କଥାଚିତ୍ର ପତ୍ରିକା

କଥାଚିତ୍ର ପତ୍ରିକାର ଇତିହାସ ସଙ୍କଳନ କରି ଗବେଷକ ସୂର୍ଯ୍ୟ ଦେଓ ସତରଟି ପ୍ରବନ୍ଧ ଲେଖିଛନ୍ତି ଯାହା ଓଡ଼ିଶାର ସାଂସ୍କୃତିକ ଇତିହାସ ଅଧ୍ୟୟନ ସକାଶେ ମହତ୍ବପୂର୍ଣ୍ଣ। କଥାଚିତ୍ର ବ୍ଯତୀତ କେତେକ ପତ୍ରିକାରେ ସାହିତ୍ୟ ତଥା ସମ୍ବାଦଧର୍ମୀ ଲେଖା ମଧ୍ୟ ସ୍ଥାନ ପାଉଥିଲା।


୧) ଆମ ଓଡ଼ିଆ ଚଳଚ୍ଚିତ୍ରର ତର୍ଜମା ଧାରା ଓ ଶୈଳୀ ଯେ ବେଶୀ ପ୍ରଭବୀ ନୁହେଁ ଏକଥା ସ୍ୱୀକାର କରିବାକୁ ଆମେ ବାଧ୍ୟ । ଆଉ ଏକଥା ବି ସ୍ୱୀକାର କରିବାକୁ ବାଧ୍ୟ ଯେ ଓଡ଼ିଆ ଚଳଚ୍ଚିତ୍ର ଅଧିକାଂଶ ଓଡ଼ିଆଙ୍କ ମନରେ ଯେମିତି ବସା ବାନ୍ଧିଛି, ଅନ୍ୟ କେଉଁ ମନୋରଞ୍ଜନର ଭାଗ୍ୟ ସେମିତି ହୋଇନାହିଁ । ତାହା ଧାର୍ମିକ ଛଟାରେ ଥାଉ ଅବା ସାମାଜିକ ଧାରା ସହ ସଂପୃକ୍ତ ଥାଉ ‘ଚଳଚ୍ଚିତ୍ର’ ପରି ପ୍ରଭାବ  ଆଉ କାହାର ନାହିଁ।

ଅଥଚ ଆମ ଓଡ଼ିଆ ଚଳଚ୍ଚିତ୍ର ଐତିହ୍ୟର ଷାଠିଏ ଭାଗ ଆମେ ନଷ୍ଟ କରିସାରିଛୁ ।... ଏତେ ନାହିଁ ନାହିଁ ଭିତରେ ଯେଉଁଠାରୁ ଯାହା ମିଳିଛି ତାହାକୁ ବ୍ୟବସ୍ଥିତ ଢଙ୍ଗରେ ଅଭିଲେଖ କଲାବେଳକୁ କିଛିକିଛି  ଅଦ୍ଭୁତ ଏବଂ ଚକିତ କଲାଭଳି ତଥ୍ୟ ସାମ୍ନାକୁ କେବେକେବେ ଆସିଛି ଏବଂ ସେହି ଉଲ୍ଲାସରୁ ଆରମ୍ଭ ହୋଇଛି ଏହି ସ୍ତମ୍ଭ ରଚନା । ଏହା ଓଡ଼ିଆ ଚଳଚ୍ଚିତ୍ରର ଏକ ନିର୍ଦ୍ଦିଷ୍ଟ ଦିଗକୁ ସୂଚୀତ କରେ । ସୂଚୀତ କରେ ଯେ ଜମାରୁ ତିନିଟି ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ପରେ ହିଁ ଓଡ଼ିଆ ଚଳଚ୍ଚିତ୍ର ପତ୍ରିକାର ପ୍ରକାଶନ ଓ ପ୍ରସାରଣ ଆରମ୍ଭ ହୋଇଥିଲା ଏବଂ ସର୍ବଭାରତୀୟ ସ୍ତରରେ ଏହା ଏକ ସ୍ତମ୍ଭ! [୧]

