ଋଷି କପୁର
ଋଷି କପୁର (୪ ସେପ୍ଟେମ୍ବର ୧୯୫୨ - ୩୦ ଅପ୍ରେଲ ୨୦୨୦)[୨] ଜଣେ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ଥିଲେ । ସେ ନିଜର ପ୍ରଥମ ଚଳଚ୍ଚିତ୍ର 'ମେରା ନାମ ଜୋକର' ପାଇଁ ଶ୍ରେଷ୍ଠ ଶିଶୁ କଳାକାର ଭାବରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ । ମୁଖ୍ୟ ନାୟକ ଭାବରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା 'ବବି' ( ୧୯୭୩ ) । ଏହି ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ନବାଗତ ଅଭିନେତା ଭାବରେ ଫିଲ୍ମଫେୟାର ପୁରସ୍କାର ଲାଭ କରିଥିଲେ ।
ଋଷି କପୁର | |
---|---|
ଜନ୍ମ | ଋଷି ରାଜ କପୁର ୪ ସେପ୍ଟେମ୍ବର ୧୯୫୨ |
ମୃତ୍ୟୁ | ୩୦ ଅପ୍ରେଲ ୨୦୨୦ ମୁମ୍ବାଇ, ଭାରତ[୧] | (ବୟସ ୬୭)
ବୃତ୍ତି | ଅଭିନେତା |
ସକ୍ରିୟ ବର୍ଷ | ୧୯୭୦-୨୦୨୦ |
ବୈବାହିକ-ସାଥୀ | ନିତୁ ସିଂ |
ସନ୍ତାନ | ରିଧିମା, ରଣବୀର |
୧୯୭୩ରୁ ୨୦୦୦ ମଧ୍ୟରେ ସେ ୯୨ଟି ଚଳଚ୍ଚିତ୍ରରେ ମୁଖ୍ୟ ନାୟକ ଭାବରେ ଅଭିନୟ କରିଥିଲେ । ଏହି ଚରିତ୍ର ଗୁଡିକରେ ତାଙ୍କର ମୁଖ୍ୟତଃ ପ୍ରେମିକ ଚରିତ୍ର ଥିଲା । ଏହି ସମୟରେ ସେ ଅଭିନୟ କରିଥିବା କିଛି ଲୋକପ୍ରିୟ ଚଳଚ୍ଚିତ୍ର ଥିଲା : 'ଖେଳ ଖେଳ ମେଁ'( ୧୯୭୫ ), 'କଭି କଭି'( ୧୯୭୬ ), 'ଅମର ଆକବର ଆନ୍ଥୋନୀ'( ୧୯୭୭ ), 'କର୍ଜ'( ୧୯୮୦ ), 'ଚାନ୍ଦିନୀ'( ୧୯୮୯ ) । ୨୦୦୦ ମସିହା ପରେ ସେ ପ୍ରେମିକ ଚରିତ୍ରର ବାହାରି କିଛି ଅନ୍ୟ ପ୍ରକାର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେଗୁଡିକ ମଧ୍ୟରେ 'ଲଭ ଆଜ କଲ'( ୨୦୦୯ ), 'ଅଗ୍ନିପଥ'( ୨୦୧୨ ), ମୁଲ୍କ( ୨୦୧୮ ), 'ଦୋ ଦୁନି ଚାର'( ୨୦୧୦ ), 'କପୁର ଆଣ୍ଡ ସନ୍ସ'( ୨୦୧୬ ) ଆଦି ଅନ୍ୟତମ ।[୩][୪] 'ଦୋ ଦୁଇନି ଚାର ପାଇଁ' ସେ ଫିଲ୍ମଫେୟାର କ୍ରିଟିକ୍ସ ସମ୍ମାନ, କପୁର ଆଣ୍ଡ ସନ୍ସ ପାଇଁ ଫିଲ୍ମଫେୟାର ସହ ଅଭିନେତା ସମ୍ମାନ ପାଇଥିଲେ । ୨୦୦୮ରେ ତାଙ୍କୁ ଫିଲ୍ମଫେୟାର ଲାଇଫ ଟାଇମ ଆଚିଭମେଣ୍ଟ ସମ୍ମାନ ପ୍ରଦାନ କରାଯାଇଥିଲା । ମୁକ୍ତିଲାଭ କରିଥିବା ଋଷିଙ୍କର ଶେଷ ଚଳଚ୍ଚିତ୍ର ଥିଲା 'ଦ ବଡି' (୨୦୧୯)
