କନଫୁସିଅସବାଦ, ଯାହାକୁ ରୁଇବାଦ ମଧ୍ୟ କୁହାଯାଏ, ପ୍ରାଚୀନ ଚୀନରୁ ଉତ୍ପନ୍ନ ଏକ ଦର୍ଶନ । ଏହାକୁ ଭିନ୍ନ ଭିନ୍ନ ଭାବେ ଏକ ପରମ୍ପରା, ଧର୍ମ, ମାନବବାଦୀ ବା ଯୁକ୍ତିସଙ୍ଗତ ଧର୍ମ, ରାଜ ଧର୍ମ ବା ଏକ ସରଳ ଜୀବନଶୈଳୀ ଭାବରେ ବର୍ଣ୍ଣନା କରାଯାଇଥାଏ। ଚୀନ "ଶତାଧିକ ଚିନ୍ତାଧାରା" ସମୟରେ(ଖ୍ରୀଷ୍ଟପୂର୍ବ ୫୫୧–୪୭୯) ଦାର୍ଶନିକ କନଫୁସିୟସଙ୍କ ଶିକ୍ଷାରୁ କନଫୁସିଅସବାଦ ବିକଶିତ ହୋଇଥିଲା ।

ଏକଛତ୍ରବାଦୀ ଚୀନ ରାଜବଂଶ (ଖ୍ରୀଷ୍ଟପୂର୍ବ ୨୨୧–୨୦୬) ଶାସନ କାଳ ସମୟରେ କନଫୁସିଅସବାଦକୁ ଦମନ କରାଯାଇଥିଲା । ହାନ ରାଜବଂଶ (ଖ୍ରୀଷ୍ଟପୂର୍ବ ୨୦୬ - ୨୨୦ ଖ୍ରୀଷ୍ଟାବ୍ଦ ) ସମୟରେ "ପ୍ରାକ୍-ଟାଓବାଦ" ହୁଆଙ୍ଗ-ଲାଓକୁ ସରକାରୀ ଆଦର୍ଶ ଭାବରେ ପରିଗଣିତ ହୋଇଥିଲା । ଟାଙ୍ଗ ରାଜବଂଶ (ଖ୍ରୀଷ୍ଟାବ୍ଦ ୬୧୮–୯୦୭) ସମୟରେ ଏକ କନଫୁସିଆନ୍ ପୁନର୍ଜୀବିତ ହୋଇଥିଲା | ଟାଙ୍ଗ ଶାସନକାଳର ଶେଷ ଭାଗରେ, ବୌଦ୍ଧ ଧର୍ମ ଏବଂ ତାଓ ଧର୍ମର ପ୍ରତିକ୍ରିୟା ହିସବରେ କନଫୁସିଅସବାଦର ଅଧିକ ବିକାଶ ଓ ସଂସ୍କାର ହୋଇଥିଲା ଏବଂ ଏହାକୁ ନବ-କନଫୁସିଅସବାଦ ଭାବରେ ଜଣାଯାଇଥିଲା । | ଏହି ପୁନଃଜୀବିତ ରୁପରେ ଏହା ଅମଲାତନ୍ତ୍ର ପାଇଁ ପ୍ରବେଶିକା ପରୀକ୍ଷାରେ ବ୍ୟବହୃତ ହେଉଥିଲ। ସଙ୍ଗ୍ ରାଜବଂଶ ସମୟରେ(୯୬୦–୧୨୯୭) ଏହାକୁ ସରକାରର ମୂଳ ଦର୍ଶନ ଭାବରେ ଗ୍ରହଣ କରାଯାଇଥିଲା ।

ମୂଳ ତତ୍ତ୍ୱସମ୍ପାଦନ କରନ୍ତୁ

କନଫୁସିଅସବାଦ ମନୁଷ୍ୟ ଏବଂ ଭଗବାନଙ୍କ (Tiān , 天 ,ଟିଆନ୍ ) ଏକତ୍ୱ, କିମ୍ବା ମାନବିକତା ଏବଂ ଦେବତ୍ୱ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରିଥାଏ । । କନଫୁସିଅସବାଦ ପାଞ୍ଚଟି ଧାରଣାର ଉପାସନାରେ ନିଜକୁ ପ୍ରକାଶ କରେ: ସ୍ୱର୍ଗ ଏବଂ ପୃଥିବୀ (Di 地), ସାର୍ବଭୌମତ୍ୱ ବା ସରକାର (jūn 君), ପିତୃପୁରୁଷ (qīn 親) ଏବଂ ଗୁରୁ (shī 師) ।[୧][୨]

