For the actress and YouTuber, see Liza Koshy.

ଏଲିଜାବେଥ୍ ସୁଜାନ୍ କୋଶୀ, (ଜନ୍ମ ମଇ ୧୦, ୧୯୯୪)[୧] କେରଳ ଜନ୍ମିତ ଜଣେ ଭାରତୀୟ ବନ୍ଧୁକଚାଳନା ଖେଳାଳି । ୨୦୧୧ରେ ଜର୍ମାନୀରେ ସେ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ସେ ସେହି ବର୍ଷ ତିରୁଅନନ୍ତପୁରମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ୫ଟି ସ୍ୱର୍ଣ୍ଣପଦକ ଜିତିଥିଲେ ।[୨] ସେ ଏସୀୟ ବନ୍ଧୁକଚାଳନା ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିଲେ ଓ ୨୦୧୩,୧୪ରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ । ସେ ୨୦୧୪ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡାରେ ମଧ୍ୟ ଭାଗନେଇଥିଲେ । ୨୦୧୫ ଜାତୀୟ କ୍ରୀଡ଼ାରେ ମହିଳା ୫୦ ମିଟର ରାଇଫଲ୍ ପ୍ରୋନ୍ ବିଭାଗରେ କେରଳ ପାଇଁ ପ୍ରଥମ ଖେଳାଳି ଭାବେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।[୩][୪][୫] ତାଙ୍କ ଗୁରୁ ହେଉଛନ୍ତି ହରିୟାଣାର ସତଗୁରୁ ଦାସ । ସେ କୋଚିଠାରେ ଏକ ବନ୍ଧୁକଚାଳନା ପ୍ରତିଯୋଗିତା ଦେଖି ଅନୁପ୍ରାଣିତ ହୋଇଥିଲେ । ସେ ପ୍ରୋନ୍, ୩ ପୋଜିସନ୍ ଓ ଏୟାର୍ ରାଇଫଲ୍ ବିଭାଗରେ ପ୍ରତିଦ୍ୱନ୍ଦୀତା କରନ୍ତି ।[୨]

ଆଧାର ସମ୍ପାଦନା

  1. "Elizabeth Susan Koshy | SportingIndia". sportingindia.com. Archived from the original on 2017-01-12. Retrieved 2018-07-22.
  2. ୨.୦ ୨.୧ Rayan, Stan (16 June 2011). "Elizabeth Koshy sets sights on 2016 Rio Olympics". The Hindu. Retrieved 9 April 2015.
  3. G, Sandip (4 February 2015). "TN, Kerala Spread Shooting Wings". The New Indian Express. Archived from the original on 19 April 2015. Retrieved 9 April 2015.
  4. "Koshy gifts Kerala first shooting medal in National Games history". The Times of India. 3 February 2015. Retrieved 9 April 2015.
  5. "Elizabeth Koshy gifts Kerala first shooting medal in games history". Millenniumpost. 4 February 2015. Retrieved 9 April 2015.