ଋଷି ତାଙ୍କ ପତ୍ନୀ ନିତୁ ସିଂଙ୍କ ସହିତ ବହୁତ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେମାନଙ୍କର ରଣବୀର ଓ ରିଦ୍ଧିମା ନାମରେ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ୨୦୨୦ ଅପ୍ରେଲ ୩୦ତାରିଖରେ ଋଷି ଲିଉକେମିଆ ବ୍ୟାଧିରେ ପୀଡ଼ିତ ହୋଇ ପ୍ରାଣ ହରାଇଥିଲେ ।[୫][୬]
ପ୍ରାରମ୍ବିକ ଜୀବନ ଓ ପରିବାର
ସମ୍ପାଦନାଋଷି ମୁମ୍ବାଇର ଚେମ୍ବୁରଠାରେ ଏକ ହିନ୍ଦୁ ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୭] ତାଙ୍କ ପିତା ଥିଲେ ଅଭିନେତା ଓ ନିର୍ଦ୍ଦେଶକ ରାଜ କପୁର ଓ ମାତା କ୍ରିଷ୍ଣା ରାଜ କପୁର । ତାଙ୍କ ଜେଜେ ବାପା ଥିଲେ ପୃଥିବୀ ରାଜ କପୁର । ତାଙ୍କ ଭାଇ ରଣଧୀର କପୁର ଓ ରାଜୀବ କପୁର, ମାମୁଁ ପ୍ରେମ ନାଥ, ରାଜେନ୍ଦ୍ର ନାଥ ଓ ନରେନ୍ଦ୍ର ନାଥ, କକା ଶଶି କପୁର ଓ ଶମ୍ମୀ କପୁର ସମସ୍ତେ ଅଭିନେତା । ଋତୁ ଓ ରିମା ତାଙ୍କର ଦୁଇ ଭଉଣୀ ।
ଋଷି ମୁମ୍ବାଇର କ୍ୟାମ୍ପିୟନ ସ୍କୁଲ ଓ ଆଜମେରର ମାୟୋ କଲେଜରେ ପାଠ ପଢ଼ିଥିଲେ ।
ବୃତିଗତ ଜୀବନ
ସମ୍ପାଦନାମୁଖ୍ୟ ଅଭିନେତା ଭାବରେ ( ୨୦୦୦ ପୂର୍ବରୁ)
ସମ୍ପାଦନାଋଷିଙ୍କର ପ୍ରଥମ ଚଳଚ୍ଚିତ୍ର ପଦାର୍ପଣ ହୋଇଥିଲା 'ଶ୍ରୀ ୪୨୦'ର ଏକ ଗୀତ 'ପ୍ୟାର ହୁଆ ଇକରାର ହୁଆ' ମାଧ୍ୟମରେ । 'ମେରା ନାମ ଜୋକର'ରେ ସେ ରାଜ କପୁରଙ୍କ ପିଲା ବେଳ ଚରିତ୍ରରେ ଅଭିନୟ କରିଥିଲେ । ନାୟକ ଭାବରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ୧୯୭୩ ମସିହାର ଚଳଚ୍ଚିତ୍ର 'ବବି' । ଏହି ଚଳଚ୍ଚିତ୍ର ସେ ସମୟରେ ବହୁତ ବ୍ୟବସାୟିକ ସଫଳତା ଲାଭ କରିଥିଲା ଓ ଏହି ଚଳଚ୍ଚିତ୍ର ପାଇଁ ସେ ଫିଲ୍ମଫେୟାର ଶ୍ରେଷ୍ଠ ନାୟକ ପୁରସ୍କାର ଲାଭ କରିଥିଲେ । ୧୯୭୦ ଦଶକରେ ସେ 'ରଫୁ ଚକ୍କର', 'ଅମର ଆକବର ଆନ୍ଥୋନୀ, 'ଖେଳ ଖେଳ ମେଁ', 'ହମ କିସିସେ କମ ନେହିଁ', 'କଭି କଭି' ଓ 'ଦୁସରା ଆଦମୀ' ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୧୯୮୦ରେ ସେ ନିଜ ସହ କଳାକାର ନିତୁ ସିଂଙ୍କୁ ବିବାହ କରିଥିଲେ ।
୧୯୮୦ ଦଶକରେ ଋଷି ନିଜର ଅଭିନୟକୁ ବ୍ୟାପକ କରି 'କର୍ଜ', 'ଏକ ଚାଦର ମୈଲି ସି' ଆଦି ଭିନ୍ନ ଚରିତ୍ରରେ ଅଭିନୟ କରିଥିଲେ ।[୮]
ତାଙ୍କର ଅନ୍ୟ ଚଳଚ୍ଚିତ୍ର ମଧ୍ୟରେ ଥିଲା 'ରାଜା' (୧୯୭୫ ), 'ଲୈଲା ମଜନୁ', ( ୧୯୭୬), ସରଗମ (୧୯୭୯), ପ୍ରେମ ରୋଗ (୧୯୮୨), କୁଲି ( ୧୯୮୨), ସାଗର (୧୯୮୫), ଚାନ୍ଦନୀ ( ୧୯୮୯), 'ବୋଲ ରାଧା ବୋଲ' (୧୯୯୨) , ଦାମିନୀ ( ୧୯୯୩) ଓ କାରୋବାର (୨୦୦୦) ।[୯] [୧୦]
୧୯୯୯ରେ ସେ 'ଆ ଅବ ଲୌଟ ଚଲେଁ' ନାମକ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିଲେ ।
ସହ ଅଭିନେତା (୨୦୦୦ ପରେ)
ସମ୍ପାଦନା୨୦୦୦ ପରେ ଋଷି ଚରିତ୍ର ଅଭିନେତା ଭାବରେ ଅଭିନୟ ଆରମ୍ବ କରିଥିଲେ ।ସେହି ଚଳଚ୍ଚିତ୍ର ମଧ୍ୟରୁ ଅଗ୍ନିପଥ (୨୦୧୨), 'ଷ୍ଟୁଡେଣ୍ଟ ଅଫ ଦି ଇୟର' (୨୦୧୨), 'ଦୋ ଦୁନି ଚାର', 'କପୁର ଆଣ୍ଡ ସନ୍ସ',ହମ ତୁମ ( ୨୦୦୪), ଫନା ( ୨୦୦୬), ନମସ୍ତେ ଲଣ୍ଡନ ( ୨୦୦୭), 'ଲଭ ଆଜ କଲ' ( ୨୦୦୯) , 'ଦିଲ୍ଲୀ ୬' ଓ 'ଡି-ଡେ' ଆଦି ଅନ୍ୟତମ ।[୯]
୨୦୧୮ରେ ନେଟଫ୍ଲିକ୍ସ ନାଟକ 'ରାଜମା-ଚାୱଲ'ରେ ସେ ଅଭିନୟ କରିଥିଲେ । '୧୦୨ ନଟ ଆଉଟ'ରେ ଅମିତାଭ ବଚ୍ଚନଙ୍କ ୭୬ବର୍ଷିୟ ପୁତ୍ର ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ।
୨୦୧୯ରେ ସେ 'ଝୁଠା କହିଁ କା' ଓ 'ଦ ବଡି' ନାମରେ ୨ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ।[୯] 'ଶର୍ମାଜୀ ନମକିନ' ନାମକ ଚଳଚ୍ଚିତ୍ର ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ମୁକ୍ତି ଲାଭ କରି ନଥିଲା ।[୧୧]
ବ୍ୟକ୍ତିଗତ ଜୀବନ
ସମ୍ପାଦନାଋଷି ଅନେକ ଚଳଚ୍ଚିତ୍ରର ନାୟିକ ନିତୁ ସିଂଙ୍କୁ ବିବାହ କରିଥିଲେ । ସେମାନଙ୍କର ପୁଅ ରଣବୀର କପୁର ଜଣେ ଅଭିନେତା ଓ ତାଙ୍କ ଝିଅଙ୍କ ନାମ ରିଦ୍ଧିମା କପୁର ସାହାଣୀ । ଋଷିଙ୍କର ଆତ୍ମଜୀବନୀ 'ଖୁଲମ ଖୁଲା : ଋଷି କପୁର ଅନ-ସେନସରଡ଼' ୨୦୧୭ ମସିହାରେ ପ୍ରକାଶ ପାଇଥିଲା । ଏଥିରେ ଋଷିଙ୍କର ସହ ଲେଖିକା ଥିଲେ ମିନା ଆୟର । ହାର୍ପର କଲିନ୍ସ ଏହି ପୁସ୍ତକର ପ୍ରକାଶକ ଥିଲେ । ଗୋମାଂସ ଭକ୍ଷଣକୁ ନେଇ ଋଷିଙ୍କର ମନ୍ତବ୍ୟ ବିବାଦସ୍ପଦ ହୋଇଥିଲା ।
