କାବୋଟେଗ୍ରାଭିର/ରିଲପିଭିରିନ

କାବୋଟେଗ୍ରାଭିର/ରିଲପିଭିରିନ, କ୍ୟାବେନୁଭା ଏହାର ବେପାର ନାମ, ହେଉଛି ଏକ ମିଳିତ ଔଷଧ ଯାହା ଏଚ୍.ଆଇ.ଭି/ଏଡସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] ଯେଉଁମାନେ ଅତି କମରେ ୧୨ ବର୍ଷ ବୟସର ହୋଇଥିବେ, ଏହି ରୋଗର ଚିକିତ୍ସା ପାଇଁ ଆବଶ୍ୟକ ସମସ୍ତ ଔଷଧ ଦିଆ ସରିଥିବ, ସାଧାରଣତଃ ଏହା ସେହିମାନଙ୍କୁ ଦିଆଯାଏ ।[୩] ଏହା ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଏ [୩] ଏହା ଦୁଇଟି ଅଲଗା ଭାଏଲ ସ‌ହିତ ଏକତ୍ର ରଖାଯାଇଥାଏ ।[୩]

କାବୋଟେଗ୍ରାଭିର/ରିଲପିଭିରିନ
Combination of
CabotegravirIntegrase strand transfer inhibitor (INSTI)
RilpivirineNon-nucleoside reverse transcriptase inhibitor (NNRTI)
Clinical data
Trade namesCabenuva
AHFS/Drugs.commonograph
MedlinePlusa621009
data
Pregnancy
category
Routes of
administration
Intramuscular
Legal status
Legal status

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ ଦିଆଯାଇଥିବା ସ୍ଥାନରେ ପ୍ରତିକ୍ରିୟା, ଜ୍ୱର, ଥକାପଣ, ମୁଣ୍ଡବିନ୍ଧା, ‌ସ୍କେଲିଟାଲ ମାଂସପେଶୀ ଯନ୍ତ୍ରଣା, ଅଇ, ଶୋଇବା ବ୍ୟାଧି, ମୁଣ୍ଡ ବୁଲାଇବା ଏବଂ ରାସ ହୋଇପାରେ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, ଯକୃତ ସମସ୍ୟା ଏବଂ ଉଦାସୀନତା ହୋଇପାରେ ।[୩] ଏଥିରେ କ୍ୟାବୋଟେଗ୍ରାଭିର ଥାଏ ଯାହା ଏକ ଏଚ୍.ଆଇ.ଭି.୧ ଇଣ୍ଟିଗ୍ରେଜ ସ୍ଟ୍ରାଣ୍ଡ ଟ୍ରାନ୍ସଫର ଇନହିବିଟର ଓ ରିଲପିଭିରିନ ଥାଏ ଯାହା ଏଚଆଇଭି-୧ ନ‌ନ-ନିଉକ୍ଲିଓସାଇଡ ରିଭର୍ସ ଟ୍ରାନ୍ସକ୍ରିପଟେଜ ଇନହିବିଟର ଥାଏ ।[୩]

ଏହି ମିଳିତ ଔଷଧକୁ ୨୦୨୦ ମସିହାରେ କାନାଡ଼ା ଓ ୟୁରୋପରେ ଏବଂ ୨୦୨୧ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଅନୁମୋଦନ କରାଯାଇଥିଲା ।[୪] [୩] [୧] ୟୁରୋପରେ ଏହି ଦୁଇଟି ଔଷଧ ପୃଥକ ଭାବରେ ଅନୁମୋଦିତ ହୋଇଛି ।[୫] [୬] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ମାସକୁ ଏହା ପିଛା ପ୍ରାୟ ୪୪୦୦ ଡଲାର ଖର୍ଚ୍ଚ ହୋଇଥାଏ ।[୭]

ଆଧାର ସମ୍ପାଦନା

  1. ୧.୦ ୧.୧ "Cabenuva Product information". Health Canada. 25 April 2012. Archived from the original on 14 May 2021. Retrieved 22 January 2021.
  2. "Summary Basis of Decision (SBD) for Vocabria/Cabenuva". Health Canada. 23 October 2014. Archived from the original on 30 May 2022. Retrieved 29 May 2022.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ "Cabenuva- cabotegravir and rilpivirine kit". DailyMed. Archived from the original on 15 June 2021. Retrieved 13 February 2021.
  4. "Janssen Announces European Commission Authorisation of the First Complete Long-Acting Injectable HIV Treatment in Europe" (Press release). Janssen. Archived from the original on 12 November 2021. Retrieved 22 January 2021.
  5. "Rekambys EPAR". European Medicines Agency (EMA). 13 October 2020. Archived from the original on 8 January 2021. Retrieved 4 January 2021.
  6. "Vocabria EPAR". European Medicines Agency (EMA). 5 January 2021. Archived from the original on 14 July 2021. Retrieved 5 January 2021.
  7. "Cabenuva Prices, Coupons, Copay & Patient Assistance". Drugs.com (in ଇଂରାଜୀ). Archived from the original on 22 April 2021. Retrieved 1 November 2022.