ଓସଗୁଡ-ସ୍ଲାଟର ଡିଜିଜ

ଓସଗୁଡ-ସ୍ଲାଟର ଡିଜିଜ (ଇଂରାଜୀ ଭାଷାରେ Osgood–Schlatter disease ବା OSD, ଅନ୍ୟ ନାମ ଆପୋଫିସାଇଟିସ ଅଫ ଟିବିଆଲ ଟ୍ୟୁବରକ୍ଲ) ରୋଗରେ ଟିବିଆଲ ଟ୍ୟୁବରୋସିଟି (tibial tuberosity) ସ୍ଥାନରେ ସଂଯୁକ୍ତ ହେଉଥିବା ପାଟେଲାର ଲିଗାମେଣ୍ଟର (patellar ligament) ପ୍ରଦାହ (inflammation) ହୁଏ ।[୨] ଆଣ୍ଠୁ ତଳକୁ ଏକ ଯନ୍ତ୍ରଣା ଦାୟକ ଫୁଲା ବାହାରେ ଯାହା ଆଣ୍ଠୁ (knee) ବ୍ୟବ‌ହାର କଲେ ଅଧିକ ହୁଏ ଓ ବିଶ୍ରାମ ନେଲେ ଉପଶମ ହୁଏ ।[୨] କିଛି ମାସ ଧରି ସେହି ସ୍ଥାନରେ ବାରମ୍ବାର ଯନ୍ତ୍ରଣା ହୋଇପାରେ ।[୨] ଏକ ବା ଉଭୟ ଆଣ୍ଠୁରେ ଏହା ଦେଖାଯାଇପାରେ ଓ ସାମୟିକ ପୁନଃପୌନିକ ଆକ୍ରମଣ ହୋଇପାରେ ।[୪][୨]

ଓସଗୁଡ-ସ୍ଲାଟର ଡିଜିଜ (Osgood–Schlatter disease)
ଅପୋଫିସାଇଟିସ ଅଫ ଦି ଟିବିଆଲ ଟ୍ୟୁବରକ୍ଲ (Apophysitis of the tibial tubercle), ଲାନେଲଙ୍ଗସ ଡିଜିଜ (Lannelongue's disease)[୧]
ଏକ୍ସ‌-ରେ, ଆଣ୍ଠୁର ଲାଟରାଲ ଭିୟୁରେ (X-ray) ଟିବିଆଲ ଟ୍ୟୁବରକ୍ଲ ଖଣ୍ଡବିଖଣ୍ଡିତ ହୋଇଛି ଓ ସଫ୍ଟ ଟିସୁ ଫୁଲିବା ଦେଖାଯାଉଛି ।
ବିଭାଗଅର୍ଥୋପେଡିକ୍ସ (Orthopedics)
ଲକ୍ଷଣPainful bump just below the ଆଣ୍ଠୁ (knee ତଳେ ଯନ୍ତ୍ରଣା ଦାୟକ ଫୁଲା, ଯାହା ଚଳପ୍ରଚଳ ହେଲେ ଅଧିକ ହୁଏ ଓ ବିଶ୍ରାମ ନେଲେ କମିଯାଏ ।[୨]
ଆକ୍ରାନ୍ତ ସମୟ୧୦ରୁ ୧୫ ବର୍ଷ ବୟସ୍କ ପୁରୁଷଙ୍କୁ ହୁଏ ।[୨]
ଅବଧିକିଛି ମାସ[୨]
ବିପଦ କାରକଦୌଡ଼ିବା ଓ ଡେଇଁବା ଖେଳରେ ଏହି ରୋଗ ସଙ୍କଟ ଅଧିକ ରହେ ।[୨]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ ରୋଗ ନିର୍ଣ୍ଣୟ କରିହୁଏ ।[୨]
ଔଷଧଅଣସ୍ଟିରଏଡ ପ୍ରଦାହ ନିରୋଧୀ ଔଷଧ (NSAIDs)
ଚିକିତ୍ସାଥଣ୍ଡା ସେକ, ସ୍ଟ୍ରେଚିଙ୍ଗ (stretching), ସଶକ୍ତିକରଣ (strengthening) ଓ ବ୍ୟାୟାମ[୨]
Prognosisଉତ୍ତମ[୨]
ପୁନଃପୌନିକଅପେକ୍ଷାକୃତ ସାଧାରଣ
ମୃତ୍ୟୁ ସାନ୍ଦ୍ରତା~୪%[୩]

