ଏକନାଥ ସୋଲକର

ଭାରତୀୟ କ୍ରିକେଟ ଖେଳାଳି

ଏକନାଥ ସୋଲକର ( Eknath Dhondu Solkar) ଯାହାଙ୍କ ଡାକ ନାମ  ଏକ୍କି କୁହା ଯାଉଥିଲା , ଜଣେ ଭାରତୀୟ ଅଲ ରାଉଣ୍ଡ କ୍ରିକେଟ ଖେଳାଳି । ସେ ୧୮ ମାର୍ଚ୍ଚ ୧୯୪୮ରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ । ସେ ତାଙ୍କର କ୍ରିକେଟ ଜୀବନ କାଳ  ରେ ଭାରତ ପାଇଁ ୨୭ଟି ଟେଷ୍ଟ ଓ ୭ଟି ଏକଦିବାସୀୟ ଅନ୍ତରାଷ୍ଟ୍ରୀୟ ମେଚ ଖେଳିଥିଲେ । ୨୦୦୫ରେ ୫୭ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ଘଟିଥିଲା । 

ଏକନାଥ ସୋଲକର

ଟେଷ୍ଟ କ୍ରିକେଟରେ ଏକ ଶତକ ମଧ୍ୟ କରିଥିବା ଏକନାଥ ଉଭୟ ଦ୍ରୁତ ବୋଲିଂ ଓ ସ୍ପିନ ବୋଲିଂ କରିପାରୁଥିଲେ । ପ୍ରଖ୍ୟାତ କ୍ରିକେଟର ଗାରି ସୋବର୍ସଙ୍କ ମଡେଲର ଜଣେ  ଅଲରାଉଣ୍ଡର ହେଇଥିବା ହେତୁ ତାଙ୍କୁ " ଗରିବର ଗାରି ସୋବର୍ସ " ( poor man's Sobers) କୁହା ଯାଉଥିଲା । କିନ୍ତୁ ଭାରତୀୟ କ୍ରିକେଟ ପ୍ରେମୀମାନେ ସୋଲକରଙ୍କୁ ଜଣେ ଶ୍ରେଷ୍ଠ ଫିଲଡର ହିସାବରେମାନେ ରଖନ୍ତି । ସେ forward short-leg ଅଞ୍ଚଳରେ ବିଶ୍ୱର ଶ୍ରେଷ୍ଠ ଫିଲଡର ଥିବା କଥା ଇଂଲଣ୍ଡର ପୂର୍ବତନ ଅଧିନାୟକ ଟୋନି ଗ୍ରେ ମଧ୍ୟ ସ୍ୱୀକାର କରନ୍ତି । 

ମାତ୍ର ୨୭ଟି ମେଚରେ ୫୩ଟି କେଚ ନେଇଥିବା ସୋଲକର ଭାରତ ଜିତି ଥିବା ସର୍ବପ୍ରଥମ ଟେଷ୍ଟ , ଯାହା ଇଂଲଣ୍ଡ ବିରୁଦ୍ଧରେ ଥିଲା , ସେଥିରେ ତାଙ୍କର ଫିଲଡିଙ୍ଗର ଅବଦାନ ମୁଖ୍ୟ ଅବଦାନ ହିସାବରେ ଗଣିତ ହେଇଥିଲା  । ତାଙ୍କର ଶାଣିତ ଫିଲଡିଙ୍ଗ ଫଳରେ ହିଁ ଭାରତୀୟ ସ୍ପିନ ବୋଲରମାନେ ଅଧିକ ୱିକେଟ ନେବାରେ ସକ୍ଷମ ହେଇଥିଲେ । 

