କାଦମ୍ବିନୀ ଗାଙ୍ଗୁଲି

ଭାରତୀୟ ଚିକିତ୍ସକ

କାଦମ୍ବିନୀ ଗାଙ୍ଗୁଲି(ଜନ୍ମ ୧୮ ଜୁଲାଇ ୧୮୬୧ ଓ ମୃତ୍ୟୁ ୩ ଅକ୍ଟୋବର୧୯୨୩) ଭାରତର ପ୍ରଥମ ମହିଳା ସ୍ମାତକ ଓ ଫିଜିସିୟାନ ଥିଲେ । ଏହା ଛଡା ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ଅଧିବେସନରେ ଭାଷଣ ଦେଇଥିବା ପ୍ରଥମ ମହିଳା ହେବାର ଗୌରବ ମଧ୍ୟ ସେ ପାଇଥିଲେ । ସେ ପ୍ରଥମ ଦକ୍ଷିଣ ଏସୀୟ ମହିଳା ଥିଲେ ଯିଏକୁ ୟୁରୋପିୟ ମେଡିସିନରେ ପ୍ରଶିକ୍ଷଣ ପାଇଥିଲେ । ସେ କୋଇଲା ଖଣିରେ କାମ କରୁଥିବା ସ୍ତ୍ରୀ ଲୋକମାନଙ୍କ ପାଇଁ ମଧ୍ୟ ବ‌ହୁତ କାର୍ଯ୍ୟ କରିଛନ୍ତି । ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ରଚନାବଳୀରୁ ସେ ବ‌ହୁତ ପ୍ରଭାବିତ ଥିଲେ। ତାଙ୍କ ମନରେ ଦେଶଭକ୍ତିର ଭାବନା ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ କାବ୍ୟରୁ ହିଁ ଅସିଥିଲା ।

Kadambini Ganguly
ଜନ୍ମ
Kadambini Bose

18 July 1861
Bhagalpur, India
ମୃତ୍ୟୁ3 October 1923 (Age: 63)
Kolkata, India
ଶିକ୍ଷାନୁଷ୍ଠାନBethune College
University of Calcutta
ବୃତ୍ତି(ସମୂହ)Doctor, women's emancipation
ବୈବାହିକ-ସାଥୀDwarkanath Ganguly

ପ୍ରାରମ୍ଭିକ ଜୀବନ ଏବଂ କ୍ୟାରିୟର ସମ୍ପାଦନା

କାଦମ୍ବିନୀ ଗାଙ୍ଗୁଲିଙ୍କ ଜନ୍ମ ବ୍ରିଟିଶକାଳୀନ ଭାରତରେ ୧୮ ଜୁଲାଇ ୧୮୬୧ରେ ମଙ୍ଗଳପୁର, ବିହାରରେ ହୋଇଥିଲା। ତାଙ୍କ ପରିବାର ଚନ୍ଦସୀରେ(ବାରିସାଲ, ଏବେ ବାଂଲାଦେଶ) ଥିଲା । ତାଙ୍କ ପିତାଙ୍କରା ନାମ ବୃଜକିଶୋର ବାସୁ ଥିଲା । ଉଦାର ବିଚାରରେ ଧନୀ ଥିବା କାଦମ୍ବିନୀ ଗାଙ୍ଗୁଲିଙ୍କ ପିତା ଝିଅର ଶିକ୍ଷା ଉପରେ ସମ୍ପୁର୍ଣ ଧ୍ୟାନ ଦେଲେ । କାଦମ୍ବିନୀ ୧୮୮୨ ମସିହାରେ କୋଲକାତା ବିଶ୍ୱବିଦ୍ୟାଳୟରୁ ବି.ଏର ପରୀକ୍ଷା ଉତ୍ତୀର୍ଣ କଲେ ।[୧] କୋଲକାତା ବିଶ୍ୱବିଦ୍ୟାଳୟରରେ ୧୮୮୬ ମସିହାରେ ଚିକିତ୍ସା ସ୍ନାତକ ପାଇବାରେ ପ୍ରଥମ ମହିଳା ଥିଲେ। ଏହା ପରେ ସେ ବିଦେଶ ଗଲେ ଏବଂ ଗ୍ଲସ୍ଗୋ ଓ ଏଡିନବର୍ଗ ବିଶ୍ୱବିଦ୍ୟାଳୟରୁ ଉଚ୍ଚ ଡିଗ୍ରୀ ହାସଲ କଲେ । ଦେଶକୁ କାଦମ୍ବିନୀ ଗାଙ୍ଗୁଲି ରୁପରେ ୧୯୦୦ ଶତାବ୍ଦୀରେ ପ୍ରଥମ ମହିଳା ଡାକ୍ତର ମିଳିଥିଲା । ସେ ଭାରତର ପ୍ରଥମ ମହିଳା ଫିଜିସିୟନ ହେବାର ଗୌରବ ପାଇଥିଲେ ଏବଂ ଦକ୍ଷିଣ ଏସିୟାର ପ୍ରଥମ ମହିଳା ଥିଲେ ଯିଏକି ୟୁରୋପିଆନ୍ ମେଡିସିନରେ ପ୍ରଶିକ୍ଷଣ ନେଇଥିଲେ।[୨]

