କାଉ (Corvus splendens), ଭାରତୀୟ, ଧୂସର ବେକୀ, ସିଲନ୍ କିମ୍ବା କଲମ୍ବୋ କାଉ ଭାବରେ ମଧ୍ଯ ଜଣାଶୁଣା, ହେଉଛି ଏକ ସାଧାରଣ ପକ୍ଷୀ ଯାହା ଏସୀୟ ବଂଶୋଦ୍ଭବ କିନ୍ତୁ ବର୍ତ୍ତମାନ ବିଶ୍ୱର ଅନେକ ଭାଗରେ ଦେଖିବାକୁ ମିଳିଥାଏ, ଯେଉଁଠାରେ ସେମାନେ ଆକାଶରେ ଉଡ଼ି ପହଞ୍ଚିଥିଲେ। ଏହାର ଆକାର Jackdaw ଏବଂ carrion କାଉ ମଧ୍ଯରେ (୪୦ ସେ. ମି. (୧୬ ଇଞ୍ଚ) ଲମ୍ବ )କିନ୍ତୁ ଏହା ଉଭୟ ତୁଳନାରେ ପତଳା | କପାଳ, ମୁକୁଟ, ଗଳା ଏବଂ ଉପର ସ୍ତନରେ ପ୍ରଚୁର ଉଜ୍ଜ୍ୱଳ କଳା ରଙ୍ଗର ହୋଇଥିବା ବେଳେ ବେକ ଏବଂ ସ୍ତନ ହାଲୁକା ଧୂସର-ବାଦାମୀ ରଙ୍ଗର ହୋଇଥାଏ। ଡେଣା, ଲାଞ୍ଜ ଏବଂ ଗୋଡ଼ କଳା ରଙ୍ଗର।