୨) ପ୍ରଥମ ଚଳଚ୍ଚିତ୍ର ପତ୍ରିକା ପ୍ରକାଶନ ପାଇଁ ଆବେଗ ସହ ଯେଉଁ ଉଦ୍ଦାମତା, ସାହସ ଓ ଆର୍ତ୍ତିର ସଂଯୋଗ ଜରୁରି ଥିଲା, ସେତକ ଥିଲା ବୋଲି ସମ୍ପାଦକ କାଳୀଚରଣ ତ୍ରିପାଠୀ ଓଡ଼ିଆ ଚଳଚ୍ଚିତ୍ର ପତ୍ରିକା ପ୍ରକାଶନର ପରମ୍ପରା ପ୍ରୋଥିତ କଲେ । [୨]

୩) ‘ସିନେ ଓଡ଼ିଶା’ର ସମୟ ସୀମା ଥିଲା ଆଠ ବର୍ଷ । ୧୯୫୧ରୁ ୧୯୫୮ ପର୍ଯ୍ୟନ୍ତ । ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁରରୁ ପ୍ରକାଶନ, ଦ୍ୱିତୀୟରେ କଟକରୁ ପ୍ରକାଶନ । କଟକକୁ ଆସିବା ପରେ ‘ସିନେ ଓଡ଼ିଶା’ ବିଶେଷ ଭାବରେ ସାହିତ୍ୟ ଆଧାରିତ ହେଲା ଏବଂ ମନୋରଞ୍ଜନ, ନାଟକ, କଳା ଓ ସିନେମା ଚର୍ଚ୍ଚା ପାଇଁ ପୃଷ୍ଠା କମିଗଲା । [୩]

୪) ବ୍ରହ୍ମପୁରରୁ ହିଁ ପ୍ରକାଶିତ ହୋଇଥିଲା ଦ୍ୱିତୀୟ ଓଡ଼ିଆ ଚଳଚ୍ଚିତ୍ର ପତ୍ରିକା ‘କଳାଶ୍ରୀ’ । ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ପତ୍ରିକା ‘ସିନେ ଓଡ଼ିଶା’ ପ୍ରକାଶନର ଚାରିମାସ ପରେ । ଅଗଷ୍ଟ ୧୯୫୧ରେ । ପ୍ରଥମ ସଂଖ୍ୟାରେ ହିଁ ‘କଳାଶ୍ରୀ’ ସ୍ୱଷ୍ଟ କଲାଯେ ଚଳଚ୍ଚିତ୍ର କଳାର ସଚ୍ଚୋଟ ସେବକ ରୂପେ ଏହା ଆତ୍ମପ୍ରକାଶ କରୁଛି । [୪]

୫) ୧୯୫୧ ମସିହା ଜୁଲାଇ ମାସ ପ୍ରଥମ ସପ୍ତାହରେ କଟକରୁ ପ୍ରକାଶିତ ନବ ଜାତକ ‘ଚିତ୍ରଲେଖା’ ଅଗଷ୍ଟ ମାସରେ ଘୋଷଣା କଲାଯେ ଏହା ଏକ ସ୍ୱୟଂ ସଂପୂର୍ଣ୍ଣ ଚଳଚ୍ଚିତ୍ର ପତ୍ରିକା । ପ୍ରଥମ ସଂଖ୍ୟାରେ ଚଳଚ୍ଚିତ୍ର ସମ୍ବନ୍ଧିତ ଲେଖା ଓ ସମ୍ବାଦ ଅଧିକାଂଶରେ ସ୍ଥାନିତ ହୋଇଥିଲା [୫]

୬) ‘ଚିତ୍ରଲେଖା’ ସ୍ୱଳ୍ପାୟୁ ଥିଲା କିନ୍ତୁ ଥିଲା ପ୍ରଭାବୀ । ମାତ୍ର ଛଅଟି ସଂଖ୍ୟାର ପ୍ରକାଶନରେ ଏହାର ପ୍ରସାରଣ ସଂଖ୍ୟା ଥିଲା ହଜାରେରୁ ଅଧିକ । ଲୋକପ୍ରିୟତା ବୃଦ୍ଧି ପାଇଁ ନାଟ୍ୟକାର ଲକ୍ଷ୍ମୀଧର ନାୟକଙ୍କ କେତେକ ଚମତ୍କାର ପରିକଳ୍ପନାର ପ୍ରୟୋଗ କରିଥିଲେ ଓ ତାହା ଥିଲା ଓଡ଼ିଆ ପତ୍ରିକା ପାଇଁ ଅଭିନବ । [୬]

