କମଲ କୁମାରୀ ବାରୋହା

କମଲ କୁମାରୀ ବାରୋହା (ଅସମୀୟା ଭାଷା: কমল কুমাৰী বৰুৱা) (୧୮୯୯-୧୯୭୮) ଆସାମ, ଥାଙ୍ଗଲର ଖୋଙ୍ଗିଆ ବାରୋହା ପରିବାରର କୂଳଦେବୀ ଥିଲେ । ସେ ବୋରଲେଙ୍ଗୀ ସତ୍ରାରେ ମହେନ୍ଦ୍ରନାଥ ମହନ୍ତ ଏବଂ ସ୍ୱର୍ଣ୍ଣଲତା ମହନ୍ତଙ୍କ ଘରେ ଜନ୍ମଗ୍ରହଣ କରିଥିଲେ । ୧୯୧୭ ମସିହାରେ, ସେ ଖୋଙ୍ଗିୟା ବାରୋହା ପରିବାରର ଶିବ ପ୍ରସାଦ ବାରୋହାଙ୍କୁ ବିବାହ କରିଥିଲେ । ଏହି ପରିବାର; ଆସାମର ସ୍ୱାର୍ଥ, ସଂସ୍କୃତି ଏବଂ ପରମ୍ପରାର ସଂଗ୍ରହାଳୟ ଭାବରେ ଉଭା ହୋଇଥିବା ପରିବାର ଅଟେ । ଜଣାଶୁଣା ଭାରତୀୟ ଉଦ୍ୟୋଗୀ, ଚା ଉଦ୍ୟାନର ମାଲିକ ଏବଂ ଚାଣକ୍ୟ ହେମେନ୍ଦ୍ର ପ୍ରସାଦ ବାରୋହା ତାଙ୍କ ପୁତ୍ର ଥିଲେ ।[୧]

କମଲ କୁମାରୀ ବାରୋହା
ଜନ୍ମ୧୮୯୯
ବୋରେଲେଙ୍ଗୀ ସତ୍ରା, ଆସାମ
ମୃତ୍ୟୁ1978 (aged 78–79)
ଆସାମ
ଜାତୀୟତାଭାରତୀୟ
ଅନ୍ୟ ନାମଅୟିତା
ଜାତୀୟତାଭାରତୀୟ
ପ୍ରସିଦ୍ଧିଅଗ୍ରଗାମୀ ମହିଳା
ପୁରୁଷ-ପ୍ରାଧାନ୍ୟ ସମାଜରେ ଉଦ୍ୟୋଗୀ
ବୈବାହିକ-ସାଥୀଶିବ ପ୍ରସାଦ ବାରୋହା
ସନ୍ତାନହେମେନ୍ଦ୍ର ପ୍ରସାଦ ବାରୋହା
ପିତାମାତା(s)ମହେନ୍ଦ୍ରନାଥ ମହନ୍ତ (ପିତା)
ସ୍ୱର୍ଣ୍ଣଲତା ମହନ୍ତ (ମା)

୧୯୩୮ ମସିହାରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ, ତାଙ୍କୁ ଚା’ ବଗିଚା ଚଳାଇବାଠାରୁ ଆରମ୍ଭ କରି ନିଜ ପିଲାମାନଙ୍କ ପାଇଁ ପାରିବାରିକ ସମ୍ପତ୍ତି ବଜାୟ ରଖିବା ପର୍ଯ୍ୟନ୍ତ ଏକ ବଡ଼ ପରିବାରକୁ ଏକାକୀ ସମ୍ଭାଳିବାକୁ ପଡିଥିଲା । ନିଜର ବ୍ୟବସାୟକୁ ଚଳାଇବା ପାଇଁ ସେ ଇଂରାଜୀରେ ଶିକ୍ଷା ନେବା ସହିତ ଚା' ଶିଳ୍ପର ମଧ୍ୟ ଶିକ୍ଷା ନେଇଥିଲେ ।[୨]

କେ କେ ଫାଉଣ୍ଡେସନ ସମ୍ପାଦନା

୧୯୯୦ ମସିହାରେ କମଲ କୁମାରୀ ଫାଉଣ୍ଡେସନ ତାଙ୍କ ପ୍ରିୟ ସ୍ମୃତିରେ ପ୍ରତିଷ୍ଠିତ ହୋଇଥିଲା । କଳା, ସଂସ୍କୃତି, ସାହିତ୍ୟ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୯୯୧ ମସିହାରୁ ଏହା କମଲ କୁମାରୀ ଜାତୀୟ ପୁରସ୍କାର ପ୍ରଦାନ କରୁଛି । ଫାଉଣ୍ଡେସନ ପ୍ରଦାନ କରୁଥିବା ଅନ୍ୟ ପୁରସ୍କାର ହେଉଛି  : ସାମ୍ବାଦିକତା କ୍ଷେତ୍ରରେ ଶିବ ପ୍ରସାଦ ବାରୋହା ଜାତୀୟ ପୁରସ୍କାର ।[୩]

ଆଧାର ସମ୍ପାଦନା

  1. "Online Assam". Online Assam. 2014. Retrieved October 21, 2014.
  2. Deka, Meeta (2013). Women's Agency and Social Change: Assam and Beyond (in ଇଂରାଜୀ). SAGE Publications India. ISBN 9788132116547. Retrieved 30 October 2017.
  3. "Call to keep alive Hemen Barooah's ideals". The Assam Tribune. Archived from the original on 7 November 2017. Retrieved 30 October 2017.