ଡଃ ଉପିନ୍ଦରଜିତ୍ କୌର୍ ଜଣେ ଭାରତୀୟ ରାଜନୀତିଜ୍ଞ ଓ ଶିରୋମଣି ଅକାଳି ଦଳରୁ ଲଢ଼ନ୍ତି ।ଅକ୍ଟୋବର ୨୦୧୦ରେ ସେ ସ୍ୱାଧୀନ ଭାରତର ପ୍ରଥମ ମହିଳା ଭାବେ ଅର୍ଥମନ୍ତ୍ରୀ ହୋଇଥିଲେ ।

ଉପିନ୍ଦରଜିତ୍ କୌର୍
ଏମ୍ଏଲ୍ଏ, ପଞ୍ଜାବ
କାର୍ଯ୍ୟକାଳ
୧୯୯୭ - ୨୦୧୨
ପୂର୍ବ ଅଧିକାରୀଗୁରମେଲ ସିଂ (ରାଜନୀତିଜ୍ଞ)
ପର ଅଧିକାରୀନବତେଜ୍ ସିଂ ଚିମା
ନିର୍ବାଚନ ମଣ୍ଡଳୀସୁଲତାନପୁର
ବୈଷୟିକ ଶିକ୍ଷା ଓ ତାଲିମ୍ ମନ୍ତ୍ରୀ
କାର୍ଯ୍ୟକାଳ
୧୯୯୭ -୨୦୦୨
ପର ଅଧିକାରୀରାଜିନ୍ଦର କୌର୍ ଭଟ୍ଟଲ
ଶିକ୍ଷା ମନ୍ତ୍ରୀ
କାର୍ଯ୍ୟକାଳ
୨୦୦୭ - ୨୦୧୦
ପୂର୍ବ ଅଧିକାରୀହରନାମ ଦାସ୍ ଜୋହର
ପର ଅଧିକାରୀସେୱା ସିଂ ଶେଖ୍‌ୱାନ୍
ଅର୍ଥ ମନ୍ତ୍ରୀ
କାର୍ଯ୍ୟକାଳ
ଅକ୍ଟୋବର ୨୦୧୦ - ମାର୍ଚ୍ଚ ୨୦୧୨
ପୂର୍ବ ଅଧିକାରୀମନପ୍ରୀତ୍ ସିଂ ବାଦଲ
ପର ଅଧିକାରୀପରମିନ୍ଦର ସିଂ ଧିଣ୍ଡସା
ବ୍ୟକ୍ତିଗତ ସବିଶେଷ
ରାଜନୀତିକ ଦଳଶିରୋମଣି ଅକାଳି ଦଳ
ଘରକାପୁରଥାଲା, ପଞ୍ଜାବ, ଭାରତ

ଆଦ୍ୟ ଜୀବନ ସମ୍ପାଦନା

ତାଙ୍କ ବାପା ଏସ୍ ଆତ୍ମା ସିଂ ଜଣେ ପଞ୍ଜାବୀ ମନ୍ତ୍ରୀ ଓ ଅକାଳି ଦଳର ନେତା ଥିଲେ । ତାଙ୍କ ମା'ଙ୍କ ନାମ ବିବି ତେଜ୍ କୌର୍ । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଓ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ପଞ୍ଜାବୀରେ ସ୍ନାତ୍ତକୋତ୍ତର କରିଥିଲେ । ପଞ୍ଜାବ ବିଶ୍ୱବିଦ୍ୟାଳୟ, ପଟିଆଲାରୁ ଅର୍ଥନୀତିରେ ପିଏଚ୍‌ଡି କରିଥିଲେ ।