୭) ରାଜେନ୍ଦ୍ର ପ୍ରସାଦ ମହାପାତ୍ର ପାତିରାମ ପରିଜାଙ୍କ ନିକଟ ସଂପର୍କୀୟ । ମାତ୍ର ୧୭ ବର୍ଷ ବୟସରୁ ସେ କଲିକତାରେ ପ୍ରକାଶନ ଓ ପ୍ରସାରଣ ଶିଳ୍ପ ସହ ସଂପୃକ୍ତ ହୋଇଥିଲେ । ‘ଆସନ୍ତାକାଲି’ର ପରିଚାଳନା ସମ୍ପାଦକ ଥିଲେ । ତାଙ୍କ ସଂପାଦନାରେ ୧୯୫୫ ମସିହା ନଭେମ୍ବର ମାସରୁ ପ୍ରକାଶିତ ହେଲା ଚତୁର୍ଥ ଓଡ଼ିଆ ଚଳଚ୍ଚିତ୍ର ପତ୍ରିକା ‘ସିନେମା’ । ସେହି ‘ଆସନ୍ତାକାଲି’ କାର୍ଯ୍ୟାଳୟରୁ, ୨/୨ ଏ, ପ୍ରେମଚାନ୍ଦ ବରାଳ ଷ୍ଟ୍ରିଟ୍‌, କଲିକତା-୧୨ ଠିକଣାରୁ । ପ୍ରଥମ ଚାରିଟି ସଂଖ୍ୟା ସଂପୂର୍ଣ୍ଣ ଚଳଚ୍ଚିତ୍ର ଭିତ୍ତିକ ହେବା ପରେ ପଞ୍ଚମ ସଂଖ୍ୟାରୁ ଏଥିରେ ଗଳ୍ପ କବିତା ବି ସଂଯୁକ୍ତ ହେଲା, ଏକାଙ୍କିକା ବି ପ୍ରକାଶିତ ହେଲା । [୭]

୮) ‘ସିନେମା’  ପତ୍ରିକା ପରେ ଯେଉଁସବୁ ଚଳଚ୍ଚିତ୍ର ପତ୍ରିକା ୧୯୫୯ ପର୍ଯ୍ୟନ୍ତ ପ୍ରକାଶିତ ହେଲା ସେସବୁ ମଧ୍ୟରେ ରହଛି: ଗୋପାଳକୃଷ୍ଣ ପାଠୀଙ୍କ ସମ୍ପାଦିତ ୧୯୫୬ ଫେବୃଆରୀ ମାସରୁ ବ୍ରହ୍ମପୁରରୁ ପ୍ରକାଶିତ ‘ରୂପକଥା’, ୧୯୫୬ ମସିହା ଏପ୍ରିଲ ମାସରୁ କଟକରୁ ସୁରେନ୍ଦ୍ର କୁମାର ଦାସଙ୍କ ସମ୍ପାଦନାରେ ‘ଚଳଚ୍ଚିତ୍ର’, ଏଚ୍‌. କେ. ଏ. ନସାଦଙ୍କ ସମ୍ପାଦନାରେ ଏପ୍ରିଲ ୧୯୫୭ରୁ କଟକରୁ ପ୍ରକାଶିତ ‘ସିନେମା ରାଇଜ’ ଏବଂ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ କାର୍ତ୍ତିକ କୁମାର ଘୋଷଙ୍କ ସମ୍ପାଦନାରେ ୧୯୫୮ ସେପ୍‌ଟେମ୍ବର ମାସରୁ କଟକରୁ ପ୍ରକାଶିତ ‘ଚିତ୍ର ଜଗତ’ । [୮]

୯) ସେହି ସତ ଗଳ୍ପ ପଢିବାକୁ ଓ ଚିତ୍ର ତାରକାଙ୍କ ସହ ବସନ୍ତ ପଟ୍ଟନାୟକଙ୍କ ଛବି ଦେଖିବାକୁ ଆପଣଙ୍କୁ ଆର ସଂଖ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ । ତେବେ ଏହି ସଂଖ୍ୟାରେ ସ୍ଥାନିତ ହୋଇଛି ଚିତ୍ରପୁରୀର ଏକ ପ୍ରଚ୍ଛଦ, ଯାହା “ଫିଲ୍ମ ଇଣ୍ଡିଆ” ଢାଞ୍ଚାରେ ରଙ୍ଗୀନ ଛପା ଏବଂ ତାହାର ବି ଗଳ୍ପ ଅଛି ଯାହା ଆରସଂଖ୍ୟାରେ ଆପଣ ପଢିବେ ।[୯]

