କାଠବେଙ୍ଗ ନିର୍ଦ୍ଧିଷ୍ଟ କେତେକ ବେଙ୍ଗମାନଙ୍କ ପାଇଁ ଏକ ସାଧାରଣ ନାମ, ମୁଖ୍ୟତଃ Bufonidae କୁଳର, ଶୁଷ୍କ, ରୁକ୍ଷ ଚମଡା, ଛୋଟ ଗୋଡ ଏବଂ parotid glandକୁ ଆବୃତ୍ତ କରିରଖିଥିବା ବଡ଼ ଶୃଙ୍ଗାକୃତି ଶରୀରାଂଶଦ୍ୱାରା ଚିହ୍ନିତ ହୋଇଥାନ୍ତି ।[୧]

କାଠବେଙ୍ଗ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Chordata
ଉପସଙ୍ଘ: Vertebrata
ବର୍ଗ: Amphibia
ଗଣ: Anura
Merrem, 1820

List of Anuran families

ବୈଜ୍ଞାନିକ ବର୍ଗୀକରଣରେ କାଠବେଙ୍ଗ ଏବଂ ସାଧାରଣ ବେଙ୍ଗଙ୍କ ମଧ୍ୟରେ କୌଣସି ଭିନ୍ନତା ସୂଚିତ କରାଯାଇନାହିଁ, ମାତ୍ର ଏହା ପ୍ରସିଦ୍ଧ ସଂସ୍କୃତିମାନଙ୍କରେ ସାଧାରଣଭାବେ ବର୍ଣ୍ଣିତ (ଲୌକିକ ବର୍ଗୀକରଣ), ଯେଉଁଥିରେ କାଠବେଙ୍ଗମାନଙ୍କୁ ଶୁଷ୍କ ଚମଡା ଓ ଅଧିକତର ଭୂମିରେ ବସବାସଦ୍ୱାରା ଚିହ୍ନିତ କରାଯାଏ ।

ଜୈବବୈଜ୍ଞାନିକ ତଥ୍ୟ ସମ୍ପାଦନା

ବୈଜ୍ଞାନିକ ବର୍ଗୀକରଣରେ କାଠବେଙ୍ଗମାନେ Bufonidae, Bombinatoridae, Discoglossidae, Pelobatidae, Rhinophrynidae, Scaphiopodidae and Microhylidae. କୁଳରେ ସ୍ଥାନିତ ।

Parotoid ଗ୍ରନ୍ଥିକୁ ଆବୃତ୍ତ କରିରଖିଥିବା ଶୃଙ୍ଗାକୃତି ଶରୀରାଂଶ ଅନ୍ୟ ଶୃଙ୍ଗାକୃତି ଶରୀରାଂଶମାନଙ୍କଠାରୁ ବଡ଼ । ଏହି ଶୃଙ୍ଗାକୃତି ଶରୀରାଂଶମାନଙ୍କୁ ସାଧାରଣତଃ warts କୁହାଯାଏ, କିନ୍ତୁ ସେଗୁଡିକ ଭାତୁଡ଼ି ନୁହନ୍ତି, ସେଗୁଡିକ ନିର୍ଦ୍ଧିଷ୍ଟ ଆକାରର, ସୁସ୍ଥ ପ୍ରାଣୀଙ୍କଠାରେ ଦେଖାଯାନ୍ତି ଏବଂ କୌଣସି ସଂକ୍ରମଣଦ୍ୱାରା ସୃଷ୍ଟି ହୋଇନଥାନ୍ତି ।[unreliable source?] ବେଙ୍ଗମାନେ ପୋଖରୀ କିମ୍ବା ହ୍ରଦର ପ୍ରଜନନ ନିମିତ୍ତ ଅନୁଦ୍ଧିଷ୍ଟ ସ୍ଥାନମାନଙ୍କରୁ ପ୍ରଜନନ ନିମିତ୍ତ ସ୍ଥାନମାନଙ୍କୁ ଯାନ୍ତି । ବୋଗର୍ଟ (୧୯୪୭) ପ୍ରସ୍ତାବ ଦେଇଥିଲେ ଯେ କାଠବେଙ୍ଗର ଡାକ ହିଁ ସେ ପୋଖରୀକୁ ଫେରିଆସିବାର ଗୁରୁତ୍ୱପୂର୍ଣ୍ଣ ସଙ୍କେତ । ଅନ୍ୟ ଉଭୟଚରଙ୍କ ପରି କାଠବେଙ୍ଗମାନେ ନିଜ ପ୍ରଜନନ ସ୍ଥାନ ପ୍ରତି ନିୟମିତତା (philopatry) । ପ୍ରତ୍ୟେକ ଆମେରିକୀୟ କାଠବେଙ୍ଗ ପ୍ରଜନନ ପ୍ରକ୍ରିୟା ପାଇଁ ନିଜେ ଜନ୍ମ ହୋଇଥିବା ପୋଖରୀକୁ ହିଁ ଫେରିଥାନ୍ତି ଯେଉଁଠାରେ ସେମାନେ ନିଜ ସହୋଦରମାନଙ୍କୁ ହିଁ ପ୍ରଜନନ ପ୍ରକ୍ରିୟାରେ ସହାୟକ ଭାବେ ଭେଟିଥାନ୍ତି । ଯଦିଓ ଗୋଟିଏ ପ୍ରଜାତି ମଧ୍ୟରେ ଦୁଇ ସହୋଦରଙ୍କ ମଧ୍ୟରେ ପ୍ରଜନନ କ୍ରିୟା ସମ୍ଭବ, ସହୋଦରମାନେ କଦାଚିତ ପ୍ରଜନନରେ ସଂଶ୍ଳିଷ୍ଟ ହୁଅନ୍ତି । କାଠବେଙ୍ଗମାନେ ନିଜ ଘନିଷ୍ଠ ପରିଜନମାନଙ୍କୁ ଚିହ୍ନନ୍ତି ଏବଂ ସେମାନଙ୍କ ସହ ପ୍ରଜନନ କ୍ରିୟା କରନ୍ତି ନାହିଁ । ପୁରୁଷବେଙ୍ଗଦ୍ୱାରା ସୂଚନାରୂପକ ଦିଆଯାଇଥିବା ସ୍ୱର ସଂକେତ ରୂପେ କାର୍ଯ୍ୟ କରିବାର ଅନୁମାନ କରାଯାଏ ଯଦ୍ୱାରା ମାଈବେଙ୍ଗ ନିଜ ପରିଜନକୁ ଚିହ୍ନିଥାଏ ।[୨] ଏଣୁ ସମ୍ବନ୍ଧୀଙ୍କର ଚିହ୍ନଟିକରଣ ସେମାନଙ୍କ ମଧ୍ୟରେ ପ୍ରଜନନ ଏବଂ ତତପରବର୍ତ୍ତୀ ପ୍ରଜନନ ଅବସାଦକୁ ଏଡାଇଥାଏ ।

