କଳିଙ୍ଗ ମଘା (Tamil: கலிங்க மாகன் / கலிங்க மாகோன் / காளிங்க மகன்)ଙ୍କୁ ମଧ୍ୟ ମଘା-ଆତତାୟୀ ଏବଂ କୁଳଙ୍କୟନ ସିଙ୍କାୟୀ ଅରିୟାନ ନାମରେ ମଧ୍ୟ ଜଣାଯାଏ ।[୧] ସେ ମୁଖ୍ୟତଃ ଏକ ଦୁର୍ଦ୍ଧଷ ଆକ୍ରମଣକାରୀ ଭାବେ ଜଣାଶୁଣା । ସେ ଜାଫନା ରାଜ୍ୟର ପ୍ରତିଷ୍ଠାତା ଏବଂ ଆର୍ୟକାଭର୍ତ୍ତି ବଂଶର ପ୍ରଥମ ରାଜା ଥିଲେ । ସେଗରାଶସେକରା ହିସାବରେ ମାଲାଇ ଆର୍ୟକାଭର୍ତ୍ତି ବଂଶର ପ୍ରଥମ ରାଜା ଜାଫନାଠାରୁ ଗଙ୍ଗବଂଶକଳିଙ୍ଗ ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା, ଯେଉଁମାନେକି ପଶ୍ଚିମ ଗଙ୍ଗ ବଂଶ ଏବଂ ଚୋଳ ବଂଶର ଉତ୍ତରାଧିକାରୀ ଥିଲେ ।[୨] ମଘାଙ୍କର ପରିବାର ତାମିଲନାଡୁର ରାମନାଥପୁରମ ଶାସକମାନଙ୍କ ସହିତ ଜଡ଼ିତ ଥିଲେ, ଯେଉଁମାନେ ପରେ ପ୍ରସିଦ୍ଧ ଧାମ ରାମେଶ୍ୱରମ ମନ୍ଦିରର ରକ୍ଷଣା ବେକ୍ଷଣ ଏବଂ ବୁଝାସୁଝା କରୁଥିଲେ ।[୩] ସେ ୧୨୧୫ ମସିହାରେ ପରାକ୍ରମ ପାଣ୍ଡିଆନ ଦ୍ୱିତୀୟଙ୍କୁ ଗାଦିଚ୍ୟୁତ କରିଥିଲେ ।[୪] ତାଙ୍କର ଶାସନ କାଳରେ ତାଙ୍କର ଶକ୍ତିର ମୁକାବିଲା କରିନପାରି ସିଂହଳୀମାନେ ବର୍ତ୍ତମାନ ଶ୍ରୀଲଙ୍କାର ଦକ୍ଷିଣ ଏବଂ ପଶ୍ଚିମକୁ ପଳାୟନ କରିଥିଲେ ।[୫]

କଳିଙ୍ଗ ମଘା
ଜେତଭାନରାମୟ, କଳିଙ୍ଗ ମଘାଙ୍କଦ୍ୱାରା ଲୁଣ୍ଠିତ ଏକ ସ୍ତୁପ

ଉତ୍ପତି କଥା ସମ୍ପାଦନା

କଳିଙ୍ଗ ମଘାଙ୍କର ଉତ୍ପତି କେଉଁଠାରୁ ତାହାର କିଛି ସଠିକ ତଥ୍ୟ ନଥିଲେ ମଧ୍ୟ ତାଙ୍କ ନାମ ଯୋଗୁଁ, ଯାହାକି ଭାରତର ଏକ ପୁରାତନ ରାଜ୍ୟ କଳିଙ୍ଗକୁ (ବର୍ତ୍ତମାନର ଓଡ଼ିଶା) ବୁଝାଇଥାଏ, ତାଙ୍କୁ କଳିଙ୍ଗର ବୋଲି କୁହାଯାଇଥାଏ । ତଥାପି ତାଙ୍କର ଉତ୍ପତ୍ତିର ଅନେକ କଥା କୁହାଯାଏ ।[୬][୭]

