କଳିଙ୍ଗ ଲାନ୍ସର୍ସ ଏକ ପେସାଦାର ହକି ଦଳ। ଏହା ଭାରତରେ ହକି କ୍ରୀଡ଼ାର ବିକାଶ ପାଇଁ ୨୦୧୩ ଆରମ୍ଭ ହେଇଥିବା ସର୍ବଭାରତୀୟ ହକି ସମାରୋହ ହିରୋ ହକି ଇଣ୍ଡିଆ ଲିଗର ଷଷ୍ଠ ଦଳ। ଏହା ଓଡ଼ିଶାର ଘରୋଇ ଦଳ। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ ଏହାର ଘରୋଇ ଷ୍ଟାଡିଅମ। ଓଡ଼ିଶା ସରକାରଙ୍କ କ୍ରୀଡା ବିକାଶ ବିଭାଗ ସହାୟତାରେ ଓ ଦୁଇ ଶିଳ୍ପ ସଂସ୍ଥା ଇଡକୋ ଓ ଏମସିଏଲର ମିଳିତ ପ୍ରଚେଷ୍ଟାରେ ଏହି ଦଳ କିଣାଯାଇଥିଲା। ଏହାର ବର୍ତ୍ତମାନର ପ୍ରଶିକ୍ଷକ , ଭାରତୀୟ ଜାତୀୟ ହକି ଦଳର ପ୍ରଶିକ୍ଷକ ଟେରି ଉଆଲ୍ସ ଓ ମୁଖ୍ୟ ମାର୍ଗଦର୍ଶକ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଅଛନ୍ତି। ଏହାର ବର୍ତ୍ତମାନ ଦୁଇଜଣ ଅଧିନାୟକ ଅଛନ୍ତି। ସେମାନେ ହେଲେ ଭାରତର ପୂର୍ବତନ ଅଧିନାୟକ ଓଡ଼ିଶାର ପ୍ରବୋଧ ତିର୍କି ଓ ନିଲାମ ମାଧ୍ୟମରେ ଦଳପାଇଁ ଖେଳୁଥିବା ବିଦେଶୀ ଖେଳାଳିଙ୍କ ମଧ୍ୟରେ ଅଷ୍ଟ୍ରେଲିଆ ଜାତୀୟ ଦଳ ସଦସ୍ୟ ତଥା ଅଲିମ୍ପିଆଡ କାଇଲ ବ୍ରାଉନ। ୨୦୧୪ରେ ଜାନୁୟାରୀ ୨୫ ତାରିଖରୁ ଖେଳଯାଉଥିବା ଏହି ଲିଗର ଦ୍ୱିତୀୟ ସଂସ୍କରଣରେ କଳିଙ୍ଗ ଲାନ୍ସର୍ସ ହେଉଛି ନୂଆ ଦଳ।

କଳିଙ୍ଗ ଲାନ୍ସର୍ସ
Full nameଇଡକୋ-ଏମସିଏଲ କଳିଙ୍ଗ ଲାନ୍ସର୍ସ
Nickname(s)ଲାନ୍ସର୍ସ
Founded୨୦୧୩
Head CoachTerry Walsh
Assistant Coachଲାଜରୁସ ବାର୍ଲା
Managerଏ.କେ. ବନଂଶଲ
Captainପ୍ରବୋଧ ତିର୍କୀ
Home Groundକଳିଙ୍ଗ ଷ୍ଟାଡିୟମ
ଭୂବନେଶ୍ୱର, ଓଡ଼ିଶା, ଭାରତ
(Capacity ୬୦୦୦)
OwnerIDCO & MCL
Official WebsiteOfficial Website
Official Facebook Page
Official Twitter Account
Official Youtube Account
Home

ଆଧାର ସମ୍ପାଦନା

ବାହାର ତଥ୍ୟ ସମ୍ପାଦନା