କାଜୁ ବର୍ଫି ,( କାଜୁ କଟାରୀ ନାମରେ ଭି ପରିଚିତ) ଏକ ଭାରତୀୟ ସୁମିଷ୍ଟ ଖାଦ୍ୟ । ଏହାକୁ କ୍ଷୀର ସହିତ ଗୁଣ୍ଡ ଅବସ୍ଥାରେ ମିଶେଇ ତାକୁ ବହଳ ହେବା ଯାଏ ଫୁଟା ଯାଏ । ଏହା ସହିତ ଅନନ୍ୟ ଶୁଷ୍କ ଫଳ ତଥା କେଶର ମଧ୍ୟ ମିଶା ଯାଇଥାଏ  ।ତାହା ପରେ ତାକୁ ଥାଳିରେ ବିଛେଇ ଥଣ୍ଡା ହେବା ଯାଏ ଛାଡି ଦେଇ ତାକୁ ସାଇଜରେ କଟା ଯାଇଥାଏ । 


ଅନନ୍ୟ  ପ୍ରସ୍ତୁତି ବିଧି   କାଜୁ ବାଦାମକୁ ପାଣିରେ ଦିର୍ଗ୍ଘ ସମୟ ଧରି ବତୁରା ଯାଏ । ତାହା ଭଲ ଭାବରେ ବତୁରି ଗଲେ ତାକୁ ପେସ୍ଟ ପରି ବାଟାଯାଏ ।ଚିନିକୁ ପାଣିରେ  ଫୁଟେଇ ଶିରପ  କରି ତାକୁ ସେଇ ବଟା କାଜୁରେ ମିଶା ଯାଏ । ତାହା ସହିତ ଘିଅ , କେଶର ଓ ଅନନ୍ୟ ଶୁଷ୍କ ଫଳର ଗୁଣ୍ଡା ମଧ୍ୟ ମିଶା ଯାଏ । ଏହି ଗରମ ଥିବା ଦ୍ରବଣକୁ ଥଌରେ ରଖି ଥଣ୍ଡା କରାଯାଏ । ତାହା ଥଣ୍ଡା ହେଲା ପରେ ତାକୁ ଡାଇମଣ୍ଡ ଆକାରରେ କଟା ଯାଇ ତାହା ଉପରେ ଖାଦ୍ୟ ଯୋଗ୍ୟ ସିଳଭର ଫଇଲରେ ସଜା ଯାଏ । 

ତିଆରି ହେଇଥିବା କାଜୁ ବର୍ଫି ଧଳା କିମ୍ବା ଈଷତ ହଳଦିଆ ରଙ୍ଗ ଧାରଣ କରିଥାଏ । 

ଭାରତରେ ବିକାନେରରେ ପ୍ରସ୍ତୁତ ସୁସ୍ୱାଦୁ ଜୁ ବର୍ଫି ବହୁତ ବିଖ୍ୟାତ । ଏହି କାଜୁ ବର୍ଫି ବିନା ଚିନିରେ ମଦ୍ୟ ଉପଲବ୍ଧ ହେଲାଣି । 

References ସମ୍ପାଦନା

External links ସମ୍ପାଦନା