ଓସ୍କାର ୱାଇଲ୍ଡ

ଏକ ଆଇରିସ କବି ଓ ନାଟ୍ୟକାର ।

ଓସ୍କାର ୱାଇଲ୍ଡ (ଇଂରାଜୀ ଭାଷାରେOscar Fingal O'Flahertie Wills Wilde (୧୬ ଅକ୍ଟୋବର ୧୮୫୪ – ୩୦ନଭେମ୍ବର ୧୯୦୦) ଏକ ଆଇରିସ କବି ଓ ନାଟ୍ୟକାର । ସନ ୧୮୮୦ ଦଶକରେ ଅନେକ ପ୍ରକାର ଲେଖା ଲେଖିବା ପରେ ପ୍ରାକ୍ ୧୮୯୦ରେ ସେ ଇଂଲଣ୍ଡର ଏକ ବିଖ୍ୟାତ ଓ ଜନପ୍ରିୟ ଲେଖକ ହୋଇଗଲେ । ତାଙ୍କର ବ୍ୟଙ୍ଗ (epigrams), ନାଟକ ଓ 'ଦି ପିକଚର ଅଫ ଡୋରିଆନ ଗ୍ରେ' (The Picture of Dorian Gray) ଭଳି ଉପନ୍ୟାସ ଗୁଡ଼ିକ ତାଙ୍କୁ ଅଭୁଲା ରଖିବ । କୌଣସି କାରଣ ବଶତଃ ତାଙ୍କୁ ଅସଭ୍ୟତା ଯୋଗୁ ଜେଲ ଦଣ୍ଡ ଦିଆଯାଇଥିଲା ଓ ମାତ୍ର ୪୬ ବର୍ଷ ବୟଷରେ ମୃତ୍ୟୁ ହୋଇଥିଲା ।

Oscar Wilde
Wilde in 1889
Wilde in 1889
ଜନ୍ମ ଓ ଜନ୍ମସ୍ଥାନOscar Fingal ଛାଞ୍ଚ:Nowr
(1854-10-16)୧୬ ଅକ୍ଟୋବର ୧୮୫୪
Dublin, Ireland
ମୃତ୍ୟୁ୩୦ ନଭେମ୍ବର ୧୯୦୦(1900-11-30) (ବୟସ ୪୬)
Paris, France ଛାଞ୍ଚ:Labeldata
ବୃତ୍ତିAuthor, poet, playwright
ଭାଷାEnglish, French, Greek
ଜାତୀୟତାIrish
ଶିକ୍ଷାPortora Royal School
ଶିକ୍ଷାନୁଷ୍ଠାନ
ସମୟVictorian era
ଶୈଳୀEpigram, drama, short story, criticism, journalism
ସାହିତ୍ୟର ଆନ୍ଦୋଳନ
ସାହିତ୍ୟ କୃତି
ଜୀବନସାଥୀ
(m. ୧୮୮୪; died ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
ସନ୍ତାନ
ସମ୍ପର୍କୀୟ

ଦସ୍ତଖତ

ଓସ୍କାରଙ୍କର ପିତାମାତା ଡବଲିନର (Dublin) ଆଙ୍ଗ୍ଲୋ-ଆଇରିସ (Anglo-Irish) ଜାତିର ବୁଦ୍ଧିଆ ଲୋକ ଭାବରେ ଗଣାଯାଉଥିଲେ । ଯୁବ ୱାଇଲ୍ଡ ଫରାସୀ ଓ ଜର୍ମାନ ଭାଷାଦ୍ୱୟରେ ବାକ୍‌ପଟୁ ଥିଲେ । ୟୁନିଭରସିଟିରେ ସେ ରୋମାନ ଓ ଗ୍ରୀକ ଇତିହାସ ଓ ଫିଲୋସୋଫି ପାଠ (Greats) ପଢ଼ିଥିଲେ; ଟ୍ରିନିଟି କଲେଜ, ଡବ୍ଲିନରେ (Trinity College Dublin) ଓ ପରେ ମାଗଡାଲେନ କଲେଜ, ଅକ୍ସଫୋର୍ଡ଼ରେ (Oxford) ନିଜକୁ ଅଦ୍ୱିତୀୟ ବୋଲି ପ୍ରତିପାଦିତ କରିଥିଲେ । ତାଙ୍କର ଦୁଇ ଶିକ୍ଷକ ୱାଲ୍‌ଟର ପିଟର ଓ ଜନ୍ ରସ୍କିନଙ୍କ ସ‌ହିତ ସେ ନୂଆ ଭାବରେ ସୃଷ୍ଟି ହେଉଥିବା ଏସ୍ଥେଟିସିଜ୍ମ (aestheticism) ବିଷୟ ନିମନ୍ତେ ସମ୍ମିଳିତ ହୋଇଥିଲେ । ବିଶ୍ୱବିଦ୍ୟାଳୟ ଶିକ୍ଷା ପରେ ସେ ଲଣ୍ଡନର ଫେସନରେ ଥିବା ସଂସ୍କୃତି ଓ ସାମାଜିକ ଶ୍ରେଣୀରେ ମିଶିଗଲେ ।

