କାତିଆ ଶାଙ୍କୁଚ (ଇଂରାଜୀ ଭାଷାରେ Scaly Whipray, ଜୀବବିଜ୍ଞାନ ନାମ Brevitrygon imbricata) ଶାଙ୍କୁଚ ଜାତୀୟ ଜୀବଙ୍କ ଡାସ୍ୟାଟିଡାଏ ପରିବାରର ଏକ ପ୍ରଜାତି । ବ୍ୟାବସାୟିକ ଦୃଷ୍ଟିରୁ ଏମାନେ ସେତେ ଉପଯୋଗୀ ନୁହଁ ଏବଂ ଏମାନଙ୍କ ବିଷାକ୍ତ ଦଂଶନ ମନୁଷ୍ୟଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ।

କାତିଆ ଶାଙ୍କୁଚ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
Class: Chondrichthyes
Order: Myliobatiformes
Family: Dasyatidae
Genus: Brevitrygon
ଜାତି: B. imbricata
ବାଇନୋମିଆଲ ନାମ
Brevitrygon imbricata
ମାର୍କସ୍ ଏଲିଏଜର୍ ବ୍ଲୋଖ୍ ଓ ୟୋହାନ୍ ଗୋଟ୍ଲୋବ୍ ଶ୍ନାଇଡର୍, ୧୮୦୧
Synonyms
  • ହିମାଣ୍ଟ୍ୟୁରା ଇମ୍ବ୍ରିକାଟା (ବ୍ଲୋଖ୍ ଓ ଶ୍ନାଇଡର୍, ୧୮୦୧)
  • ରାଜା ଇମ୍ବ୍ରିକାଟା (ବ୍ଲୋଖ୍ ଓ ଶ୍ନାଇଡର୍, ୧୮୦୧)
  • ରାଜା ଓବ୍‍ଟ୍ୟୁସା କ୍ଲୁଞ୍ଜିଗରରେ ଏହରେନ୍‍ବର୍ଗ୍ (୧୮୭୧)

ଏମାନେ ମୁଖ୍ୟତଃ ଲୋହିତ ସାଗରରୁ ନେଇ କ୍ରାନ୍ତୀୟ ଅଞ୍ଚଳର ଭାରତୀୟ ମହାସାଗର ଓ ପଶ୍ଚିମ ପ୍ରଶାନ୍ତ ମହାସାଗର ପର୍ଯ୍ୟନ୍ତ, ମୌରିସିୟସ୍‍ରୁ ଇଣ୍ଡୋନେସିଆ ପର୍ଯ୍ୟନ୍ତ ଅଞ୍ଚଳରେ ଦେଖିବାକୁ ମିଳନ୍ତି । ଜୁଆରିଆ ଅଞ୍ଚଳରେ, ସମୁଦ୍ର ସଂଲଗ୍ନ ହ୍ରଦରେ ଓ ସମୁଦ୍ର କୂଳରେ କାତିଆ ଶାଙ୍କୁଚ ଅଧିକାଂଶରେ ଦେଖାଯାଏ ।[][] ଏହି ଶାଙ୍କୁଚ ଓ ଧଳା ଶାଙ୍କୁଚକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେଉଥିବାରୁ ଏମାନଙ୍କ ପରିବାସ ଓ ବ୍ୟାପ୍ତି ସମ୍ପର୍କିତ ତଥ୍ୟରେ ଅନିଶ୍ଚିତତା ରହିଛି ।[] ଟୁନ୍ଲେ ସାପ୍‍ ନଦୀ ଓ ହ୍ରଦ ଅଞ୍ଚଳରୁ ମିଳିଥିବା ତଥ୍ୟରୁ ଜଣାଯାଏ ଯେ ସେଠାରେ ଥିବା ଶାଙ୍କୁଚ ଏହି ପ୍ରଜାତିର ନୁହେଁ ବରଂ ମେକଂ ମଧୁରପାଣି ଶାଙ୍କୁଚ ପ୍ରଜାତିର ।[] IUCN ସଂସ୍ଥା ଏମାନଙ୍କ ସଂରକ୍ଷଣ ସ୍ଥିତିକୁ ‘‘ତଥ୍ୟ ଅଭାବ (Data Deficient)’’ ଶ୍ରେଣୀରେ ସ୍ଥାନିତ କରିଛି । ଓଡ଼ିଶାର ଚିଲିକା ହ୍ରଦରେ ୧୯୧୬ ମସିହାରେ ପ୍ରଥମେ ରମ୍ଭା ଉପସାଗରରୁ ବି. ଏଲ୍. ଚୌଧୁରୀଙ୍କଦ୍ୱାରା ଏକ କାତିଆ ଶାଙ୍କୁଚ ସଂଗ୍ରହ କରି ଏହା ସମ୍ବନ୍ଧୀୟ ତଥ୍ୟ ଲିପିବଦ୍ଧ କରାଗଲା । ଚିଲିକାରେ ଅଧିକାଂଶରେ ବାହ୍ୟ ଚ୍ୟାନେଲ୍ ଅଞ୍ଚଳ ଓ ବେଳେବେଳେ ମଗରମୁଖ ଓ ନଳବଣରେ ମଧ୍ୟ କାତିଆ ଶାଙ୍କୁଚ ପରିଲକ୍ଷିତ ହୋଇଥାନ୍ତି ।[]