୧୦) ୧୯୫୯ରୁ ସେ ବମ୍ବେରୁ ଓଡ଼ିଆରେ ହାତଲେଖା ପତ୍ରିକା ‘ଚିତ୍ରପୁରୀ’ ଆରମ୍ଭ କଲେ । ଛାପିବା ପାଇଁ ଅର୍ଥ ନ ଥାଏ, ନିଜେ ହାତରେ ଲେଖି ତାହାର ଲିଥୋ କରି ବମ୍ବେର ଓଡ଼ିଆମାନଙ୍କୁ ବିକ୍ରି କଲେ । ତିନିଟି ସଂଖ୍ୟା ପ୍ରକାଶିତ ହେଲା । ଳୋକପ୍ରିୟ ହେଲା ।

ବମ୍ବେର କେତେକ ଓଡ଼ିଆ ଆର୍ଥିକ ସାହାଯ୍ୟ ବି କଲେ । ସେମାନଙ୍କ ଲେଖା ବି ପ୍ରକାଶିତ ହେଲା । ‘ଚିତ୍ରପୁରୀ’ର ଜନ୍ମଜାତକ ଲେଖାହେଲା ବମ୍ବେରେ । ଯିଏ ଲେଖିଥିଲେ ସେ ତରୁଣ ଥିଲେ ବସନ୍ତ ପଟ୍ଟନାୟକ । [୧୦]

୧୧) ସ୍ପର୍ଦ୍ଧା ଓ ଲୋକପ୍ରିୟତା ଦୃଷ୍ଟିରୁ ‘ଚିତ୍ରପୁରୀ’ ଥିଲା ଶୀର୍ଷରେ । ପତ୍ରିକାରେ ବିଷୟବସ୍ତୁ ଯାହା ଥିଲା ତାହା ପଛ କଥା, ଆଗ କଥା ହେଉଛି କଳେବର ଓ ପ୍ରଚାର ଏବଂ ବିଜ୍ଞାପନ ସଂଗ୍ରହରେ ‘ଚିତ୍ରପୁରୀ’ ଗୋଟିଏ ଦୂରଗାମୀ ମାର୍ଗ ପ୍ରସ୍ତୁତ କରିଥିଲା । ପରବର୍ତ୍ତୀ ସମୟରେ ସେହି ମାର୍ଗରେ ଯିବାପାଇଁ ଅନ୍ୟ ପତ୍ରିକାସବୁ ବାଧ୍ୟ ହୋଇଥିଲେ । ଓଡ଼ିଆ ପତ୍ରିକାର ଋଢ଼ିବାଦୀ ଆଡ଼ମ୍ବରକୁ ତେଜ୍ୟ କରି ଯେତେବେଳେ ଯାହା ଇଚ୍ଛା ହେଲା ତାହା ହିଁ ‘ଚିତ୍ରପୁରୀ’ର କଳେବର ହେଲା । [୧୧]

୧୨) ବସନ୍ତ ପଟ୍ଟନାୟକଙ୍କ ପ୍ରକାଶିତ ଓ ସମ୍ପାଦିତ ‘ଚିତ୍ରପୁରୀ’ ପ୍ରକାଶନ ଓ ସମ୍ପାଦନା କ୍ଷେତ୍ରରେ ଯେଉଁସବୁ ନୂଆ ନୂଆ ଦିଗ ଉନ୍ମୁକ୍ତ କଲା, ସେଥିରୁ ଓଡ଼ିଆ ଚଳଚ୍ଚିତ୍ର ପତ୍ରିକାକୁ ଅବଦାନ ସମ୍ପନ୍ଧରେ ଅନ୍ତତଃ ତିନିଟି ପର୍ଯ୍ୟାୟରେ ଲକ୍ଷ୍ୟ କରିବାକୁ ହେବ । ଏକ: ପତ୍ରିକାର ଆକାର ଓ ପ୍ରକାଶନ ଶୈଳୀ, ଦୁଇ: ସମ୍ପାଦକୀୟ ଧାରା ଓ ତିନି: ପ୍ରକାଶକାଳ ସମ୍ପର୍କିତ ପରୀକ୍ଷା ନିରୀକ୍ଷା । [୧୨]

