କର୍ଟିଜୋନ ଆସେଟେଟ
କର୍ଟିଜୋନ ଆସେଟେଟ ହେଉଛି ଏକ କର୍ଟିକୋଷ୍ଟିରଏଡ ଔଷଧ ଯାହା ବିଭିନ୍ନ ନାମରେ ଅନେକ ରୋଗ ପାଇଁ ବ୍ୟବହୃତ ହୁଏ ।[୧] [୨] ଏଥିମଧ୍ୟରୁ ଆଡ୍ରେନାଲ୍ ଅଭାବ, ଉଚ୍ଚ ରକ୍ତ କ୍ୟାଲସିୟମ୍, ଅଟୋମ୍ୟୁମ୍ୟୁନ ରୋଗ, ସିଓପିଡି, ଆଲର୍ଜି ପ୍ରତିକ୍ରିୟା ଏବଂ କେତେକ ପ୍ରକାରର ଯକ୍ଷ୍ମା ଅନ୍ତର୍ଭୁକ୍ତ ।[୧] [୩] ଏହା ପାଟିରେ ଦିଆଯାଏ ।[୧] ଏହାର ପ୍ରଭାବ ସାଧାରଣତ ୧ରୁ ୨ ଦିନ ପର୍ଯ୍ୟନ୍ତ ରହିଥାଏ ।[୧]
Clinical data | |
---|---|
Trade names | Adreson, Cortison, Cortisone, Cortisone Acetate, Cortone, Cortistab, Cortisyl, others |
Synonyms | Cortisone 21-acetate; 17α,21-Dihydroxypregn-4-ene-3,11,20-trione 21-acetate |
AHFS/Drugs.com | monograph |
Identifiers | |
| |
ECHA InfoCard | 100.000.006 |
Chemical and physical data | |
Formula | C23H30O6 |
Molar mass | ୪୦୨.୪୯ g·mol−1 |
3D model (JSmol) | |
| |
|
ସାଧାରଣତଃ ଦୀର୍ଘକାଳୀନ ବ୍ୟବହାର କଲେ ଓଷ୍ଟିଓପୋରୋସିସ, ମୋତିଆବିନ୍ଦୁ, ଦୁର୍ବଳତା ଏବଂ କବକ ସଂକ୍ରମଣରେ ପରିଣତ ହୁଏ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ, ଆଡ୍ରେନାଲ୍ ଅଭାବ, ଫୁଲା ଏବଂ ଦୁର୍ବଳ କ୍ଷତ ଆରୋଗ୍ୟ ହୋଇପାରେ ।[୧] ଗର୍ଭାବସ୍ଥାର ଶେଷ ଭାଗରେ ସ୍ୱଳ୍ପ ମିଆଦି ବ୍ୟବହାର ନିରାପଦ ଥିବାବେଳେ ଦୀର୍ଘକାଳୀନ ବ୍ୟବହାର ଯୋଗୁ ଶିଶୁର କ୍ଷତି ଘଟାଇପାରେ | [୪] ଉଭୟ ଗ୍ଲୁକୋକୋର୍ଟିକଏଡ ଏବଂ ମିନେରାଲୋକୋର୍ଟିକଏଡ୍ ଗୁଣ ସହିତ ଏହା ଏକ ଉତ୍ପାଦିତ ଷ୍ଟିରଏଡ ।[୫]
୧୯୫୦ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ଚିକିତ୍ସାରେ ବ୍ୟବହାର ପାଇଁ କର୍ଟିଜୋନ ଆସେଟେଟକୁ ଅନୁମୋଦନ କରାଯାଇଥିଲା ।[୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୧] ଯୁକ୍ତରାଷ୍ଟ୍ରରେ ୨୫ ମିଗ୍ରା ବିଶିଷ୍ଟ ୯୦ଟି ବଟିକାର ମୂଲ୍ୟ ୨୦୨୨ ସୁଦ୍ଧା ପ୍ରାୟ ୧୧୦ ଡଲାର ଥିଲା ।[୬] ଏହା ବିଶ୍ୱର ଅନେକ ଦେଶରେ ବିକ୍ରୟ ହୁଏ ।[୭]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Cortisone Acetate Monograph for Professionals". Drugs.com (in ଇଂରାଜୀ). Archived from the original on 6 December 2021. Retrieved 7 January 2022.
- ↑ J. Elks (14 November 2014). The Dictionary of Drugs: Chemical Data: Chemical Data, Structures and Bibliographies. Springer. pp. 317–. ISBN 978-1-4757-2085-3. Archived from the original on 17 October 2021. Retrieved 17 October 2021.
- ↑ "DailyMed - CORTISONE ACETATE tablet". dailymed.nlm.nih.gov. Archived from the original on 11 January 2022. Retrieved 7 January 2022.
- ↑ "Cortisone (Cortone Acetate) Use During Pregnancy". Drugs.com (in ଇଂରାଜୀ). Archived from the original on 6 December 2021. Retrieved 7 January 2022.
- ↑ I.K. Morton; Judith M. Hall (6 December 2012). Concise Dictionary of Pharmacological Agents: Properties and Synonyms. Springer Science & Business Media. pp. 85–. ISBN 978-94-011-4439-1.
- ↑ "Cortisone Prices, Coupons & Savings Tips - GoodRx". GoodRx. Archived from the original on 27 October 2016. Retrieved 7 January 2022.
- ↑ Index Nominum 2000: International Drug Directory. Taylor & Francis. 2000. pp. 276–. ISBN 978-3-88763-075-1.