ଓଡ଼ିଶା ଇ-ପୋଲିସିଂ ସେବା


ଓଡ଼ିଶା ପୋଲିସର ଏକ ସେବା । ଓଡ଼ିଶା ଅପରାଧ ରେକର୍ଡ ବ୍ୟୁରୋଦ୍ୱାରା ୩ ଅକ୍ଟୋବର ୨୦୧୫ରେ ଏକ କାର୍ଯ୍ୟକ୍ରମରେ ନବୀନ ପଟ୍ଟନାୟକଙ୍କଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହାକୁ ସେହି ଦିନ ଇଣ୍ଟରନେଟରେ ଉପଲବ୍ଧ କରାଯାଇଥିଲା । ଇ-ଏଫଆଇଆର ଦେଇ ଜନସାଧାରଣ ନିଜର ଅଭିଯୋଗ ପୋଲିସ ଷ୍ଟେଶନ ନଯାଇ ସିଧା ଇଣ୍ଟରନେଟ ମାଧ୍ୟମରେ ପୁଲିସ ନିକଟରେ ଉପସ୍ଥାପନ କରି ସହାୟତା ପାଇବା ପ୍ରକ୍ରିୟା ସହଜ କରିପାରିବେ । [୧] [୨] [୩]

ବୈଶିଷ୍ଟ୍ୟ ସମ୍ପାଦନା

ପୋଲିସ ସେବା ବେବସାଇଟ ପରିଦର୍ଶନ କରି ନିମ୍ନୋକ୍ତ ସୁବିଧାମାନ ହାସଲ କରି ପାରିବେ ।

  • ସିଟିଜେନ ଚାର୍ଟର
  • ଘରୋଇ ସହାୟତା ଯାଞ୍ଚ ଅନୁରୋଧ
  • ବରିଷ୍ଠ ନାଗରିକ ପଂଜିକରଣ
  • ପାସପୋର୍ଟ ଯାଞ୍ଚ ଅନୁରୋଧ
  • ବନ୍ଧୁକ ଲାଇସେନ୍ସ ଅନୁରୋଧ
  • ପ୍ରାଇଭେଟ ସେକ୍ୟୁରିଟି ଏଜେନ୍ସୀ ଯାଞ୍ଚ ଅନୁରୋଧ
  • କାର୍ଯ୍ୟକ୍ରମ ଆୟୋଜନ ଅନୁରୋଧ
  • ବିଦେଶୀ ନାଗରିକ ପଂଜିକରଣ ଅନୁରୋଧ
  • ସି=ଫର୍ମ ଅନୁରୋଧ
  • ଅଭିଯୋଗ ଦାଖଲ,
  • ଅଭିଯୋଗ ନକଲ ପ୍ରାପ୍ତି,
  • ଧାରଣା କିମ୍ବା ଆନ୍ଦୋଳନ ପଂଜିକରଣ ଅନୁମତି,
  • ଚରିତ୍ର ପ୍ରମାଣପତ୍ର ଅନୁରୋଧ,
  • ଶୋଭାଯାତ୍ରା ଲାଇସେନ୍ସ,
  • ଭଡ଼ାଟିଆଙ୍କ ଯାଞ୍ଚ,
  • କର୍ମଚାରୀଙ୍କ ଯାଞ୍ଚ,
  • ହଜିଲା ଜିନିଷ ସନ୍ଧାନ ଅନୁରୋଧ,
  • ହଜିଯାଇଥିବା ଲୋକଙ୍କୁ ସନ୍ଧାନ ଅନୁରୋଧ
  • ତଥ୍ୟ ବଣ୍ଟନ ଏବଂ ଏ ସମସ୍ତ ପାଇଁ ସ୍ଥିତି ଅନୁସନ୍ଧାନ ଆଦି କରିପାରିବେ ।[୪]

ଏହି ପ୍ରୋଜେକ୍ଟ ଅଧିନରେ ୫୮୧ଟି ପୋଲିସ ଥାନା, ୩୭ ପୋଲିସ ନିୟନ୍ତ୍ରଣ କକ୍ଷ, ୧୦୯ ଏସଡିପିଓ, ଡିଏସେଆରପି, ଏସିପି, ପୋଲିସ କମିସନରେଟ ମୁଖ୍ୟାଳୟ, ୩୬ ପୋଲିସ ଜିଲ୍ଲା ମୁଖ୍ୟାଳୟ, ଅନୁସନ୍ଧାନ କେନ୍ଦ୍ର ନିର୍ଦ୍ଦେଶକ, ଆଇଜି ଅପରେସନ, ସ୍ୱତନ୍ତ୍ର ଆର୍ମ ପୋଲିସ, ଆର୍ଥିକ ଅପରାଧ ଶାଖା, ସ୍ୱତନ୍ତ୍ର ଟାସ୍କ ଫୋର୍ସ, ଅପରାଧ ତଦନ୍ତ ଶାଖା, ରାଜ୍ୟ ଫୋରେନସିକ ବିଜ୍ଞାନାଗାର ଏବଂ କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ର ଏବଂ ବିଜୁ ପଟ୍ଟନାୟକ ପୋଲିସ ପ୍ରଶିକ୍ଷଣ କେନ୍ଦ୍ର, ଅରଗୁଳ ପୋଲିସ ପ୍ରଶିକ୍ଷଣ ମହାବିଦ୍ୟାଳୟ, ସିକ୍ସ ବାଟାଲିଅନ ସମେତ ୪୪ ଜିଲ୍ଲା ପ୍ରଶିକ୍ଷଣ କେନ୍ଦ୍ର ଅନ୍ତର୍ଭୁକ୍ତ ଅଟେ ।

ବାହ୍ୟ ଲିଙ୍କ ସମ୍ପାଦନା

ଓଡ଼ିଶା ପୋଲିସ ବେବସାଇଟ: http://odishapolice.gov.in

ଆଧାର ସମ୍ପାଦନା

  1. "odisha police online fir compliant system lunched". ଇନକ୍ରେଡିବଲ ଓଡ଼ିଶା. 3 ଅକ୍ଟୋବର ୨୦୧୫. Retrieved 3 October 2015.
  2. "E-policing service launched by CM". ଓଟିଭି ସମାଚାର. Retrieved 3 October 2015.
  3. "Odisha Chief Minister launches E-Policing Service in Bhubaneswar". ଓଡ଼ିଶା ଇନସାଇଟ. Retrieved 3 October 2015.
  4. "odishapolice.gov.in". Retrieved 3 October 2015.