ଅସୁସ୍ଥତା ଓ ମୃତ୍ୟୁ
ସମ୍ପାଦନାଋଷି, ୨୦୧୮ ମସିହାରେ ଲିଉକେମିଆରେ ପୀଡ଼ିତ ଥିବା ଜଣା ପଡିଥିଲା । ସେ ନ୍ୟୁୟର୍କରେ ଏଥିପାଇଁ ଚିକିତ୍ସିତ ହୋଇଥିଲେ । ଏକ ବର୍ଷରୁ ଅଧିକ ସମୟ ଧରି ଚିକିତ୍ସା ପରେ ଋଷି, ୨୦୧୯ ସେପ୍ଟେମ୍ବରରେ ଭାରତକୁ ଫେରିଥିଲେ । ୨୯ତାରିଖରେ ଶ୍ୱାସ ପ୍ରଶ୍ୱାସରେ ଅସୁବିଧାକୁ ନେଇ, ଋଷିଙ୍କୁ ରିଲାଏନ୍ସ ଫାଉଣ୍ଡେସନ ହାସପାତାଲରେ ରଖାଯାଇଥିଲା ଓ ୩୦ ଅପ୍ରେଲ ୨୦୨୦ରେ ଅସ୍ଥି ମଜ୍ଜା କର୍କଟ ଯୋଗୁ ତାଙ୍କର ପରଲୋକ ଘଟିଥିଲା । [୧୨][୧୩][୧୪]
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ୧୯୭୦ – ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଓ ବେଙ୍ଗଲ ଫିଲ୍ମ ସାମ୍ବାଦିକ ସମ୍ମାନ[୧୫]
- ୧୯୭୪ – ଫିଲ୍ମଫେୟାର ସମ୍ମାନ ଶ୍ରେଷ୍ଠ ଅଭିନେତା ବବି ଚଳଚ୍ଚିତ୍ର ପାଇଁ
- ୨୦୦୮ – ଫିଲ୍ମଫେୟାର ଲାଇଫ ଟାଇମ ଆଚିଭମେଣ୍ଟ ସମ୍ମାନ
- ୨୦୦୯ – ଋଷ ସରକାରଙ୍କଦ୍ୱାରା ସମ୍ବର୍ଦ୍ଧନା
- ୨୦୧୦ – ଅପ୍ସରା ଫିଲ୍ମ ଓ ଟେଲିଭିଜନ ପୁରସ୍କାର ଲଭ ଆଜ କଲ ପାଇଁ
- ୨୦୧୧ – ଜି ସିନେ ସମ୍ମାନ ନିତୁଙ୍କ ସହ ଶ୍ରେଷ୍ଠ ଜୋଡି
- ୨୦୧୧ – ଫିଲ୍ମଫେୟାର ସମ୍ମାନ ଦୋ ଦୁନି ଚାର ପାଇଁ
- ୨୦୧୩ – ଟାଇମସ ଅଫ ଇଣ୍ଡିଆ ଚଳଚ୍ଚିତ୍ର ପୁରସ୍କାର ଅଗ୍ନିପଥ ପାଇଁ[୧୬][୧୭]
- ୨୦୧୭ – ଫିଲ୍ମଫେୟାର ସମ୍ମାନ କପୁର୍ ଆଣ୍ଡ ସନ୍ସ ପାଇଁ
- ୨୦୧୭ – ଜି ସିନେ ସମ୍ମାନ ଶ୍ରେଷ୍ଠ ସହ ଅଭିନେତା କପୁର୍ ଆଣ୍ଡ ସନ୍ସ ପାଇଁ
- ୨୦୧୭ – ଜି ସିନେ ସମ୍ମାନ ଶ୍ରେଷ୍ଠ ହାସ୍ୟ ଅଭିନେତା କପୁର୍ ଆଣ୍ଡ ସନ୍ସ ପାଇଁ
ଆଧାର
ସମ୍ପାଦନା- ↑ "Rishi Kapoor passes away at 67 after a long battle with Cancer". Times of India. 30 April 2020. Retrieved 1 May 2020.