୧୩) ଦୀର୍ଘାୟୁ ହେବାର ଅନ୍ୟତମ କାରଣ ଥିଲା ଏହାର ଭାଷା ଓ ପରିବେଷଣ ଶୈଳୀ । ଏହି ଶୈଳୀକୁ ‘ଚଳଚ୍ଚିତ୍ର ପାଇଁ ସାହିତ୍ୟ’ ବୋଲି କୁହାଯାଇପାରେ । ଯେତିକି ପରିିମାଣରେ ଜନମନ ରଞ୍ଜନ ହୋପାରେ, ସର୍ବଜନ ସ୍ୱାଦ ହୋଇପାରେ ସେତିକି କରାଯିବା ହିଁ ‘ଚଳଚ୍ଚିତ୍ର ପାଇଁ ସାହିତ୍ୟ’ର ଆଧାର । ଚଳଚ୍ଚିତ୍ର ସାହିତ୍ୟ ଓ ସମ୍ବାଦିକତା ଉଭୟକୁ ନେଇ ପରୀକ୍ଷାନିରୀକ୍ଷା କରିବାରେ ‘ଚିତ୍ରପୁରୀ’ ଥିଲା ସର୍ବ ପ୍ରଥମ । ଚଳଚ୍ଚିତ୍ର ସାହିତ୍ୟ ‘ଲଘୁଧର୍ମୀ’ ହେଲେ ବି ଏହାର ପରିବେଷଣରେ ଖର୍ଚ୍ଚ ଅଧିକ । ଖାଲି ଧଳା କାଗଜରେ କଳା ଅକ୍ଷରରେ ଛବି, ଖବର, ଛବିକଥା, ଚଳଚ୍ଚିତ୍ର ଆଲୋଚନା ଛାପି ଦେଲେ ଯେ ଆଗ୍ରହୀ ପାଠକ/ ପାଠିକା ପୁଲକିତ ହେବେ ଏକଥା ନୁହେଁ । ଏଥିପାଇଁ ରୀତିମତ ରଙ୍ଗଢ଼ଙ୍ଗ,ସାଜସଜ୍ଜା ବି ଜରୁରି । [୧୩]

୧୪) ହୁଏତ ଏବେ ଜାଣିଲେ ଆଶ୍ଚର୍ଯ୍ୟ ଲାଗିପାରେ କାହ୍ନୁଚରଣଙ୍କ ‘ଯାହା କହିବି ସତ କହିବି’ ଉପନ୍ୟାସ ଆଗ ଛପା ହୋଇଥିଲା ‘ଚିତ୍ରପୁରୀ’ରେ । ଦେବ୍ରାଜ ଲେଙ୍କାଙ୍କ ଉପନ୍ୟାସ ‘ଏଇ ମନ ହଜାର ବନ’, ବିଭୂତି ପଟ୍ଟନାୟକଙ୍କ ‘ନାୟିକାର ନାମ ଶ୍ରାବଣୀ’ ସମେତ ପ୍ରତିଭା ରାୟ, ରାଜକିଶୋର ରାୟ, ଅକ୍ଷୟ ମହାନ୍ତି, ଉମାଶଙ୍କର ମିଶ୍ର, ବସନ୍ତ କୁମାର ଶତପଥୀ, ବାମାଚରଣ ମିତ୍ର, ଜେନାମଣି ନରେନ୍ଦ୍ର କୁମାରଙ୍କ କେତେ କେତେ ଗଳ୍ପ ଛପା ଯାଇଛି ‘ଚିତ୍ରପୁରୀ’ରେ । ଛପା ଯାଇଛି ମନୋରଞ୍ଜନ ଦାସଙ୍କ ଏକାଙ୍କିକା ‘ପ୍ରତିଦାନ’, ଗୋପାଳ ଛୋଟରାୟଙ୍କ ବେତାର ଏକାଙ୍କିକା, ଯାହା ମୂଳ ଉପନ୍ୟାସ ‘ମଲାଜହ୍ନ’ର ନାଟ୍ୟରୂପ । [୧୪]