ପ୍ରାରମ୍ଭିକ ଜୀବନୀ  ସମ୍ପାଦନା

ସୋଲକରଙ୍କ ପିତା ହିନ୍ଦୁ ଜିମଖାନା ପଡିଆରେ ମୁଖ୍ୟ ଗ୍ରାଉଣ୍ଡମେନ ହିସାବରେ କାର୍ଯ୍ୟ  କରୁଥିଲେ ।ନିଜେ ସୋଲକର ମେଚ ଚାଲୁଥିବା ବେଳେ ସ୍କୋର ବୋର୍ଡ ବଦଳେଇବା କାମ କରୁଥିଲେ । ସ୍କୁଲ ଜୀବନରୁ ହିଁ ଏକନାଥ ଭାରତୀୟ ସ୍କୁଲ ଦଳ ତରଫରୁ ଶ୍ରୀଲଙ୍କା ସ୍କୁଲ ଦଳ ସହିତ ଖେଳିବାକୁ ଶ୍ରୀଲଙ୍କା ଯାଇଥିଲେ । ତତ୍ ପରେ ସେ ଇଂଲଣ୍ଡ ସ୍କୁଲ ଦଳ ବିପକ୍ଷରେ ଅଧିନାୟକ ଭାବେ ସେଠାକୁ ୧୯୬୫/୬୬ରେ ଯାଇଥିଲେ । ଉଲ୍ଲେଖନୀୟ କଥା ଯେ ସେହି ଦଳରେ ପରବର୍ତ୍ତୀ କାଳରେ ଭାରତ ପାଇଁ ସୁନାମର ସହ ଖେଳିଥିବା ସୁନୀଲ ଗାଭାସ୍କର ଓ ମହିନ୍ଦର ଅମରନାଥଙ୍କ ପରି ଖେଳାଳି ଥିଲେ । 

କ୍ରିକେଟ ଜୀବନୀ  ସମ୍ପାଦନା

ନିଉ ଜିଲାଣ୍ଡ ବିରୁଦ୍ଧରେ ହାଇଦରାବାଦଠାରେ ୧୦୬୯/୭୦ରେ ଏକନାଥ  ନିଜ ପ୍ରଥମ ଟେଷ୍ଟ ମେଚ ଖେଳିଥିଲେ । ତାହା ପରେ ସେ ୧୯୭୧ରେ ଅଷ୍ଟ୍ରେଲିଆ ଓ ୱେଷ୍ଟ ଇଣ୍ଡିଜ ଗସ୍ତରେ ଖୁବ ଭଲ ପ୍ରଦର୍ଶନ ଦେଇଥିଲେ । ସେହି ୧୯୭୧ରେ ଇଂଲଣ୍ଡ ଗସ୍ତରେ ସେ ଆବିଦ ଅଲିଙ୍କ ସହ ଦଳର ବୋଲିଂ ଆରମ୍ଭ କରୁଥିଲେ ଓ ପ୍ରଥମ ଟେଷ୍ଟରେ ୬୭ ରଣ କରି ଦଳକୁ ପ୍ରଥମ ପାରିରେ ଆଗୁଆ ରଖିବାରେ ସାହାଯ୍ୟ କରିଥିଲେ । ୩ ୟ ଟେଷ୍ଟରେ ତାଙ୍କ ଅବଦାନ ଥିଲା ୩/୨୮ , ୪୪ ରଣ ଓ ୨ଟି କେଚ । ଫଳରେ ଭାରତ ୩ ୟ ଟେଷ୍ଟ ଜିତି ପାରିଥିଲା । ପୁଣି ୧୯୭୨/୭୩ର ଇଂଲଣ୍ଡର ଭାରତ ଗସ୍ତରେ ଏକନାଥ ଖୁବ ଭଲ ଖେଳି ପ୍ରଥମ ଟେଷ୍ଟରେ ୭୫ ରଣ କରିବା ସହ ସିରିଜରେ ୧୨ଟି କେଚ ନେଇଥିଲେ । ୧୯୭୫ରେ ମୁମ୍ବାଇରେ ୱେଷ୍ଟ ଇଣ୍ଡିଜ ବିରୁଦ୍ଧରେ ସେ ତାଙ୍କ ଜୀବନର ଏକମାତ୍ର ଟେଷ୍ଟ ଶତକ ହାସଲ କରିଥିଲେ ।   ସୋଲକର ସମୁଦାୟ ୨୭ଟି ଟେଷ୍ଟରେ ୧୦୬୮ ରଣ କରିବା ସହ ୫୩ଟି କେଚ ଓ ୧୮ଟି ୱିକେଟ ନେଇଥିଲେ । ଘରେଇ କ୍ରିକେଟରେ ତାଙ୍କର ପ୍ରଦର୍ଶନ ଖୁବ ଭଲ ରହୁଥିଲା । 

References ସମ୍ପାଦନା