ଚୀନର ପ୍ରାଚୀନ ଦର୍ଶନ ଅନୁସାରେ ସ୍ୱର୍ଗ ଏକ ପୂର୍ବ-ବିଦ୍ୟମାନ ଜଗତର ନୁହେଁ | ଚୀନର ପ୍ରାଚୀନ ବ୍ରହ୍ମାଣ୍ଡ ଜ୍ଞାନରେ "ବ୍ରହ୍ମାଣ୍ଡର ପ୍ରତ୍ୟେକ ବସ୍ତୁ ଶକ୍ତିର ବିଶୃଙ୍ଖଳାରୁ ନିଜକୁ ସୃଷ୍ଟି କରେ" (ହୁଣ୍ଡୁନ୍ 混沌 ଏବଂ କାଇ 氣) ୟିନ୍ ଏବଂ ୟାଙ୍ଗ୍ ଯାହାକି ପରସ୍ପର ସହ ଜଡ଼ିତ ଏବଂ ଏହା ଶକ୍ତିର ବିଶୃଙ୍ଖଳାକୁ ସନ୍ତୁଳିତ କରିଥଏ । ସୃଷ୍ଟି ଏକ ନିରନ୍ତର କ୍ରମ । କନଫୁସିଅସବାଦରେ ମଧ୍ୟ ଏହି ବିଶ୍ୱାସ ରହିଛି ।

ସଙ୍ଗଠନସମ୍ପାଦନ କରନ୍ତୁ

କନଫୁସିଆନ୍ ଚର୍ଚ୍ଚ ହେଉଛି ଏକ ପ୍ରକାରର କନଫୁସିଅସବାଦି ଧାର୍ମିକ ତଥା ସାମାଜିକ ଅନୁଷ୍ଠାନ । କିଙ୍ଗ୍ ରାଜବଂଶ ଶାସନ କାଳ ସମୟରେ କନଫୁସିଅସବାଦ ରାଜ୍ୟ ଧର୍ମ ଭାବରେ ଗୃହିତ ହୋଇଥିଲ । ଉନବିଂଶ ଶତାବ୍ଦୀର ଶେଷ ଭାଗରେ କାଙ୍ଗ ୟୁୱେଙ୍କ (୧୮୫୮-୧୯୨୭)ଦ୍ୱାରା ଏହାର ସ୍ଥାପନା ପାଇଁ ପ୍ରସ୍ତାବ ଦିଆଯାଇଥିଲା।

ପ୍ରାୟ ୨୦୦୦ ମସିହାରୁ ସମସାମୟିକ ଚୀନରେ କନଫୁସିଅସବାଦର ପୁନରୁତ୍ଥାନ ଘଟିଛି। ଯାହା ଫଳରେ ଅନେକ କନଫୁସିଆନ୍ ଏକାଡେମୀ , କନଫୁସିୟସ୍ ମନ୍ଦିର ଇତ୍ୟାଦି ସ୍ଥାପନା କରାଯାଇଛି।

ଆଧାରସମ୍ପାଦନ କରନ୍ତୁ

  1. Lin, Justin Yifu (2012). Demystifying the Chinese Economy. Cambridge University Press. p. 107. ISBN 978-0-521-19180-7.
  2. Juergensmeyer, Mark (2005). Juergensmeyer, Mark (ed.). Religion in Global Civil Society. Oxford University Press. p. 70. doi:10.1093/acprof:oso/9780195188356.001.0001. ISBN 978-0-19-518835-6. ...humanist philosophies such as Confucianism, which do not share a belief in divine law and do not exalt faithfulness to a higher law as a manifestation of divine will.