ସବୁଠାରୁ ଭଲ ତଥ୍ୟ ହିସାବରେ ସେ କଳିଙ୍ଗ ରାଜ୍ୟର ପୁରାତନ ଶାସକ ଗଙ୍ଗବଂଶର ଜଣେ ଯୁବରାଜ ଥିଲେ ।[୮][୯] ସେମାନେ ପଶ୍ଚିମ ଗଙ୍ଗ ବଂଶ ଏବଂ ଚୋଳ ବଂଶଧର ବୋଲି କୁହାଯାଏ ।[୧୦][୧୧][୧୨]

ଆକ୍ରମଣ ଏବଂ ଶାସନ ସମ୍ପାଦନା

କଳିଙ୍ଗ ମଘା ୧୨୧୫ ମସିହାରେ ବିରାଟ ୨୪,୦୦୦ ତାମିଲ ଏବଂ ମାଲାୟାଲୀ ସୈନିକ ନେଇ କରାଇନଗରଠାରେ ପହଞ୍ଚିଥିଲେ ।[୧୩][୧୪] ନିଜ ସୈନିକମାନଙ୍କୁ କରାଇନଗର ଏବଂ ଭଲ୍ଲିପୁରମଠାରେ ରଖି ଜାଫନା ପ୍ରଦେଶକୁ ନିଜ ଅକ୍ତିଆରକୁ ଆଣିଥିଲେ । ଏହାପରେ ସେ ପୋଲାନାରୁୱା ଆଡକୁ ଯାତ୍ରା କରି ସେଠାକାର ରାଜା ପରାକ୍ରମ ପାଣ୍ଡିଆନ ଦ୍ୱିତୀୟଙ୍କୁ ଗାଦିଚ୍ୟୁତ କରିଥିଲେ । ତାଙ୍କର ନିଜର ସୈନିକମାନେ ତାଙ୍କୁ ରାଜା ଭାବେ ସେଠାରେ ସ୍ୱୀକାର କରିଥିଲେ । ସେଠାରେ ସେ ଦୀର୍ଘ ୨୧ ବର୍ଷ କାଳ ଶାସନ କରିଥିଲେ । ୧୨୩୬ ମସିହାରେ ତାଙ୍କୁ ସେଠାରୁ କଢ଼ାଯାଇଥିଲା, ୧୨୫୫ ପର୍ଯ୍ୟନ୍ତ ସେ ଜାଫନାରେ ଶାସନ ଅବ୍ୟାହତ ରଖିଥିଲେ ।[୧୫]

ମଘାଙ୍କ ସମୟରେ ହିଁ ସେଲିୟନର (ବର୍ତ୍ତମାନର ଶ୍ରୀଲଙ୍କା) ଶକ୍ତି ଧୀରେ ଧୀରେ ଉତ୍ତରରୁ ହ୍ରାସ ପାଇ କେବଳ ଦ୍ୱୀପରେ ଦକ୍ଷିଣ ପଶ୍ଚିମ ଭାଗରେ କେନ୍ଦ୍ରିତ ହୋଇରହିଥିଲା । ପରେ କେବେ ସେମାନେ ପୁନର୍ବାର ଭାରତୀୟ ଉପମହାଦେଶରେ ନିଜର ଅସ୍ଥିତ୍ୱ ପୂର୍ବ ଭଳି ରଖିପାରିଲେ ନାହିଁ ।


କୁଳଭାମ୍ସାରେ ମଘାଙ୍କର ନାମ ସମ୍ପାଦନା

କୁଳଭାମ୍ସାରେ କଳିଙ୍ଗ ମଘାଙ୍କୁ କୁଳଙ୍କୟନ ସିଙ୍କାୟୀ ଅରିୟାନ ଭାବେ ବର୍ଣ୍ଣନା କରାଯାଇଛି, ଏହାର ଅର୍ଥ ଏକ ତାମିଲ ଆର୍ଯ୍ୟ ରାଜା[୧୬] ନିଶାଙ୍କ ମଲ୍ଲଙ୍କଦ୍ୱାରା ସ୍ଥାପିତ କଳିଙ୍ଗ ବଂଶର ସେ ଉତ୍ତରାଧିକାରୀ ବୋଲି ବିବେଚନା କରାଯାଇଥାଏ । କିନ୍ତୁ ପରେ ତାଙ୍କର ହିଂସ୍ରତା ଯୋଗୁଁ ସେ ଉତ୍ତରାଧିକାରୀପଣ ଧୀରେ ଧୀରେ ଚାଲିଗଲା । [୧୭]

