କଉଡ଼ି ଖେଳ ଓଡ଼ିଶାର ଗ୍ରାମାଞ୍ଚଳରେ ପ୍ରଚଳିତ ଏବଂ ଲୋକପ୍ରିୟ। ଶ୍ରୀମନ୍ଦିରର ବିଭିନ୍ନ ରୀତିନୀତିରେ ମଧ୍ୟ କଉଡ଼ି ଖେଳର ସ୍ୱତନ୍ତ୍ର ଭୂମିକା ରହିଛି।

ବାହାଘରେ କଉଡ଼ି ଖେଳସମ୍ପାଦନ କରନ୍ତୁ

ଏହାର ପ୍ରଚଳନ ଆଧୁନିକ ଯୁଗରେ ମଧ୍ୟ ରହିଛି। ପ୍ରାୟ ପ୍ରତ୍ୟେକ ହିନ୍ଦୁ ବାହାଘରେ (ହସ୍ତଗଣ୍ଠି ପରେ) ବରକନ୍ୟା କଉଡ଼ି ଖେଳିଥାନ୍ତି। ଘରର ଜଣେ ବୟୋଜ୍ୟେଷ୍ଠା ସ୍ତ୍ରୀକୁ ବିଚାରକ କରାଯାଏ ଓ ବରର ସାନ ଭଊଣୀ ବା ଅନ୍ୟ ସାନ ଝିଅ ମାନେ ସେମାନଙ୍କୁ କଉଡ଼ି ଖେଳାଇ ଥାଆନ୍ତି। କଉଡ଼ି ଘରକୁ ଧନଧାନ୍ୟ ଓ ସୁଖ ସନ୍ତୋଷ ଆଣି ଦେବ ବୋଲି ସାଧାରଣରେ ବିଶ୍ୱାସ ରହିଥାଏ। ଏହି ଖେଳରେ ପ୍ରଥମେ ବର କଉଡିଟିକୁ ତାର ଗୋଟିଏ ହାତର ମୁଠାରେ ଜାବୁଡ଼ି ଧରେ ଓ କନ୍ୟା ନିଜର ଦୁଇହାତ ସାହାଯ୍ୟରେ ସେହି ମୁଠାକୁ ଫିଟାଇ କଉଡ଼ି ନେବାକୁ ଚେଷ୍ଟା କରିଥାଏ। ଏହାର ପରବର୍ତ୍ତୀ ପର୍ଯ୍ୟାୟରେ କନ୍ୟା ନିଜର ଦୁଇହାତରେ କଉଡ଼ିକୁ ମୁଠାଇ ଧରେ ଓ ବର ତାର ଗୋଟିଏ ହାତରେ କନ୍ୟା ହାତରୁ କଉଡ଼ି ନେବାକୁ ଚେଷ୍ଟା କରେ।

ଅନ୍ୟାନ୍ୟ କଉଡ଼ି ଖେଳସମ୍ପାଦନ କରନ୍ତୁ

ଏହାଛଡ଼ା ଆହୁରି ଅନେକ ପ୍ରକାରର କଉଡ଼ି ଖେଳ ରହିଛି :

  • କସିପାଞ୍ଜି ବା ପାଇଁଛେକ ( ୬: କଟ କଉଡ଼ିରେ ଖେଳାଯାଏ),
  • ଚାରିଚଉକ ( ୪: କଟ),
  • ଆଠପଚିଶ ( ୭: କଟ),
  • ହାଡ଼ିହାଡ଼ିକା ( ୬: କଟ),
  • ଟିପାଟିପି ( ୪: କଟ)

କଉଡ଼ି ଖେଳରେ ୨ ବା ୪ ଜଣ ଖେଳାଳୀ ଖେଳନ୍ତି। ଖେଳାଳିମାନେ କଉଡ଼ିତକ ମୁଠାରେ ମୁଠାଇ ତାହାପରେ ମୁଠାକୁ ଫିଟାଇ ଦେଇ କଉଡ଼ିତକ ଭୁଇଁରେ ପକାଇ ଦିଅନ୍ତି। ଯେତେ କଟ କଉଡ଼ି ମୁହଁମାଡ଼ି (ମାଠ) ହୋଇ ଭୂଇଁରେ ପଡ଼େ କିମ୍ବା ପିଠିମାଡ଼ି (ଚିତି) ହୋଇ ପଡ଼େ ସେହି ଅନୁସାରେ ସେମାନଙ୍କୁ ଦାନ ମିଳେ। ଦାନମାନଙ୍କର ଭିନ୍ନ ଭିନ୍ନ ନାମ ଅଛି, ଯଥା— ଗୋଟିଏ କଟ କଉଡ଼ି ଚିତି ହେଲେ ଏକ, ଦୁଇଟି କଟ ଚିତି ହେଲେ ଦୁଗା ବା ଲେଙ୍କା,ତିନିଟି କଟ ଚିତି ହେଲେ ତିନି, ଚାରିଟି କଟ ଚିତି ହେଲେ ଚାରି ବା ଚାଆର; ପାଂଚଟି କଟ ଚିତି ହେଲେ ପାଞ୍ଚ ବା ପଚିଶ, ଛଅ ବା ସାତ କଟ ଚିତି ହେଲେ ବାର ବା ବାଆର;ଛଅ ବା ସାତ କଟ ମାଠ ହେଲେ ଛକା । ପ୍ରାପ୍ତ ଦାନ ଅନୁସାରେ ଖେଳାଳୀମାନେ ନିଜ ନିଜର ସାରଗୁଡ଼ିକୁ ଭୂଇଁରେ କଟା ହୋଇଥିବା ଘରାରେ ସେତିକି ଲେଖାଏଁ ଘର ଚଳାନ୍ତି।