କଳିଙ୍ଗ ପୁରସ୍କାର
ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ଅଧିକ ଲୋକପ୍ରିୟ କରିବା ଦିଗରେ ଉଲ୍ଲେଖନୀୟ ଅବଦାନଙ୍କୁ ସ୍ୱୀକୃତି ସ୍ୱରୂପ ଅନ୍ତର୍ଜାତୀୟ ସ୍ତରରେ ୟୁନେସ୍କୋ କଳିଙ୍ଗ ପୁରସ୍କାର ପ୍ରଦାନ କରାଯାଇଥାଏ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରଦତ୍ତ ଧନରାଶିର ସୁଧରୁ ଲବ୍ଧ ଅର୍ଥକୁ ପୁରସ୍କାର ଭାବେ ପ୍ରଦାନ କରାଯାଇଥାଏ। ୧୯୫୨ମସିହାରୁ ଏହା ନିୟମିତଭାବେ (କେବଳ ୧୯୭୩ ଓ ୧୯୭୫ ମସିହାରେ ଦିଆ ଯାଇନଥିଲା) ପ୍ରଦାନ କରାଯାଇ ଆସୁଅଛି । କଳିଙ୍ଗ ଫାଉଣ୍ଡେସନ ସହ ସମନ୍ୱୟ ରକ୍ଷା ପୁର୍ବକ ୟୁନେସ୍କୋ ବିଶ୍ୱସ୍ତରୀୟ ବିଶେଷଜ୍ଞମାନଙ୍କଦ୍ୱାରା ମନୋନୀତ ବୈଜ୍ଞାନିକଙ୍କୁ ଏହି ମର୍ଯ୍ୟାଦାପୂର୍ଣ୍ଣ ପୁରସ୍କାର ପ୍ରଦାନ କରାଯାଇଥାଏ । ମୂଳରୁ କଳିଙ୍ଗ ପୁରସ୍କାର ଭାବେ ପରିଚିତ ଏହି ପୁରସ୍କାରକୁ ୨୦୦୯ରେ ୟୁନେସ୍କୋ କଳିଙ୍ଗ ପୁରସ୍କାର ଭାବେ ନାମିତ କରାଯାଇଛି । ଏହି ପୁରସ୍କାର ବର୍ତ୍ତମାନ ସୁଦ୍ଧା ୨୨ଟି ଦେଶର ୬୫ଜଣ ବୈଜ୍ଞାନିକଙ୍କୁ ପ୍ରଦାନ କରାଯାଇଛି ।
କଳିଙ୍ଗ ପୁରସ୍କାର ବିଜେତାସମ୍ପାଦନ କରନ୍ତୁ
୧୯୫୦ ଦଶକର ବିଜେତା
- ୧୯୫୨ ଲୁଇସ ଡି ବ୍ରୋଗଲି – ଫ୍ରାନ୍ସ
- ୧୯୫୩ ଜୁଲିଆନ ହକ୍ସ୍ଲି – ଇଂଲଣ୍ଡ
- ୧୯୫୪ ୱାଡେମାର କେମ୍ଫର୍ଟ – ଯୁକ୍ତରାଷ୍ଟ୍ର ଆମେରିକା
- ୧୯୫୫ ଅଗଷ୍ଟୋ ପାଇ ସନୟର – ଭେନେଜୁଏଲା
- ୧୯୫୬ ଜର୍ଜ ଗ୍ୟାମୋ – ଯୁକ୍ତରାଷ୍ଟ୍ର ଆମେରିକା
- ୧୯୫୭ ବରଟ୍ରାଣ୍ଡ ରସେଲ – ଇଂଲଣ୍ଡ
- ୧୯୫୮ କାର୍ଲ ବୋନ ଫ୍ରିସ୍କ – ଜର୍ମାନୀ
- ୧୯୫୯ ଜିନ ରଷ୍ଟାଣ୍ଡ – ଫ୍ରାନ୍ସ
୧୯୬୦ ଦଶକର ବିଜେତା
- ୧୯୬୦ ରିଚି କାଲ୍ଡର – ଇଂଲଣ୍ଡ
- ୧୯୬୧ ଆର୍ଥର ସି କ୍ଲାର୍କ – ଇଂଲଣ୍ଡ
- ୧୯୬୨ ଗେରାର୍ଡ ପିଏଲ – ଯୁକ୍ତରାଷ୍ଟ୍ର ଆମେରିକା
- ୧୯୬୩ ଜଗଜୀତ ସିଂହ – ଭାରତ
- ୧୯୬୪ ୱାରେନ ୱେବର – ଯୁକ୍ତରାଷ୍ଟ୍ର ଆମେରିକା
- ୧୯୬୫ ଇଉଜିନ ରାବିନୋୱିଚ – ଯୁକ୍ତରାଷ୍ଟ୍ର ଆମେରିକା
- ୧୯୬୬ ପଲ କଡେକ – ଫ୍ରାନ୍ସ
- ୧୯୬୭ ଫ୍ରେଡ ହଏଲ – ଇଂଲଣ୍ଡ
- ୧୯୬୮ ଗଭିନ ଡି-ବିୟର – ଇଂଲଣ୍ଡ
- ୧୯୬୯ କନରାଡ଼ ଲରେଞ୍ଜ – ଅଷ୍ଟ୍ରିଆ
୧୯୭୦ ଦଶକର ବିଜେତା
- ୧୯୭୦ ମାର୍ଗାରେଟ ମୀଡ – ଯୁକ୍ତରାଷ୍ଟ୍ର ଆମେରିକା
- ୧୯୭୧ ପିୟର ଅଗିୟର – ଫ୍ରାନ୍ସ
- ୧୯୭୨ ଫିଲିପ ଏଚ. ଆବେଲ୍ସନ – ଯୁକ୍ତରାଷ୍ଟ୍ର ଆମେରିକା; ଏବଂ ନିଗେଲ କାଲ୍ଡର – ଇଂଲଣ୍ଡ
- ୧୯୭୩ ପୁରସ୍କାର ଦିଆହୋଇନାହିଁ
- ୧୯୭୪ ଜସ ରେଇସ – ବ୍ରାଜିଲ ଏବଂ ଲୁଇସ ଏଷ୍ଟ୍ରାଡା – ମେକ୍ସିକୋ
- ୧୯୭୫ ପୁରସ୍କାର ଦିଆହୋଇନାହିଁ
- ୧୯୭୬ ଜର୍ଜ ପୋଟର – ଇଂଲଣ୍ଡ ଏବଂ ଆଲେକଜାଣ୍ଡାର ଓପାରିନ – ରୁଷ
- ୧୯୭୭ ଫର୍ନାଣ୍ଡ ସେଗୁଇନ – କାନାଡା
- ୧୯୭୮ ହୋଇମର ବୋନ ଡିଟଫର୍ଥ – ଜର୍ମାନୀ
- ୧୯୭୯ ସର୍ଗୀ କ୍ୟାପିଜା – ରୁଷ
୧୯୮୦ ଦଶକର ବିଜେତା
- ୧୯୮୦ ଆରିଷ୍ଟାଇଡେସ ବଷ୍ଟିଡାସ – ଭେନେଜୁଏଲା
- ୧୯୮୧ ଡେଭିଡ ଆଟ୍ଟେନବର୍ଗ – ଇଂଲଣ୍ଡ ଏବଂ ଡେନିସ ଫ୍ଳାନେଗନ – ଯୁକ୍ତରାଷ୍ଟ୍ର ଆମେରିକା
- ୧୯୮୨ ଓସୱାଲଡୋ ଫ୍ରୋଟା-ପେସୋ – ବ୍ରାଜିଲ
- ୧୯୮୩ ଅବଦୁଲ୍ଲା ଅଲ ମୁତି ଶରାଫୁଦ୍ଦିନ – ବାଂଲାଦେଶ
- ୧୯୮୪ ୟେସ କପେନ୍ସ – ଫ୍ରାନ୍ସ ଏବଂ ଆଇଗର ପେଟ୍ରିଆନଭ – ରୁଷ
- ୧୯୮୫ ପିଟର ମେଡାୱାର – ଇଂଲଣ୍ଡ
- ୧୯୮୬ ନିକୋଲାଇ ଜି. ବ୍ୟାସଭ – ରୁଷ ଏବଂ ଡେଭିଡ ସୁଜୁକି – କାନାଡା
- ୧୯୮୭ ମାର୍ସେଲ ରଶ – ଭେନେଜୁଏଲା
- ୧୯୮୮ ଜର୍ନ କର୍ଟନ – ଫିନଲ୍ୟାଣ୍ଡ
- ୧୯୮୯ ସାଦ ଅହମଦ ଶବାନ – ମିଶର
୧୯୯୦ ଦଶକର ବିଜେତା
- ୧୯୯୦ ମିସବାହ-ଉଦ-ଦିନ-ଶାମି – ପାକିସ୍ତାନ
- ୧୯୯୧ ରାଡୁ ଇଫ୍ତିମୋବିଶି – ରୋମାନିଆ ଏବଂ ନରେନ୍ଦ୍ର କେ. ସେହଗଲ – ଭାରତ
- ୧୯୯୨ଜର୍ଜ ଫ୍ଲୋରେସ ୱାଲଦେସ – ମେକ୍ସିକୋ ଏବଂ ପିଟର ଓକିବୁକୋଲା – ନାଇଜେରିୟା
- ୧୯୯୩ ପିଏରୋ ଆଞ୍ଜେଲା – ଇଟାଲୀ
- ୧୯୯୪ ନିକୋଲାଇ ଏନ. ଡ୍ରୋଜୋଭ – ରୁଷ
- ୧୯୯୫ ଜୁଲିଏଟା ଫିଏରୋ ଗସମ୍ୟାନ – ମେକ୍ସିକୋ
