ଋଷଭଦେବ

ପ୍ରଥମ ତୀର୍ଥଙ୍କର ପ୍ରଭୂଜୀ

ଋଷଭଦେବ ଜୈନ ଧର୍ମର ପ୍ରଥମ ତୀର୍ଥକର ଅଟନ୍ତି । ତୀର୍ଥକର ଅର୍ଥ ହେଲା ଯିଏ ତୀର୍ଥର ରଚନା କରନ୍ତି । ଯିଏ ସଂସାର ସାଗର (ଜନ୍ମ - ମୃତ୍ୟୁର ଚକ୍ର)ରୁ ମୋକ୍ଷ ପର୍ଯ୍ୟନ୍ତ ତୀର୍ଥର ରଚନା କରନ୍ତି, ସେମାନଙ୍କୁ ତୀର୍ଥକର କୁହାଯାଏ । ଋଷଭଦେବଙ୍କୁ ଆଦିନାଥ ମଧ୍ୟ କୁହାଯାଏ । ଭଗବାନ ଋଷଭଦେବ ବର୍ତ୍ତମାନ ଅବସର୍ପିଣୀ କାଳର ପ୍ରଥମ ଦିଗମ୍ବର ଜୈନ ମୁନୀ ଥିଲେ ।[]

ଋଷଭଦେବ
Rishabhanatha
ଋଷଭଦେବଙ୍କ ପ୍ରତିମା, କୁଣ୍ଡଳପୁର, ମଧ୍ୟପ୍ରଦେଶ
First Tirthankara
ଅନ୍ଯ ନାମAdinatha, Adish Jina (first conqueror), Adi Purush (first Perfect Man), Ikshvaku
SymbolBull
ColorGolden
ସନ୍ତାନଗଣ100 sons including Bharata and Bahubali, and 2 daughters: Sundari, Brahmi[]
ଋଷଭଦେବ ଭଗବାନ

ଜୀବନ ଚରିତ୍ର

ସମ୍ପାଦନା

ଜୈନ ପୁରାଣ ଅନୁସାରେ ଅନ୍ତିମ କୂଳର ରାଜା ନାଭିରାଜଙ୍କ ପୁତ୍ର ଋଷଭଦେବ ଥିଲେ । ଋଷଭଦେବଙ୍କ ବିବାହ ୟଶାବତୀ ଦେବୀ ଏବଂ ସୁନନ୍ଦାଙ୍କ ସହ ହୋଇଥିଲା । ଋଷଭଦେବଙ୍କ ୧୦୦ ପୁତ୍ର ଏବଂ ଦୁଇ ପୁତ୍ର ଥିଲେ ।[] ସେଥିରୁ ଭରତ ଚକ୍ରବର୍ତ୍ତୀ ସବୁଠାରୁ ବଡ଼଼ଥିଲେ ଏବଂ ପ୍ରଥମ ଚକ୍ରବର୍ତ୍ତୀ ସମ୍ରାଟ ହେଲେ , ଯାହାର ନାମରେ ଏହି ଦେଶର ନାମ ଭାରତ ହେଲା । ଦ୍ୱିତୀୟ ପୁତ୍ର ବାହୁବଳୀ ମଧ୍ୟ ଜଣେ ମହାନ ରାଜା ଏବଂ କାମଦେବ ପଦରେ ବିଭୂଷିତ ଥିଲେ । ଏହାଛଡା ଋଷଭଦେବଙ୍କ ବୃଷଭସେନ, ଅନନ୍ତବିଜୟ, ଅନନ୍ତବିଜୟ, ଅନନ୍ତବିର୍ଯ୍ୟ, ଅଚ୍ୟୁତ, ବୀର, ବରବୀର ଆଦି ୯୯ ପୁତ୍ର ତଥା ବ୍ରାହ୍ମୀ ଓ ସୁନ୍ଦରୀ ନାମକ ଦୁଇ ପୁତ୍ରୀ ହେଲେ । ଯାହାଙ୍କୁ ଋଷଭଦେବ ସର୍ବପ୍ରଥମ ଯୁଗର ଆରମ୍ଭରେ କ୍ରମଶଃ ଲିପିବଦ୍ଧା (ଅକ୍ଷର ବିଦ୍ୟା) ଏବଂ ଅଙ୍କ ବିଦ୍ୟାର ଜ୍ଞାନ ଦେଲେ ।[][] ବାହୁବଳୀ ଏବଂ ସୁନ୍ଦରୀଙ୍କ ମାତାଙ୍କ ନାମ ସୁନନ୍ଦା ଥିଲା । ଭରତ ଚକ୍ରବର୍ତ୍ତୀ, ବ୍ରାହ୍ମୀ ଏବଂ ଅନ୍ୟ ୯୮ ପୁତ୍ରଙ୍କ ମାତାଙ୍କ ନାମ ସୁମଙ୍ଗଳା ଥିଲା । ଋଷଭଦେବଙ୍କ ଆୟୁ ୮୪ ଲକ୍ଷ ପୂର୍ବର ଥିଲା ଯେଉଁଥିରୁ ୨୦ ଲକ୍ଷ ପୂର୍ବ କୁମାର ଅବସ୍ଥାରେ ବ୍ୟତୀତ ହେଲା ଏବଂ ୬୩ ଲକ୍ଷ ପୂର୍ବ ରାଜାଙ୍କ ପରି ।[]

