କର୍ମ କ୍ଷେତ୍ରରେ ମହିଳାମାନଙ୍କୁ ଯୌନ ନିର୍ଯାତନା
ସମ୍ପ୍ରତି କର୍ମ କ୍ଷେତ୍ରରେ ମହିଳାମାନଙ୍କ ପ୍ରବେଶ ପୁରୁଷମାନଙ୍କଠାରୁ ଅଧିକ ହେବାର ପରିଲକ୍ଷିତ ହେଉଛି । ସରକାରୀ ସେକ୍ଟର ଅପେକ୍ଷା ବେସରକାରୀ ସଂସ୍ଥାମାନଙ୍କରେ ଅଧିକ ମହିଳା ଚାକିରି କରୁଛନ୍ତି । କାରଣ ବେସରକାରୀ ସଂସ୍ଥାରେ ଚାକିରି ପାଇବା ସହଜ ଏବଂ ଅଧିକ ପାରିଶ୍ରମିକ ମଧ୍ୟ ମିଳିଥାଏ । କେତେକ କ୍ଷେତ୍ରରେ ଦେଖାଯାଏ, ମହିଳାମାନେ କର୍ମ କ୍ଷେତ୍ରରେ ଯୌନ ନିର୍ଯାତନାର ଶିକାର ହେଉଛନ୍ତି।[୧] ଉପରିସ୍ଥ ଅଫିସରଙ୍କ ଯୌନ ଲାଳସା ଚରିତାର୍ଥ ପାଇଁ ସିଧାସଳଖ ଅନୁେରାଧ, ଦ୍ୱିଅର୍ଥବୋଧକ ଇଙ୍ଗିତ, ନଗ୍ନଚିତ୍ର ପ୍ରଦଶର୍ନ ବା ଅନ୍ୟକୗଣସି ଅସ୍ୱାଗତଯୋଗ୍ୟ ବ୍ୟବହାରକୁ ଯୌନ ଉତ୍ପୀଡ଼ନ କୁହାଯାଏ । ଅାଗରୁ ଖୁବ୍ କମ୍ ସଂଖ୍ୟକ ମହିଳା ଚାକିରି କରୁଥିଲେ । ତେଣୁ ସେତେବେଳେ ଏହି ମାମଲା କମ ହେଉଥିଲା ଏବଂ ଲୋକେଲାଚନକୁ ଅାସୁ ନଥିଲା । ଏବେ ଯେହେତୁ ଅଧିକ ସଂଖ୍ୟକ ମହିଳା କାମ କରୁଛନ୍ତି, ଯୌନ ନିର୍ଯ୍ୟାତନା ଅଧିକ ଘଟୁଛି । ଏଥିପାଇଁ କଡ଼ା ଅାଇନ ଲାଗୁ ହୋଇଥିବାରୁ ନିର୍ଯ୍ୟାତନା ସମ୍ପର୍କରେ ମୁହଁ ଖୋଲିବାକୁ ପୀଡ଼ିତାମାନେ ସାହସ କରୁଛନ୍ତି । ଏହା ନିଶ୍ଚିତ ଭାବେର ଶୁଭ ଲକ୍ଷଣ ।
୨୦୧୨ ମସିହା ଡିସେମ୍ବର ମାସ ୧୬ ତାରିଖ ରାତିରେ ଦିଲ୍ଲୀର ଏକ ଚଳନ୍ତା ବସ୍ରେ ପୁରୁଷ ବନ୍ଧୁ ସମ୍ମୁଖରେ ଜଣେ ନାବାଳିକାକୁ ଗଣଧଷର୍ଣ କରାଯିବା ପରେ ଅତି ନିର୍ଦ୍ଦୟ ଭାବେ ତାର ଯୌନାଙ୍ଗକୁ ଆଘାତ କରି ଅନ୍ତବୁଜୁଳା କାଢ଼ି ଦିଅାଯାଇଥିଲା । ତା’ ପରେ ତାକୁ ସେହି ଚଳନ୍ତା ବସ୍ରୁ ଫିଙ୍ଗି ଦିଅାଗଲା । ଚିକିତ୍ସିତ ହେଉଥିବା ବେଳେ ତାର ମୃତ୍ୟୁ ହୋଇଇଗଲା । ଏହି ଘଟଣାକୁ ‘ନିଭର୍ୟା’ ନାମରେ ନାମିତ କରାଗଲା ଏବଂ ବିଶ୍ୱବ୍ୟାପୀ ଏହି ଘଟଣା ଚହଳ ସୃଷ୍ଟି କରିଥିଲା । ପୀଡ଼ିତାଙ୍କୁ ନ୍ୟାୟ ପାଇଁ ବହୁ ମହିଳା ସଂଗଠନ, ଛାତ୍ରୀ, ଗୃହିଣୀ ସ୍ୱର ଉଠାଇଲେ । ଅବଶ୍ୟ ଶେଷରେ ଅଭିଯୁକ୍ତମାନଙ୍କୁ ପ୍ରାଣଦଣ୍ଡ ହୋଇଥିଲା । ଏହି ଘଟଣା ପରେ ମହିଳାମାନେ ନିଜର ସୁରକ୍ଷା ପାଇଁ ମୁହଁ ଖୋଲିବାକୁ ସାହସ କଲେ । ଉଚ୍ଚତମ ନ୍ୟାୟାଳୟ ବିଶାଖା ଏବଂ ଅନ୍ୟମାନେ ବନାମ ରାଜସ୍ଥାନ ସରକାର ଜନହିତ ମାମଲାରେ ମହିଳାମାନଙ୍କ ସୁରକ୍ଷା ପାଇଁ ‘ବିଶାଖା ଗାଇଡଲାଇନ୍’ ନାମରେ ଏକ ନିର୍ଦ୍ଦେଶାବଳୀ ପ୍ରଣୟନ କଲେ । ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରତି ସରକାରୀ କିମ୍ବା ବେସରକାରୀ କର୍ମ ସଂସ୍ଥାରେ ଏକ କମିଟି ଗଠନ କରାଯିବ ଯାହାର ମୁଖ୍ୟ ରହିବେ ଜଣେ ମହିଳା । ନିର୍ଯ୍ୟାତନା ଶିକାର ହୋଇଥିବା ମହିଳା ଅନ୍ୟମାନଙ୍କ ସମ୍ମୁଖରେ କହିପାରୁ ନଥିବା କଥା ମହିଳା ସଦସ୍ୟଙ୍କୁ ବିନା ଦ୍ୱିଧାରେ କହିପାରିବେ । ସଂପୃକ୍ତ ଅଧିକାରୀଜଣକ କମିଟିର