- ୧୯୯୬ ଜିରୀ ଗ୍ରୀଗର – ଚେକ ରିପବ୍ଲିକ ଏବଂ ଜୟନ୍ତ ଭି. ନାରଲିକର – ଭାରତ
- ୧୯୯୭ ଦୋରାଇରାଜନ ବାଲସୁବ୍ରମନୀୟନ – ଭାରତ
- ୧୯୯୮ ରେଜିନା ପାଜ ଲୋପେଜ – ଫିଲିପାଇନ୍ସ ଏବଂ ଏନ୍ନିଓ କଣ୍ଡୋଟି – ବ୍ରାଜିଲ
- ୧୯୯୯ ମାରିଆନ ଆଡ୍ଡି – ଘାନା ଏବଂ ଏମିଲ ଗ୍ୟାବ୍ରିଲିୟାନ – ଆର୍ମେନିଆ
୨୦୦୦ ଦଶକର ବିଜେତା
- ୨୦୦୦ ଏରନଷ୍ଟ ଡବ୍ଲ୍ୟୁ. ହାମବର୍ଗର – ବ୍ରାଜିଲ
- ୨୦୦୧ ଷ୍ଟିଫାନୋ ଫ୍ୟାଣ୍ଟୋନୀ – ଇଟାଲୀ
- ୨୦୦୨ ମ୍ୟାରିସେଲା ଶାଲଭାତିଏରା – ଭେନେଜୁଏଲା
- ୨୦୦୩ ପରଭେଜ ହୁଡଭୟ – ପାକିସ୍ତାନ
- ୨୦୦୪ ଜିନ ଅଡୋଜ – ଫ୍ରାନ୍ସ
- ୨୦୦୫ ଜିଟର ବରତୋଲେଟ୍ଟି – ବ୍ରାଜିଲ
- ୨୦୦୬-୨୦୦୮ ୟୁନେସ୍କୋର ନିୟମ ପରିବର୍ତ୍ତନ ହେତୁ ପୁରସ୍କାର ଦିଆହୋଇନଥିଲା
- ୨୦୦୯ ୟଶ ପାଲ – ଭାରତ ଏବଂ ଟ୍ରିନ ଜୁଆନ ଥୁଆନ – ଭିଏତନାମ
- ୨୦୧୦: ଗୋକୁଳାନନ୍ଦ ମହାପାତ୍ର– ଭାରତ
- ୨୦୧୧: ରେନେ ରଲ ଡ୍ରକର କଲିନ– ମେକ୍ସିକୋ
- ୨୦୧୩: ତ୍ରିଲୋଚନ ପ୍ରଧାନ– ଭାରତ
ପରିସଂଖ୍ୟାନସମ୍ପାଦନ କରନ୍ତୁ
ଏ ପର୍ଯ୍ୟନ୍ତ ଏହି ପୁରସ୍କାର ୨୨ଟି ଦେଶର ୬୫ଜଣ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଛି ।
- ଇଂଲଣ୍ଡ - ୧୦ଥର
- ଆମେରିକା - ୯ଥର
- ଫ୍ରାନ୍ସ - ୬ଥର
- ଭାରତ, ରୁଷ ଓ ବ୍ରାଜିଲ - ୫ଥର
- ଭେନେଜୁଏଲା, ମେକ୍ସିକୋ - ୪ଥର
- ପାକିସ୍ତାନ, ଜର୍ମାନୀ, ଇଟାଲୀ ଓ କାନାଡା - ୨ଥର
- ଅଷ୍ଟ୍ରିଆ, ବାଂଲାଦେଶ, ଫିନଲ୍ୟାଣ୍ଡ, ମିଶର, ରୋମାନିଆ, ନାଇଜେରିୟା, ଚେକ ରିପବ୍ଲିକ, ଫିଲିପାଇନ୍ସ, ଘାନା ଓ ଆର୍ମେନିଆ - ୧ଥର
ଏମାନଙ୍କ ମଧ୍ୟରୁ ୬୦ଜଣ ବିଜେତା ହେଉଛନ୍ତି ପୁରୁଷ ଏବଂ ମାତ୍ର ୫ଜଣ ନାରୀ ।
ଆଧାରସମ୍ପାଦନ କରନ୍ତୁ
ବାହାର ଆଧାରସମ୍ପାଦନ କରନ୍ତୁ
- "Kalinga Foundation Trust: List of Kalinga Prize Laureates". kalingafoundationtrust.com. Retrieved August 28, 2010.