ଏକଳିଙ୍ଗଜୀ ମନ୍ଦିର

ଏକଳିଙ୍ଗଜୀ ମନ୍ଦିର,ଭାରତୀୟ ରାଜ୍ୟ ରାଜସ୍ଥାନର ଉଦୟପୁର ଜିଲ୍ଲାରେ ଏକ ମନିର । ପ୍ରାଚୀନ ମେବାର ରାଜ୍ୟର ଆରାଧ୍ୟା ଦେବତା ରହିଥିବା ଏକଲିଙ୍ଗିଜୀ ମନକ ମନ୍ଦିର ଏକ ବହୁ ପ୍ରାଚୀନ ସ୍ଥାପତ୍ୟ ।  

Eklingji, Harihara temple popularly called the Meera temple
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictUdaipur district
Location
ସ୍ଥାନKailash Puri
StateRajasthan
CountryIndia
Architecture
Bapa Rawal

ଏହି ମନ୍ଦିର ପରିସର 971 ମସିହାରେ ନିର୍ମାଣ କାର୍ଯ୍ୟ ପ୍ରଥମେ ହେଇଥିଲା । ମେବାରର ଗୁହିଲା ରାଜବଂଶ ଏହାକୁ ତାଙ୍କର ଆରାଦ୍ୟହୟା ଦେବୀଙ୍କ ସମ୍ମାନାର୍ଥେ ନିର୍ମାଣ କରିଥିଲେ । ଏହାର ସୁନ୍ଦର ସ୍ଥାପତ୍ୟ କଳା କାର୍ଯ୍ୟ ହେଇଥିବା ପରିସର ମଧ୍ୟରେ 108ଟି ମନ୍ଦିର ପ୍ରାଚୀର ମଧ୍ୟରେ ରହିଥିଲା । ମୁଖ୍ୟ ମନ୍ଦିରଟି 15 ଶ ଶତାବ୍ଦୀରେ ନିର୍ମିତ ହେଇଥିଲା । ଏହାକୁ ପୂର୍ବନିର୍ମିତ ମନ୍ଦିରର ଧ୍ୱଂଶାବଶେଷ ଉପରେ ନିର୍ମାଣ କରାଯାଇଥିଲା । ଉସ ଉଛ ପ୍ରାଚୀର ବେଷ୍ଟିତ ପରିବେଶ ମଧ୍ୟରେ ଥିବା ନିର୍ମାଣ ସବୁ ମାର୍ବଳ ଓ  ଗ୍ରାନାଇଟ ପ୍ରସ୍ତରରେ ନିର୍ମିତ ହେବା ସହ ଦ୍ୱିତଳ ବିଶିଷ୍ଟ ଥିଲା । ପିରାମିଡ ଆକୃତି ତ ଛାତ ସହ ସୁନ୍ଦର ସ୍ତମ୍ବ  ଯୁକ୍ତ ମଣ୍ଡପ ସବୁ ରହି ସେଠାରେ ଚତୁର୍ମୁଖୀ ଭଗବାନ ଶିବଙ୍କ ପ୍ରତିମୂର୍ତି କଳା ମାର୍ବଳରେ ରହିଛି । ଅହି ପରିସର ଭିତରେ ଲକୁଇଶ ମନ୍ଦିର ନାମକ ମନ୍ଦିର 971 ମସିହାରେ ନିର୍ମିତ ହେଇ ସେ ଜାତୀୟ ମନ୍ଦିର ଭିତରେ ଭରତରେ ଏକମାତ୍ର ମନ୍ଦିର ଭାବରେ ରହିଛି । 

ଉଦୟପୁର ସହରଠାରୁ ଉତ୍ତରକୁ 22 କିଲୋମିଟର ଦୂରରେ ଏହି ମନ୍ଦିରକୁ ରାସ୍ତା ପଥରେ ପହଞ୍ଚି ହୁଏ । ଉଦୟଔରର ମହାରାନା ଏହି ମନ୍ଦିରକୁ ଆଗ କାଳରେ ପ୍ରତି ସୋମବାର ଦିନ ଯାଇ ଉପାସନା କରୁଥିଲେ ବୋଲି ଜଣାଯାଇଥାଏ । 

ହିନ୍ଦୁ ଧାର୍ମିକ ପର୍ଯ୍ୟଟନର ଏକ ମହତ୍ୱପୂର୍ଣ ସ୍ଥାନ ଭାବରେ ଏକଳିଙ୍ଗଜୀ ରହିଥିବା ବେଳେ ମେୱାର ଓ ଗୁଜରାଟ ଅଞ୍ଚଳର ତ୍ରିବେଦୀ  ମେଦାୱା ଓ ଭଟ୍ଟ ମେଡାୱା ସଂପ୍ରଦାଯର ବ୍ରାହ୍ମଣ ମାନକ କୁଳଦେବତା ହିସାବରେ ରହି ଥାନ୍ତି । ପ୍ରତ୍ଯେକ ସୋମବାର ଦିନ ଅଗଣିତ ଭକ୍ତ ମନ୍ଦିରକୁ ଉପାସନା ନିମନ୍ତେ ଆସିଥାନ୍ତି । 

Tଏହି ଅଞ୍ଚଳ ନିକଟରେ 1473 ଓ 1509 ମସିହାରେ ମହାରାଣା ରଇମଲ ନିର୍ମାଣ କରିଥିବା ଅନନ୍ୟ ଦୁଇଟି ଶିବ ମନ୍ଦିର ମଧ୍ୟ ରହିଛି । ଏକଳିଙ୍ଗଜୀ ମନ୍ଦିରରୁ 1 କିଲୋମିଟର ଦୂରରେ ଥିବା ନାଗଦା ସହର ଏହାର ସହସ୍ର ବାହୁ ମନ୍ଦିର ଓ ଅଦ୍ୱୂଦ୍ ଜୀ ମନ୍ଦିର ପାଇଁ ଖ୍ୟାତ । ଏହାକୁ ଶାଶ- ବହୁ ମନ୍ଦିର ମଧ୍ୟ କୁହାଯାଏ । ଏଠାରେ ସୂକ୍ଷ୍ମ ପ୍ରସ୍ତର ଖୋଦେଇ କାର୍ଯ୍ୟ ପ୍ରାଚୀନ ଭାରତର ରାମାୟଣର କଥା ବଳି ସମ୍ପର୍କିତ । 

ପୁନଶ୍ଚ ଦେଖଣା  ସମ୍ପାଦନା

ଆଧାର  ସମ୍ପାଦନା