ଦୌଡ଼ ଓ ଡେଇଁବା ଭଳି କ୍ରୀଡ଼ା ଏହାର ମୁଖ୍ୟ ସଙ୍କଟଦାୟକ କାରକ ।[୨] ଟିବିଆ (tibia) ଅସ୍ଥିର ଗ୍ରୋଥପ୍ଲେଟ (growth plate) ଉପରେ ବାରମ୍ବାର ଟାଣିବା ଚାପ ପଡ଼ିବା ଯୋଗୁ ଏହା ହେଉଥିବା ବିଶ୍ୱାସ କରାଯାଏ ।[୨] ଲକ୍ଷଣ ଅନୁସାରେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୨] ପ୍ଲେନ ଏକ୍ସ‌-ରେ (plain X-ray) ଚିତ୍ର ସାଧାରଣ ହୋଇପାରେ ବା ସଂଯୁକ୍ତ ସ୍ଥାନ ବିଖଣ୍ଡିତ ଦେଖାଯାଇପାରେ ।[୨]

ସମୟକ୍ରମେ ଏହି ରୋଗ ସ୍ୱତଃ ଉପଶମ ହୋଇଯାଏ ।[୨] ଥଣ୍ଡା ସେକ, ସ୍ଟ୍ରେଚିଙ୍ଗ (stretching), ସଶକ୍ତିକରଣ ବ୍ୟାୟାମ (strengthening) କଲେ ଉପଶମ ହୁଏ ।[୨] ଆଇବୁପ୍ରୋଫେନ ଭଳିଅଣସ୍ଟିରଏଡ ପ୍ରଦାହ ନିରୋଧୀ ଔଷଧ (NSAIDs) ବ୍ୟବ‌ହାର କରାଯାଇପାରେ ।[୪] ଅଧିକ ଚାପ ନଥିବା କ୍ରିୟ କରାଯାଇପାରେ ।[୨]

ଯେ କୌଣସି ସମୟରେ ଜନସଂଖ୍ୟାର ୪% ଲୋକ ଏହି ରୋଗର ଶିକାର ହୁଅନ୍ତି ।[୩] ପୁରୁଷମାନେ ୧୦ରୁ ୧୫ ବର୍ଷ ବୟସ ମଧ୍ୟରେ ଆକ୍ରାନ୍ତ ହୁଅନ୍ତି ।[୨] ଶାରୀରିକ ବୃଦ୍ଧି ହାର କମିଗଲେ ଯନ୍ତ୍ରଣା କମିଯାଏ, କିନ୍ତୁ ଫୁଲା ରହିଥାଏ ।[୪] ରବର୍ଟ ବେଲେ ଓସଗୁଡ (୧୮୭୩-୧୯୫୬) (Bayley Osgood, 1873–1956) ଓ କାର୍ଲ ବି ସ୍ଲାଟର (୧୮୬୪–୧୯୮୩୪) (B. Schlatter, 1864–1934) ଚିକିତ୍ସକ ଦ୍ୱୟ ସ୍ୱତନ୍ତ୍ର ଭାବରେ ଏହି ରୋଗ ବିଷୟରେ ବର୍ଣ୍ଣନା କରିଥିବାରୁ ସେମାନଙ୍କ ନାମାନୁସାରେ ଏହି ରୋଗର ନାମକରଣ ହୋଇଛି ।[୧][୫]

ଆଧାର ସମ୍ପାଦନା

  1. ୧.୦ ୧.୧ "Osgood-Schlatter disease". whonamedit (in ଇଂରାଜୀ). Archived from the original on 12 July 2017. Retrieved 4 June 2017.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ "Questions and Answers About Knee Problems". www.niams.nih.gov (in ଇଂରାଜୀ). Archived from the original on 13 May 2017. Retrieved 4 June 2017.
  3. ୩.୦ ୩.୧ Ferri, Fred F. (2013). Ferri's Clinical Advisor 2014 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 804. ISBN 0323084311. Archived from the original on 2017-09-10.
  4. ୪.୦ ୪.୧ ୪.୨ "Osgood-Schlatter Disease (Knee Pain)". orthoinfo.aaos.org. May 2015. Archived from the original on 18 June 2017. Retrieved 3 June 2017.
  5. Nowinski RJ, Mehlman CT (1998). "Hyphenated history: Osgood-Schlatter disease". Am J. Orthopaedic. 27 (8): 584–5. PMID 9732084.

ବାହ୍ୟ ଲିଙ୍କ ସମ୍ପାଦନା

ଶ୍ରେଣୀବିଭାଗ
ବାହାର ଉତ୍ସ