ଓଡ଼ିଆ ଭାଷା ପ୍ରତିଷ୍ଠାନ

ଓଡ଼ିଆ ଭାଷା ପ୍ରତିଷ୍ଠାନ, ୨୦୦୬ ମସିହା ଅପ୍ରେଲ ୧ ତାରିଖ, ଉତ୍କଳ ଦିବସ ଦିନ ପ୍ରତିଷ୍ଠା କରାଯାଇଥିଲା । ଏହି ଅନୁଷ୍ଠାନ ବର୍ତ୍ତମାନ ଭୁବନେଶ୍ୱରସ୍ଥିତ ରାଜ୍ୟ ଜନଶିକ୍ଷା ସାଧନା କେନ୍ଦ୍ରରେ ଅସ୍ଥାୟୀ ଭାବରେ ଚାଲୁଅଛି । [୧]

ଦାୟିତ୍ୱ ସମ୍ପାଦନା

ଓଡ଼ିଆ ଭାଷାରେ ଗବେଷଣା, ନୂତନ ଶବ୍ଦକୋଷ ପ୍ରସ୍ତୁତି, ପୁସ୍ତକ ପ୍ରସ୍ତୁତି, ଭାଷା ସମ୍ବନ୍ଧିତ ଆଲୋଚନାଚକ୍ର ଓ କର୍ମଶାଳା ଆଦି ଆୟୋଜନ କରିବା, ଓଡ଼ିଆ ଭାଷା ପ୍ରତିଷ୍ଠାନର ମୁଖ୍ୟ ଦାୟିତ୍ୱ । ଏହି ପ୍ରତିଷ୍ଠାନ ରାଜ୍ୟ ସରକାରଙ୍କର ବିଭିନ୍ନ ନଥିପତ୍ରକୁ ଇଂରାଜୀ ଭାଷାରୁ ଓଡ଼ିଆକୁ ଅନୁବାଦ ମଧ୍ୟ କରିଥାଏ ।[୨]

ପରିଚାଳନା ସମ୍ପାଦନା

ପ୍ରତିଷ୍ଠାନର ନିୟମ ଅନୁଯାୟୀ ପରିଚାଳନା ଲାଗି ଏକ ସାଧାରଣ ପରିଷଦ ଓ କାର୍ଯ୍ୟକାରୀ କମିଟି ରହିବ । ସାଧାରଣ ପରିଷଦରେ ମୂଖ୍ୟମନ୍ତ୍ରୀ ସଭାପତି ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଉପସଭାପତି ଭାବରେ ରହିବେ । ସେହିପରି କାର୍ଯ୍ୟକାରୀ କମିଟିର ଅଧ୍ୟକ୍ଷ ଭାବରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟକରିବେ । ସାଧାରଣ ପରିଷଦର ବୈଠକ ବର୍ଷକୁ ୨ଥର ଏବଂ କାର୍ଯ୍ୟକାରୀ କମିଟିର ବୈଠକ ୪ମାସରେ ଥରେ ବସିବ । ବୈଠକର ନିଷ୍ପତି ଅନୁଯାୟୀ ଓଡ଼ିଆ ଭାଷାର ବିକାଶ ଦିଗରେ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ।[୩]

ଆଧାର ସମ୍ପାଦନା

ଅଧିକ ତଥ୍ୟ ସମ୍ପାଦନା