ଏମାନଙ୍କ ଶରୀର ପ୍ରାୟ ୨୨ ସେଣ୍ଟିମିଟର ଓସାରିଆ ଓ ଏମାନଙ୍କ ସମ୍ପୂର୍ଣ୍ଣ ଦୈର୍ଘ୍ୟ ପ୍ରାୟ ୬୫ ସେଣ୍ଟିମିଟର ପର୍ଯ୍ୟନ୍ତ ହୋଇପାରେ ।[] ପ୍ରାୟ ଗୋଲାକାର କାତିଆ ଶାଙ୍କୁଚର ଫଳକର ବ୍ୟାସ ପ୍ରସ୍ଥ ଓ ଦୈର୍ଘ୍ୟ ପଟେ ପାଖାପାଖି ସମାନ । ଏହାର ଲାଞ୍ଜର ଦୈର୍ଘ୍ୟ ଶରୀରର ଦୈର୍ଘ୍ୟରୁ କ୍ଷୁଦ୍ରତର । ଏହି ଶାଙ୍କୁଚର ପେଟଟି ସମ୍ପୂର୍ଣ୍ଣ ଧଳା ରଙ୍ଗର । ଅଳ୍ପବୟସ୍କ ଶାଙ୍କୁଚ ହେନ୍ତାଳ ବଣ ନିକଟସ୍ଥ ଜଳରେ ବିଚରଣ କରିବା ଦେଖାଯାଇଛି । ଉଭୟ ପରିପକ୍ୱ ଓ ଅଳ୍ପବୟସ୍କ କାତିଆ ଶାଙ୍କୁଚ ସମୁଦ୍ର ତଳେ ଥିବା ଅମେରୁଦଣ୍ଡୀ ଜୀବମାନଙ୍କୁ ଆହରଣ କରିଥାନ୍ତି ।[]

ଏହି ଶାଙ୍କୁଚମାନେ ଆବଶ୍ୟକତା ଅନୁଯାୟୀ ଲୁଣି ପାଣି ଓ ମଧୁର ପାଣିରେ ରହିବା ଦେଖାଯାଏ । ଏମାନେ ଏପରି ପ୍ରବାସ ପ୍ରଜନନ ଉଦ୍ଦେଶ୍ୟରେ କରନ୍ତି ନାହିଁ । ପ୍ରବାସ ପାଇଁ ଏମାନେ ୧୦୦ କିଲୋମିଟରରୁ ଅଧିକ ଦୂର ଯାଆନ୍ତି ନାହିଁ । ଏମାନେ ଅଣ୍ଡା ଦେଇ ପ୍ରଜନନ କରିଥାନ୍ତି ।[] ଚିଲିକାରେ ବର୍ଷା ଋତୁ ଓ ମୌସୁମୀ ସରିବା ପରେ କାତିଆ ଶାଙ୍କୁଚ ବାହ୍ୟ ଚ୍ୟାନେଲ୍, ସାତପଡ଼ା ଓ ନଳବଣ ଆଦି ଅଞ୍ଚଳରେ ପ୍ରଜନନ କରିଥାନ୍ତି ।[]

  1. ୧.୦ ୧.୧ ୧.୨ ୧.୩ Manjaji Matsumoto, B.M.; Last, P.R. & White, W.T. (2016). "Brevitrygon imbricata". The IUCN Red List of Threatened Species. IUCN. 2016: e.T161728A104179707. doi:10.2305/IUCN.UK.2016-3.RLTS.T161728A104179707.en. Retrieved 23 December 2017.
  2. ୨.୦ ୨.୧ ୨.୨ ୨.୩ Froese, Rainer and Pauly, Daniel, eds. (2006). "Himantura imbricata" in FishBase. July 2006 version.
  3. ୩.୦ ୩.୧ "Fish And Shellfish Diversity And Its Sustainable Management in Chilika Lake". ICAR & CDA. {{cite journal}}: Cite journal requires |journal= (help)