ଏଥିନିଲଏସ୍ଟ୍ରାଡିଅଲ/ଲେଭୋନରଜେସ୍ଟ୍ରେଲ

ଏହା ଏକ ମିଶ୍ରିତ ଜନ୍ମ ନିରୋଧକ ବଟିକା ଯେଉଁଥିରେ ଏଥିନିଲଏସ୍ଟ୍ରାଡିଅଲ (ethinylestradiol) ଯାହା ଏକ ଏସ୍ଟ୍ରୋଜେନ (estrogen) ଓ ଲେ

ଏଥିନିଲଏସ୍ଟ୍ରାଡିଅଲ/ଲେଭୋନରଜେସ୍ଟ୍ରେଲ (ଇଂରାଜୀ ଭାଷାରେ Ethinylestradiol/levonorgestrel) ଏକ ମିଶ୍ରିତ ଜନ୍ମ ନିରୋଧକ ବଟିକା (combined birth control pill) ଯେଉଁଥିରେ ଏଥିନିଲଏସ୍ଟ୍ରାଡିଅଲ (ethinylestradiol) ଯାହା ଏକ ଏସ୍ଟ୍ରୋଜେନ (estrogen) ଓ ଲେଭୋନରଜେସ୍ଟ୍ରେଲ ଯାହା ଏକ ପ୍ରୋଜେସ୍ଟିନ (progestin) ଥାଏ ।[୨] ଜନ୍ମ ନିରୋଧ, ଋତୁସ୍ରାବ ଲକ୍ଷଣ ଉପସମ, ଏଣ୍ଡୋମେଟ୍ରିଓସିସଆଶୁ ଜନ୍ମ ନିରୋଧ (emergency contraception) ନିମନ୍ତେ ବ୍ୟବ‌ହାର କରାଯାଏ ।[୧][୨] ଏହା ପାଟିରେ ଦିଆଯାଏ ।[୧]

ଏଥିନିଲଏସ୍ଟ୍ରାଡିଅଲ/ଲେଭୋନରଜେସ୍ଟ୍ରେଲ
Combination of
EthinylestradiolEstrogen
LevonorgestrelProgestogen
Clinical data
Trade namesAltavera, Amethyst, Aviane, others[୧]
AHFS/Drugs.commonograph
MedlinePlusa601050
Pregnancy
category
  • US: X (Contraindicated)
Routes of
administration
By mouth
ATC code
Legal status
Legal status

ଏଥିନିଲଏସ୍ଟ୍ରାଡିଅଲ/ଲେଭୋନରଜେସ୍ଟ୍ରେଲର ପ୍ରତିକ୍ରିୟାରେ ଅଇ (nausea), ମୁଣ୍ଡବଥା, ରକ୍ତ ଜମାଟ (blood clots), ସ୍ତନ ଯନ୍ତ୍ରଣା, ଅବସାଦ ଓ ଯକୃତ ସମସ୍ୟା ହୋଇପାରେ । ଏହା ଗର୍ଭାବସ୍ଥା, ପ୍ରସବ ପର ୩ ସପ୍ତାହ ପର୍ଯ୍ୟନ୍ତ ଓ ରକ୍ତ ଜମାଟ ସଙ୍କଟ ଥିବା ଲୋକଙ୍କୁ ଦିଆଯାଏ ।[୨] ଏହା କିନ୍ତୁ ଗର୍ଭପାତ ପରେ ସଙ୍ଗେସଙ୍ଗେ ଦିଆଯାଇପାରେ । [୩] ଏହି ଔଷଧ ଗ୍ରହଣ କରୁଥିବା ଅବଧିରେ ଧୂମ୍ରପାନ ନିଷେଧ କରାଯାଏ । ଏହି ଔଷଧଦ୍ୱାରା ଡିମ୍ବକ୍ଷରଣ (ovulation) ବନ୍ଦ ହୋଇଯାଏ, ଜରାୟୁଗ୍ରୀବାର ମ୍ୟୁକସ (mucus) ମୋଟା ହୋଇଯାଏ ଓ ଭୃଣ ସଂଯୁକ୍ତ (implantation) ହେବାନିମନ୍ତେ ଜରାୟୁ ଅକ୍ଷମ ହୋଇଯାଏ ।[୧]

ସନ ୧୯୮୨ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଆମେରିକାରେ ସ୍ୱୀକୃତ ହୋଇଥିଲା ।[୧]/> ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୫] ସଂଯୁକ୍ତ ରାଷ୍ଟ୍ରରେ ଏହି ଔଷଧର ୩ମାସର ଖର୍ଚ୍ଚ ୧.୮୦ ପାଉଣ୍ଡ ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧର ଏକ ମାସର ମୂଲ୍ୟ ୨୫ରୁ ୫୦ ଆମେରିକୀୟ ଡଲାର ।[୫] ଅନେକ ବ୍ରାଣ୍ଡ ନାମରେ ଏହା ବିକ୍ରୟ ହୁଏ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Ethinyl estradiol and levonorgestrel medical facts from Drugs.com". www.drugs.com. Retrieved 1 January 2017.
  2. ୨.୦ ୨.୧ ୨.୨ WHO Model Formulary 2008 (PDF). World Health Organization. 2009. p. 363-365. ISBN 9789241547659. Retrieved 8 December 2016.
  3. "Erlibelle 30micrograms/150micrograms film-coated tablets - Summary of Product Characteristics (SPC) - (eMC)". www.medicines.org.uk. Archived from the original on 2 January 2017. Retrieved 1 January 2017.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  5. ୫.୦ ୫.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 349. ISBN 9781284057560.
  6. British national formulary : BNF 69 (69 ed.). British Medical Association. 2015. p. 552. ISBN 9780857111562.