ମନୁଷ୍ୟ ସଂସ୍କୃତିରେ ସମ୍ପାଦନା

କେନେଥ ଗ୍ରାହାମେଙ୍କର ଉପନ୍ୟାସ The Wind in the Willowsରେ ମିଃ ତୋଡ ଗୋଟିଏ ପ୍ରିୟ ଓ ପ୍ରସିଦ୍ଧ ହାସ୍ୟଚରିତ୍ର, ଯଦିଓ ସ୍ୱାର୍ଥୀ ଓ ନିଜକୁ ଭଲ ପାଉଥିବା ଚରିତ୍ର । ମିଃ ତୋଡ ପୁନଃ ସେହି ପୁସ୍ତକ ଉପରେ ଆଧାରିତ ଏ.ଏ.ମିଳନେଙ୍କଦ୍ୱାରା ରଚିତ ତୋଡ ଅଫ ତୋଡ ହଲ ନାଟକରେ ଦେଖାଦେଇଥିଲେ ।[୩][୪]

Mr. Toad's Wild Ride ପ୍ରକୃତରେ roller coasterଭାବେ ଯୋଜନା କରାଯାଇଥିଲା, କିନ୍ତୁ ୱାଲଟ ଡ଼ିସନୀଦ୍ୱାରା ଏକ ପାରିବାରିକ ଝୁଲାରୂପେ ବ୍ୟବହାର କରାଗଲା, ଯାହାକି ଡ଼ିସନୀଲ୍ୟାଣ୍ଡର ଆକର୍ଷଣମାନଙ୍କ ମଧ୍ୟରୁ ଅନ୍ୟତମ ଏବଂ ୧୯୫୫ରେ ପାର୍କଟିର ଉଦଘାଟନଠାରୁ ଚାଲୁଅଛି । ଝୁଲାଟି ୧୯୪୯ରେ ନିର୍ମିତ ଦ ଆଡଭେଞ୍ଚର ଅଫ ଇଚାବୋଡ଼ ଆଣ୍ଡ ମିଃ ତୋଡ ଉପରେ ଆଧାରିତ, ଯାହାକି ଗ୍ରାହାମେଙ୍କର ୧୯୦୮ରେ ରଚିତ ଉପନ୍ୟାସରୁ ଆସିଛି । Magic Kingdom ସଂସ୍କରଣର ଗୋଟିଏ ଝୁଲା ୧୯୭୧ରେ Orlando, Floridaସ୍ଥିତ ପାର୍କରେ ଚଳାଯାଉଥିଲା, କିନ୍ତୁ ଏହା ବନ୍ଦ କରାଯାଇଥିଲା ଓ ୧୯୯୮ରେ The Many Adventures of Winnie the Pooh ସ୍ଥାପନ କରାଗଲା ।

ଚାଇନିଜ ସଂସ୍କୃତିରେ Money Toad (ବା ବେଙ୍ଗ) ଜିନ ଚାନକୁ ପେଙ୍ଗସୁଇ ଅନୁଯାୟୀ ସମୃଦ୍ଧିବର୍ଦ୍ଧକ ଭାବେ ଗ୍ରହଣ କରାଯାଏ ।


ଆଧାର ସମ୍ପାଦନା

  1. "toad | amphibian". Encyclopedia Britannica (in ଇଂରାଜୀ). Retrieved 2017-05-23. {{cite news}}: More than one of |accessdate= and |access-date= specified (help)
  2. Waldman B, Rice JE, Honeycutt RL. Kin recognition and incest avoidance in toads. Am. Zool. 1992. 32:18-30.
  3. "The Big Read Top 200". BBC. April 2003. Retrieved 28 June 2016..
  4. Christine Paik (2002-03-19). "NPR report". NPR. Retrieved 2013-02-26. {{cite news}}: More than one of |author= and |last= specified (help)

ବାହ୍ୟ ଆଧାର ସମ୍ପାଦନା

  • Chisholm, Hugh, ed. (1911). "Toad" . Encyclopædia Britannica Eleventh Edition (11th ed.). Cambridge University Press.