କେବଳ ଜ୍ଞାନ

ସମ୍ପାଦନା

ଜୈନ ଗ୍ରନ୍ଥ ଅନୁସାରେ ପାଖାପାଖି ୧୦୦୦ ବର୍ଷ ପର୍ଯ୍ୟନ୍ତ ତପସ୍ୟା କରିବା ପରେ ଋଷଭଦେବଙ୍କୁ କେବଳ ଜ୍ଞାନର ପ୍ରାପ୍ତି ହୋଇଥିଲା । ଋଷଭଦେବଙ୍କୁ ସମବଶରଣରେ ନିମ୍ନଲିଖିତ ବ୍ରତୀ ଥିଲା :[]

  • ୮୪ ଗଣଧର
  • ୨୨ ହଜାର (କେବଳୀ)
  • ୧୨,୭୦୦ ମୁନୀ ମନଃ ପର୍ଯ୍ୟଜ୍ଞାନରେ ବିଭୂଷିତ []
  • ୯୦୦୦ ମୁନୀ ଅବଧି ଜ୍ଞାନରେ
  • ୪୭୫୦ ସୃତ କେବଳୀ
  • ୨୦୬୦୦ ଶୁଦ୍ଧିଧାରୀ ମୁନୀ
  • ୬,୫୦,୦୦୦ ଆର୍ଯ୍ୟିକା ମାତା ଜୀ[]
  • ୩,୦୦,୦୦୦ ଶ୍ରାବକ

ହିନ୍ଦୁ ଗ୍ରନ୍ଥରେ ବର୍ଣ୍ଣନା

ସମ୍ପାଦନା

ବୈଦିକ ଧର୍ମରେ ଋଷଭଦେବଙ୍କ ସଂସ୍ଥାପନା କରାଯାଇଛି । ଭଗବତରେ ଅହର୍ନ ରାଜାଙ୍କ ରୂପରେ ତାଙ୍କର ବିସ୍ତୃତ ବର୍ଣ୍ଣନା ରହିଛି । ଏଥିରେ ଭରତ ଆଦି ୧୦୦ ପୁତ୍ରମାନଙ୍କ କଥନ ଜୈନ ଧର୍ମ ପରି କରାଯାଇଛି ।