ଶିକ୍ଷା ଜୀବନ ସମ୍ପାଦନା

ସେ ପଞ୍ଜାବୀ ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ପଢ଼ିଥିଲେ ଓ ଅର୍ଥନୀତିରେ ଅଧ୍ୟକ୍ଷ ଥଲେ । ସେ ମଧ୍ୟ ଗୁରୁ ନାଙ୍କ ଖାଲସା ମହାବିଦ୍ୟାଳୟରେ ପ୍ରଧାନ ଅଧକ୍ଷ ଥିଲେ । ସେ ଡେଭେଲୋପ୍‌ମେଣ୍ଟ୍ ଅଫ୍ ଥିଓରି ଅଫ୍ ଡିମାଣ୍ଡ୍ଶିଖ୍ ରିଲିଜିଅନ୍ ଏଣ୍ଡ୍ ଇକୋନୋମିକ୍ ଡେଭେଲୋପ୍‌ମେଣ୍ଟ୍ ନାମରେ ଦୁଇଟି ପୁସ୍ତକ ଲେଖିଥିଲେ ।[୧] ତାଙ୍କର ଦ୍ୱିତୀୟ ବ‌ହିଟି ଅଣ-ଅର୍ଥନୈତିକ କାରକର ପ୍ରଭାବ, ମୁଖ୍ୟତଃ ଆର୍ଥନୀତିକ ଉନ୍ନତିରେ ଧର୍ମର ଉପରେ ବର୍ଣ୍ଣିତ । ସେ ତାଙ୍କର ସନ୍ଧନ ବିଷୟ ଦି ପ୍ଲେସ୍ ଏଣ୍ଡ୍ ସ୍ଟାଟସ୍ ଅଫ୍ ୱିମେନ୍ ଇନ୍ ଶିଖ୍ ସୋସାଇଟି ପାଇଁ ଡଃ ଗଣ୍ଡା ସିଂ ମେମୋରିଆଲ୍ ସମ୍ମାନରେ ସମ୍ମାନତ ହୋଇଥିଲେ ।

ରାଜନୈତିକ ଜୀବନ ସମ୍ପାଦନା

ସେ ପଞ୍ଜାବ ନିଧାନସଭାକୁ ୧୯୯୭ରେ ଅକାଳି ଦଳରୁ ସୁଲତାନୁରରୁ ପ୍ରଥମେ ନିର୍ବାଚିତ ହୋଇଥିଲେ ।[୨] ସେ ପ୍ରକାଶ ସିଂ ବାଦଲଙ୍କ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ ଓ ବୈଷୟିକ ଶିକ୍ଷା, ସଂସ୍କୃତି ଓ ପର୍ଯ୍ୟଟନ, ଗୃହ ଓ ସ‌ହରାନ୍ଚଳ ଉନ୍ନତି ବିଭାଗ ପାଇଥିଲେ ।[୩] ସେ ସୁଲତାନପୁରରୁ ଆଉଥରେ ୨୦୦୨ ଓ ୨୦୦୭ରେ ନିର୍ବାଚିତ ହୋଇଥିଲେ ।[୪][୫][୬] ସେ ୨୦୦୭ରେ ଆଉଥରେ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ ଓ ଶିକ୍ଷା, ବେସାମରିକ ବିମାନ ଚଳାଚଳ, ଭିଜିଲାନ୍ସ୍ ଓ ନ୍ୟାୟ ବିଭାଗ ପାଇଥିଲେ । ଅକ୍ଟୋବର ୨୦୧୦ରେ ମନପ୍ରୀତ୍ ସିଂ ବାଦଲ୍ ବାଦ୍ ପଡ଼ିବା ପରେ ସେ ଅର୍ଥମନ୍ତ୍ରୀ ହୋଇଥିଲେ ।[୭] ସେ ସ୍ୱାଧୀନ ଭାରତର ପ୍ରଥମ ଅର୍ଥମନ୍ତ୍ରୀ ଥିଲେ ।[୮] ସେ ବିଭିନ୍ନ ବିଧାନ ସଭା କମିଟି, ଯଥା: ପବ୍ଲିକ୍ ଆକୌଣ୍ଟ୍ କମିଟି, ଏଷ୍ଟିମେଟ୍ କମିଟି, ପବ୍ଲିକ୍ ଅଣ୍ଡର୍‌ଟେକିଂ କମିଟି,ହାଉସ୍ କମିଟି, ପ୍ରଭୃତି । ୨୦୧୨ ପଞ୍ଜାବ ନିର୍ବାଚନରେ ସେ ୭୨ ବର୍ଷ ବୟସରେ ମହିଳାମାନଙ୍କ ମଧ୍ୟରେ ବୟୋଜ୍ୟେଷ୍ଠ ଥିଲେ ।[୯]

ଆଧାର ସମ୍ପାଦନା

  1. Sikh Religion and Economic Development
  2. Punjab election 1997
  3. Upinderjit Kaur Bio[permanent dead link]
  4. "Punjab Assembly Election 2002 Results". Archived from the original on 2018-08-05. Retrieved 2018-04-15.
  5. Punjab Assembly Elections-2002 winners
  6. "Punjab Assembly Election 2007 Results". Archived from the original on 2013-05-08. Retrieved 2018-04-15.
  7. "Upinderjit Kaur is Punjab's new finance minister". Archived from the original on 2014-09-13. Retrieved 2018-04-15.
  8. Upinderjit Kaur becomes first woman Finance Minister of Punjab[permanent dead link]
  9. [୧]