କାର୍ଲି ଫିଓରିନା

ଆମେରିକୀୟ ମହିଳା ଉଦ୍ୟୋଗପତି

କାରା କାର୍ଲିଟନ୍ ଫିଓରିନା ବା କାର୍ଲି ଫିଓରିନା ଜଣେ ଆମେରିକୀୟ ମହିଳା ଉଦ୍ୟୋଗପତି । ସେ ୧୯୫୪ ମସିହା ସେପ୍ଟେମ୍ବର ମାସ ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ହେୱେଲେଟ୍-ପାକାର୍ଡ଼୍ (Hewlett-Packard ବା HP) କମ୍ପାନୀର ପୂର୍ବତନ ଚିଫ୍ ଏକ୍‌ଜିକ୍ୟୁଟିଭ୍ ଅଫିସର୍ (CEO) ଭାବେ ଜଣାଶୁଣା ।

କାର୍ଲି ଫିଓରିନା
ପାରାଡାଇଜ୍ ଭ୍ୟାଲି, ଆରିଜୋନାଠାରେ କାର୍ଲି ଫିଓରିନା ।
ଜନ୍ମ
କାରା କାର୍ଲିଟନ୍ ସ୍ନିଦ୍

(1954-09-06) ୬ ସେପ୍ଟେମ୍ବର ୧୯୫୪ (ବୟସ ୬୯)
ଶିକ୍ଷାନୁଷ୍ଠାନଷ୍ଟାନ୍‌ଫୋର୍ଡ଼୍ ବିଶ୍ୱବିଦ୍ୟାଳୟ (କଳାରେ ସ୍ନାତକ(ବି.ଏ))
ୟୁନିଭର୍ସିଟି ଅଫ୍ ମ୍ୟାରିଲ୍ୟାଣ୍ଡ୍ (ଏମ୍.ବି.ଏ)
ମାସାଚୁସେଟ୍ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏମ୍.ଏସ୍)
ରାଜନୈତିକ ଦଳରିପବ୍ଲିକାନ୍ ପାର୍ଟି, ଆମେରିକା
ବୈବାହିକ-ସାଥୀ(s)ଟୋଡ୍ ବାର୍ଟଲେମ୍ (୧୯୭୭–୧୯୮୪)
ଫ୍ରାଙ୍କ୍ ଫିଓରିନା (୧୯୮୫–ବର୍ତ୍ତମାନ)
ସନ୍ତାନ୨ ଜଣ ସାବତ ଝିଅ
ପିତାମାତା(s)ଜୋସେଫ୍ ଟାଇରି ସ୍ନିଦ୍ ୩
ମାଡେଲୋନ୍ ଜୁର୍‌ଜେନ୍ସ୍
ୱେବସାଇଟନିର୍ବାଚନ ପ୍ରଚାର ୱେବ୍‌ସାଇଟ୍
ଦସ୍ତଖତ

କାର୍ଲି ଫିଓରିନା ୧୯୯୯ ମସିହାରୁ ୨୦୦୫ ମସିହା ପର୍ଯ୍ୟନ୍ତ ଏଚ୍.ପି. କମ୍ପାନୀର ସି.ଇ.ଓ. ଥିଲେ । ଏଚ୍.ପି. କମ୍ପାନୀର ସି.ଇ.ଓ. ଭାବେ ସେ ଫର୍ଚ୍ୟୁନ୍ ପତ୍ରିକାର ସର୍ବେକ୍ଷଣ ଅନୁଯାୟୀ ପୃଥିବୀର ଶ୍ରେଷ୍ଠ ୨୦ଟି କମ୍ପାନୀ ମଧ୍ୟରୁ ଗୋଟିକରେ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ । କାର୍ଲିଙ୍କ ଦୃଢ଼ ନେତୃତ୍ୱ ଯୋଗୁଁ ୨୦୦୨ ମସିହାରେ ଏଚ୍.ପି. କମ୍ପାନୀ ନିଜର ମୁଖ୍ୟ ପ୍ରତିଦ୍ୱନ୍ଦୀ, ପର୍ସନାଲ୍ କମ୍ପ୍ୟୁଟର ତିଆରି କରୁଥିବା କମ୍ପାନୀ କମ୍ପାକ୍ (Compaq)କୁ କିଣି ନେଇଥିଲା ।

ଆଧାର ସମ୍ପାଦନା

  1. Flores, Reena (June 4, 2015). "How much are Carly Fiorina and Ben Carson worth?". CBS News. Retrieved 4 May 2016.