ହିନ୍ଦୁ ପୁରାଣ ଶ୍ରୀମଦ ଭଗବତ ଗୀତାର ପଞ୍ଚମ ସ୍କନ୍ଧ ଅନୁସାରେ ମନୁଙ୍କ ପୁତ୍ର ପ୍ରିୟବ୍ରତଙ୍କ ପୁତ୍ର ଅଗ୍ନୀଧ୍ର ଥିଲେ , ଯାହାଙ୍କ ପୁତ୍ର ରାଜା ନାଭି (ଜୈନ ଧର୍ମରେ ନାଭିରାୟ ନାମରେ ଉଲ୍ଲିଖିତ) ଥିଲା । ରାଜା ନାଭିଙ୍କ ପୁତ୍ର ଋଷଭଦେବ ଥିଲେ ଯିଏ ମହାନ ପ୍ରତାପୀ ସମ୍ରାଟ ଥିଲେ । ଭାଗବତ ପୁରାଣ ଅନୁସାରେ ଭଗବାନ ଋଷଭଦେବଙ୍କ ବିବାହ ଇନ୍ଦ୍ରଙ୍କ ପୁତ୍ରୀ ଜୟନ୍ତୀଙ୍କ ସହ ହୋଇଥିଲା । ତାଙ୍କର ୧୦୦ ପୁତ୍ର ସନ୍ତାନ ଥିଲେ । ସେମାନଙ୍କ ମଧ୍ୟରୁ ଭରତ ଚକ୍ରବର୍ତ୍ତୀ ସବୁଠାରୁ ବଡ଼ ଏବଂ ଗୁଣବାନ ପୁତ୍ର ଥିଲେ ।[୧୦] ତାଙ୍କଠାରୁ ଛୋଟ କୁଶାବର୍ତ , ଇଲାବର୍ତ, ବ୍ରହ୍ମାବର୍ତ, ମଳୟ, କେତୁ, ଭଦ୍ରାସେନ, ଇନ୍ଦ୍ରସ୍ପୃକ, ବିଦର୍ଭ ଏବଂ କିକଟ , ଏହି ୯ ରାଜକୁମାର ଶେଷ ୯୦ ଜଣ ଭାଈ ମାନଙ୍କଠାରୁ ବଡ଼ ଏବଂ ଶ୍ରେଷ୍ଠ ଥିଲେ । ତାଙ୍କଠାରୁ ଛୋଟ କବି, ହରି, ଅନ୍ତରୀକ୍ଷ, ପ୍ରବୁଦ୍ଧ, ପିପ୍ପଳୟନ, ଅବିର୍ହୋତ୍ର, ଦୃମିଳ, ଚମସ ଏବଂ କରଭାଜନ, ଏହି ୯ ପୁତ୍ର ରାଜକୁମାର ଭାଗବତ ଧର୍ମର ପ୍ରଚାର କରୁଥିବା ଭଗବତ-ଭକ୍ତ ଥିଲେ । ତାଙ୍କଠାରୁ ଛୋଟ ୮୧ ପୁତ୍ର ପିତାଙ୍କ ଆଜ୍ଞା ପାଳନ କରି ପୁଣ୍ୟ କର୍ମର ଅନୁଷ୍ଠାନ କରି ଶୁଦ୍ଧ ହୋଇ ବ୍ରାହ୍ମଣ ହୋଇଗଲେ ।[୧୧]

ପ୍ରତିମା

ସମ୍ପାଦନା

ଋଷଭଦେବଙ୍କ ଏକ ବିଶାଳ ପ୍ରତିମା ମଧ୍ୟପ୍ରଦେଶ, ଭାରତ ପାଖେ ବାବନଗଜାରେ ରହିଛି । ସେହି ପ୍ରତିମା ୮୪ ଫୁଟର ଅଟେ । ମାଙ୍ଗି ତୁଗ୍ନି (ମହାରାଷ୍ଟ୍ର)ରେ ଭଗବାନ ଋଷଭଦେବଙ୍କ ୧୦୮ଫୁଟର ବିଶାଳ ପ୍ରତିମା ରହିଛି ।

  1. Dalal 2010, p. 311.
  2. ब.क. जैन २०१३, p. 31.
  3. Sangave 2001, p. 105.
  4. जैन 1998, p. 47-48.
  5. ଆଦିନାଥ ପୁରାଣ ଏବଂ ଚୌବିସ ତୀର୍ଥକର-ପୁରାଣ
  6. ଜୈନ ୨୦୧୫, p. 181.
  7. Champat Rai Jain 2008, p. 126-127.
  8. Champat Rai Jain 2008, p. 126.
  9. Champat Rai Jain 2008, p. 127.
  10. ଶ୍ରୀମଦ ଭଗବତ ପଞ୍ଚମ ସ୍କନ୍ଧ, ଚତୁର୍ଥ ଅଧ୍ୟାୟ, ଶ୍ଳୋକ ୯
  11. ଶ୍ରୀମଦ ଭାଗବତ, ପଞ୍ଚମ ସ୍କନ୍ଧ, ଚତୁର୍ଥ ଅଧ୍ୟାୟ, ଶ୍ଳୋକ ୧୩

ପୁରାଣରେ ଋଷଭଙ୍କ ଉପରେ ଟିପ୍ପଣୀ ସଂସ୍କୃତ

ଆଧାର ଗ୍ରନ୍ଥ

ସମ୍ପାଦନା
  • ଜୈନ, ବିଜୟ କୁମାର (୨୦୧୫), Acarya Samantabhadra’s Svayambhustotra: Adoration of The Twenty-four Tirthankara, Vikalp Printers, ISBN 9788190363976, Non-Copyright
  • Jain, Babu Kamtaprasad (2013), ଦିଗାମ୍ବରତ୍ୱ ଏବଂ ଦିଗମ୍ବର ମୁନୀ, ଭାରତୀୟ ଜ୍ଞାନପୀଠ, ISBN 81-263-5122-5
  • ଜୈନ, ଶାନ୍ତି ଲାଲ (1998), ABC of Jainism, Bhopal (M.P.): Jnanodaya Vidyapeeth, ISBN 81-7628-0003
  • Champat Rai Jain (2008), Risabha Deva (Second ed.), India: Bhagwan Rishabhdeo Granth Mala, ISBN 9788177720228