ଏସ୍ଥେଟିସିଜ୍ମର ମୁଖପାତ୍ର ଭାବରେ ସେ ବିଭିନ୍ନ ସାହିତ୍ୟିକ ଗତିବିଧିରେ ବ୍ୟସ୍ତ ରହିଲେ ଓ ଏକ ପଦ୍ୟ ବ‌ହି ଛପେଇଲେ । ଯୁକ୍ତରାଷ୍ଟ୍ର ଓ କାନାଡ଼ାରେ ନୂତନ 'କଳାରେ ଇଙ୍ଗ୍ଲିସ ରେନାସାଁ' ଓ ଇଣ୍ଟିରିଅର ଡେକରେସନ ବିଷୟରେ ବକ୍ତୃତା ଦେବା ପରେ ଲଣ୍ଡନ‌କୁ ଫେରିଲେ । ସେଠାରେ ସେ ସାମ୍ବାଦିକ ଭାବରେ କାମକଲେ । ତାଙ୍କର ଚମକପ୍ରଦ ବୁଦ୍ଧି, ଝିଲମିଲ ପୋଷାକ ଓ ବାର୍ତ୍ତାଳାପ ଦକ୍ଷତା ଯୋଗୁ ତାଙ୍କ ସମୟରେ ସେ ଜଣେ ବିଖ୍ୟାତ ଲୋକ ହୋଇଗଲେ । ସନ ୧୮୯୦ ଶେଷ ସମ‌ୟକୁ ସେ ଏକ ସିରିଜର ରଚନା ଓ ଡାଏଲଗରେ ତାଙ୍କର ବିଚାରଧାରା ପରିଷ୍କୃତ ହୋଇଗଲା ଯାହା ସେ 'ଦି ପିକଚର ଅଫ ଡୋରିଆନ ଗ୍ରେ' ନାମକ ନଭେଲରେ ଲେଖିଥିଲେ । ପ୍ୟାରିସରେ 'ସାଲୋମ' (୧୮୯୧) ନାମକ ନାଟକ‌କୁ ଇଂଲଣ୍ଡରେ ବାଇବେଲ ଉପରେ କୌଣସି ବିତର୍କ ଥିବାରୁ ନିଷେଧ କରିଦିଆଗଲା । ଏଥିରେ ବ୍ୟସ୍ତ ନହୋଇ ସେ ୧୮୯୦ ଆରମ୍ଭରେ ଚାରୋଟି କମେଡି ଲେଖିଥିଲେ ଯାହା ତାଙ୍କୁ ଶେଷ-ଭିକ୍ଟୋରିଆନ ସମୟରେ ସର୍ବାଧିକ ସଫଳ ନାଟ୍ୟକାର ମାନ୍ୟତା ମିଳିଥିଲା ।

ଓସ୍କାର ୱାଇଲ୍ଡ‌ ୨୧ ୱେଷ୍ଟଲାଣ୍ଡ ରୋ, ଡବ୍‌ଲିନ ସ‌ହରର ଜନ୍ମ ଗ୍ରହଣ କରିଥିଲେ ଯାହା ଅଧୁନା ଓସ୍କର ୱାଇଲ୍ଡ ସେଣ୍ଟର, ଟ୍ରିନିଟି କଲେଜ ନାମରେ ପରିଚିତ ହୋଇଛି । ସେ ସାର ଉଇଲିଅମ ୱାଇଲ୍ଡ ଓ ଜଣେ ୱାଇଲ୍ଡଙ୍କ ଔରଷରୁ ଦ୍ୱିତୀୟ ପୁତ୍ର ଭାବରେ ଜନ୍ମ ହୋଇଥିଲେ । ତାଙ୍କ ମାତା ଦୂର ଇଟାଲିଆନ ବଂଶଧର ଥିଲେ,[୧] ଓ ସେ ସ୍ପେରାଞ୍ଜା ନାକମ ଛଦ୍ମ ନାମରେ ସନ ୧୮୪୮ରେ ବିପ୍ଲବୀ ଯୁବ ଆୟାରଲ୍ୟାଣ୍ଡ (Young Irelanders) ସଂସ୍ଥାର ଲୋକଙ୍କ ପାଇଁ କବିତା ଲେଖୁଥିଲେ ଓ ସେ ଆଜୀବନ ଆଇରିସ୍ ଜାତୀୟତାବାଦୀ ଥିଲେ (Irish nationalist) ।[୨] ତାଙ୍କ ଲିଖି କବିତା ଓସ୍କାର ଓ ତାଙ୍କ ଭାଇ ୱିଲିକୁ ପଢ଼ି ଶୁଣଉଥିଲେ । [୩] ଲେଡି ୱାଇଲ୍ଡଙ୍କ ତାଙ୍କ ଘରେ ପୁରାତନ ଗ୍ରୀସ ଓ ରୋମର ପେଣ୍ଟିଙ୍ଗ ଓ ମୂର୍ତ୍ତି ରଖିଥିଲେ । [୩]

ଆଧାର ସମ୍ପାଦନା

  1. Hesketh Pearson, The Life of Oscar Wilde, reprinted by Penguin Books, 1985. p. 18.
  2. "Literary Encyclopedia – Oscar Wilde". Litencyc.com. 25 January 2001. Retrieved 3 April 2009.
  3. ୩.୦ ୩.୧ Sandulescu (1994:53)