କନ୍ନିଆ ଉଷ୍ଣ ପ୍ରସବଣ

ଶ୍ରୀଲଙ୍କାର ଏକ ପ୍ରତ୍ନତାତ୍ତ୍ୱିକ ସଂରକ୍ଷିତ ସ୍ଥାନ

କନ୍ନିଆ ଉଷ୍ଣ ପ୍ରସବଣ ହେଉଛି ଏକ ପ୍ରତ୍ନତାତ୍ତ୍ୱିକ ସଂରକ୍ଷିତ ସ୍ଥାନ ଯାହାକି ଶ୍ରୀଲଙ୍କାତ୍ରିଙ୍କୋମାଳିରେ ଅବସ୍ଥିତ । ଏଥିରେ ସାତଟି ଝରଣା ବା କୂଅ ଅଛି ଯାହାକି ବର୍ଗାକାର ।[] ପ୍ରସ୍ରବଣର ତଳ ସହିତ ୩-୪ ଫୁଟ ଗଭୀର ଏହି କୂଅଗୁଡ଼ିକର ନିମ୍ନତମ ସ୍ତର ସ୍ପଷ୍ଟ ଦୃଶ୍ୟମାନ । ଯଦିଓ କୂଅଗୁଡିକର ଜଳ ତାପମାତ୍ରା ସାମାନ୍ୟ ଅଧିକ, ତେବେ ଗୋଟିଏରୁ ଅନ୍ୟର ତାପମାତ୍ରାରେ ଥିବା ଫରକ ନଗଣ୍ୟ ବା ସାମାନ୍ୟ ଭିନ୍ନ ବୋଲି ଜଣା ପଡିଛି ।[] କୂଅଗୁଡିକରେ ପାଣିର ପରିମାଣ ବହୁତ ବେଶୀ ନୁହେଁ, ଯେପରିକି ୧୦ରୁ ୧୨ ବାଲ୍‌ତି ପାଣି ବାହାର କରିଦେଲେ ଝରଗୁଡ଼ିକର ପାଣି ସରିଯାଏ ।[]

କନ୍ନିଆ ଉଷ୍ଣ ପ୍ରସବଣ

ଇତିହାସ

ସମ୍ପାଦନା

ଏହି ଅଞ୍ଚଳରେ ବୌଦ୍ଧମଠର ପୁରାତନ ଧ୍ୱଂସାବଶେଷ ଏପର୍ଯ୍ୟନ୍ତ ଦୃଶ୍ୟମାନ ହେଉଛି । ଅନୁମାନ କରାଯାଉଛି ଯେ ଶ୍ରୀଲଙ୍କା ଗୃହଯୁଦ୍ଧ ସମୟରେ ସେହି ସ୍ଥାପତ୍ୟକୃତିଗୁଡ଼ିକ ମଧ୍ୟରୁ ଅଧିକାଂଶ ନଷ୍ଟ ହୋଇଯାଇଥିଲା । ୯ ସେପ୍ଟେମ୍ବର ୨୦୧୧ରେ, ସରକାରୀ ଗେଜେଟ ସଂଖ୍ୟା ୧୭୨୩ ଜାରି ପୂର୍ବକ ଏହି ସାତୋଟି ଉଷ୍ଣ ପ୍ରସ୍ରବଣ, ଚୈତ୍ୟ ମାଉଣ୍ଡ ଏବଂ ଅନ୍ୟାନ୍ୟ ବିସ୍ତୃତ ଧ୍ୱଂସାବଶେଷକୁ ଶ୍ରୀଲଙ୍କା ସରକାର ପ୍ରତ୍ନତାତ୍ତ୍ୱିକ ସଂରକ୍ଷିତ ସ୍ମାରକୀ ଭାବରେ ଆନୁଷ୍ଠାନିକ ଭାବରେ ସ୍ୱୀକୃତି ଦେଇଥିଲେ ।[]

ସମ୍ପ୍ରତି ଅନୁରାଧାପୁର ସମୟର ଏକ ସ୍ତୂପ ଏବଂ ପ୍ରଥମ କିମ୍ବା ଦ୍ୱୀତୀୟ ଶତାବ୍ଦୀ A.D.ର ଏକ ଲେଖା ଏହି ସ୍ଥାନରେ ସମ୍ପ୍ରତି ପ୍ରତ୍ନତାତ୍ତ୍ୱିକ ଖନନରୁ ମିଳିଥିଲା । ଏହି ଲେଖାରେ ଦର୍ଶାଯାଇଛି ଯେ ନିକଟସ୍ଥ ଅଞ୍ଚଳରେ ଅବସ୍ଥିତ ପାଞ୍ଚଟି ଜଳ କୁଣ୍ଡର ଜଳ ଏକ ମନ୍ଦିରରେ ରହୁଥିବା ବୌଦ୍ଧ ଭିକ୍ଷୁମାନଙ୍କ ବ୍ୟବହାର ପାଇଁ ସଂରକ୍ଷିତ ଥିଲା ।[]

