କାଳୀକା ଭଗବତୀ ମନ୍ଦିର

ନେପାଳର ଏକ ଦେବୀ ମନ୍ଦିର ।

କାଳୀକା ଭଗବତୀ ମନ୍ଦିର, ବାଗଲୁଙ୍ଗ କାଳିକା ଭଗବତୀ ମନ୍ଦିର ଭାବରେ ମଧ୍ୟ ଜଣାଶୁଣା, ଏକ ଉଲ୍ଲେଖନୀୟ ହିନ୍ଦୁ ମନ୍ଦିର ଯାହା ପଶ୍ଚିମ ନେପାଳର ଦକ୍ଷିଣ ପୂର୍ବ ଦିଗରେ ଥିବା ବାଗଲୁଙ୍ଗ ଟାଉନରେ ଅବସ୍ଥିତ ।[] ଏହା କାଳୀ ଗଣ୍ଡକୀ ନଦୀର (Kali Gandaki River|) ଦକ୍ଷିଣ ତୀରରେ ଅବସ୍ଥିତ ।

Baglung Kalika Bhagawati Temple
बाग्लुङ कालिका भागवती मन्दिर
Kalika Bhagwati Temple, Baglung
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictBaglung
ProvinceGandaki
ଦେବାଦେବୀDurga
FestivalsNavaratri, Teej, Chaite Dashain
Location
ସ୍ଥାନBaglung
CountryNepal
କାଳୀକା ଭଗବତୀ ମନ୍ଦିର is located in Nepal
କାଳୀକା ଭଗବତୀ ମନ୍ଦିର
Location in Nepal
ଭୌଗଳିକ ଅବସ୍ଥିତି28°15′21.24″N 83°36′48.88″E / 28.2559000°N 83.6135778°E / 28.2559000; 83.6135778
Architecture
TypePagoda

କାଳିକା ମନ୍ଦିରରେ ଥିବା ଠାକୁରାଣୀ ଶିବଙ୍କର ପତ୍ନୀ କାଳୀ ତାଙ୍କର ଭୟଙ୍କର ରୂପରେ ପ୍ରତିଷ୍ଠିତ ହୋଇଛନ୍ତି । ଶୈବ ଅନୁଗାମୀ ଲୋକଙ୍କର ମୁଖ୍ୟ ଦେବୀମାନଙ୍କ ମଧ୍ୟରୁ କାଳିକା ଅନ୍ୟତମ ।

ମନ୍ଦିର ମଧ୍ୟକୁ ଯିବା ନିମନ୍ତେ ଚାରୋଟି ଦ୍ୱାର ଚାରି ଦିଗରେ ଅଛି । ମନ୍ଦିର ପରିସରରେ ଶିବ, ଲକ୍ଷ୍ମୀ ନାରାୟଣ, ରାଧା କୃଷ୍ଣଙ୍କର ଛୋଟ ଛୋଟ ମନ୍ଦିର ଅଛି ।[]

ଚୈତ୍ର ଶୁକ୍ଳପକ୍ଷର ଅଷ୍ଟମୀ ଦିନ ମନ୍ଦିରରେ ଏକ ବିରାଟ ପର୍ବ ପାଳନ କରାଯାଏ,[] ଓ ହଜାର ହଜାର ଭକ୍ତଙ୍କର ସେଠାରେ ସମାଗମ ହୁଏ । ସେଠାରେ ପ୍ରଦୀପ ଜଳେଇ[] ଭକ୍ତମାନେ ପୂଜା କରନ୍ତି ଓ ଦେବୀଙ୍କର ଆଶୀର୍ବାଦ ପାଇବା ବିଶ୍ୱାସରେ ବିବାହ କରନ୍ତି ।[] ଅନ୍ୟ ଏକ ମୁଖ୍ୟ ପର୍ବର ନାମ ଦଶଇନ (Dashain) ଯାହା ଆଶ୍ୱିନ ଶୁକ୍ଲପକ୍ଷରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳନ କରାଯାଏ ।[]

ଜନଶ୍ରୁତି ଅନୁସାରେ ରାଜା ମଣିମୁକୁନ୍ଦ ସେନଙ୍କ କନ୍ୟାର ପାଣିଗ୍ରହଣ କରିବା ଉପଲକ୍ଷେ ପର୍ବତ ଜିଲ୍ଲାର ରାଜା ପ୍ରତାପ ନାରାୟଣ ସିଂହ ମଲ୍ଳ ଏକ ଦେବୀ କାଳିକାଙ୍କର ମୂର୍ତ୍ତି ଯୌତୁକ ଆକାରରେ ପାଇଥିଲେ । ବିବାହ ସମ୍ପନ୍ନ ହେବା ପରେ ବରଯାତ୍ରୀମାନେ ଫେରୁଥିବା ସମୟରେ ବାଟରେ ଏକ ଜଙ୍ଗଲରେ ଆଶ୍ରା ନେଇଥିଲେ । ତା’ପରଦିନ ସେହି ମୂର୍ତ୍ତିକୁ କେହି ସ୍ଥାନଚ୍ୟୁତ କରି ନ ପାରିବାରୁ ରାଜା ସେଠାରେ ଏକ ମନ୍ଦିର ତୋଳେଇ ଦେଲେ ।[]

