ଋତୁ ବେରୀ ଜଣେ ଭାରତୀୟ ଫ୍ୟାଶନ ଡିଜାଇନର ଅଟନ୍ତି । ମାର୍ଚ୍ଚ ୨୦୦୨ ମସିହାରେ ସେ ଫ୍ରେଞ୍ଚ ଫ୍ୟାଶନ ବ୍ରାଣ୍ଡ, ଜାନ-ଲୁଇ ସ୍କେରେର[୩]ର ରେଡି ଟୁ ୱେୟାର ବିଭାଗର ମୁଖ୍ୟ ହୋଇଥିଲେ ।

ଋତୁ ବେରୀ
ଜନ୍ମ୩ ମଇ
ବୃତ୍ତି(ସମୂହ)ଫ୍ୟାଶନ୍ ଡିଜାଇନର୍, ପରାମର୍ଶଦାତା ରିଷିହୁଡ୍ ବିଶ୍ୱବିଦ୍ୟାଳୟ
Labelଋତୁ ବେରୀ
ପୁରସ୍କାର
  • ଫ୍ରାନ୍ସ ସରକାରଙ୍କଦ୍ୱାରା Chevalier de l'Ordre des Arts et des Lettres [୧]
  • ସ୍ପେନ ସରକାରଙ୍କଦ୍ୱାରା ଲେଡି ଅଫ୍ ଅର୍ଡର ଅଫ୍ ସିଭିଲ୍ ମେରିଟ୍[୨]

ସେ ଭାରତର ବିଳାସପୂର୍ଣ୍ଣ ଶିଳ୍ପରେ ସୃଜନଶୀଳତା ଏବଂ ନୂତନତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଅଣ-ଲାଭକାରୀ ସଂସ୍ଥା "ଦି ଲକ୍ସରୀ ଲିଗ୍" ଆରମ୍ଭ କରିଥିଲେ ।[୪] ସେ ଭାରତ ସରକାରଙ୍କ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟର ଏକ ଅଂଶ ଖଦି ଏବଂ ଗ୍ରାମ ଶିଳ୍ପ ଆୟୋଗ (କେଭିଆଇସି)ର ପରାମର୍ଶଦାତା ଭାବରେ ନିଯୁକ୍ତ ହୋଇଥିଲେ ।[୫]

ସେ ରିଷିହୁଡ୍ ବିଶ୍ୱବିଦ୍ୟାଳୟର ଜଣେ ପରାମର୍ଶଦାତା ମଧ୍ୟ ଅଟନ୍ତି ।[୬]

ବ୍ୟକ୍ତିଗତ ଜୀବନ ସମ୍ପାଦନା

ସେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ୨୦୦୪ ମସିହାରେ ସେ ରପ୍ତାନିକାରୀ ବବି ଚଢ଼ାଙ୍କୁ ବିବାହ କରିଥିଲେ ।[୭] ତାଙ୍କ ପିତା ବଳବୀର ସିଂହ ବେରୀ ଜଣେ ପୂର୍ବତନ ସେନା ଅଧିକାରୀ ଅଟନ୍ତି । ତାଙ୍କ ମା' ଇନ୍ଦୁ ବେରୀ ଜଣେ ଉଦ୍ୟୋଗୀ ଅଟନ୍ତି ।

ବୃତ୍ତି ସମ୍ପାଦନା

୨୦୦୦ ମସିହାରେ, ବେରୀ ଫ୍ରେଞ୍ଚ ଫ୍ୟାଶନ ହାଉସର ମୁଖ୍ୟ ହୋଇଥିଲେ । ଜାନ ଲୁଇ ସ୍କେରେର, ସେମାନଙ୍କର ପ୍ରେଟ-ଏ-ପୋର୍ଟର କଲେକସନକୁ ଡିଜାଇନ କରିଥିଲେ ।

