କନକଲତା ଦେବୀ
କନକଲତା ଦେବୀ (୩୦ ସେପ୍ଟେମ୍ବର ୧୯୦୯ - ୧୪ ଫେବୃଆରୀ ୧୯୮୬) ଜଣେ ଓଡ଼ିଆ ରାଜନୀତିଜ୍ଞା ଥିଲେ । ସେ ଓଡ଼ିଶା ରାଜନୀତିର ଗଣ ପରିଷଦର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । କନକଲତା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବଡ଼ମ୍ବା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
କନକଲତା ଦେବୀ | |
---|---|
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୬୧ | |
ପର ଅଧିକାରୀ | ବିଦ୍ୟାଧର ନାଏକ |
ନିର୍ବାଚନ ମଣ୍ଡଳୀ | ବଡ଼ମ୍ବା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ସେପ୍ଟେମ୍ବର ୩୦, ୧୯୦୯ |
ମୃତ୍ୟୁ | ୧୪ ଫେବୃଆରୀ ୧୯୮୬ | (ବୟସ ୭୬)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଗଣ ପରିଷଦ |
ଜୀବନ ସାଥୀ | ଅନନ୍ତ ନାରାୟଣ ମାନସିଂହ |
ବାପା/ବୋଉ | ନାରାୟଣ ଭଞ୍ଜଦେଓ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା
କନକଲତା ଦେବୀ ୧୯୦୯ ମସିହାର ସେପ୍ଟେମ୍ବର ମାସ ୩୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନାରାୟଣ ଭଞ୍ଜଦେଓ ଏବଂ ପତିଙ୍କ ନାମ ଅନନ୍ତ ନାରାୟଣ ମାନସିଂହ ।[୧] କନକଲତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍ ।[୧]
ରାଜନୈତିକ ଜୀବନ ସମ୍ପାଦନା
କନକଲତା ଦେବୀ ଓଡ଼ିଶା ରାଜନୀତିରେ ଅଖିଳ ଭାରତୀୟ ଗଣ ପରିଷଦର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ ସମ୍ପାଦନା
କନକଲତା ମାନସିଂହ ୧୯୮୬ ମସିହାର ଫେବୃଆରୀ ମାସ ୧୪ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା ।