ଓଠକୋଣ ପ୍ରଦାହ (ଇଂରାଜୀ ଭାଷାରେ cheilitis ବା ଏସି), ଏକ ପ୍ରକାର ଓଠ ପ୍ରଦାହ ଯାହା ପାଟି ଓଠର ଗୋଟିଏ ବା ଉଭୟ କୋଣରେ ହୁଏ ।[୩][୪] ଓଠ କୋଣ ଲାଲ ଦେଖାଯାଏ ଚର୍ମ ଫାଟିଯାଏ ଓ ଆବରଣ ତିଆରି ହୁଏ । ସେହି ସ୍ଥାନ ଗଲୁ କରେ ଓ କଷ୍ଟଦାୟକ ହୁଏ । ଏହି ଅବସ୍ଥା କିଛି ଦିନ ବା ବର୍ଷ ବର୍ଷ ଧରି ରହିପାରେ ।[୨] ଓଠକୋଣ ପ୍ରଦାହ ଏକ ପ୍ରକାର ଓଠ ପ୍ରଦାହକୁ (cheilitis) କୁହାଯାଏ ।[୫]

ଓଠକୋଣ ପ୍ରଦାହ
ଇଂରାଜୀ ଭାଷାରେ ଏହାର ଅନ୍ୟାନ୍ୟ ନାମ: rhagades,[୧] perlèche, cheilosis, angular cheilosis, commissural cheilitis, angular stomatitis[୨]
ଜଣେ ବୟସ୍କ ଲୋକର ଉଭୟ ଓଠକୋଣରେ ପ୍ରଦାହ ହୋଇଛି, ତାଙ୍କର କୃତ୍ରିମ ଦାନ୍ତ ଲାଗିଛି, ଶୁଷ୍କ ଓଠ ଓ ଲୌହ ଅଭାବ ଜନିତ ଆନିମିଆ ଅଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଉଚ୍ଚାରଣ/kˈltɪs/
ସ୍ପେଶାଲିଟିDermatology
ଆଇସିଡ଼ି-୧୦K13.0
ଆଇସିଡ଼ି-୯-ସିଏମ୍528.5, 686.8
MeSHD002613

ଓଠକୋଣ ପ୍ରଦାହ ରୋଗର କାରଣ ସଂକ୍ରମଣ, ଆଲର୍ଜି ବା ଉତ୍ତେଜକ ହୋଇପାରେ । ସଂକ୍ରମଣର କାରଣ କବକ ଯେପରିକି କାଣ୍ଡିଡା ଆଲବିକାନ୍ସ, ଜୀବାଣୁ ଯେପରିକି ସ୍ଟାଫିଲୋକୋକସ୍ ଅରିଅସ୍ ହୋଇପାରେ । ଭଲରୂପେ ଫିଟ୍ ନ ହେଉଥିବା ନ‌କଲି ଦାନ୍ତ, ଓଠକୁ ଚାଟିବା, ଲାଳ ବୋହିବା, ପାଟିବାଟେ ପ୍ରଶ୍ୱାସ ନେବା ଓ ଛାଡ଼ିବା ଯୋଗୁ ପାଟି ଶୁଖିଯିବା, ଖରାରେ ରହିବା, ଅତ୍ୟଧିକ ପାଟି ବନ୍ଦ ରଖିବା, ଧୂମ୍ରପାନ ଓ ସାମାନ୍ୟ ଆଘାତ ଆଦି ଉତ୍ତେଜକ କାରଣ ଯୋଗୁ ଏହି ରୋଗ ହୁଏ । ଟୁଥପେଷ୍ଟ, ଖାଦ୍ୟ ଓ ବେଶଭୁଷା ସାମଗ୍ରୀଦ୍ୱାରା ଆଲର୍ଜି ହୁଏ । ଅଧିକାଂଶ ସମୟରେ ଏକାଧିକ କାରକ କାମ କରନ୍ତି ।[୨] ପୋଷକ ଅଭାବ ଓ ଇମ୍ମ୍ୟୁନିଟି ଅଭାବ ଯୋଗୁ ମଧ୍ୟ ଏହି ରୋଗ ହୋଇପାରେ ।[୨][୪] ସଂକ୍ରମଣର କାରଣ ପରୀକ୍ଷା କରି ଖୋଜିବାକୁ ହୁଏ ଓ ଆଲର୍ଜି ନିମନ୍ତେ ପ୍ୟାଚ୍ ପରୀକ୍ଷା (patch testing) କରାଯାଇ ରୋଗ ନିର୍ଣ୍ଣୟ ହୁଏ ।[୨]

ଏହି ରୋଗର ଅନ୍ତର୍ନିହିତ କାରଣ ଖୋଜି ଚିକିତ୍ସା କରିବାକୁ ହୁଏ ଓ ଏକ ଅବରୋଧକାରୀ କ୍ରିମ୍ ଲଗାଯାଏ । କବକରୋଧୀଜୀବାଣୁରୋଧୀ ମଲମ ଲଗେଇ ଚେଷ୍ଟା କରାଯାଇପାରେ । ଏହି ରୋଗ ଏକ ଅତି ସାଧାରଣ ରୋଗ,[୨] ଜନସଂଖ୍ୟାର ୦.୭% ଲୋକଙ୍କୁ ଆକ୍ରମଣ କରେ ।[୬] ଏ ରୋଗ ସାଧାରଣତଃ ୩୦ରୁ ୬୦ ବର୍ଷ ବୟସ ମଧ୍ୟରେ ହୁଏ, କିନ୍ତୁ ପିଲାମାନଙ୍କ ମଧ୍ୟରେ ମଧ୍ୟ ଏହା ଦେଖାଯାଏ ।[୨] ବିକାଶଶୀଳ ଦେଶମାନଙ୍କରେ ଖାଦ୍ୟରେ ଲୌହଜୀବସାର ଅଭାବ ମଧ୍ୟ ଏହାର ଏକ ସାଧାରଣ କାରଣ ।[୪]

ଆଧାର ସମ୍ପାଦନା

  1. Pindborg, Jens Jørgen (1973). Atlas of Diseases of the Oral Mucosa. Saunders. ISBN 9780721672649. Retrieved 17 September 2014. Angular cheilosis: The lateral lip fissures, well known among denture wearers, have been called by a variety of names, such as "rhagades", "perleche", "angular cheilitis", and "angular cheilosis".
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Park, KK; Brodell, RT; Helms, SE (June 2011). "Angular cheilitis, part 1: local etiologies". Cutis. 87 (6): 289–95. PMID 21838086.[permanent dead link]
  3. Scully, Crispian (2008). Oral and maxillofacial medicine : the basis of diagnosis and treatment (2nd ed.). Edinburgh: Churchill Livingstone. pp. 147–149. ISBN 9780443068188.
  4. ୪.୦ ୪.୧ ୪.୨ Park, KK; Brodell RT; Helms SE. (July 2011). "Angular cheilitis, part 2: nutritional, systemic, and drug-related causes and treatment" (PDF). Cutis. 88 (1): 27–32. PMID 21877503. Archived from the original (PDF) on 2014-04-19. Retrieved 2016-08-03.
  5. Martin, Elizabeth (2015). Concise Medical Dictionary (in ଇଂରାଜୀ). Oxford University Press. p. 136. ISBN 9780199687817.
  6. Lyons, Faye (2014). Dermatology for the Advanced Practice Nurse (in ଇଂରାଜୀ). Springer Publishing Company. p. 95. ISBN 9780826136442.