୧୫) ହଉ ପଛେ ସାହିତ୍ୟ ପତ୍ରିକା, ଚଳଚ୍ଚିତ୍ର ସମ୍ବନ୍ଧିତ କିଛି ଲେଖା ସେଥିରେ ନିଶ୍ଚୟ ରହିଲା । ତାହା ବମ୍ବେରୁ ପ୍ରକାଶିତ ହାତଲେଖା ପତ୍ରିକା ‘କୁଙ୍କୁମ’ ହେଉ ବା କଲିକତାରୁ ପ୍ରକାଶିତ ‘ଆସନ୍ତାକାଲି’ ହେଉ ବା ହେଉ ଗୋଦାବରୀଶ ମହାପାତ୍ରଙ୍କ ‘ନିଆଁଖୁଣ୍ଟା’ ବା ମନୋଜ ଦାସଙ୍କ ସମ୍ପାଦିତ ‘ଦିଗନ୍ତ’ ବା ବଂଶୀଧର ଭୁୟାଁଙ୍କ ‘ଜନସାହିତ୍ୟ’ । [୧୫]

୧୬) ଆପଣ ସେହି ପ୍ରଶ୍ନୋତ୍ତରୀ ସ୍ତମ୍ଭକୁ ‘ସିନେ ଓଡ଼ିଶା’, ‘କଳାଶ୍ରୀ’, ‘ଚିତ୍ରଲେଖା’, ‘ସିନେମା’ ଓ ‘ଚିତ୍ରପୁରୀ’ ପତ୍ରିକାରେ ନିଶ୍ଚୟ ଭିନ୍ନ ଭିନ୍ନ ନାମରେ ଭେଟିବେ ଏବଂ ଏହି ସମ୍ବନ୍ଧରେ ଗତ ସଂଖ୍ୟାସବୁରେ ଚର୍ଚ୍ଚା ବି ହୋଇଛି । ଇନ୍ଦ୍ରଧନୁର ପ୍ରଶ୍ନୋତ୍ତରୀ ସ୍ତମ୍ଭର ନାମ ଥିଲା ‘ପ୍ରଶ୍ନଶାୟକ’ । [୧୬]

୧୭) ‘ଚିତ୍ର ଲହରୀ ’ ଆରମ୍ଭ ହୋଇଥିଲା ୧୯୮୦ ମସିହା, ସେପ୍‌ଟେମ୍ବର ମାସରେ, କଟକରୁ । ମୁଖ୍ୟ ସମ୍ପାଦକ ଥିଲେ ରଜନୀକାନ୍ତ ସ୍ୱାଇଁ, ସମ୍ପାଦକ ଥିଲେ ମିହିର ଦାସ ‘କିନ୍ତୁ’ । ମିହିର ଦାସଙ୍କ ନାମରେ ଏହି କିନ୍ତୁ ଯୋଡିହେବାର କାରଣ କ’ଣ ଯଦିଓ ଜାଣିହେଉ ନାହିଁ କିନ୍ତୁ କିନ୍ତୁ କେବେ ବନ୍ଧନୀ ଭିତରେ ନାମ ଆଗରେ ଯୋଡ଼ାଯାଉଥିଲା ତ କେବେ ନାମ ପଛରେ! [୧୭]