ବ୍ୟକ୍ତିଗତ ଜୀବନ ସମ୍ପାଦନା

ବ୍ରହ୍ମ ସମାଜର ନେତା ଦ୍ୱାରକାନାଥ ଗଙ୍ଗୋପାଧ୍ୟାୟଙ୍କ ସ‌ହିତ କାଦମ୍ବିନୀଙ୍କ ବିବାହ ହୋଇଥିଲା । ଦ୍ୱାରକାନାଥ ମହିଳାଙ୍କ ସ୍ଥିତି ସୁଧାରିବାରେ ପ୍ରଥମରୁ ପ୍ରଭାବଶାଳୀ ଥିଲେ । କାଦମ୍ବିନି ଏହି କ୍ଷେତ୍ରରେ ତାଙ୍କର ସ‌ହାୟକ ସିଦ୍ଧ ହେଲେ।ସେ ବାଳିକାଙ୍କ ବିଦ୍ୟାଳୟରେ ଗୃହ ଉଦ୍ୟୋଗ ସ୍ଥାପନ କରିବାର କାର୍ଯ୍ୟକୁ ପ୍ରଶୟ ଦେଲେ ।ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ରଚନାବଳୀରୁ ସେ ବ‌ହୁତ ପ୍ରଭାବିତ ଥିଲେ। ତାଙ୍କ ମନରେ ଦେଶଭକ୍ତିର ଭାବନା ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ କାବ୍ୟରୁ ଅସୁଥିଲା । ସେ ସାର୍ବଜନିକ କାରଯ୍ୟରେ ଭାଗ ନେବାକୁ ଲାଗିଲେ ।[୩]

ସାମାଜିକ ଏବଂ ରାଜନୈତିକ ଗତିବିଧି ସମ୍ପାଦନା

କଂଗ୍ରେସର ୧୮୮୯ର ମାଡ୍ରାସ ଅଧିବେସନରେ ସେ ଭାଗନେଇଥିଲେ ଏବଂ ଭାଷଣ ଦେଇଥିଲେ । କଂଗ୍ରେସ ଅଧିବେସନରେ ଭାଷଣ ଦେବାରେ ପ୍ରଥମ ମହିଳା ଥିଲେ ସେ । ୧୯୦୬ରେ କୋଲକାତା କଂଗ୍ରେସରୁ ଅବସର ପରେ ଆୟୋଜିତ ମହିଳା ସମ୍ମିଲନରେ ଅଧ୍ୟକ୍ଷତା କରିଥିଲେ । ସେ ସମୟରେ ମହାତ୍ମା ଗାନ୍ଧି ଆଫ୍ରିକାରେ ବର୍ଣଭେଦ ବିରୁଦ୍ଧରେ ସତ୍ୟାଗ୍ରହ ଆନ୍ଦୋଳନ ଚଲାଇଥିଲେ । କାଦମ୍ବିନି ସେହି ଆନ୍ଦୋଳନର ସ‌ହାୟତା ପାଇଂ କୋଲକାତାରେ ଚାନ୍ଦା ଜମା କରିବା ଆରମ୍ଭ କଲେ । ୧୯୧୪ରେ ଯେବେ ମହାତ୍ମା ଗାନ୍ଧି କଲିକତା ଆସିଲେ ତାଙ୍କ ସମ୍ମାନରେ ଆୟୋଜନ କରାଯାଇଥିବା ସଭାର ଅଧ୍ୟକ୍ଷତା କାଦମ୍ବିନି କରିଥିଲେ।[୪]

ନିଧନ ସମ୍ପାଦନା

୩ ଅକ୍ଟୋବର ୧୯୨୩ ମସିହାରେ କାଦମ୍ବିନି ଗାଙ୍ଗୁଲିଙ୍କ ଦେହାନ୍ତ ହୋଇଥିଲା ।

ଆଧାର ସମ୍ପାଦନା

  1. "David Kopf". History at Minnesota. Regents of the University of Minnesota. Retrieved 2013-11-28.
  2. Kopf, David (1979), The Brahmo Samaj and the Shaping of the Modern Indian Mind, Princeton University Press, ISBN 0-691-03125-8
  3. Sengupta, Subodh Chandra and Bose, Anjali (editors), (1976/1998), Sansad Bangali Charitabhidhan (Biographical dictionary) in Bengali, pp 79–80, ISBN 81-85626-65-0
  4. Mukherjee S. Kadambini Ganguly Archived 2013-03-30 at the Wayback Machine.. Banglapedia. Asiatic Society of Bangladesh.