କିମ୍ବଦନ୍ତୀ

ସମ୍ପାଦନା

ଉକ୍ତ ସ୍ଥାନରେ ଥିବା ସୂଚନା ବୋର୍ଡ ଅନୁଯାୟୀ, ତ୍ରିଙ୍କୋମାଲିରେ କନ୍ନିଆ ଉଷ୍ଣ ପ୍ରସବଣ ରାଜା ରାବଣ ଯୁଗରୁ ଆରମ୍ଭ ହୋଇଥିଲା । ଏଥିରେ କୁହାଯାଇଛି ଯେ ରାଜା ରାବଣ ଖଣ୍ଡାଦ୍ୱାରା ପୃଥିବୀକୁ ଅନେକ ସ୍ଥାନରେ ଆଘାତ କରିଥିଲେ ଏବଂ ଏହି ସ୍ଥାନରୁ ଅନେକ ଝରଣା ନିର୍ଗତ ହୋଇଥିଲେ ।

ମୃତ୍ୟୁଲାଭ କରିଥିବା ପ୍ରିୟଜନଙ୍କୁ ଉତ୍ସର୍ଗୀକୃତ ଧାର୍ମିକ ହିନ୍ଦୁ ରୀତିନୀତି ଏହି ସ୍ଥାନରେ ଶ୍ରୀଲଙ୍କା ତାମିଲମାନଙ୍କଦ୍ୱାରା ପାଳନ କରାଯାଇଥାଏ । ଶ୍ରୀଲଙ୍କାର ଲୋକ ସଂଗୀତ ତଥା ସ୍ଥାନୀୟ ଲୋକନୃତ୍ୟ ଅନୁଯାୟୀ, ଏହି ସ୍ଥଳ ହିନ୍ଦୁ ମହାପୁରୁଷ ରାମାୟଣର ରାକ୍ଷସ ରାଜା ରାବଣ ସହିତ ଜଡ଼ିତ । ପ୍ରଚଳିତ ଲୋକକଥା ଅନୁସାରେ ରାବଣ ଏବଂ ତାଙ୍କ ମା କୋନେଶ୍ୱରମ୍ ମନ୍ଦିର ଏବଂ କନ୍ନିଆ ଉଷ୍ଣ ପ୍ରସବଣରେ ହିନ୍ଦୁ ଭଗବାନ ଶିବଙ୍କୁ ଆରାଧନା କରିଥିଲେ । ତାଙ୍କ ମା ଅସୁସ୍ଥ ଥିବାବେଳେ ରାବଣ କୋନେଶ୍ୱରାମଙ୍କ ମନ୍ଦିର ହଟାଇବାକୁ ଚାହୁଁଥିଲେ । ରାବଣ ବିଶାଳକାୟ ପଥରସବୁ ଦୋହଲାଇଦେବା ବେଳେ ଭଗବାନ ଶିବଙ୍କ ଇଙ୍ଗିତରେ ରାବଣଙ୍କ ହାତରୁ ଖଣ୍ଡା ଖସିପଡିଥିଲା । ଯେତେବେଳେ ରାବଣର ମା ଏହି ଖବର ଶୁଣିଲେ, ରାବଣର ଅମଙ୍ଗଲ ଅନୁମାନ କରି ସେ ଅସହ୍ୟ ଦୁଃଖରେ ଭାଙ୍ଗି ମୃତ୍ୟୁବରଣ କଲେ । ରାବଣ ଫେରି ଆସିବା ପରେ ସେ ତାଙ୍କର ପ୍ରିୟ ମା’ଙ୍କ ଦେହାନ୍ତ ହୋଇଥିବାର ଦେଖି ନିରାଶ ହୋଇଥିଲେ । ତାଙ୍କ ମାତାର ଅନ୍ତିମ ସଂସ୍କାର କରିବା ପାଇଁ, ରାବଣ ଖଣ୍ଡାଦ୍ୱାରା ପୃଥିବୀକୁ ଅନେକ ସ୍ଥାନରେ ହାଣି ଦେଇଥିଲେ ଏବଂ ସେହି ସବୁ ସ୍ଥାନ ହିଁ ଏହି କନ୍ନିଆ ଉଷ୍ଣ ପ୍ରସବଣର ସ୍ରୋତ ବୋଲି ବିଶ୍ୱାସ ରହିଛି ।[]