  1. "ଓଡ଼ିଆ ଚଳଚ୍ଚିତ୍ର ପତ୍ରିକାର ଚର୍ଚ୍ଚା ପ୍ରବାହ". Odisha Sambad (in ଆମେରିକୀୟ ଇଂରାଜୀ). 2021-05-08. Retrieved 2023-11-25.
  2. "ସିନେ ଓଡ଼ିଶା: ଭିତୀହୀନ ନିରପେକ୍ଷ ଭାବେ". Odisha Sambad (in ଆମେରିକୀୟ ଇଂରାଜୀ). 2021-05-16. Retrieved 2023-11-25.
  3. "ସିନେ ଓଡ଼ିଶା: ସିନେମାରୁ ସାହିତ୍ୟ". Odisha Sambad (in ଆମେରିକୀୟ ଇଂରାଜୀ). 2021-05-22. Retrieved 2023-11-25.
  4. "କଳାଶ୍ରୀ: ଚଳଚ୍ଚିତ୍ର କଳାର ସଚ୍ଚୋଟ ସେବକ". Odisha Sambad (in ଆମେରିକୀୟ ଇଂରାଜୀ). 2021-05-29. Retrieved 2023-11-25.
  5. "ଚିତ୍ରଲେଖା: ଚଳଚ୍ଚିତ୍ର ନିର୍ମାଣ ପାଇଁ ପତ୍ରିକା". Odisha Sambad (in ଆମେରିକୀୟ ଇଂରାଜୀ). 2021-06-05. Retrieved 2023-11-25.
  6. "ଚିତ୍ରଲେଖା: ସ୍ୱଳ୍ପାୟୁ କିନ୍ତୁ ପ୍ରଭାବୀ". Odisha Sambad (in ଆମେରିକୀୟ ଇଂରାଜୀ). 2021-06-12. Retrieved 2023-11-25.
  7. "ସିନେମା: 'ଆସନ୍ତାକାଲି'ର ପ୍ରକାଶନ". Odisha Sambad (in ଆମେରିକୀୟ ଇଂରାଜୀ). 2021-06-26. Retrieved 2023-11-25.
  8. "ଛାୟାଲିପି : ରୂପକଥାରୁ ଚିତ୍ର ଜଗତ". Odisha Sambad (in ଆମେରିକୀୟ ଇଂରାଜୀ). 2021-07-03. Retrieved 2023-11-25.
  9. "ଛାୟାଲିପି : ଗଳ୍ପ ପରି ଲାଗେ, ଗଳ୍ପ ନୁହେଁ ମୋଟେ". Odisha Sambad (in ଆମେରିକୀୟ ଇଂରାଜୀ). 2021-07-17. Retrieved 2023-11-25.
  10. "ଚିତ୍ରପୁରୀ : ଅନାମ-ନାମ". Odisha Sambad (in ଆମେରିକୀୟ ଇଂରାଜୀ). 2021-07-24. Retrieved 2023-11-25.
  11. "ଚିତ୍ରପୁରୀ : କେତେ ସିଧା କେତେ ଓଲଟା ? କେତେ ରଙ୍ଗ କେତେ ରୂପ?". Odisha Sambad (in ଆମେରିକୀୟ ଇଂରାଜୀ). 2021-08-01. Retrieved 2023-11-25.
  12. "ଚିତ୍ରପୁରୀ : ୩ଟି ସୂତ୍ର". Odisha Sambad (in ଆମେରିକୀୟ ଇଂରାଜୀ). 2021-08-08. Retrieved 2023-11-25.
  13. "ଚିତ୍ରପୁରୀ : ଲଘୁଧର୍ମୀ ସାହିତ୍ୟ ପାଇଁ ଛବି". Odisha Sambad (in ଆମେରିକୀୟ ଇଂରାଜୀ). 2021-08-15. Retrieved 2023-11-25.
  14. "ଚିତ୍ରପୁରୀ : ଅର୍ଦ୍ଧେକ ଇନ୍ଦ୍ରଜାଲ, ଅର୍ଦ୍ଧେକ ଦ୍ୟୋତକ". Odisha Sambad (in ଆମେରିକୀୟ ଇଂରାଜୀ). 2021-08-22. Retrieved 2023-11-25.
  15. "'ଇନ୍ଦ୍ରଧନୁ' ପଛରେ ଜନ ସାହିତ୍ୟ". Odisha Sambad (in ଆମେରିକୀୟ ଇଂରାଜୀ). 2021-09-06. Retrieved 2023-11-25.
  16. "'ଇନ୍ଦ୍ରଧନୁ'ର ନବରଙ୍ଗ ଚଳଚ୍ଚିତ୍ର ଅବୋଲକରା କାହାଣୀ". Odisha Sambad (in ଆମେରିକୀୟ ଇଂରାଜୀ). 2021-09-26. Retrieved 2023-11-25.
  17. "ମିହିର ଦାସଙ୍କ ସାମ୍ବାଦିିକତା ଆଉ 'କିନ୍ତୁ' : 'ଚିତ୍ର ଲହରୀ'". Odisha Sambad (in ଆମେରିକୀୟ ଇଂରାଜୀ). 2022-01-11. Retrieved 2023-11-25.