କବୋରୀ ସରୱର
କବୋରୀ ସରୱର (ଜନ୍ମନାମ: ମୀନ ପାଲ୍,[୧] ଜନ୍ମ: ୯ ଜୁଲାଇ ୧୯୫୦) ଜଣେ ବଙ୍ଗଳାଦେଶୀ ଚଳଚ୍ଚିତ୍ର ଅଭିନେତ୍ରୀ ।[୨] ବଙ୍ଗଳା ଚଳଚ୍ଚିତ୍ର ସରେଙ୍ଗ ବୋଉ ("ଅଧିନାୟକର ପତ୍ନୀ") ପାଇଁ ସେ ବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ୨୦୦୮ରେ ସେ ଆୱାମି ଲିଗ୍ରୁ ବଙ୍ଗଳାଦେଶ ସଂସଦକୁ ନିର୍ବାଚିତ ହୋଇଥିଲେ ।
କବୋରୀ ସରୱରକୁ | |
---|---|
কবরী | |
ଜନ୍ମ | ମୀନା ପାଲ୍ ୯ ଜୁଲାଇ ୧୯୫୦ ଚିତ୍ତଗୋଙ୍ଗ, ପୂର୍ବ ବଙ୍ଗଳା (ଏବେ ବଙ୍ଗଳାଦେଶ) |
ଜାତୀୟତା | ବଙ୍ଗଳାଦେଶୀ |
ଅନ୍ୟ ନାମ | ସରାହ୍ ବେଗମ କୋବୋରୀ |
ବୃତ୍ତି(ସମୂହ) | ଅଭିନେତ୍ରୀ, ରାଜନୀତିଜ୍ଞ ଏବଂ ସମାଜ ସେବୀ; ମାନବାଧିକାର ସୁରକ୍ଷାକର୍ମୀ |
ସକ୍ରିୟ ବର୍ଷ | ୧୯୬୪–ଏବେଯାଏଁ |
ପୁରସ୍କାର | ବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବଚସାସ ପୁରସ୍କାର |
ପ୍ରାରମ୍ଭିକ ଜୀବନ
ସମ୍ପାଦନାକବୋରୀ ସରୱର ୯ ଜୁଲାଇ ୧୯୫୦ରେ ପୂର୍ବ ବଙ୍ଗଳାର ଚିତ୍ତଗୋଙ୍ଗଠାରେ ଜନ୍ମଗ୍ରହଣ କରିଥିଲେ । ସେ ଚିତ୍ତଗୋଙ୍ଗର ସାର୍ ଆଶୁତୋଷ ମହାବିଦ୍ୟାଳୟରେ ପାଠ ପଢ଼ୁଥିଲେ ।[୩]
ଚଳଚ୍ଚିତ୍ର ଜୀବନ
ସମ୍ପାଦନାଅଳ୍ପ ବୟସରେ ସେ ଅଭିନୟ ଦୁନିଆରେ ପ୍ରବେଶ କରିଥିଲେ । ମାତ୍ର ୧୩ ବର୍ଷ ବୟସରେ ସେ ଚଳଚ୍ଚିତ୍ର ଜଗତରେ ପାଦ ରଖିଥିଲେ । ୧୯୬୪ ମସିହାରେ କବୋରୀ ତାଙ୍କର ପ୍ରଥମ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ସୁତୋରଙ୍ଗ ।[୪] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁବାଷ ଦତ୍ତ । ସୁବାଷ ପାଖାପାଖି ୪୦ ବର୍ଷ ପରେ ୨୦୦୪ରେ କବୋରୀ ସରୱରଙ୍କ ନିର୍ଦ୍ଦେଶନାରେ ଏକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ଥିଲା ଆଇନା ।
କବୋରୀ ସରୱର ଫାରୁକୀଙ୍କ ସହ ସୁଜୋନ ଶୋଖି ଏବଂ ସରେଙ୍ଗ ବୋହୂ ଭଳି କିଛି ସଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସରେଙ୍ଗ ବୋହୂ ପାଇଁ ସେ ବଙ୍ଗଳାଦେଶର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ୧୯୭୦ରେ ସେ ବୁଲବୁଲ ଅହମଦଙ୍କ ସହ ଦେବଦାସ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ରାତ୍ୱିକ ଘାତକଙ୍କ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ଥିଲା ତିତଷ ଏକତି ନଦୀର ନାମ । ସେ ଏକ ଉର୍ଦ୍ଦୁ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଏଲ । ରହମାନଙ୍କ ସହ ସେ ଏହି ଚଲଚ୍ଚିତ୍ରଟିରେ ଅଭିନୟ କରିଥିଲେ । ଜାହିର ରାଇହନଙ୍କ ନିର୍ଦ୍ଦେଶନାରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ହେଉଛି ବାହାନା ।
କବୋରୀ ସରୱର ରଜାକ, ଅଲାମଗିର, ସୋହେଲ ରାଣା, ଉଜ୍ଜ୍ୱଳ, ୱସିମ, ଖାନ ଆତୁଅର ରହମାନ, ଗୋଲାମ ମୁସ୍ତଫା, ଅନବର ହୁସେନ ଏବଂ ଏ.ଟି.ଏମ୍. ଶମସୁଜାମ୍ ଭଳି ଅଭିନେତାଙ୍କ ସହ ଅଭିନୟ କରିଥିଲେ ।
ଏହାପରେ କବୋରୀ ସରୱର ଚଳଚ୍ଚିତ୍ର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ୨୦୦୬ରେ ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଅନ୍ୟ ମୁକ୍ତିଲାଭ କରିଥିଲା ।[୫]
ରଜନୀତି ଜୀବନ
