଥିଲେ । କାହ୍ନୋପାତ୍ରା ଏକ ମାତ୍ର ମାନବ ଯାହାର ସମାଧି ବିଠୋବା ମନ୍ଦିର ପ୍ରାଙ୍ଗଣରେ ଅଛି । [୧୫] କାହ୍ନୋପାତ୍ରାଙ୍କ ବ୍ୟତୀତ ଆଉ ଜଣେ ସନ୍ଥ କବି ନାମଦେବ (Namdev) ମଧ୍ୟ ମନ୍ଦିର ପ୍ରବେଶ ଦ୍ୱାର ପାଖରେ ଥିବା ପାହାଚ ଉପରେ ମୃତ୍ୟୁ ବରଣ କରିଥିଲେ ।

କାଳ ନିର୍ଦ୍ଧାରଣସମ୍ପାଦନ କରନ୍ତୁ

କାହ୍ନୋପାତ୍ରାଙ୍କର ଜନ୍ମ ଓ ମୃତ୍ୟୁ ତାରିଖ ନିର୍ଦ୍ଧାରଣ କରିବାକୁ ଅନେକ ଐତିହାସିକ ଚେଷ୍ଟା କରିଛନ୍ତି । ଏହ ହିସାବ ଅନୁସାରେ ତାଙ୍କର ଜନ୍ମ ପ୍ରାୟ ୧୪୨୮ରେ ହୋଇଥିଲା ଯେତେବେଳେ ବିଦାରର ବାହାମନି ରାଜାଙ୍କ ସମୟରେ ହୋଇଥିଲା ଯେହେତୁ କାହ୍ନୋପାତ୍ରାଙ୍କ କାହାଣୀରେ ରାଜାଙ୍କ କଥା ଉଲ୍ଲେଖ ହେଉଥିଲା କିନ୍ତୁ ରାଜାଙ୍କର ନାମ ଉଲ୍ଲେଖ ହେଉନଥିଲା । [୮] ପାୱାରଙ୍କ ହିସାନରେ ସନ ୧୪୮୦ରେ ତାଙ୍କର ମୃତ୍ୟୁ ହୋଇଥିଲା ।[୧୬] କେତେକ ୧୪୪୮, ୧୪୬୮ ବା ୧୪୭୦ ମତ ଦିଅନ୍ତି; କେତେକ ୧୫ଶ ଶତାବ୍ଦୀ ମତ ଦିଅନ୍ତି ଓ କ୍ୱଚିତ ୧୩ଶ ବା ୧୬ଶ ଶତାବ୍ଦୀର ମତ ଦିଅନ୍ତି । [୬][୯][୧୧][୧୪][୧୭][୧୮] ଜେଲ୍ଲିଓଟ ମତ ଅନୁସାରେ ସେ ସନ୍ତକବି ଚୋଖାମେଲା ୧୪ ଶତାବ୍ଦୀର ଓ ନାମଦେବ (Namadeva) ମତ ଅନୁସାରେ ୧୨୭୦ରୁ ୧୩୫୦ ମଧ୍ୟରେ ହୋଇପାରେ । [୧୫]

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ ୧.୯ Kunte, Madhvi (कुंटे , माधवी) (2 July 2009). "कान्होपात्रा (Kanhopatra)". Maharashtra Times (in Marathi). The Times Group. p. 2. Retrieved 2009-09-29.CS1 maint: multiple names: authors list (link) CS1 maint: unrecognized language (link)
  2. ୨.୦ ୨.୧ ୨.୨ Vaidya, Vivek Digambar (10 July 2009). "कव्हरस्टोरी (Cover story)". Lokprabha (in Marathi). Indian Express Group Group. Retrieved 2009-09-30.CS1 maint: unrecognized language (link)[permanent dead link]
  3. ୩.୦ ୩.୧ ୩.୨ ୩.୩ See Mahīpati; Abbott, Justin Edwards; Godbole, Narhar R. (1988). "39: verses 1:80". Stories of Indian Saints: An English Translation of Mahipati's Marathi Bhaktavijaya. Motilal Banarsidass. pp. 78–84. ISBN 81-208-0469-4. for a complete translation of Bhaktavijaya.
  4. ୪.୦ ୪.୧ ୪.୨ ୪.୩ Pande, Dr Suruchi (March 2004). "Glimpses of Holy Lives: From Death to Immortality" (PDF). Prabuddha Bharata. Advaita Ashrama: the Ramakrishna Order started by Swami Vivekananda. 109 (3): 45. ISSN 0032-6178. Archived from the original (PDF) on 21 March 2011. Retrieved 2009-11-12.
  5. ୫.୦ ୫.୧
  6. ୬.୦ ୬.୧ ୬.୨ Ranade pp.190–91
  7. Tara Bhavalkar quoted in Rosen, Steven (1996). Vaiṣṇavī: women and the worship of Krishna. Motilal Banarsidass Publishers. p. 165.
  8. ୮.୦ ୮.୧ ୮.୨ ୮.୩ ୮.୪ ୮.୫ Sellergren p. 226
  9. ୯.୦ ୯.୧ ୯.୨ ୯.୩ Mokashi-Punekar, Rohini (2006). Ditmore, Melissa Hope (ed.). Encyclopedia of Prostitution and Sex Work (1 ed.). USA: Greenwood Publishing Group. p. 237. ISBN 978-0-313-32968-5.
  10. Pimpalkar, Vaishali ( पिंपळकर, वैशाली ) (26 May 2009). "विठ्ठलमय कान्होपात्रा (Vitthalmaya Kanhopatra)". Prahaar (in Marathi). Retrieved 2009-09-30.CS1 maint: unrecognized language (link)[permanent dead link]
  11. ୧୧.୦ ୧୧.୧ Kher, B G (1979). "Mahārāshṭra Women saints". In Swami Ghanananda, John Stewart-Wallace (ed.). Women Saints of East and West. Hollywood: Vedanta Press. p. 62. ISBN 978-0-87481-036-3.
  12. Ranade p. 208
  13. Ranade p. 10
  14. ୧୪.୦ ୧୪.୧ Mukherjee, Sujit (1999). A Dictionary of Indian Literature: Beginnings-1850. 1. Orient Longman. p. 164. ISBN 978-81-250-1453-9.
  15. ୧୫.୦ ୧୫.୧ Zelliot, Eleanor (2000). "Women and Power: Women Saints in Medieval Maharashtra". In Bose, Mandakranta (ed.). Faces of the feminine in ancient, medieval, and modern India. Oxford University Press US. p. 197. ISBN 978-0-19-512229-9.
  16. Pawar, G M (1997). "Medieval Marathi Literature". In K. Ayyappapanicker (ed.). Medieval Indian literature: an anthology. 1. Sahitya Akademi. p. 360. ISBN 978-81-260-0365-5.
  17. Pillai, S. Devadas (1997). Indian sociology through Ghurye, a dictionary (Mumbai ed.). Popular Prakashan. pp. 42, 377. ISBN 978-81-7154-807-1.
  18. "Mangalvedhe". Sholapur District Gazetteer. Gazetteers Department, Government of Maharashtra. 2006 [1977]. Retrieved 2009-11-13.

ବାହ୍ୟ ଲିଙ୍କସମ୍ପାଦନ କରନ୍ତୁ