କାଞ୍ଜିଗାତ (ଅଥବା କାଞ୍ଜିଗାତିଆ ଖେଳ) ଓଡ଼ିଶାର ସ୍ତ୍ରୀଲୋକମାନଙ୍କ ଦେଇ ଖେଳାଯାଉଥିବା ଏକ ପାରମ୍ପାରିକ ଖେଳ ।[୧][୨]

ଖେଳର ବିଧି ସମ୍ପାଦନା

ଭୂମିରେ ବା ଖଣ୍ଡିଏ ପତାରେ ୨ ଧାଡ଼ିରେ ୧୪ ଗୋଟି ଗାତ ବା ମଳା କରି ସେ ଗାତମାନଙ୍କ ମଧ୍ୟରୁ ୧୨ଟି ମଳାରେ ୩ ଗଣ୍ଡା ଲେଖାଏ କାଇଁଚ ବା ଗୋଡ଼ି ବା ତେନ୍ତୁଳି, ଆତ ବା ବଉଳ ମଞ୍ଜିର ସାର ପକାଯାଇଥାଏ । ପ୍ରତି ଧାଡ଼ିରେ ୭ଟି ଗାତ ଥାଏ, କିନ୍ତୁ ୬ଟି ଗାତରେ ୧୨ ଖଣ୍ଡି ଲେଖାଏ ସାର ରଖାଯାଏ, ଧାଡ଼ିର ଶେଷ ମୁଣ୍ଡର ଗାତଟି ଖେଳାଖିର କାଞ୍ଜିଗାତ ବା ବୋଇତ ନାମରେ ଜଣା । ସେଥିରେ କିଛି ସାର ନଥାଏ । ପ୍ରଥମେ ଜଣେ ଖେଳାଳି ଆପଣା ମନ ଇଚ୍ଛା ଗୋଟିଏ ଗଦାରୁ ସାରଯାକ ଉଠାଇ ଡାହାଣ ଆଡ଼କୁ ଥିବା ପ୍ରତି ଗାତରେ (କେବଳ ବିପକ୍ଷର ଶେଷ ଗାତକୁ ଛାଡ଼ି) କଟେ ଲେଖାଏଁ ସାର ପକାଯାଇଥାଏ । ଏହିପରି କରୁ କରୁ ଯେବେ ଆପଣାର ଗାତ ପାଖକୁ ଆସିଲା ବେଳକୁ ତା ହାତରେ ଥିବା ସବୁ ସାରଯାକ ମରିଯାଏ, ଉକ୍ତ ଖେଳାଳି ମଲା ବୋଲି ଗଣା ଯାଏ । ଏହିପରି କରୁ କରୁ ଯେବେ ଆପଣା ବୋଇତ ଗାତରେ ଅନ୍ୟ ଖେଳାଳିର ଗାତ ଅପେକ୍ଷା ଅଧିକ ସାର ଥିବାରଦେଖାଯାଏ ତେବେ ସେ ଜିତେ । ତା ପରେ ଅନ୍ୟ ଖେଳାଳି ଖେଳେ ।

ଆଧାର ସମ୍ପାଦନା

  1. ପ୍ରହରାଜ, ଗୋପାଳ. ପୂର୍ଣ୍ଣଚନ୍ଦ୍ର ଭାଷାକୋଷ.
  2. Kanti Prasad Nautiyal; B. M. Khanduri (1997). Him-Kanti: Archaeology, Art, and History : Prof. K.P. Nautiyal Felicitation Volume. Book India Publishing Company. ISBN 978-81-85638-10-2.