ଏଣ୍ଟେକାଭିର (ଇଂରାଜୀ ଭାଷାରେ Entecavir ବା ETV, ବିକ୍ରୟ ନାମ ବାରାକ୍ଲୁଡ) ଏକ ଆଣ୍ଟିଭାଇରାଲ ଔଷଧ ଯାହା ହେପାଟାଇଟିସ ବି ରୋଗର ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ । ଏଚଆଇଭି/ଏଡସ ରୋଗ ଓ ଆଣ୍ଟିଭାଇରାଲ ଔଷଧ ସାଥିରେ ଏହା ମଧ୍ୟ ଦିଆଯାଏ । ଏଣ୍ଟେକାଭିର ବଟିକା ବା ଦ୍ରବଣ ଆକାରରେ ମିଳେ ଓ ଏହା ପାଟିରେ ଦିଆଯାଏ । [୧]

ଏଣ୍ଟେକାଭିର
Clinical data
Pronunciation/ɛnˈtɛkəvɪər/ en-TEK-a-vir or en-TE-ka-veer
Trade namesବାରାକ୍ଲୁଡ/Baraclude[୧]
AHFS/Drugs.commonograph
MedlinePlusa605028
data
Pregnancy
category
  • AU: B3
  • US: C (Risk not ruled out)
Routes of
administration
ପାଟିରେ
ATC code
Legal status
Legal status
  • AU: S4 (Prescription only)
  • CA: Rx-କେବଳ ପ୍ରେସକ୍ରିପସନରେ
  • UK: POM (Prescription only)
  • US: Rx-କେବଳ ପ୍ରେସକ୍ରିପସନରେ
Pharmacokinetic data
Bioavailabilityn/a (≥70)[୨]
Protein binding୧୩% (in vitro)
Metabolismnegligible/nil
Elimination half-life୧୨୮–୧୪୯ ଘଣ୍ଟା
Excretionବୃକ୍‌କ (Renal ୬୨–୭୩%
Identifiers
  • 2-Amino-9-[(1S,3R,4S)-4-hydroxy-3-(hydroxymethyl)-2-methylidenecyclopentyl]-1H-purin-6-one
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.111.234 Edit this at Wikidata
Chemical and physical data
FormulaC12H15N5O3
Molar mass277.279 g/mol
3D model (JSmol)
Melting point220 °C (428 °F) value applies to entecavir monohydrate and is a minimum value[୩]
  • O=C2/N=C(\Nc1n(cnc12)[C@@H]3C(=C)/[C@H](CO)[C@@H](O)C3)N
  • InChI=1S/C12H15N5O3/c1-5-6(3-18)8(19)2-7(5)17-4-14-9-10(17)15-12(13)16-11(9)20/h4,6-8,18-19H,1-3H2,(H3,13,15,16,20)/t6-,7-,8-/m0/s1 ☒N
  • Key:
    • YXPVEXCTPGULBZ-WQYNNSOESA-N
    • QDGZDCVAUDNJFG-FXQIFTODSA-N
     ☒N
 ☒NcheckY (what is this?)  (verify)

ଏଣ୍ଟେକାଭିରର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ମୁଣ୍ଡବଥା, ଅଇ, ଉଚ୍ଚ ରକ୍ତ ଶର୍କରା ଓ ଧୀମା ବୃକ୍‌କ କାର୍ଯ୍ୟ ଇତ୍ୟାଦି ଲକ୍ଷଣ ଦେଖାଯାଏ । ସାଂଘାତିକ ପ୍ରତିକ୍ରିୟାରେ ଯକୃତ ବୃଦ୍ଧି (enlargement of the liver), ଉଚ୍ଚ ରକ୍ତ ଲାକ୍ଟେଟ ସ୍ତର (high blood lactate levels) ଓ ଔଷଧ ବନ୍ଦ କଲେ ହେପାଟାଇଟିସ ରୋଗ ହୋଇପାରେ ।[୧] ଗର୍ଭାବସ୍ଥାରେ ଏହା କୌଣସି କ୍ଷତି କରିବା ଜଣାଯାଇନଥିଲେ ମଧ୍ୟ ଏହାର ଉତ୍ତମ ଅନୁଶୀଳନ ହୋଇନାହିଁ ।[୪] ଏଣ୍ଟେକାଭିର ଏକ ନ୍ୟୁକ୍ଲିଓସାଇଡ ରିଭର୍ସ ଟ୍ରାନ୍ସକ୍ତିପ୍ଟେଜ ଇନହିବିଟର (nucleoside reverse transcriptase inhibitors ବା NRTIs) ଔଷଧ । ଏହା ରିଭର୍ସ ଟ୍ରନ୍ସକ୍ରିପ୍ଟେଜ (reverse transcriptase) କାମ ଅବରୋଧ କରି ହେପାଟାଇଟିସ ବି ଭୁତାଣୁ ବ‌ହୁଗୁଣିତ ହେବାକୁ ପ୍ରତିରୋଧ କରେ ।[୧]

ସନ ୨୦୦୫ରେ ଏଣ୍ଟେକାଭିର ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱିକୃତୀପ୍ରାପ୍ତ ହେଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ସନ ୨୦୧୫ ସୁଦ୍ଧା ଏହା ଏହା ଯୁକ୍ତରାଷ୍ଟ୍ର ଆମେରିକାରେ ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୋଇନାହିଁ ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୬ରେ ଏହାର ଏକ ମାସର ଖର୍ଚ୍ଚ ପ୍ରାୟ ୩୯୨ ଆମେରିକୀୟ ଡଲାର ।[୭]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "Entecavir". The American Society of Health-System Pharmacists. Retrieved 28 November 2016.
  2. "Baraclude (entecavir) Tablets for Oral Use & Oral Solution. U.S. Full Prescribing Information." Bristol-Myers Squibb Company, 2005. Revised December 2013.
  3. The Merck Index (14th ed.). 2006. p. 613. ISBN 978-0-911910-00-1. {{cite encyclopedia}}: Missing or empty |title= (help)
  4. "Entecavir (Baraclude) Use During Pregnancy". www.drugs.com. Retrieved 6 December 2016.
  5. "WHO Model List of Essential Medicines (19th)" (PDF). World Health Organization. April 2015. Retrieved 6 December 2016.
  6. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 76. ISBN 9781284057560.
  7. "NADAC as of 2016-11-30 | Data.Medicaid.gov". Centers for Medicare and Medicaid Services. Archived from the original on 2016-11-30. Retrieved 6 December 2016.