କାର୍ତ୍ତିକେୟ ମନ୍ଦିର

ଭାରତର ଏକ ହିନ୍ଦୁ ମନ୍ଦିର

କାର୍ତିକେୟ ମନ୍ଦିର, ପେହୋୱା, ଉତ୍ତର ଭାରତର ହରିୟାଣା ରାଜ୍ୟର ପେହୋୱା ସହରରେ ଥିବା ଏକ ପୁରାତନ ମନ୍ଦିର । ଏହା ଖ୍ରୀଷ୍ଟ ପୂର୍ବ ୫ ମ ଶତାବ୍ଦୀରେ ନିର୍ମିତ ହେଇଥିବାର ଜଣାପଡେ । କର୍ତିକେୟ ହିନ୍ଦୁ ଧର୍ମର ଜଣେ ଜଣା ଶୁଣା ଦେବତା । ତାଙ୍କର ଅନନ୍ୟ ନାମ ସେନ୍ଥିଳ, ସରବଣ, ସ୍କନ୍ଧ , ଅରୁମୁଗମ ,ବା ଷଣମୁଖ ବୋଲି ମଧ୍ୟ କୁହା ଯାଇଥାଏ । ଏକ ସମୟରେ  ରାଜୁତି କରୁଥିବା କୁଶାଣମାନେ କର୍ତିକେୟ ବା ସ୍କନ୍ଧଙ୍କ ପ୍ରତିକୃତି ଥିବା ମୁଦ୍ରାର ପ୍ରଚଳନ କରିଥିବା ଜଣା ପଡେ । ଆନ୍ଧ୍ର ଓ ଗୁପ୍ତ ରାଜୁତି ସମୟରେ ମଧ୍ୟ କର୍ତିକେୟଙ୍କ ଉପାସନା ପ୍ରଚଳିତ ଥିବାର ଜଣା ପଡେ । 

