କାହ୍ନୁପା
କାହ୍ନୁପାଦ, କୃଷ୍ଣବଜ୍ର ଓ କୃଷ୍ଣବଜ ଏଠାକୁ ଫେରାଇଆଣିଥାନ୍ତି ।
କାହ୍ନୁପା | |
---|---|
ଧର୍ମ | ବୌଦ୍ଧ |
ଜନ୍ମସ୍ଥାନ | ଓଡ଼ିଶା |
ଦର୍ଶନ | ବୌଦ୍ଧବାଦ |
ରଚନାବଳୀ | ଆଶ୍ଚର୍ଯ୍ୟଚର୍ଯାଚୟର ଚର୍ଯା ଗୀତିକା ରଚନା |
'କାହ୍ନୁପା ବା କାହ୍ନୁପାଦ ଜଣେ ବୌଦ୍ଧଗାନର ମହାନ କବି ହେଉଛନ୍ତି । ସେ କୃଷ୍ଣବଜ (କୃଷ୍ଣବଜ୍ର) ନାମରେ ମଧ୍ୟ ନାମିତ । ତେଙ୍ଗୁର ଗ୍ରନ୍ଥ ତାଲିକାରେ ଦୁଇଜଣ କୃଷ୍ଣାଚାର୍ଯ୍ୟ ଥିଲେ ବୋଲି ଜଣାଯାଇଥାଏ । ବୟସରେ ବଡ଼ କୃଷ୍ଣାଚାର୍ଯ୍ୟ ଓଡ଼ିଶାର ଅଧିବାସୀ ଥିଲେ । ସୁମ୍ପା ରଚିତ ପାଗ-ସାମ-ଜୋଁ-ଜାଁ ପୋଥିରେ ସେ କାହ୍ନ ଭାବରେ ପରିଚିତ । ଏହି ପୋଥିର ବର୍ଣ୍ଣନା ଅନୁସାରେ ସେ ଏକ ଓଡ଼ିଆ ପରିବାରରେ ଜନ୍ମଗ୍ରହଣ କରିଥିଲେ ଓ ନାଥସଂପ୍ରଦାୟର ପ୍ରଧାନ ଗୁରୁ ଜାଳନ୍ଧରି-ପାଦଙ୍କ ଦେଇ ଦୀକ୍ଷିତ ହୋଇଥିଲେ । [୧] କୃଷ୍ଣାଚାର୍ଯ୍ୟଙ୍କ ନାମରେ ୫୭ ଖଣ୍ଡ ବୌଦ୍ଧତାନ୍ତ୍ରିକ ପୋଥିର ପରିଚୟ ମିଳିଥାଏ । ତାଙ୍କର ଚର୍ଯାଚର୍ଯ୍ୟବିନିଶ୍ଚୟରେ ୧୧ଗୋଟି ଚର୍ଯା ରହିଅଛି ।[୨]
ଜୀବନକାଳସମ୍ପାଦନ କରନ୍ତୁ
ସେ ଓଡ଼ିଶାରେ ଏକ ଓଡ଼ିଆ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତରନାଥଙ୍କ ବିବରଣୀରେ ଲିପିବଦ୍ଧ ଅଛି ଯେ ବୁଦ୍ଧ ଦେବ ଭବିଷ୍ୟତ ବାଣୀ କରିଥିଲେ ଯେ କାହ୍ନୁପା ଉରୁବିଷ ବା ଓଡ଼ିଶା ଦେଶରେ ଜନ୍ମଗ୍ରହଣ କରିବେ । [୩] କେତେକଙ୍କ ମତରେ କାହ୍ନ ବା କୃଷ୍ଣପାଦ ଜଣେ ବିଶିଷ୍ଟ ବୌଦ୍ଧତାନ୍ତ୍ରିକ ଯୋଗୀ ଥିଲେ ଓ ସେ ସିଦ୍ଧ ଜାଳନ୍ଧରିପାଙ୍କ ଶିଷ୍ୟ ଥିଲେ । ସେ ୭୪ ଖଣ୍ଡ ପୋଥି ରଚନା କରିଥିଲେ ଓ ଜାତିରେ କାୟସ୍ଥ ଥିଲେ ।[୪] । ତେବେ ସାଧନାମାଳାର ଲେଖକ ଡ. ବିନୟତୋଷ ଭଟ୍ଟାଚାର୍ଯ୍ୟ କାହ୍ନୁ ପାଙ୍କୁ ଜୁଲ୍ହାଜାତିର ଓ ଓଡ଼ିଆ ଭାଷୀ ବୋଲି ଅଭିହିତ କରିଅଛନ୍ତି ।[୫]
ରଚନାବଳୀସମ୍ପାଦନ କରନ୍ତୁ
ଆଶ୍ଚର୍ଯ୍ୟଚର୍ଯାଚୟର ୫୦ଟି ପଦ ମଧ୍ୟରୁ ସେ ପ୍ରାୟ ଅଧିକାଂଶ ଗୀତିକା ରଚନା କରିଛନ୍ତି । ତାଙ୍କର ତନ୍ତ୍ର, ଯୋଗ ଓ ଅନ୍ୟାନ୍ୟ ବୌଦ୍ଧ ଧର୍ମ ଶାସ୍ତ୍ରରେ ଗଭୀର ପାଣ୍ଡିତ୍ୟ ଥିଲା ବୋଲି ସଂସ୍କୃତ ଗ୍ରନ୍ଥ ମାନଙ୍କରେ ବର୍ଣ୍ଣିତ । ପୂର୍ବରୁ ତାଙ୍କ ରଚିତ ଅନେକ ପୋଥିର ନାମ ତେଙ୍ଗୁର ପୋଥିରେ ଦେଖିବାକୁ ମିଳିଥାଏ । [୬] ଏହି କବିଙ୍କ ବିଷୟରେ ଲୋହିଗୀତରେ ବର୍ଣ୍ଣନା ରହିଅଛି:
“ | କାହ୍ନୁପା ହାଡ଼ିପା ବିରୁପା ଲୋଇ ସର୍ବଋଷି ବିଶିଷ୍ଟ ଜାବାଳି କହି |
” |
—ଲୋହି ଗୀତ[୭] |
ଟୀକାସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
- ମହାନ୍ତି, ଡ. ବଂଶୀଧର. (୧୯୭୦) ଓଡ଼ିଆ ସାହିତ୍ୟର ଇତିହାସ (ଭାଗ ୧). ଫ୍ରେଣ୍ଡସ ପବ୍ଲିସର୍ସ. କଟକ