ଏ. ଲକ୍ଷ୍ମୀ ବାଈ
ଆଦୃତି ଲକ୍ଷ୍ମୀବାଇ (୧୨ ଅକ୍ଟୋବର ୧୮୯୯ - ୨୭ ଜାନୁଆରୀ ୧୯୮୬) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଓ ରାଜନୀତିଜ୍ଞା ଥିଲେ । ସ୍ୱାଧୀନତା ସଂଗ୍ରାମ ସମୟରେ ସେ ବ୍ୟକ୍ତିଗତ ସତ୍ୟାଗ୍ରହ ନିମନ୍ତେ ମହାତ୍ମା ଗାନ୍ଧିଙ୍କଦ୍ୱାରା ମନୋନୀତ ହୋଇଥିଲେ ଏବଂ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳରେ ସେ ଏକାଧିକ ବାର କାରାବରଣ କରିଥିଲେ ।[୧] ସେ ବ୍ରହ୍ମପୁର ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୯୩୭ ଓ ୧୯୪୬ରେ ସ୍ୱାଧୀନତା ପୂର୍ବର ୧ମ[୨] ଓ ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩] ୧୯୪୬ ମସିହାରେ ସେ ଉପ-ବାଚସ୍ପତି ହୋଇଥିଲେ । ସେ ଓଡ଼ିଶାର ପ୍ରଥମ ମହିଳା ଉପବାଚସ୍ପତି ଅଟନ୍ତି ।[୧]
ଆଦୃତି ଲକ୍ଷ୍ମୀବାଇ | |
---|---|
ଉପ-ବାଚସ୍ପତି: ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୯ ମଇ ୧୯୪୬ – ୨୦ ଫେବୃଆରୀ ୧୯୫୨ | |
ପୂର୍ବ ଅଧିକାରୀ | ନନ୍ଦକିଶୋର ଦାସ |
ପର ଅଧିକାରୀ | ମୌଲବୀ ମହମ୍ମଦ ହନିଫ୍ |
ନିର୍ବାଚନ ମଣ୍ଡଳୀ | ବ୍ରହ୍ମପୁର ସଦର |
ବିଧାୟିକା: ସ୍ୱାଧୀନତା ପୂର୍ବର ୧ମ ଓଡ଼ିଶା ବିଧାନ ସଭା, ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୭୧ | |
ନିର୍ବାଚନ ମଣ୍ଡଳୀ | ବ୍ରହ୍ମପୁର ସଦର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୨ ଅକ୍ଟୋବର ୧୮୯୯ |
ମୃତ୍ୟୁ | ୨୭ ଜାନୁଆରୀ ୧୯୮୬ | (ବୟସ ୮୬)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | କଂଗ୍ରେସ |
ସମ୍ପର୍କ | ବରାହଗିରି ଭେଙ୍କଟଗିରି |
ବାପା/ବୋଉ | ବରାହଗିରି ଭେଙ୍କଟ ଯୋଗେଶ (ବାପା) ବରାହଗିରି ସୋଭମା (ମାଆ) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଏ. ଲକ୍ଷ୍ମୀ ବାଈ ୧୮୯୯ ମସିହାର ଅକ୍ଟୋବର ୧୨ ତାରିଖରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବରାହଗିରି ଭେଙ୍କଟ ଯୋଗେଶ ଓ ମାଆଙ୍କ ନାମ ବରାହଗିରି ସୋଭମା । ସେ ହେଉଛନ୍ତି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଶ୍ରମିକ ନେତା ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ବରାହଗିରି ଭେଙ୍କଟଗିରିଙ୍କ ଭଉଣୀ ।[୧]
ଲକ୍ଷ୍ମୀ ବାଈ ତାଙ୍କର ମାଧ୍ୟମିକ ଶିକ୍ଷା ବ୍ରହ୍ମପୁରେ ଶେଷ କରିବା ପରେ କାଶୀର ଥିଓସୋଫିକାଲ୍ ସୋସାଇଟିରେ ଯୋଗ ଦେଇଥିଲେ । ଏହାପରେ ସେ କଲିକତାର ଦୟାଚ୍ଚିଆନ୍ କଲେଜ୍ରୁ ସ୍ନାତକ କରିଥିଲେ ଏବଂ ମେଡିସିନ୍ ପାଠ ଅଧ୍ୟୟନ ପାଇଁ ଭେଲୋର୍ର ଖ୍ରୀଷ୍ଟିଆନ୍ ମେଡିକାଲ୍ କଲେଜରେ ଯୋଗ ଦେଇଥିଲେ । ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଏହ ଭୋଲୋର୍ରୁ ପାଠପଢ଼ା ଅଧାରେ ଛାଡ଼ି ବ୍ରହ୍ମପୁର ଫେରି ଆସିଥିଲେ ଏବଂ ଫେରିବା ପରେ ସେ ଆଦୃତି ଭେଙ୍କଟେଶ୍ୱର ରାଓଙ୍କୁ ବିବାହ କରିଥିଲେ । ବିବାହ ପରେ ସେ ତାଙ୍କର ଶଶୁର ଘର ରାଜମହେନ୍ଦ୍ରୀ ଚାଲିଯାଇଥିଲେ । ତାଙ୍କ ବିବାହର ୧ ବର୍ଷ ପରେ ତାଙ୍କ ପତିଙ୍କର ଦେହାନ୍ତ ହୋଇଯାଇଥିଲା ଏବଂ ସେ ତାଙ୍କର ପୈତୃକ ଘର ବ୍ରହ୍ମପୁରକୁ ଫେରି ଆସିଥିଲେ ।[୪]
ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ
ସମ୍ପାଦନା୧୯୨୧-୧୯୨୨ ମସିହାର ଅସହଯୋଗ ଆନ୍ଦୋଳନରେ ସେ ଜଣେ ସକ୍ରିୟ ସ୍ୱାଧୀନତା ସଂଗ୍ରାମୀ ଭାବରେ ଯୋଗଦ ଦେଇଥିଲେ ।[୩] ପରବର୍ତ୍ତୀ ସମୟରେ ବ୍ୟକ୍ତିଗତ ସତ୍ୟାଗ୍ରହ ନିମନ୍ତେ ସେ ମହାତ୍ମା ଗାନ୍ଧିଙ୍କଦ୍ୱାରା ମନୋନୀତ ହୋଇଥିଲେ । ୧୯୪୦ ମସିହା ଡିସେମ୍ବର ୪ ତାରିଖ ଦିନ ବ୍ରିଟିଶ ସରକାର ବିରୁଦ୍ଧରେ ଭାଷଣ ଦେଇ ସେ ବ୍ରହ୍ମପୁରଠାରେ ଗିରଫ ହୋଇ କାରାବରଣ କରିିଥିଲେ । ଭାରତଛାଡ଼ ଆନ୍ଦୋଳନ ସମୟରେ ସେ ଏକ ବର୍ଷ କାରାବରଣ କରିଥିଲେ ।[୧]
ରାଜନୈତିକ ଜୀବନ
ସମ୍ପାଦନାଏ. ଲକ୍ଷ୍ମୀ ବାଈ ଓଡ଼ିଶା ରାଜନୀତିରେ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ସ୍ୱାଧୀନତା ପୂର୍ବରୁ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ଜଣେ ବିଧାୟିକା ଭାବରେ ଦୁଇଥର ନିର୍ବାଚିତ ହୋଇଥିଲେ । ୧୯୪୬ ମସିହାରୁ ୧୯୫୨ ମସିହା ପର୍ଯ୍ୟନ୍ତ ସେ ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାର ଉପ-ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ ।[୫][୩] ସେ ପ୍ରଥମେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ଓ ପରେ ସଭାପତି ହୋଇଥିଲେ । ମହିଳାମାନଙ୍କ ସୁବିଧା ଓ ସୁରକ୍ଷା ପାଇଁ ସେ ଲଢ଼େଇ ଜାରି ରଖିଥିଲେ ।[୧]
ମୃତ୍ୟୁ
ସମ୍ପାଦନାଏ. ଲକ୍ଷ୍ମୀ ବାଈ ୧୯୮୬ ମସିହାର ଜାନୁଆରୀ ୨୭ ତାରିଖରେ ମୃତ୍ୟୁବରଣ କରିଥିଲେ ।[୩]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ଡକ୍ଟର ଉଦ୍ଧବ ଚରଣ ନାୟକ (2013). "୪". ଓଡ଼ିଶା ରାଜନୀତିର ଇତିହାସ (୩ୟ ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୪୧. ISBN 978-81-89436-54-4. Retrieved 4 September 2021.
- ↑ ଉଦ୍ଧବ ଚରଣ ନାୟକ (2013). "୨". ଓଡ଼ିଶା ରାଜନୀତିର ଇତିହାସ (୧୯୩୬-୨୦୧୩) (in ଓଡ଼ିଆ). ଭୁବନେଶ୍ୱର: ଆମ ଓଡ଼ିଶା. p. ୨୭. ISBN 978-81-89436-54-4. Retrieved 7 November 2023.
{{cite book}}
: CS1 maint: unrecognized language (link) - ↑ ୩.୦ ୩.୧ ୩.୨ ୩.୩ "Shri A. Lakshmi Bai". odishaassembly.nic.in. Odisha Assembly. Retrieved 3 September 2021.
- ↑ Dr Dasarathi Bhuyan. "Participation of Women of Ganjam District in the Freedom Movement of India" (PDF) (in English). pp. 19–20. Archived from the original (PDF) on 19 January 2021. Retrieved 18 November 2018.
{{cite web}}
: CS1 maint: unrecognized language (link) - ↑ ଡକ୍ଟର ଉଦ୍ଧବ ଚରଣ ନାୟକ (2013). "୧୮". ଓଡ଼ିଶା ରାଜନୀତିର ଇତିହାସ (୩ୟ ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୩୪୯. ISBN 978-81-89436-54-4. Retrieved 4 September 2021.