ସେ ବୌଦ୍ଧ ଧର୍ମକୁ ଘୃଣା କରୁଥିଲେ, ଅନେକ ବୌଦ୍ଧ ସ୍ତୁପ ଲୁଣ୍ଠନ କରି ଭାଙ୍ଗି ମଧ୍ୟ ଦେଇଥିଲେ ।[୧୮]

ଆଧାର ସମ୍ପାଦନା

  1. Sivaratnam, C. (1968-01-01). The Tamils in Early Ceylon (in ଇଂରାଜୀ). Author.
  2. K. M. De Silva,History of Ceylon: From the earliest times to 1505. 2v, Ceylon University Press, 1960, p.691
  3. T. Sabaratnam,Sri Lankan Tamil Struggle, A journalist who reported the Sri Lankan ethnic crisis for over 50 years, Chapter 4
  4. Wright, Arnold (1907-01-01). Twentieth Century Impressions of Ceylon: Its History, People, Commerce, Industries, and Resources (in ଇଂରାଜୀ). Asian Educational Services. ISBN 9788120613355.
  5. Chattopadhyaya, Haraprasad. Ethnic unrest in modern Sri Lanka: an account of Tamil-Sinhalese race relations. M.D. Publications Pvt. Ltd. Retrieved 24 February 2012.
  6. {{cite news}}: Empty citation (help)
  7. Wenzlhuemer, Roland (2008-01-23). From Coffee to Tea Cultivation in Ceylon, 1880-1900: An Economic and Social History (in ଇଂରାଜୀ). BRILL. ISBN 9789047432173.
  8. Barnett, Lionel D. (1999-04-30). Antiquities of India: An Account of the History and Culture of Ancient Hindustan (in ଇଂରାଜୀ). Atlantic Publishers & Dist. ISBN 9788171564422.
  9. The Ceylon Journal of Historical and Social Studies (in ଇଂରାଜୀ). Ceylon Historical and Social Studies Publications Board. 1972-01-01.
  10. Sivaratnam, C. (1968-01-01). The Tamils in Early Ceylon (in ଇଂରାଜୀ). Author.
  11. The Ceylon Journal of Historical and Social Studies (in ଇଂରାଜୀ). Ceylon Historical and Social Studies Publications Board. 1972-01-01.
  12. Patnaik, Durga Prasad (1989-01-01). Palm Leaf Etchings of Orissa (in ଇଂରାଜୀ). Abhinav Publications. ISBN 9788170172482.
  13. T. Sabaratnam,Sri Lankan Tamil Struggle, A journalist who reported the Sri Lankan ethnic crisis for over 50 years , Chapter 4
  14. McGilvray, Dennis B. (2008-04-16). Crucible of Conflict: Tamil and Muslim Society on the East Coast of Sri Lanka (in ଇଂରାଜୀ). Duke University Press. ISBN 0822389185.
  15. T. Sabaratnam,Sri Lankan Tamil Struggle, A journalist who reported the Sri Lankan ethnic crisis for over 50 years , Chapter 4
  16. Lanka, Social Scientists Association of Sri (1987-01-01). Facets of ethnicity in Sri Lanka (in ଇଂରାଜୀ). Social Scientists Association.
  17. A Short History of Ceylon, H. W. Codrington, 1926, London, ch
  18. Wright, Arnold (1907-01-01). Twentieth Century Impressions of Ceylon: Its History, People, Commerce, Industries, and Resources (in ଇଂରାଜୀ). Asian Educational Services. ISBN 9788120613355.

ବାହ୍ୟ ଆଧାର ସମ୍ପାଦନା

  • [୧] ଶ୍ରୀଲଙ୍କା ଇତିହାସ
  • [୨] Archived 2004-08-12 at the Wayback Machine. ସିଂହଳୀ ଶକ୍ତିର ଦକ୍ଷିଣପନ୍ଥୀ ଗତି