ପରମ୍ପରା କ୍ରମେ ସେଠାରେ ଜୀବନ୍ତ ପଶୁମାନଙ୍କୁ ବଳି ଦିଆଯାଉଥିଲା । ତେର ଅପ୍ରେଲ ୨୦୧୬ ଦିନ ପାରା ବଳି ନିଷିଦ୍ଧ କରାଗଲା ଯେହେତୁ ସେମାନେ ଶାନ୍ତିର ପ୍ରତୀକ ଥିଲେ ।[]

ଗ୍ୟାଲେରୀ

ସମ୍ପାଦନା
Baglung Kalika Bhagawati Temple scenes
 
କାଳିକା ଭଗବତୀ ମନ୍ଦିରର ସମ୍ମୁଖ ଦୃଶ୍ୟ
କାଳିକା ଭଗବତୀ ମନ୍ଦିରର ସମ୍ମୁଖ ଦୃଶ୍ୟ 
 
ପୂଜା ଦ୍ରବ୍ୟ କ୍ରୟ ନିମନ୍ତେ ବଜାର
ପୂଜା ଦ୍ରବ୍ୟ କ୍ରୟ ନିମନ୍ତେ ବଜାର 
 
ଭକ୍ତ ଓ ପରିଦର୍ଶକମାନଙ୍କୁ ସ୍ୱାଗତ କରୁଥିବା ଏକ ଫଳକ
ଭକ୍ତ ଓ ପରିଦର୍ଶକମାନଙ୍କୁ ସ୍ୱାଗତ କରୁଥିବା ଏକ ଫଳକ 
 
ମନ୍ଦିର ପଥରେ ଥିବା ତମ୍ବା ଘଣ୍ଟି
ମନ୍ଦିର ପଥରେ ଥିବା ତମ୍ବା ଘଣ୍ଟି 
 
ଜଙ୍ଗଲ ମଧ୍ୟରେ ମନ୍ଦିରକୁ ରାସ୍ତା
ଜଙ୍ଗଲ ମଧ୍ୟରେ ମନ୍ଦିରକୁ ରାସ୍ତା 
 
ଜଙ୍ଗଲ ମଧ୍ୟରେ କାଳିକା ଭଗବତୀଙ୍କ ମନ୍ଦିରର ପାର୍ଶ୍ୱ ଦୃଶ୍ୟ
ଜଙ୍ଗଲ ମଧ୍ୟରେ କାଳିକା ଭଗବତୀଙ୍କ ମନ୍ଦିରର ପାର୍ଶ୍ୱ ଦୃଶ୍ୟ 
 
ପୃଷ୍ଠଭାଗ ଦୃଶ୍ୟ
ପୃଷ୍ଠଭାଗ ଦୃଶ୍ୟ 
  1. Amātya, Sāphalya (2014). Cultural Tourism in Nepal. Ministry of Culture, Tourism & Civil Aviation. p. 123.
  2. "Baglung Kalika Temple: Place to Get Siddhi (Knowledge)". Nepalya Times. 19 December 2018. Archived from the original on 31 December 2018. Retrieved 3 January 2019.
  3. Nepal Yearbook. Kathmandu, Nepal: Institute for Integrated Development Studies. 2000. p. 99.
  4. "Baglung Kalika". The Himalayan Times. 9 October 2016. Archived from the original on 4 January 2019. Retrieved 2 January 2019.
  5. "Baglung Kalika Temple". Boss Nepal Online. Archived from the original on 18 November 2018. Retrieved 2 January 2019.
  6. "Huge number of devotees flock Kalika temple in Baglung". ImageKhabar. 17 October 2018. Archived from the original on 3 January 2019. Retrieved 3 January 2019.
  7. Magar, Sangam Gharti (28 March 2018). "Charm of Resham Baglung Kalika". My Republica. Retrieved 2 January 2019.[permanent dead link]
  8. Samiti, Rastriya Samachar (15 March 2016). "Pigeon sacrifice to be banned at Baglung Kalika temple". The Himalayan Times. Retrieved 2 January 2019.

ବାହ୍ୟ ଲିଙ୍କ

ସମ୍ପାଦନା