ପୌରାଣିକ ଗାଥା  ସମ୍ପାଦନା

ସ୍କନ୍ଧ ପୁରାଣ ଅନୁସାରେ ମହାଦେବ ଶିବ ପ୍ରଥମେ ସତୀଙ୍କୁ ବିବାହ କରିଥିଲେ । ସତୀ ବ୍ରହ୍ମାଙ୍କ ନତୁଣୀ ଓ ଦକ୍ଷ୍ୟ ରାଜାଙ୍କ ଝିଅ ଥିଲେ । ଦକ୍ଷ୍ୟ ଶିବଙ୍କୁ ମୂଳରୁ ପସନ୍ଦ କରୁ ନ ଥିଲେ । ଶିବ ଅନାଶକ୍ତି, ଧ୍ୱଂଶ କାରିତାର ଦୃଶ୍ୟାନ୍ତ ଦେବତା  ହେଇଥିବାରୁ ଓ ସେ ଶ୍ମଶାନରେ ତାଣ୍ଡବ ନୃତ୍ୟ କରିବାକୁ ପସନ୍ଦ କରୁଥିବାରୁ , ତଥା ନିଜେ କିଛି ଭି ସମ୍ପତ୍ତି ନ ରଖି ଏପରିକି ଖାଦ୍ୟ ପାଇଁ ଭିକ୍ଷ୍ୟା ଉପରେ ନିର୍ଭର କରୁଥିବାରୁ ତାଙ୍କ ଝିଅକୁ ଶିବଙ୍କ ସଙ୍ଗେ ବିବାହ କରେଇବାକୁ ଦକ୍ଷ୍ୟ ଆରାଜି ଥିଲେ । ତେବେ ସତୀ ନିଜେ ଶିବଙ୍କୁ ବହୁତ ଭକ୍ତି ସହ ବିବାହ କଲେ । ତେଣୁ ଦକ୍ଷ୍ୟ ଶିବଙ୍କୁ ଏକ ଯଜ୍ଞ ସମୟରେ ସର୍ବ ସମ୍ମୁଖରେ ଅପମାନ ପ୍ରଦାନ କଲେ । ସ୍ୱାମୀଙ୍କୁ ଦିଆଯାଇଥିବା ଏହି ଅପମାନ ସହ୍ୟ କରି ନ ପାରି ସତୀ ଆତ୍ମଦାହ କଲେ । ଏହା ଜାଣିଲା ପରେ ଶିବଙ୍କ ଚର ଭାବରେ ଥିବା ଗଣମାନେ ଯଜ୍ଞ ସ୍ଥଳକୁ ଆକ୍ରମଣ କରି ନଷ୍ଟ କଲେ । ଶିବ ଔ ବିବାହ କରିବେ ନାହିଁ ବୋଲି କହିଲେ । ସେ ପର୍ବତକୁ ଯାଇ ତପସ୍ୟାରେ ମଗ୍ନ ରହିଲେ ।   ଏଣେ ତାଡକ ନାମକ ଏକ ରାକ୍ଷସ , ଯିଏ କେବଳ ଶିବଙ୍କ ପୁତ୍ର ହାତରେ ହିଁ ମୃତ୍ୟୁ ପ୍ରାପ୍ତ ହେଇପାରିବା ବୋଲି ବାର ପାଇଥିବା ହେତୁ ନିଜେ ସବୁଦିନ ପାଇଁ ଆମର ରହିପାରିବ ଭାବି ତାର ଉତ୍ପାତ ଆରମ୍ଭ କଳା ।    ତାଡକକୁ ମାରିବା ପାଇଁ ଶିବଙ୍କ ସନ୍ତାନ ହେବା ଜରୁରୀ ଥିଲା । ତେଣୁ ସବୁ ଦେବତାମାନେ କାମଦେବଙ୍କୁ ପ୍ରବର୍ତାଇଲେ ଶିବଙ୍କ ମନରେ କାମନାର ଉଦ୍ରେକ କରେଇ ପାର୍ବତୀଙ୍କୁ ବିବାହ କରିବାକୁ ବାଧ୍ୟ କରିବାକୁ । ଶିବ କିନ୍ତୁ ଏ କଥା ଜାଣି ତାଙ୍କର ତୃତୀୟ ନୟନ ଖୋଲି କାମଦେବଙ୍କୁ ଧ୍ୱଂଶ କରିବାକୁ ଉଦ୍ୟମ କଲେ । କିନ୍ତୁ ଦେବତା ଗଣଙ୍କ ଅନୁରୋଧରେ ଶିବ ଏହି ଉଦ୍ୟମରୁ ବିରତ ହେଇ ତୃତୀୟ ନଯନା ନିର୍ଗତ ଅଗ୍ନି  କୁ ଅଗ୍ନି ଦେବାଙ୍କୁ ଦେଲେ । ଅଗ୍ନି ଦେବା ତାହା ଗଙ୍ଗାଙ୍କୁ ଦେବା ପରେ ସେଥିରୁ ଅରଣ୍ୟରେ ଏକ ଛଡମୁଖ୍ୟ ସନ୍ତାନ ଜାତ ହେଲା । ସେହି ହେଲେ ଦେବତା କାର୍ତିକେୟ । ବାଳକ ଅବସ୍ଥାରେ ହିଁ ସେ ତାଡକ ଦାନବକୁ ବଧ କାଲେ । 

ଅବସ୍ଥିତି  ପେହୋୱା ମନ୍ଦିର ଦିଲ୍ଲୀଠାରୁ ୨୦୦ କିଲୋମିଟର ଓ ପଞ୍ଜାବର କର୍ନାଲ ସହରରୁ ୬୦ କିଲୋମିଟର ଦୂର । ଏହା ପ୍ରକୃତରେ ପଞ୍ଜାବ ଓ ହରିୟାନାର ସୀମା ପାଖରେ ଅବସ୍ଥିତ । 

ନିୟମ ସବୁ  ସମ୍ପାଦନା

ଦେବତା କର୍ତିକେୟ ବ୍ରମ୍ହଚାରୀ ହେଇଥିବା ଯୋଗୁଁ କାର୍ଟିକେୟଙ୍କ ମନ୍ଦିରକୁ ନାରୀମାନଙ୍କ ପ୍ରବେଶ ନିଷେଧ ହେଇଥାଏ । ଚତୁର୍ମାସ ସମୟରେ କର୍ତିକେୟଙ୍କ ଭକ୍ତମାନେ କଠୋର ନିୟମ ଅନୁସାରେ ପାଳନ କରନ୍ତି । କୁହାଯାଏ କର୍ତିକେୟଙ୍କୁ ଭକ୍ତି କରୁଥିବା ଭକ୍ତ ଜୀବନରେ କେବେ ହାରି ଯାଏ ନାହିଁ । 

References ସମ୍ପାଦନା