କରଡି ହେଉଛି ବାଉଁଶ ଗଜା । ଏହାକୁ ଲୋକେ ତରକାରୀ କରି ଖାଇଥାନ୍ତି । କରଡି ସାଧାରଣତଃ ଶ୍ରାବଣ ମାସରେ ଗଜା ଦେଇଥାଏ । ଏବଂ କରଡିକୁ କଅଁଳ ଅବସ୍ଥାରେ କଟା ଯାଇ ରନ୍ଧାଯାଏ । ଏହା ଯଦି ଟିକିଏ ଟାଣ ହୁଏ ତେବେ ଖାଇବା ପାଇଁ ଉଚିତ ନୁହେଁ । କରଡିକୁ ଅତି ଛୋଟ ଛୋଟ କରି କଟା ଯାଇଥାଏ ।

ବଜାରରେ ଏହାର ଚାହିଦା ବହୁତ ଅଧିକ । କରଡିକୁ ନେଇ ବହୁତ ପ୍ରକାରର ବ୍ୟଞ୍ଜନ ତିଆରି କରାଯାଇ ପରେ ।

କରଡିକୁ ଆହୁରି ଛୋଟ ଛୋଟ ତଥା ଗୁଣ୍ଡ କରି ପାଣିରେ କିଛି ଦିନ ବୁଡାଯାଇ ତାକୁ ଶୁଖାଯାଇ ହେଣ୍ଡୁଆ ପ୍ରସ୍ତୁତ କରାଯାଇଥାଏ । କରଡିଠାରୁ ମଧ୍ୟ ହେଣ୍ଡୁଆର ଚାହିଦା ବେଶୀ ଏବଂ ତାର ସ୍ୱାଦ ମଧ୍ୟ ବେଶୀ ।