କନ୍ୟା (ରାଶି)
ସୌରଜଗତରେ ଗ୍ରହମାନେ ସୂର୍ଯ୍ୟଙ୍କୁ କେନ୍ଦ୍ରକରି ଏକ କାଳ୍ପନିକ ଅଣ୍ଡାକୃତି ପଥରେ ଘୁରିବୁଲୁଥାନ୍ତି । ହିନ୍ଦୁ ଜ୍ୟୋତିଷରେ ଏହି କାଳ୍ପନିକ ପଥ ବା ରାଶିଚକ୍ରକୁ(୩୬୦ ଡିଗ୍ରୀ) ୧୨ ଭାଗ କରାଯାଇ ପ୍ରତ୍ୟେକ ଭାଗକୁ (୩୦ ଡିଗ୍ରୀ) ଗୋଟୀଏ ଗୋଟିଏ ରାଶିର କଳ୍ପନା କରାଯାଇଛି । କନ୍ୟା ହେଉଛି ତନ୍ମଧ୍ୟରୁ ଷଷ୍ଠ ରାଶି ।[୧]
ଜ୍ୟୋତିଷୀୟ ପୃଷ୍ଠଭୂମିସମ୍ପାଦନ କରନ୍ତୁ
ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସୂର୍ଯ୍ୟ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ୧୨ ମାସରେ ପୃଥିବୀର ଚାରିଆଡ଼େ ପ୍ରଦକ୍ଷିଣ କରେ ।[୨] ୩୦ ଡିଗ୍ରୀ ପରିମିତ ଏହି ପ୍ରତ୍ୟେକ କାଳ୍ପନିକ ଅଂଶ ଗୋଟିଏ ଗୋଟିଏ ରାଶି ନାମରେ ନାମିତ (ଅର୍ଥାତ୍ ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ, ମୀନ) । ପ୍ରତ୍ୟେକ ରାଶିରେ ସୂର୍ଯ୍ୟଙ୍କ ଅବସ୍ଥାନକୁ ଭିତ୍ତିକରି ୧୨ଗୋଟି ମାସ ଗଣନା କରାଯାଇଛି । ଏହିପରିଭାବେ ୧୨ଟି ରାଶି ନାମରେ ନାମିତ ୧୨ଟି ସୌରମାସ ବା ଏକ ସୌର ବର୍ଷର ପରିମାଣ ୩୬୫ ଦିନ ।[୩] ପାଶ୍ଚାତ୍ୟ ଜ୍ୟୋତିଷରେ ବ୍ୟକ୍ତିର ଜନ୍ମ ସମୟରେ ରାଶିଚକ୍ରରେ ସୂର୍ଯ୍ୟଙ୍କର ଅବସ୍ଥାନକୁ ନେଇ ଜନ୍ମ ରାଶି ନିର୍ଣ୍ଣୟ ହୁଏ । କିନ୍ତୁ ଭାରତୀୟ ଜ୍ୟୋତିଷ ବା ବୈଦିକ ଜ୍ୟୋତିଷରେ ଚନ୍ଦ୍ରଙ୍କର ଅବସ୍ଥାନକୁ ନେଇ ଜନ୍ମ ରାଶି ନିର୍ଣ୍ଣୟ କରାଯାଏ ।[୪]
- ରାଶିଚକ୍ରରେ କନ୍ୟା ରାଶିର ଅବସ୍ଥାନ ୧୫୧ ଡିଗ୍ରୀରୁ ୧୮୦ ଡିଗ୍ରୀ ମଧ୍ୟରେ । ହିନ୍ଦୁ ଜ୍ୟୋତିଷ ପ୍ରକାରେ ବୁଧ ଏହାର ଅଧିପତି ଗ୍ରହ ।[୧]
- ହିନ୍ଦୁ ଜ୍ୟୋତିଷରେ କନ୍ୟା ରାଶିର ଆକୃତି/ସଂକେତ ଏକ କନ୍ୟା ପରି ।
- ବୈଦିକ ଜ୍ୟୋତିଷମତେ କନ୍ୟା ରାଶି ବୈଶ୍ୟ ଜାତି, ପୃଥ୍ୱୀତତ୍ତ୍ୱ ବିଶିଷ୍ଟ ଏକ ତମ ଗୁଣୀ ଓ ସମ ରାଶି ।[୫]
- ହିନ୍ଦୁ ଜ୍ୟୋତିଷରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ଯେଉଁ ରାଶିରେ ଅବସ୍ଥାନ କରିଥାନ୍ତି, ତାହା ବ୍ୟକ୍ତିର ଜନ୍ମ ରାଶି ହୁଏ । କନ୍ୟା ରାଶିରେ ଜନ୍ମିତ ବ୍ୟକ୍ତି କର୍ତ୍ତବ୍ୟପରାୟଣ, ଧୀରବୁଦ୍ଧି ସଂପନ୍ନ ତଥା ମେଳାପୀ ହୋଇଥାନ୍ତି ।[୬]
ଆଧାରସମ୍ପାଦନ କରନ୍ତୁ
- ↑ ୧.୦ ୧.୧ "Zodiac". Retrieved 30 September 2015.
- ↑ "Indian Clendars" (PDF). Retrieved 24 September 2015.
- ↑ "Months named after rasis". Retrieved 24 September 2015.
- ↑ "Sun Sign and Moon Sign". Retrieved 1 October 2015.
- ↑ Swain, Captain Manasa Ranjan . ବୈଦିକ ଜ୍ୟୋତିଷ, ପୃଷ୍ଠା- ୦୬-୦୭. ପ୍ରକାଶକ-ଜ୍ୟୋତିଷ-ବାସ୍ତୁ ସାଧନା ଆଶ୍ରମ.
- ↑ "Misha(Aries)". Retrieved 30 September 2015.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |