ଓଲିକ୍ରାନନ୍ ବର୍ସାଇଟିସ

ଓଲିକ୍ରାନନ୍ ବର୍ସାଇଟିସ (ଇଂରାଜୀ ଭାଷାରେ Olecranon bursitis) ରୋଗରେ କ‌ହୁଣୀ ଅଗ୍ରଭାଗ ଲାଲ ଦେଖାଯାଏ, ଫୁଲିଯାଏ ଓ ଯନ୍ତ୍ରଣା ହୁଏ ।[୧][୨] ସଂକ୍ରମଣ (infection) ଯୋଗୁ ହେଉଥିଲେ ଜ୍ୱର ରହିପାରେ ।[୨] ଏହା ଅପେକ୍ଷାକୃତ ଏକ ସାଧାରଣ ବେମାରୀ ଓ ବର୍ସାଇଟିସ (bursitis) ରୋଗମାନଙ୍କ ମଧ୍ୟରେ ମଧ୍ୟ ଏକ ପ୍ରମୁଖ ରୋଗ ।[୨]

ଓଲିକ୍ରାନନ୍ ବର୍ସାଇଟିସ (Olecranon bursitis)
Elbow bursitis, liquid elbow, elbow bump, student's elbow, Popeye elbow, baker's elbow
ଓଲିକ୍ରାନନ୍ ବର୍ସାଇଟିସ
ବିଭାଗଆଶୁ ଚିକିତ୍ସା ବିଭାଗ (Emergency medicine), ଅସ୍ଥିଶଲ୍ୟ ଚିକିତ୍ସା ବିଜ୍ଞାନ (orthopedics)
ଲକ୍ଷଣଇଡିମା (Swelling), ଏରିଥେମା (redness), ଓ କ‌ହୁଣୀ (elbow) ଅଗରେ ଯନ୍ତ୍ରଣା[୧][୨]
କାରଣଆଘାତ, ଚାପ ଓ ସଂକ୍ରମଣ (infection)[୧]
ବିପଦ କାରକରିଉମାଟଏଡ ଆର୍ଥ୍ରାଇଟିସ, ବାତରକ୍ତ (gout)[୧]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଉପରେ ପର୍ଯ୍ୟବସିତ[୩]
ସଠିକ ରୋଗ ନିର୍ଣ୍ଣୟସେପ୍ଟିକ ଆର୍ଥ୍ରାଇଟିସ (Septic arthritis), ଟେଣ୍ଡିନାଇଟିସ (tendinitis), ସେଲ୍ୟୁଲାଇଟିସ (cellulitis)[୪]
ପ୍ରତିକାରକ‌ହୁଣୀ ପ୍ୟାଡ (Elbow pads)[୨]
ଚିକିତ୍ସାସମ୍ଭାବ୍ୟ ଆଘାତ ଏଡ଼େଇବା, ଇଲାସ୍ଟିକ ବ୍ୟାଣ୍ଡେଜ ବ୍ୟବ‌ହାର କରିବା, ଏନଏସଏଆଇଡି (NSAIDs), ନିଷ୍କାସନ କରିବା ଓ ଅପରେଶନ କରିବା[୧][୨]
ପୁନଃପୌନିକଅପେକ୍ଷାକୃତ ସାଧାରଣ ବେମାରୀ[୨]

ଏହାର କାରଣ ସମ୍ପର୍କରେ ଅନୁଶୀଳନ କଲେ ଦେଖାଯାଏ, ଆଘାତ ବା କ‌ହୁଣୀ ଉପରେ ଅଧିକ ଚାପ ପଡ଼ିଲେ ହୁଏ ଓ ଏହା ବ୍ୟତୀତ ସଂକ୍ରମଣ (infection) ବା ଅନ୍ୟାନ୍ୟ ଭେଷଜ ରୋଗ ଯେପରିକି ରିଉମାଟଏଡ ଆର୍ଥ୍ରାଇଟିସ, ବାତରକ୍ତ (gout) କାରଣରୁ ହୋଇପାରେ ।[୧] କେତେକ କାର୍ଯ୍ୟ ଯେପରିକି ବଗିଚା, ମେସିନ, ଖଣି ଓ ପ୍ଲମ୍ବିଙ୍ଗ କାମ ସ‌ହିତ ଏ ରୋଗ ସଂଯୁକ୍ତ ଥାଏ ।[୨] ରୋଗ ଥିବା ସ୍ଥାନରେ ଚର୍ମ ଓ ଓଲିକ୍ରାନନ (olecranon) ଅସ୍ଥି ମଧ୍ୟରେ ସାଧାରଣତଃ ଏକ ବର୍ସା (fluid filled sac) ବା ଏକ ସ୍ୱଳ୍ପ ତରଳ ପଦାର୍ଥ ଭରା ଥଳି ଥାଏ ଯାହାର ପ୍ରଦାହ (inflammation) ହୋଇ ଅଧିକ ତରଳ ପଦାର୍ଥ ଜମିଯାଏ ।[୨] ଲକ୍ଷଣ ଉପରେ ରୋଗ ନିର୍ଣ୍ଣୟ ନିର୍ଭର କରେ ।[୩]

ସମ୍ଭାବ୍ୟ ଆଘାତ ଏଡ଼େଇବା, ଇଲାସ୍ଟିକ ବ୍ୟାଣ୍ଡେଜ ବ୍ୟବ‌ହାର କରିବା ଓ ଏନଏସଏଆଇଡି (NSAIDs) ଔଷଧ ଦେଇ ଚିକିତ୍ସା କରାଯାଏ ।[୧][୨] ସଂକ୍ରମଣ ଥିଲେ ଆଣ୍ଟିବାୟୋଟିକ (antibiotics) ଓ ଅଧିକ ତରଳ ପଦାର୍ଥ ଜମିଥିଲେ ଅପରେଶନ କରି ନିଷ୍କାସନ କରାଯାଏ ।[୧] ସ୍ଟିରଏଡ steroid ଇଞ୍ଜେକସନ ଦେବାରେ ମତୈକ୍ୟ ନାହିଁ ।[୫] ଅନ୍ୟ ସମସ୍ତ ଉପଚାର ଫଳପ୍ରଦ ନହେଲେ ଅପରେଶନ କରିବାକୁ ସୁପାରିସ କରାଯାଏ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Elbow (Olecranon) Bursitis". AAOS. Retrieved 19 February 2018.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ Reilly, D; Kamineni, S (January 2016). "Olecranon bursitis". Journal of shoulder and elbow surgery. 25 (1): 158–67. doi:10.1016/j.jse.2015.08.032. PMID 26577126.
  3. ୩.୦ ୩.୧ "Bursitis - Musculoskeletal and Connective Tissue Disorders". MSD Manual Professional Edition (in ଇଂରାଜୀ). Retrieved 19 February 2018.
  4. Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 229. ISBN 9780323529570.
  5. Sayegh, ET; Strauch, RJ (November 2014). "Treatment of olecranon bursitis: a systematic review". Archives of orthopaedic and trauma surgery. 134 (11): 1517–36. doi:10.1007/s00402-014-2088-3. PMID 25234151.

ବାହ୍ୟ ଲିଙ୍କ ସମ୍ପାଦନା

ଶ୍ରେଣୀବିଭାଗ
ବାହାର ଉତ୍ସ