ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ

ଓଡ଼ିଶାର ହସ୍ତଶିଳ୍ପ ଉପରେ ସଂଗ୍ରହାଳୟ

ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ଭୁବନେଶ୍ୱରରେ ଥିବା ଏକ ସଂଗ୍ରହାଳୟ । ଏହି ସଂଗ୍ରହାଳୟଟି କଳାଭୂମି ଭାବେ ଜଣା ।[୧] ଏହି ସଂଗ୍ରହାଳୟଟି ୨୦୧୮ ମସିହା ମାର୍ଚ୍ଚ ୨୨ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଦ୍ୱାରା ଉଦଘାଟିତ ହୋଇଥିଲା ।[୨] କଳାଭୂମିରେ ରାଜ୍ୟବ୍ୟାପୀ ବିଭିନ୍ନ ଅଞ୍ଚଳର ଲୋକକଳା ଏବଂ ହସ୍ତଶିଳ୍ପୀମାନଙ୍କର କୃତି ସ୍ଥାନ ପାଇଛି ।

ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ
ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟର ପ୍ରବେଶଦ୍ୱାର
ସ୍ଥାପିତ୨୦୧୮
ଅବସ୍ଥାନଗଣ୍ଡମୁଣ୍ଡା, ଭୁବନେଶ୍ୱର, ଭାରତ
ସ୍ୱତ୍ୱାଧିକାରୀଓଡ଼ିଶା ସରକାର
ୱେବସାଇଟwww.odishacraftsmuseum.com

ଗଣ୍ଡମୁଣ୍ଡାରେ ସ୍ଥାପିତ[୩] ଏହି ସଂଗ୍ରହାଳୟଟି ୧୨.୬୮ଏକର ଅଞ୍ଚଳକୁ ନେଇ ବ୍ୟାପ୍ତ । ଏହା ଦୁଇଭାଗରେ ବିଭକ୍ତ: ବୁଲି ଦେଖିବା ଅଞ୍ଚଳ ଏବଂ ପ୍ରଦର୍ଶନୀ ଅଞ୍ଚଳ । ବୁଲି ଦେଖିବା ପାଇଁ ଥିବା ଅଞ୍ଚଳରେ ବିଭିନ୍ନ ହସ୍ତକଳା ଏବଂ ହସ୍ତଶିଳ୍ପ ସଂଗୃହୀତହେଇ ରଖାଯାଇଥିବା ବେଳେ ପ୍ରଦର୍ଶନୀ ଅଞ୍ଚଳମାନଙ୍କରେ ଏକ ମୁକ୍ତାକାଶ ରଙ୍ଗଭୂମି, ପିଲାମାନଙ୍କର ଖେଳିବା ସ୍ଥାନ ଏବଂ କର୍ମଶାଳା ପାଇଁ ସ୍ଥାନସବୁ ରହିଛି । ସଂଗ୍ରହାଳୟ ପ୍ରାଙ୍ଗଣରେ ଏକ ଭୋଜନାଳୟ ଏବଂ ହସ୍ତକର୍ମ ଦୋକାନଟିଏ ରହିଛି ।[୪]

ଦର୍ଶନୀୟ ପ୍ରକୋଷ୍ଠ ସମ୍ପାଦନା

ସଂଗ୍ରହାଳୟଟିରେ ବୁଲି ଦେଖିବା ପାଇଁ ୧୦ଟି ପ୍ରକୋଷ୍ଠ ଅଛି, ଯେଉଁଥିରୁ ବର୍ତ୍ତମାନ ନିମ୍ନସୂଚିତ ୮ଟି ପ୍ରକୋଷ୍ଠ ଖୋଲା ହୋଇଛି ।

  1. ଟେରାକୋଟା
  2. ପାରମ୍ପରିକ ଚିତ୍ରକଳା
  3. ପଥର ଏବଂ କାଠ ଖୋଦେଇ କଳା
  4. ଧାତୁନିର୍ମିତ ହସ୍ତଶିଳ୍ପ ସାମଗ୍ରୀ
  5. ପ୍ରାକୃତିକ ହସ୍ତଶିଳ୍ପ
  6. ଆଦିବାସୀ ହସ୍ତଶିଳ୍ପ
  7. ପ୍ରାକ-ବୟନ ବିଧି
  8. ହାତବୁଣା ବସ୍ତ୍ର

ଦେଖିବା ସମୟ ସମ୍ପାଦନା

ସୋମବାର ବ୍ୟତୀତ ସପ୍ତାହର ଅନ୍ୟ ସମସ୍ତ ଦିନ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ଖୋଲା ରହେ ।[ଆଧାର ଲୋଡ଼ା]

ଚିତ୍ରାବଳୀ ସମ୍ପାଦନା

ଆଧାର ସମ୍ପାଦନା

  1. "Experience the essence of Odisha at Kala Bhoomi". Odisha Sun Times. 23 March 2018. Retrieved 29 June 2018.
  2. "Museum to promote handicrafts". The Telegraph (in ଇଂରାଜୀ). 23 March 2018. Retrieved 19 July 2018.
  3. "ବଦଳିବ 'କଳାଭୂମି' କଳେବର". Sambad. 12 June 2018. Retrieved 19 July 2018.
  4. "ପୂର୍ବ ଭାରତର ସର୍ବବୃହତ୍‌ 'କଳାଭୂମି' ଉଦ୍‌ଘାଟିତ | Sambad". Sambad.in. 23 March 2018. Retrieved 19 July 2018.