କାଲକାନିଆଲ ଅସ୍ଥି ଭଗ୍ନ

କାଲକାନିଆଲ ଅସ୍ଥି ଭଗ୍ନ (calcaneal fracture) ନାମ ଦିଆଯାଏ ଯେତେବେଳେ କାଲକାନିଅସ (calcaneus) ବା ଗୋଇଠି ଅସ୍ଥି ଭାଙ୍ଗିଯାଏ (break) ।[] ଏହି ଭଙ୍ଗା ହେଲେ ଯନ୍ତ୍ରଣା, ବ୍ରୁଇସିଙ୍ଗ, ଚାଲିବାରେ ଅସୁବିଧା, କୁରୁପ ଗୋଇଠି (heel) ଆଦି ଲକ୍ଷଣ ଦେଖାଯାଏ ।[] ଏହା ଭଙ୍ଗା ସ‌ହିତ ହିପ ଅସ୍ଥି ଭାଙ୍ଗିବା (hip) ବା ମେରୁ ଅସ୍ଥି ଭାଙ୍ଗିବା (back) ସମ୍ଭାବନା ମଧ୍ୟ ଥାଏ ।[]

କାଲକାନିଆଲ ଅସ୍ଥି ଭଗ୍ନ (Calcaneal fracture)
Heel bone fracture,[] lover's fracture, Don Juan fracture
ଭାଙ୍ଗିଥିବା କାଲକାନିଅସ (calcaneus) ଅସ୍ଥିର ଏକ୍ସ-ରେ (X-ray) ଚିତ୍ର of a fractured calcaneus
ବିଭାଗଅସ୍ଥିଶଲ୍ୟ ବିଭାଗ (Orthopedics), ଆଶୁ ଚିକିତ୍ସା ବିଭାଗ (emergency medicine)
ଲକ୍ଷଣଯନ୍ତ୍ରଣା, ବ୍ରୁଇସିଙ୍ଗ, ଚାଲିବାରେ ଅସୁବିଧା, କୁରୁପ ଗୋଇଠି (heel)[]
କାରଣଉଚ୍ଚତାରୁ ପାଦ ଉପରେ ପତନ, ମୋଟୋର ଗାଡ଼ି ଧକ୍କା (motor vehicle collision)[][]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁଯାୟୀ।, ଏକ୍ସ-ରେ (X-ray), ସିଟି ସ୍କାନ (CT scan)[]
ଔଷଧଏନଏସଏଆଇଡି (NSAIDs), ଓପିଓଏଡ (opioids)[]
ଚିକିତ୍ସାପ୍ଲାସ୍ଟର କାଷ୍ଟ (Casting), ଅପରେଶନ[]
Prognosisସୁସ୍ଥା ହେବାକୁ ୩ ମାସରୁ ୨ ବର୍ଷ ପର୍ଯ୍ୟନ୍ତ ଲାଗିପାରେ ।[]
ପୁନଃପୌନିକ~ସମୁଦାୟ ଅସ୍ଥି ଭଙ୍ଗାର ୨% []

ଆଘାତ ପ୍ରାପ୍ତ ଲୋକର ଉଚ୍ଚତାରୁ ପାଦ ଉପରେ ପତନ, ମୋଟୋର ଗାଡ଼ି ଧକ୍କା (motor vehicle collision) ହୋଇଥିବା ଇତିହାସ ଥିଲେ ଏହି ଭଙ୍ଗା ସନ୍ଦେହ କରାଯାଏ ।[][] ରୋଗୀର ଲକ୍ଷଣ ଦେଖି ସନ୍ଦେହ କରାଯାଏ ଓ ଏକ୍ସ-ରେ (X-ray) ବା ସିଟି ସ୍କାନ (CT scan) କରି ନିଶ୍ଚିତ କରାଯାଏ ।[]

ଅସ୍ଥି ଆଲାଇନମେଣ୍ଟ ବା ସଠିକ ଲାଇନରେ ଥିଲେ ପ୍ଲାସ୍ଟର କାଷ୍ଟ (Casting) ଦିଆଯାଏ ଓ ସେହି ଗୋଡ଼ ଉପରେ ୮ ସପ୍ତାହ ପର୍ଯ୍ୟନ୍ତ ଚାଲିବାକୁ ବା ଓଜନ ରଖିବାକୁ ମନା କରାଯାଏ ।[] ସଠିକ ଆଲାଇନମେଣ୍ଟ ନଥିଲେ ଅପରେଶନ କରିବା ଆବଶ୍ୟକ ହୁଏ ।[] ଅସ୍ଥି ତା ପୂର୍ବାବସ୍ଥାକୁ ଫେରିଲେ ଫଳାଫଳ ଉତ୍ତମ ହୁଏ ।[] ସେଠାର ଚର୍ମ ଅବସ୍ଥା ଠିକ ଥିଲେ ଅଳ୍ପ କିଛି ଦିନ ଡେରିରେ ଅପରେଶନ କରାଯାଇପାରେ ।[]

ଦେହର ସମୁଦାୟ ଅସ୍ଥି ଭଙ୍ଗାର ପ୍ରାୟ ୨% ଓ ଟାର୍ସାଲ ଅସ୍ଥି ଭଙ୍ଗାର (mid foot bones) ପ୍ରାୟ ୬୦% କେବଳ ଏହି କାଲକାନିଆଲ ଭଙ୍ଗା ହୁଏ ।[] ସ୍ଥାନ ଚ୍ୟୁତ ହୋଇନଥିଲେ ୩ ମାସ ମଧ୍ୟରେ ଏହା ଭଲ ହୋଇଯାଏ ଓ ସ୍ଥାନ ଚ୍ୟୁତ ହୋଇଥିଲେ ଭଲ ହେବାକୁ ପ୍ରାୟ ୨ ବର୍ଷ ଲାଗେ ।[] ଆର୍ଥ୍ରାଇଟିସ, ଗୋଇଠିରେ ଚଳନ ସୀମା ହ୍ରାସ ମଧ୍ୟ ଚିକିତ୍ସା ପରେ ରହିପାରେ ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ "Calcaneus (Heel Bone) Fractures-OrthoInfo - AAOS". orthoinfo.aaos.org. January 2016. Archived from the original on 18 June 2017. Retrieved 12 October 2017.
  2. ୨.୦ ୨.୧ ୨.୨ ୨.୩ ୨.୪ Palmersheim, K; Hines, B; Olsen, BL (April 2012). "Calcaneal fractures: update on current treatments". Clinics in podiatric medicine and surgery. 29 (2): 205–20, vii. doi:10.1016/j.cpm.2012.01.007. PMID 22424485.
ଶ୍ରେଣୀବିଭାଗ
ବାହାର ଉତ୍ସ