କମଳା ସୋହୋନୀ(୧୯୧୨ରୁ ୧୯୯୮) ଜଣେ ଭାରତୀୟ ଜୈବରସାୟନବିତ (biochemist) ଥିଲେ । ବିଜ୍ଞାନ ଶ୍ରେଣୀରେ ସେ ପି.ଏଚ.ଡି. ପାଇବାରେ ପ୍ରଥମ ଭାରତୀୟ ମହିଳା ଥିଲେ[][]

କମଳା ସୋହୋନୀ
ଜନ୍ମ୧୯୧୨
ମୃତ୍ୟୁ୧୯୯୮
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନBombay University, Mumbai
ବୈବାହିକ-ସାଥୀM.V Sohonie
ବିଜ୍ଞାନୀ ଜୀବନ
କ୍ଷେତ୍ରBiochemistry

ପ୍ରାକ ଜୀବନ

ସମ୍ପାଦନା

କମଳା ସୋହୋନୀ ୧୯୧୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତା ଜଣେ ରସାୟନ ବିଜ୍ଞାନବିତ (Chemist) ଥିଲେ । କମଳା ସୋହୋନୀ ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନରେ ବି.ଏସ.ସି. ଡିଗ୍ରୀ ବମ୍ବେ ୟୁନିଭରସିଟିରୁ ପାଇଥିଲେ । ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସରେ ସେ ରିସର୍ଚ ଫେଲୋସିପ ନିମନ୍ତେ ଆବେଦନ କରିଥିଲେ କିନ୍ତୁ ମହିଳାମାନେ ରିସର୍ଚ୍ଚ କରିବା ନିମନ୍ତେ ଅନୁପଯୁକ୍ତା ଲେଖି ସେତେବେଳର ନିର୍ଦ୍ଦେଶକ ପ୍ରଫେସର ସି.ଭି.ରମଣ ତାଙ୍କ ଆବେଦନ ପ୍ରତ୍ୟାଖାନ କରିଥିଲେ । କିଛି ସୁପାରିସ ପରେ ତାଙ୍କୁ ଶିକ୍ଷାନବିସ ଭାବରେ ପ୍ରଥମ ବର୍ଷ ରିସର୍ଚ୍ଚ ଶ୍ରେଣୀରେ ଯୋଗ ଦାନ କରିବାକୁ ଅନୁମତି ମିଳିଲା[]

ବୁତ୍ତି ଓ ଗବେଷଣା

ସମ୍ପାଦନା

ପ୍ରଫେସର ସି.ଭି.ରମଣଙ୍କ ପ୍ରସ୍ତାବରେ ରାଜି ହୋଇ କମଳା ୧୯୩୩ ମସିହାରେ କାମ ଆରମ୍ଭ କଲେ । ଶ୍ରୀ ଶ୍ରୀନିବାଶୟା ତାଙ୍କର ଗୁରୁ ଥିଲେ । ପ୍ରଫେସର ସି.ଭି.ରମଣ ତାଙ୍କର କାର୍ଯ୍ୟରେ ପ୍ରଭାବିତ ହୋଇ ଅଧିକ ରସର୍ଚ୍ଚ ନିମନ୍ତେ ଅନୁମତି ଦେଲେ । ଖାଦ୍ୟରେ ଥିବା ପୁଷ୍ଟିସାର ଉପରେ ଗବେଷଣା କରି ସେ ବାୟୋକେମିଷ୍ଟ୍ରିରେ ଏମ.ଏସ. ସି. ପାଇଲେ । ଏହା ପରେ ଡଃ ଡେରିକ ରିଟରଙ୍କ ଅଧୀନରେ କେମ୍ବ୍ରିଜ ୟୁନିଭରସିଟିରେ କାମ କରିବାକୁ ନିମନ୍ତ୍ରଣ ପାଇଲେ । ପରେ ଡଃ ରବୀନ ହିଲଙ୍କ ଅଧୀନରେ କାମ କରି ସେଲ୍ୟୁଲାର ଏନଯାଇମ ସାଇଟୋକ୍ରୋମ ସି (Cytochrome C) ଆବିଷ୍କାର କଲେ[] । ଏହି ସାଇଟୋକ୍ରୋମ ସି (Cytochrome C) ଗବେଷଣା ଯୋଗୁ କେମ୍ବ୍ରିଜ ୟୁନିଭରସିଟିରୁ ସେ ପି.ଏଚ.ଡି. ଲାଭ କଲେ । ତାଙ୍କର ଗବେଷଣା ପ୍ରସୂତ ଲେଖାରେ (Thesis) ମାତ୍ର ୪୦ ପ୍ରୁଷ୍ଠା ଥିଲା ।
ସେ ୧୯୩୯ ମସିହାରେ ଭାରତ ଫେରି ନୂଆ ଦିଲ୍ଲୀର ଲେଡି ହାଡିଞ୍ଜ ମେଡିକାଲ କଲେଜରେ ସେ ପ୍ରଫେସର ତଥା ଡିପାର୍ଟମେମେଣ୍ଟ ମୁଖ୍ୟ ଭାବେ ନିଯୁକ୍ତି ପାଇଲେ । ପରେ ସେ କୁନୁରର ନ୍ୟୁଟ୍ରିସନ ଲାବରେ କାମ କଲେ । ଏମ. ଭି. ସୋହାନିଙ୍କୁ ବିବାହ କରି ୧୯୪୭ ମସିହାରେ ସେ [[[ବମ୍ବେ]]କୁ (ଆଧୁନିକ ମୁମ୍ବଇ) ଆସିଥିଲେ । ବମ୍ବେର ରୟଲ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସରେ ସେ ବାୟୋକେମିଷ୍ଟ୍ରି ବିଭାଗର ପ୍ରଫେସର ଭାବେ ଯୋଗଦାନ କଲେ । ସେଠାରେ ସେ ଲେଗ୍ୟୁମର (Lgumes) ପୋଶକ ତତ୍ତ୍ୱ ଉଆପରେ କାମ କରିଥିଲେ । ଅପପୁଷ୍ଟ ଶିଶୁଙ୍କ ନିମନ୍ତେ ନୀରା ପାନୀୟ ବିକାଶ କରି ସେ ରାଷ୍ଟ୍ରପତି ପୁରସ୍କାର ଲାଭ କରିଥିଲେ । ସମୟକ୍ରମେ ସେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ, ବାଙ୍ଗାଲୋରର ନିର୍ଦ୍ଦେଶକ ହେଲେ । ନୂଆ ଦିଲ୍ଲୀରେ ତାଙ୍କ ସମ୍ମାନାର୍ଥେ ଇଣ୍ଡିଆନ କାଉନସିଲ ଅଫ ରିସର୍ଚ୍ଚଦ୍ୱାରା ଆଯୋଜିତ ଏକ ଉତ୍ସବରେ ସେ ହଠାତ ଖସି ପଡ଼ି ଦୁଃଖଦ ମୃତ୍ୟୁ ବରଣ କଲେ ।

  1. Gupta, Aravind. "Kamala Sohonie" (PDF). Indian National Science Academy. Retrieved 19 October 2012.
  2. "The Glass Ceiling: The why and therefore" (PDF). Vigyansagar. Government of India. Retrieved 19 October 2012.
  3. "Kamala Sohonie". Streeshakti. Retrieved 19 October 2012.
  4. Dhuru, Vasumathi. "The scientist lady" (PDF). Indian Association of Scientists. Retrieved 19 October 2012.