ମହାଭାରତ, ହିନ୍ଦୁ ମହାକାବ୍ୟରେ ଉଲ୍ଲେଖ କରାଯାଇଛି ଯେ, ଏହି ଉଷ୍ଣ ପ୍ରସବଣ ସମୁଦ୍ରର ମଧ୍ୟଭାଗରେସ୍ଥିତ ଗୋକର୍ଣ୍ଣ ବେଳାଭୂମି ନିକଟରେ ଅବସ୍ଥିତ ଏବଂ ଉମାଙ୍କ ବର ତଥା ତିନି ଜଗତର ପୂଜ୍ୟ ଶିବଙ୍କର ପୂଜାସ୍ଥଳୀ ଅଟେ । ଉପମହାଦେଶର ସମସ୍ତ ଲୋକ ତଥା ଦେବ ଏବଂ ଯକ୍ଷ, ନଦୀ, ମହାସାଗର ଏବଂ ପର୍ବତଦ୍ୱାରା ଦେବ ଦେବ ମହାଦେବ ଏଠାରେ ପୂଜିତ ବୋଲି ପୁରାଣରେ ବର୍ଣ୍ଣିତ । ଏହା ଜାରି ରହିଛି ଯେ ପ୍ରାଚୀନ ପାଣ୍ଡିଆନ୍ ରାଜ୍ୟ ତଥା ତାମିରାପର୍ଣ୍ଣି ଦ୍ୱୀପ (କୁଡିରାମଲାଇ)ର କନ୍ୟାକୁମାରୀଙ୍କ ପରେ ଦକ୍ଷିଣରେ ଥିବା ହିନ୍ଦୁମାନଙ୍କ ପାଇଁ କୋନେଶ୍ୱର ମନ୍ଦିର ଏବଂ କନ୍ନିଆ ଉଷ୍ଣ ପ୍ରସବଣ ହେଉଛି ଏକ ପ୍ରମୁଖ ତୀର୍ଥସ୍ଥଳୀ । ବିଶ୍ୱସ୍ସ ରହିଛି ଭକ୍ତ ଏବଂ ପୂଜକମାନେ ଏହି ମନ୍ଦିରରେ ତିନି ଦିନ ଉପବାସ କରିବାଦ୍ୱାରା ପୂଣ୍ୟ ଲାଭ ହୋଇଥାଏ ।[]

ସ୍ଥାନୀୟ ଲୋକକଥା ଅନୁଯାୟୀ, କନ୍ନିଆ ଉଷ୍ଣ ପ୍ରସବଣ ରାମାୟଣରେ ବର୍ଣ୍ଣିତ ରାବଣ ଯୁଗରୁ ଆରମ୍ଭ ହୋଇଥିଲା ଏବଂ ଗୋକର୍ଣ୍ଣ ଉପସାଗର (ତ୍ରିନକୋମାଲି) ନିକଟରେ ଥିବା ଏହି ଉଷ୍ଣ ପ୍ରସବଣ ବିଷୟରେ ପ୍ରଥମ ଲିଖିତ ଆଧାର ରାମାୟଣରେ ହିଁ ଦେଖିବାକୁ ମିଳିଥିଲା ।

ଆହୁରି ଦେଖନ୍ତୁ

ସମ୍ପାଦନା
  1. Premasiri, H.M.R. (2006). Formation of hot water springs of Sri Lanka (in ଇଂରାଜୀ). Engineer: Journal of the Institution of Engineers, Sri Lanka, 39(4). pp. 7–12. {{cite book}}: Cite has empty unknown parameter: |1= (help)
  2. "Trinco's hot wells, forts, beaches, Koneswaram Kovil and dosa | The Sundaytimes Sri Lanka". www.sundaytimes.lk. Retrieved 23 November 2020.
  3. "History of Kanniya hot water wells". web.archive.org. 3 September 2014. Archived from the original on 3 September 2014. Retrieved 23 November 2020.{{cite web}}: CS1 maint: bot: original URL status unknown (link)
  4. Gazette 1723 & 9 September 2011, p. 683.
  5. "උණුදිය උල්පතේ දියවෙන ජීවිත". BBC News සිංහල (in ସିଂହଳ). Retrieved 23 November 2020.
  6. Sivaratnam, C (1964). An outline of the cultural history and principles of Hinduism (1 ed.). Colombo: Stangard Printers. OCLC 12240260. Koneswaram temple. Tiru-Kona-malai, sacred mountain of Kona or Koneser, Iswara or Siva. The date of building the original temple is given as 1580 BCE. according to a Tamil poem by Kavi Raja Virothayan translated into English in 1831 by Simon Cassie Chitty...
  7. "Listen as I now recount the isle of Tamraparni, gemmed upon the ocean. The gods underwent austerities there, in a desire to attain greatness. In that region also is the lake of Gokarna. Then one should go to Gokarna, renowned in the three worlds. O Indra among kings! It is in the middle of the ocean and is worshipped by all the worlds. Brahma, the Devas, the rishis, the ascetics, the bhutas (spirits or ghosts), the yakshas, the pishachas, the kinnaras, the great nagas, the siddhas, the charanas, the gandharvas, humans, the pannagas, rivers ocean and mountains worship Uma's consort there". Mahabharata. Volume 3. pp. 46–47, 99