୨୦୧୦ ମସିହାରେ ଫ୍ରାନ୍ସ ସରକାରଙ୍କଦ୍ୱାରା ଋତୁ ବେରୀଙ୍କୁ ଚେଭାଲିଅର୍ ଡେସ ଆର୍ଟ ଏଟ ଡେସ୍ ଲେଟ୍ରେସ୍ (ନାଇଟ୍ ଅଫ୍ ଅର୍ଡର ଅଫ୍ ଆର୍ଟ ଆଣ୍ଡ ଲେଟର୍ସ) ପ୍ରଦାନ କରାଯାଇଥିଲା ।[୮]

୯ ଏପ୍ରିଲ ୨୦୧୬ ମସିହାରେ, ବେରୀ ଦୁଇଟି ପୁସ୍ତକ ଉନ୍ମୋଚନ କରିଥିଲେ; ଡିଜାଇନ୍ସ ଅଫ ରେଷ୍ଟଲେସ ମାଇଣ୍ଡ ଏବଂ ଫାୟାର ଅଫ ଏ ରେଷ୍ଟଲେସ ମାଇଣ୍ଡ ।[୯][୧୦]

ସମ୍ମାନ ସମ୍ପାଦନା

ବର୍ଷ ଆଖ୍ୟା
୨୦୧୬ ପାୱାର୍ ବ୍ରାଣ୍ଡ୍ ହଲ୍ ଅଫ୍ ଫେମ୍[୧୧]
୨୦୧୪ ଅର୍ଡର ଅଫ୍ ସିଭିଲ୍ ମେରିଟ୍ ସ୍ପେନ ସରକାରଙ୍କ ଦ୍ୱାରା[୧୨]
୨୦୧୦ ଫ୍ରାନ୍ସ ସରକାରଙ୍କଦ୍ୱାରା Chevalier des Arts et des Lettres[୧୩]

ଆଧାର ସମ୍ପାଦନା

  1. "Ritu Beri gets French honour - | Photo1 | India Today |". indiatoday.intoday.in. Retrieved 2016-08-05.
  2. IANS (29 November 2014). "Designer Ritu Beri gets Spain honour". Retrieved 2016-08-05.
  3. "rediff.com: Ritu Beri takes over at Scherrer". www.rediff.com. Retrieved 2016-07-28.
  4. "How Ritu Beri is putting India's luxury labels on the global map". VOGUE India (in ଆମେରିକୀୟ ଇଂରାଜୀ). 18 January 2016. Retrieved 2016-08-05.
  5. IANS. "Need to make Khadi the fabric of the moment: Ritu Beri". Times of India. Archived from the original on 30 December 2016. Retrieved 18 May 2018.
  6. Admin, India Education Diary Bureau (2020-08-05). "Rishihood University gears up to host 'Atmanirbhar Bharat Summit' – a two-day virtual event". India Education,Education News India,Education News | India Education Diary (in ଆମେରିକୀୟ ଇଂରାଜୀ). Retrieved 2021-02-02.
  7. "Designer Ritu Beri marries Bobby Chadha". www.indiatraveltimes.com. Retrieved 2016-08-05.
  8. "Ritu Beri conferred French honour". Deccan Herald. 22 October 2010. Retrieved 2016-08-05.
  9. "Fashion designer Ritu Beri launches two books". 2016-04-10. Retrieved 2016-08-05.
  10. Beri, Ritu (2016-01-01). The Designs of a Restless Mind (in English) (1ST ed.). Limited Edition an Imprint of Academic Foundation. ISBN 9789332703582.{{cite book}}: CS1 maint: unrecognized language (link)
  11. ANI (19 July 2016). "Power Brands 2016 launched with special issue of Sunday Indian on Niti Aayog". Retrieved 2016-08-20.
  12. IANS (29 November 2014). "Designer Ritu Beri gets Spain honour". Retrieved 2016-08-05.
  13. "Ritu Beri gets French honour - | Photo1 | India Today |". indiatoday.intoday.in. Retrieved 2016-08-05.