- ↑ "Rishi Kapoor, veteran Hindi actor, passes away". The Hindu (in Indian English). 2020-04-30. ISSN 0971-751X. Retrieved 2020-04-30.
- ↑ "Rishi Kapoor, Indian Film Legend, Dies at 67". Variety. 29 April 2020. Retrieved 30 April 2020.
- ↑ "Rishi Kapoor passes away: From Bobby, Chandni to Kapoor & Sons, a look at celebrated actor's most remarkable films". Firspost. 30 April 2020. Retrieved 30 April 2020.
- ↑ ऋषि कपूर का 67 वर्ष की उम्र में निधन, अमिताभ बच्चन ने ट्वीट कर दी जानकारी
- ↑ Tribune, Emea (Apr 30, 2020). "Legendary indian actor rishi kapoor has died from cancer". Emea Tribune. Retrieved Apr 30, 2020.
- ↑ Gooptu, Sharmistha (29 October 2010). Bengali Cinema: 'An Other Nation'. Taylor & Francis. ISBN 9780203843345 – via Google Books.
- ↑ Kumar, Anuj (2016-08-25). "Karz (1980)". The Hindu (in Indian English). ISSN 0971-751X. Retrieved 2020-04-30.
- ↑ ୯.୦ ୯.୧ ୯.୨ correspondent, Hannah Ellis-Petersen South Asia (2020-04-30). "Rishi Kapoor, Bollywood star, dies of leukaemia aged 67". The Guardian (in ବ୍ରିଟିଶ୍ ଇଂରାଜୀ). ISSN 0261-3077. Retrieved 2020-04-30.
- ↑ "Bollywood's romantic hero Rishi Kapoor dies". BBC News (in ବ୍ରିଟିଶ୍ ଇଂରାଜୀ). 2020-04-30. Retrieved 2020-04-30.
- ↑ "Rishi Kapoor to Start Shooting for Next Film With Juhi Chawla". News 18. Archived from the original on 5 December 2019. Retrieved 24 January 2020.
- ↑ "Veteran Actor Rishi Kapoor Hospitalised In Mumbai". NDTV. 30 April 2020. Retrieved 30 April 2020.
- ↑ "Bollywood legend Rishi Kapoor passes away at 67". Khaleej Times. 30 April 2020. Retrieved 30 April 2020.
- ↑ "Bollywood Veteran Rishi Kapoor Dies Aged 67". Universal News. 30 April 2020. Archived from the original on 25 September 2020. Retrieved 1 May 2020.
- ↑ [୧] Archived 21 April 2008 at the Wayback Machine.
- ↑ "Priyanka, Ranbir win best actor awards at TOIFA". intoday.in. 8 April 2013. Archived from the original on 11 April 2013. Retrieved 11 April 2013.
- ↑ "Winners of Times Of India Film Awards 2013 (TOIFA)". bollywoodhungama.com. 8 April 2013. Archived from the original on 11 April 2013. Retrieved 11 April 2013.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଋଷି କପୁର