ସମ୍ପାଦନାବଙ୍ଗଳାଦେଶର ସ୍ୱାଧୀନତା ଯୁଦ୍ଧ ସମୟରେ ସେ ଭାରତରୁ ଜଣେ ସକ୍ରିୟ କର୍ମୀ ଭାବରେ କାର୍ଯ୍ୟ କରିଥିଲେ ।[୨] ଏହି ଯୁଦ୍ଧ ସମୟରେ ସେ ଜଣେ ପ୍ରଥମ ମହିଳା କର୍ମୀ ଥିଲେ, ଯିଏକି ଭାରତୀୟ ଆକାଶବାଣୀରୁ ନିୟମିତ ପ୍ରସାରଣ କରୁଥିଲେ । ଏହା ପରଠାରୁ ପ୍ରାୟ ସବୁ ବେଳେ ସେ ରାଜନୀତିରେ ସକ୍ରିୟ ରହିଛନ୍ତି । ସେ ଜଣେ ସାଂସଦ ଭାବରେ ଏବେ ସଂସଦରେ କାର୍ଯ୍ୟ କରୁଛନ୍ତି । ନାରାୟଣଗଞ୍ଜ ଜିଲାର ଚାରି ନମ୍ବର ଆସନରୁ ସେ ବଙ୍ଗଳାଦେଶ ସଂସଦକୁ ନିର୍ବାଚିତ ହୋଇଥିଲେ ।
ନିଜସ୍ୱ ଜୀବନ
ସମ୍ପାଦନାକବୋରୀ ସରୱର ଚିତ୍ତ ଚୌଧୁରୀଙ୍କୁ ବିବାହ କରିଥିଲେ । ଏହାପରେ ସେ ୧୯୭୮ରେ ଚିତ୍ତ ଚୌଧୁରୀଙ୍କୁ ଛାଡ଼ପତ୍ର ଦେଇଥିଲେ । ଏହାପରେ ସେ ଶାଫିଉଦ୍ଦିନ ସରୱରଙ୍କୁ ବିବାହ କରିଥିଲେ । ରାଜନୈତିକ କାରଣ ପାଇଁ ଶାଫିଉଦ୍ଦିନ ତାଙ୍କୁ ଛାଡ଼ପତ୍ର ଦେଇଥିଲେ ।[୬] She has five sons.[୨] ଏହାପରେ ସେ ଆଲିଆସ ବାବୁ ସରୱରଙ୍କୁ ବିବାହ କରିଥିଲେ ।
ଅଭିନୀତ ଚଳଚ୍ଚିତ୍ର
ସମ୍ପାଦନା- ସୁତୋରଙ୍ଗ
- ଜଳଛବି
- ଅରବିନ୍ଦ
- ବସୋରୀ
- ଜେ ଆଗୁନେ ପୁରୀ
- ଦୀପ ନେଭେ ନାଇ
- ଦର୍ପ ଚୂର୍ଣ୍ଣ
- ଲାଲୋନ ଫକୀର
- ଟିଟାସ ଏକ୍ତି ନଦୀର୍ ନାମ୍
- ସୁଜୋନ ଶୋଖି
- ନୀଲ୍ ଆକାଶର୍ ନିଚେ
- ମୋୟନମୋତି
- ଆଗନ୍ତୁକ
- ଆକାବାକା
- କୋତୋ ଯେ ମିନତୀ
- ଅଧିକାର
- ସ୍ମିତିତୁକୁ ଥକ
- ସୋରେଙ୍ଗ ବୋହୂ
- ରଙ୍ଗବାଜ
- ବେଇମାନ
- ଆବାକ୍ ପୃଥିବୀ
- କଞ୍ଚ କଟ ହୀରା
- ଉପହାର
- ଅମଦେର ସନ୍ତୋନ
- ସାତ୍ ଭାଇ ଚମ୍ପା
- ମୋତିମହଲ
- ପାରୁଲେର ସଂସାର
- ଅରୁଣ ବରୁଣ
- କୀରଣମାଳା
- ହୀରାମୋନ
- ସାଗର ଭାଷା
- ଦେବଦାସ
- ବିନିମୟ
- ମସୁଦ ରାଣା
- ଆମର ଜନ୍ମଭୂମି
ଆଧାର
ସମ୍ପାଦନା- ↑ Afsar Ahmed (6 May 2005). "Tit Bits – The celebrity name game". The Daily Star. Archived from the original on 4 March 2016. Retrieved 28 December 2015.
- ↑ ୨.୦ ୨.୧ ୨.୨ "Political career spells divorce for Bangladeshi actress". asiaone news. 23 November 2008. Archived from the original on 22 December 2015. Retrieved 16 January 2013.
- ↑ মিষ্টি মেয়ের ৫০ বছর. BD Times 71 (in Bengali). Archived from the original on 16 October 2015. Retrieved 31 October 2015.
{{cite news}}
: Invalid|script-title=
: missing prefix (help) - ↑ অভিনেত্রী কবরীর ৫০ বছর (in Bengali). Prothom Alo. 4 June 2014. Archived from the original on 5 July 2014. Retrieved 11 November 2017.
{{cite news}}
: Invalid|script-title=
: missing prefix (help) - ↑ "Heroine searching for heroine". Prothom Alo. 27 February 2015. Archived from the original on 27 February 2015. Retrieved 11 November 2017.
- ↑ "Actress Kabori divorced". The Daily Star. 20 November 2008. Archived from the original on 4 March 2016. Retrieved 15 September 2015.