ଦୃଷ୍ଟି ଅାକଷର୍ଣ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭାରତୀୟ ସମ୍ବିଧାନର ୧୪ ଓ ୧୫ ଏବଂ ୨୧ ଧାରା ଅନୁଯାୟୀ ଜଣେ ମହିଳା ଘରେ କିମ୍ବା ବାହାରେ ,ଯେକୗଣସି ବ୍ୟବସାୟ ବା ଚାକିରି କ୍ଷେତ୍ରରେ ହେଉନା କାହିଁକି ବିନା ଯୌନ ନିର୍ଯ୍ୟାତନାର ଶିକାର ହୋଇ ବଞ୍ଚିବାର ଅଧିକାର ରହିଛି । ୧୯୯୩ ମସିହା ଜୁନ୍ ୨୫ ତାରିଖରେ ଭାରତ ସରକାର ଏହି ଅାଇନରେ ସଂଶୋଧନ ଅାଣି ଅାହୁରି କଡ଼ାକଡ଼ି କରିଦେଲେ । ଯାହାଫଳରେ କର୍ମକ୍ଷେତ୍ରରେ ମହିଳାମାନଙ୍କ ଯୌନ ଉତ୍ପୀଡ଼ନର ମାତ୍ରା ସାମାନ୍ୟ କମିବାର ଅାଶା କରାଯାଉଥିଲା ।
କାର୍ଯ୍ୟକାରିତା
ସମ୍ପାଦନାକର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡନ (ନିଷେଧ, ନିବାରଣ ତଥା ପ୍ରତିକାର) ଅଧିନିୟମ, ୨୦୧୩କୁ କ୍ରିମିନାଲ ଅାଇନ ମଧ୍ୟ କୁହାଗଲା । ଏହି ଅାଇନ କେବଳ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ । କେବଳ ଚାକିରି କ୍ଷେତ୍ରରେ ନୁହେଁ , ଯେକୗଣସି କ୍ଷେତ୍ରରେ କାମ କରୁଥିବା ମହିଳାମାନଙ୍କ ପାଇଁ ଏହି ଅଧିନିୟମ ଲାଗୁ ହେବ । ପ୍ରେତ୍ୟକ ସରକାରୀ, ବେସରକାରୀ ସଂସ୍ଥାରେ ୧୦ରୁ ଅଧିକ ମହିଳା କମର୍ଚାରୀ ଥିଲେ ଏହି ଅନୁଯାୟୀ ଏକ କମିଟି ଗଠନ କରାଯିବ । ଏହି କମିଟି କାର୍ଯ୍ୟକାରୀ ହେଉଥିଲେ କର୍ତ୍ତୃପକ୍ଷ କୌଣସି ପୁଲିସ ବା ଅଦାଲତର ଅାଶ୍ରୟନେବା ଦରକାର ନାହିଁ । କାରଣ ଅାଭ୍ୟନ୍ତରୀଣ କମିଟି ଏଭଳି ମାମଲାର ସମାଧାନ କରିପାରିବ ।
ପେନାଲ୍ କୋଡ୍
ସମ୍ପାଦନାଯୌନ ନିର୍ଯ୍ୟାତନା ଏକ ଗୁରୁତର ଅପରାଧ । ଅପରାଧୀକୁ କଡ଼ା ଦଣ୍ଡବିଧାନ ହେବା ଜରୁରି । ତା'ହେଲେ ଏଭଳି ଘଟଣାର ପୁନରାବୃତ୍ତି ହେବ ନାହିଁ । କ୍ରିମିନାଲ ଲ’ (ସଂଶୋଧନ) ଅାଇନ, ୨୦୧୩[୨] , ଧାରା ୩୫୪ରେ ଅଭିଯୁକ୍ତର ଦଣ୍ଡବିଧାନ ପ୍ରଣୀତ ହେଲା । ଏଥିରେ କର୍ମ କ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯ୍ୟାତନାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ୧ରୁ ୩ ବର୍ଷର ଜେଲଦଣ୍ଡ କିମ୍ବା ଜୋରିମାନାର ପ୍ରାବଧାନ ରହିଛି ।
ଆଧାର
ସମ୍ପାଦନା- ↑ ""The Sexual Harassment Bill undermines the innovative spirit of Vishaka" – Naina Kapur, Lawyer and Equality Consultant". Bar and Bench. 1 March 2013. Retrieved 2 March 2013.
- ↑ "The Sexual Harassment of Women at Workplace (Prevention, Prohibition and Redressal) Act, 2013 Published in The Gazette of India". Press Information Bureau. Retrieved 26 April 2013.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |